ଅନ୍ଧାରରେ ଉପାନ୍ତ ଅଞ୍ଚଳ: ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ବିଜୁଳିରୁ ବଞ୍ଚିତ ମେଲଘରା ଗ୍ରାମବାସୀ

କଳାହାଣ୍ଡି: ଅନ୍ଧାରରେ ଉପାନ୍ତ ଅଞ୍ଚଳ । ପୋଡିଯାଇଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର । ବିଜୁଳି ଆଲୋକରୁ ବଞ୍ଚିତ ଗ୍ରାମବାସୀ । ଦିନେ ନୁହେଁ କି ଦୁଇ ଦିନ ନୁହଁ, ଦୀର୍ଘ ୪ ବର୍ଷ ହେଲା ଅନ୍ଧାର ଭିତରେ ଜର୍ଜରିତ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକର ମେଲଘରା ଗାଁ ଲୋକେ । ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ରାତିରେ ବନ୍ୟଜନ୍ତୁଙ୍କ ଭୟ ରହୁଥିବା ବେଳେ ବିଜୁଳି ଆଲୋକ ନଥିବାରୁ ପିଲାମାନେ ପାଠପଢି ପାରୁନଥିବା ଅଭିଯୋଗ ହୋଇଛି ।

ବିଜୁଳି ଆଲୋକ ନଥିବାରୁ ୬୦ ପରିବାର ଅନ୍ଧାରରେ ଜୀବନ କାଟୁଛନ୍ତି । ଟ୍ରାନ୍ସଫର୍ମର ସଜାଡିବାକୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଲୋକେ ସମସ୍ୟା ଭୋଗୁଛନ୍ତି । ସେପେଟ ଏନେଇ ଜାଣିବା ପରେ ଶୀଘ୍ର ସମସ୍ୟା ସାମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

ଉପକୂଳରୁ ଉପାନ୍ତ ସବୁଠି ଜାରି ରହିଛି ବିକାଶମୂଳକ କାର୍ଯ୍ୟ । ହେଲେ କିଛି ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଅନେକ ଗାଁ ଅନ୍ଧରରେ ରହିଛି । ତେବେ ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କେବେ ସମସ୍ୟା ସମାଧାନ ହେଉଛି ତାହା ଦେଖିବାରୁ ବାକି ରହିଲା ।

Leave a Reply