ତାଜା ଖବର ରାଉରକେଲା ପ୍ଲାଣ୍ଟସାଇଟ ଥାନା ମହତାବ ରୋଡ ନିକଟରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ । ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । ଛୁରାମାଡ଼ର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି । November 20, 2019
ତାଜା ଖବର ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ । ସନ୍ଧ୍ୟା ୭ଟା ୫ ମିନିଟରେ ପଛକୁ ପଛ ୨ଟି ମିସାଇଲ ପରୀକ୍ଷଣ କଲା ଡିଆରଡିଓ । November 20, 2019
ତାଜା ଖବର ଗଞ୍ଜାମ ବୁଗୁଡା ବନ ବିଭାଗ ଦ୍ଵାରା ଶଙ୍କୁରୁ ଗାଁରୁ ଦୁଇଟି ହରିଣ ଛାଲ ସହ ଗୋଟିଏ ମୋଟରସାଇକେଲ ଜବତ । ଅଭିଯୁକ୍ତ ଫେରାର । November 20, 2019
ତାଜା ଖବର ଭୁବନେଶ୍ୱର: ଫନି କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କଲା ରାଜ୍ୟ ସମବାୟ ବ୍ୟାଙ୍କ । November 20, 2019
ତାଜା ଖବର ବରଗଡ଼: ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅତାବିରା, ଗୋଡ଼ଭଗା ଓ ଭେଡେନରେ ବନ୍ଦ ପାଳନ । ସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ବନ୍ଦ କଲେ ଚାଷୀ । ଟୋକନ ଯୋଗୁଁ ଅଭାବି ବିକ୍ରୀର ଶିକାର ହେଉଥିବା ଅଭିଯୋଗ । November 20, 2019
ତାଜା ଖବର ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା । ୧୯୮୬ ବ୍ୟାଚର ଅଭୟ ନେବେ ଡିଜିପି ଦାୟିତ୍ୱ । ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ । ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ହେଲେ ସୁନୀଲ ରୟ । November 20, 2019
ତାଜା ଖବର ଆଜି ପବିତ୍ର ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ଠାକୁର । ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଗତକାଲି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧମ ମନ୍ଦିରରୁ ପଢ଼ୁଆଁ ଭାର ଆସିଥିଲା । November 20, 2019
ତାଜା ଖବର ଓଡ଼ିଆ ପାଳୁଛନ୍ତି ପ୍ରଥମାଷ୍ଟମୀ । ଘରେ ଘରେ ହଳବୀ ପତ୍ର ଏଣ୍ଡୁରୀ ପିଠା ଏବଂ ନୂଆ ପୋଷାକ ପିନ୍ଧି ପରିବାରର ଜ୍ୟେଷ୍ଠ ପୁତ୍ର ଓ କନ୍ୟା ପାଳୁଛନ୍ତି ପଢ଼ୁଆଁଷ୍ଟମୀ । November 20, 2019
ତାଜା ଖବର ବଲାଙ୍ଗୀରରେ ଦୁଇ ଦିନ ଧରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଵୀମାଶିଳ୍ପ ବନ୍ଦ ଡାକରା । ହାଇକୋର୍ଟର ସ୍ଥାଇବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ଜଳସେଚନକୁ ତୁରନ୍ତ କାର୍ଯ୍ୟକ୍ଷମ ଓ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ୍ଦ ଡାକରା । November 20, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ଗହଣା ଦୋକାନୀ ଲୋକଙ୍କୁ ଠକିବା ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ବାଲେଶ୍ୱରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକର ୭ଟି ଦୋକାନ ଉପରେ ଚଢ଼ାଉ ହୋଇଛି। ଭୁବନେଶ୍ୱର ଓ ବ୍ରହ୍ମପୁରରେ ସୁନା ଦୋକାନ ଯାଞ୍ଚ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ। November 20, 2019