ତାଜା ଖବର ମାଲକାନଗିରି: ୫ ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ମାଓବାଦୀ ନାଁରେ ଗ୍ରାନାଇଟ୍ ଖଣି ଲିଜଧାରୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଗିରଫ ବ୍ୟକ୍ତିମାନେ ମାଲକାନଗିରି ମୋଟୁ ଓ ଆନ୍ଧ୍ରପ୍ରଦେଶର ସୂଚନା । November 24, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାରଙ୍କ ଶପଥ ଗ୍ରହଣକୁ ବିରୋଧ । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ଶିବସେନା । November 23, 2019
ତାଜା ଖବର ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଡକ୍ଟର ସିକ୍ତା ପତି । ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି । November 23, 2019
ତାଜା ଖବର ଦିଲ୍ଲୀ : ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ମିଳନୀ ଉଦଘାଟିତ । ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା । ଯୋଗଦେଇ ନାହାନ୍ତି ମହାରାଷ୍ଟ୍ର ରାଜ୍ୟପାଳ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଏନସିପି ଓ ବିଜେପି ଗଠନ କଲେ ସରକାର । ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିକୁ ନେଇ ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପ୍ରତିକ୍ରିୟା। କହିଲେ ଶିବସେନା ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟ ଏକ ବଡ଼ ଭୁଲ୍ ହୋଇଥାନ୍ତା । ପ୍ରଥମେ ସୋନିଆ ଗାନ୍ଧି CWCକୁ ଭାଙ୍ଗିବା ଦରକାର । କଂଗ୍ରେସ ଆଜି ମହାରାଷ୍ଟ୍ରରେ ଅଯଥାରେ ବଦନାମ୍ ହୋଇଛି । November 23, 2019
ତାଜା ଖବର ବାଲେଶ୍ୱର: ବ୍ରାଉନସୁଗର ବ୍ୟବସାୟକୁ ନେଇ ବସ୍ତା ଥାନା ଛାନୁଆ ଗାଁରେ ଉତ୍ତେଜନା । କିଣିବାକୁ ଆସିଥିବା ଲୋକକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଗାଁ ଲୋକ । ବିକ୍ରି କରୁଥିବା ବ୍ୟବସାୟୀକୁ ଗିରଫ କରିବା ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଲୋକ । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଲେ ଏସପି । November 23, 2019
ତାଜା ଖବର ଶିକ୍ଷା ବ୍ୟବସ୍ଥାରେ ଓଡ଼ିଶାରେ 5T ଆଣିଥିବା ପରିବର୍ତ୍ତନର ପ୍ରଶଂସା କଲେ ନିତି ଆୟୋଗ । ସାଥ୍-ଇ ପ୍ରକଳ୍ପ ଜରିଆରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ବିକାଶ ହୋଇଥିବା କହିଲେ ନିତି ଆୟୋଗ । November 23, 2019
ତାଜା ଖବର ଛତିଶଗଡ଼: ସୁକମା ବୁର୍କାପାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ୨ ମାଓବାଦୀ ନିହତ, ଗୁଳିଗୋଳା ଜବତ । November 23, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। November 22, 2019