ତାଜା ଖବର ବାଲିଗୁଡ଼ା: ଖସିଲା ପାରଦ, ବଢ଼ିବାରେ ଲାଗିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ । December 6, 2019
ତାଜା ଖବର ଭଦ୍ରକ: ୮୪ ଗ୍ରାମ୍ ବ୍ରାଉନସୁଗର ସହ ବାଇକ ଜବତ । ଜଣକୁ ଗିରଫ କଲା କଟକ ଅବକାରୀ ଫ୍ଲାଇଁ ସ୍କ୍ୱାଡ୍ । ଗିରଫ ଜଣଙ୍କ ତିହିଡ଼ି ଥାନା ସଦାନନ୍ଦପୁରର ଚନ୍ଦନ ପାଢ଼ୀ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮ ଲକ୍ଷ ୪୦ ହଜାର ଟଙ୍କା । December 6, 2019
ତାଜା ଖବର ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡର ତାରାସିଗିଂ ବନାଞ୍ଚଳ କଳିଙ୍ଗପଦର ଜଙ୍ଗଲରୁ ମାଈ ହାତୀର ମୃତ୍ୟୁୁ । ୨ ହାତୀ ଲଢେଇରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର ଅନୁମାନ । ଘଟଣାସ୍ଥଳରେ ବନ ଅଧିକାରୀଙ୍କ ତଦନ୍ତ । December 6, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ମୃତ ବାରହା ଜବତ, ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ରାଜନଗର ଭିତରକନିକା ସୁନେଇ ରୂପେଇ ଜଙ୍ଗଲରେ ବାରହା ଶିକାର ବେଳେ ଧରିଲା ବନ ବିଭାଗ । ଫାର୍ସା, କଟୁରୀ ଓ ଠେଙ୍ଗା ଜବତ । December 6, 2019
ତାଜା ଖବର ହାଇଦ୍ରାବାଦ ଏନକାଉଣ୍ଟର ନେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ସେମାନେ ଦୋଷୀ, କଠୋର ଦଣ୍ଡ ମିଳିବାର ଥିଲା । ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଅଛି । ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି । ଭାରତରେ ବି ସମାନ ଆଇନ୍ ଆସିବା କଥା ।ଏହା ମୋ ବ୍ୟକ୍ତିଗତ ମତ । December 6, 2019
ତାଜା ଖବର ଭୁବନେଶ୍ୱର : ଗତକାଲି ଶେଷହୋଇଛି ବିଜେଡିର ସଭ୍ୟସଂଗ୍ରହ ଅଭିଯାନ । ଦୁଇଦିନ ମଧ୍ୟରେ ସଭ୍ୟଙ୍କ ସଂଖ୍ୟା ଜଣାପଡିବ । ହେଲେ ଗତ ବର୍ଷ ତୁଳନାରେ ଦୁଇ ଗୁଣ ହୋଇଥିବା ସୂଚନା । ଗତବର୍ଷ ୪୫ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲେ । ଏ ସଂପର୍କରେ ସୂଚନା ଦେଲେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀପ୍ରସାଦ ମିଶ୍ର । December 6, 2019
ତାଜା ଖବର ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପୁସ୍ତକ ମହୋତ୍ସବ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ । December 6, 2019
ତାଜା ଖବର ପିପିଲି: ସତ୍ୟବାଦୀ ବ୍ଲକ ନରେନ୍ଦ୍ରପୁର ପାଇକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗଙ୍ଗାଧର ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ବିମ୍ବାଧର ମହାପାତ୍ରଙ୍କ ୪ ବଖରା ଘର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । December 6, 2019
ତାଜା ଖବର ସୁବର୍ଣ୍ଣପୁର-ସମ୍ବଲପୁର ମେଟାକନି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଅଟୋ । ୪ ଜଣ ଗୁରୁତର, ୭ ସାମାନ୍ୟ ଆହ । ନିର୍ବନ୍ଧ ପାଇଁ ବରଗଡ଼ ଇଚ୍ଛାପୁରରୁ ଖେମାଲୋଏ ଆସି ଫେରିବା ବେଳେ ଦୁର୍ଘଟଣା । ଆହତ ଉଲୁଣ୍ଡା ପରେ ବୁର୍ଲା ସ୍ଥାନାନ୍ତର । December 6, 2019
ତାଜା ଖବର ଭଦ୍ରକ: ଧୂଷୁରୀ ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ । ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡାକରା । ଧୂଷୁରୀରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ । ଦୋକାନ ବଜାର ବନ୍ଦ । December 6, 2019