ହୁଗୁଲିରେ ହାଇଭୋଲଟେଜ ଟକ୍କର, ଲକେଟଙ୍କ ବିରୋଧରେ ଲଢୁଛନ୍ତି ରଚନା ବାନାର୍ଜୀ

କୋଲକତା: ମହିଳା ବନାମ ମହିଳା। ଅଭିନେତ୍ରୀ ବନାମ ଅଭିନେତ୍ରୀ । ଚଳିତ ନିର୍ବାଚନରେ ଏକମାତ୍ର ଆସନ ପଶ୍ଚିମବଙ୍ଗ ହୁଗଲିରେ ଏଥର ରୋଚକ ଲଢେଇ । ଅଭିନେତ୍ରୀ ତଥା ଟିଭି ତାରକା ଲକେଟ ଚାଟାର୍ଜୀଙ୍କ ବିରୋଧରେ ଲଢୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ବିଜେପିରୁ ଲକେଟ ଲଢୁଥିବାବେଳେ ଟିଏମସିରୁ ଲଢୁଛନ୍ତି ରଚନା । ସିପିଏମରୁ ପ୍ରାର୍ଥୀ ହୋଇଛନ୍ତି ମନୋଦୀପ ଘୋଷ ।

୨୦୧୪ରେ ଏଠାରୁ ଟିଏମସିର ରାଣା ଦେ ବିଜୟୀ ହୋଇଥିବାବେଳେ ୨୦୧୯ରେ ବିଜୟୀ ହୋଇଥିଲେ ଲକେଟ । ରଚନା ବାନାର୍ଜୀ ଓଡ଼ିଆ, ବଙ୍ଗଳା, ତେଲଗୁ, ତାମିଲ, ହିନ୍ଦୀ, କନ୍ନଡ ଭାଷାର ଶତାଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ମିସ୍ କୋଲକାତା ଟାଇଟଲ ହାସଲ କରିଥିବାବେଳେ ତୃଣମୂଳ କଂଗ୍ରେସର ନେତ୍ରୀ ଅଛନ୍ତି ।

କଣ୍ଢେଇ ଆଖିରେ ଲୁହ, ସେହି ଝିଅଟି, ପୁଅ ମୋର ଭୋଳା ଶଙ୍କର, ସୁନା ହରିଣୀ, କୁରୁକ୍ଷେତ୍ର ଆଦି ଫିଲ୍ମରେ ଅଭିନୟ କରି ଖ୍ଯାତି ସାଉଁଟିଛନ୍ତି ରଚନା । ସେପଟେ ବିଜେପିର ଲକେଟ କିଛି କମ୍ ନୁହନ୍ତି । ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବେ ଖ୍ଯାତି ଅର୍ଜନ କରିଥିବା ଲକେଟ ୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ସେ ଭାରତନାଟ୍ଯମ, କଥକ, ମଣିପୁରୀର ଜଣାଶୁଣା ନୃତ୍ୟଶିଳ୍ପୀ  ।