କୋଭିଡ୍ ଭ୍ୟାକ୍ସନି ନେଇଥିବା ବ୍ୟକ୍ତିଙ୍କୁ ଆସୁଛି ହାର୍ଟଆଟାକ୍ !

1 min read

ନନ୍ଦିଘୋଷ ବ୍ୟୁରୋ: କରୋନା ଭ୍ୟାକ୍ସିନ ଦ୍ୱାରା ଆସୁଛି ହାର୍ଟଆଟାକ୍ ! ହାର୍ଟ ଆଟାର୍କକୁ ନେଇ ଚିନ୍ତାରେ ମଣିଷ । କୋରନା ମହାମାରୀ ପରେ ଏବେ ବଢ଼ିଚାଲିଛି ହାର୍ଟଆଟାକ । ଚର୍ଚ୍ଚା ହେଉଛି ଯେ, କରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦ୍ୱାରା ହାର୍ଟଆଟାକ ଆସୁଛି । ବର୍ତ୍ତମାନ କରୋନା ଟିକା ଏବଂ ହୃଦଘାତ ସମ୍ପର୍କକୁ ନେଇ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସିଛି।

ଚାଲନ୍ତୁ ଜାଣିବା ଏହି ଅଧ୍ୟୟନ ବିଷୟରେ…
କୋଭିଡ୍ ଭ୍ୟାକ୍ସନି ନେଇଥିବା ବ୍ୟକ୍ତିଙ୍କୁ ଆସୁଛି ହାର୍ଟଆଟାକ୍ ! ଗତ ତିନିବର୍ଷ ମଧ୍ୟରେ ସାରା ଦେଶରେ ହୃଦଘାତ ମାମଲା ବଢିବାରେ ଲାଗିଛି । ହୃଦଘାତ ହେତୁ ଅଳ୍ପ ବୟସରେ ଲୋକଙ୍କର ପ୍ରାଣ ଯାଉଛି । ତେବେ କୋଭିଡ ଟିକା ଯୋଗୁଁ ହୃଦଘାତ ହେଉଛି ବୋଲି ଆଶଙ୍କା ପ୍ରକାଶ କରିଥିଲେ କିଛି ଲୋକ। ଏନେଇ ଆଇସିଏମଆର ଏ ସମ୍ପର୍କରେ ଏକ ରିସର୍ଚ୍ଚ କରିଛି । ଯେଉଁଥିରେ ଟୀକାକରଣରୁ ହୃଦଘାତ ଆସୁଛି ବୋଲି ପ୍ରତ୍ୟାଖ୍ୟାନ କରାଯାଇଥିଲା । ବର୍ତ୍ତମାନ କୋରନା ଭ୍ୟାକ୍ସିନ ଏବଂ ହାର୍ଟଆଟାକ୍ ମଧ୍ୟରେ କଣ ସମ୍ପର୍କ ରହିଛି ସେନେଇ ଏକ ରିସର୍ଚ୍ଚ ହୋଇଛି ।

ଏହି ରିସର୍ଚ୍ଚରେ ଜଣାପଡିଛି ଯେ, କରୋନା ଟିକା ଯୋଗୁଁ ହାର୍ଟଆଟାକ୍ ଘଟଣା ବୃଦ୍ଧି ପାଉନାହିଁ । PLOS ନାମକ ପତ୍ରିକାରେ ଏହି ରିସର୍ଚ୍ଚ ବିଷୟରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ଅଗଷ୍ଟ ୨୦୨୧ ରୁ ୨୦୨୨ ମଧ୍ୟରେ ହୋଇଥିଲା । ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫୭୮ ଜଣ ହୃଦଘାତ ରୋଗୀଙ୍କ ଉପରେ ଏହି ଷ୍ଟଡି କରାଯାଇଥିଲା । ଏହି ରୋଗୀମାନଙ୍କ ମଧ୍ୟରୁ ପ୍ରାୟ 70 ପ୍ରତିଶତ କୋଭିଡ ଟିକା ନେଇଥିଲେ ଏବଂ 30 ପ୍ରତିଶତ ଟିକା ନେଇ ନଥିଲେ ।

ଏହି ଅନୁସନ୍ଧାନ କରୁଥିବା ଡାକ୍ତରମାନେ କହିଛନ୍ତି ଯେ, କୋଭିଡ ଟୀକାକରଣ ହେତୁ ରୋଗୀଙ୍କଠାରେ ହୃଦଘାତ ସମ୍ବନ୍ଧୀୟ ରୋଗ ଦେଖା ଦେଇ ନାହିଁ। ଏହି ଟିକା ରୋଗୀଙ୍କ ଜୀବନ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କୋଭିଡ ଟିକା ଦ୍ୱାରା ଲୋକମାନ ନୂଆ ଜୀବନ ପାଇବା ସହ ମୃତ୍ୟୁହାରକୁ ହ୍ରାସ କରିବାରେ ସାହାଯ୍ୟ କରିଛି । ହୃଦଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଅଧିକାଂଶ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ସେମାନଙ୍କ ଠାରେ ଡାଇବେଟିସ, ହାଇ ବ୍ଲଡ ପେସର ଭଳି ସମସ୍ୟା ଦେଖାଦେଇଥିଲା ।

ଜୀବାଣୁ ସଂକ୍ରମିତ ଗୁରୁତର ରୋଗୀଙ୍କ ମୃତ୍ୟୁ ହାର ହ୍ରାସ କରିବାରେ କରୋନା ଟିକା ବହୁତ ସାହାଯ୍ୟ କରିଛି । କୋଭିଡ ଟିକା ପାଇବା ପରେ ୩୦ ଦିନ ମଧ୍ୟରେ କେବଳ ୨ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଛି । ଏପରିକି ଏହି କ୍ଷେତ୍ରରେ ଟିକା ମୃତ୍ୟୁର କାରଣ ହୋଇନଥିଲା ବୋଲି ସୂଚନା ମିଳିଛି । ଦେଶରେ କୋଭିଡ ମହାମାରୀ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଏବଂ ୯୫ ପ୍ରତିଶତ ଲୋକଙ୍କୁ କୋଭିଡ ଟୀକା ଦିଆସରିଛି। ICMR ଷ୍ଟଡିର ଫଳାଫଳ କିଛି ଦିନ ପୂର୍ବରୁ ଆସିଥିଲା। ଅଧ୍ୟୟନରୁ ଜଣାପଡିଥିଲା ଯେ, କରୋନା ଟିକା ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଡିଜିଟାଲ ।