ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା, ୧୯ ତାରିଖରୁ ପାଗ ବଦଳିବ

1 min read

ଭୁବନେଶ୍ବର: ରାଜ୍ୟରେ ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ୧୯ ତାରିଖରୁ ପାଗ ବଦଳିବ ।

ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ । ଏଥିପାଇଁ ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ଓ ୨୧ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶୀଖୀ ବର୍ଷା ସହ ଗ୍ରୀଷ୍ମ ଲହରୀ ମଧ୍ୟ ଦେଖାଦେବ । ୩୧ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।