ଟୋକିଓ ଅଲିମ୍ପିକ୍ସରେ ସାମିଲ ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ପରିବାରକୁ ଧମକ

ପୁଣେ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଅଂଶବିଶେଷ ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ପରିବାରଙ୍କୁ ମିଳୁଛି ଧମକ। ପ୍ରବୀଣଙ୍କ ମାତାପିତା ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି। ସୂଚନା ଅନୁଯାୟୀ, ପ୍ରବୀଣଙ୍କ ମାତାପିତା ଗାଁରେ ଘର ନିର୍ମାଣ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଗ୍ରାମବାସୀ ସେମାନଙ୍କୁ କାମ କରିବାକୁ ଦେଉନାହାଁନ୍ତି। ଏପରିକି ଧମକ ମଧ୍ୟ ଦେଉଛନ୍ତି। ଯାଦବଙ୍କ ପିତାମାତା କହିଛନ୍ତି ଯେ ଯଦି ସେମାନଙ୍କୁ ଘର ତିଆରି କରିବାକୁ ଅନୁମତି ନମିଳେ ତେବେ ସେମାନେ ନିଜ ଗାଁ ଛାଡିଦେବେବ।

ପ୍ରବୀଣ ଯାଦବଙ୍କ ପରିବାର ମହାରାଷ୍ଟ୍ରର ସାତାରା ଜିଲ୍ଲାର ସାରାଡେ ଗ୍ରାମରେ ରୁହନ୍ତି। ଏହି ଗାଁରେ ସେମାନଙ୍କର ଏକ ଛୋଟ ଘର ଅଛି, ଯାହାକୁ ସେମାନେ ବଢ଼େଇବାକୁ ଚାହୁଁଛନ୍ତି। ହେଲେ ପଡ଼ୋଶୀମାନେ ତାଙ୍କୁ ନିଜ ଜମିରେ ବି ଘର କରିବାକୁ ଦେଉନାହାଁନ୍ତି। ସେମାନେ କରିବାକୁ ଦେଉ ନାହାଁନ୍ତି ବୋଲି ଫ୍ରବୀଣଙ୍କ ପିତା ଅଭିଯୋଗ କରିଛନ୍ତି। ତେବେ ଯଦି ଏହି ବିବାଦ ତୁରନ୍ତ ନ ସୁଝେ ତେବେ ସେମାନେ ବାଧ୍ୟହୋଇ ଗାଁ ଛାଡିଦେବେ ବୋଲି ମଧ୍ୟ ସେ କହିଛନ୍ତି।

ଘଟଣା ସମ୍ପର୍କରେ ପ୍ରବୀଣ ଯାଦବ କହିଛନ୍ତି, “ମୋ ପିତା ରାଜ୍ୟ କୃଷି ନିଗମରେ ଚାକିରୀ କରନ୍ତି। ନିଗମ ତରଫରୁ ହିଁ ଆମକୁ ଏହି ଜମି ମିଳିଥିଲା। ସେନାରେ ଚାକିରି ପାଇବା ପରେ ଘରର ଆର୍ଥିକ ଅବସ୍ଥା ସୁଧୁରିଥିଲା ତେଣୁ ଆମେ ପ୍ରଥମେ ଦୁଇ କୋଠରୀ ବିଶିଷ୍ଟ ଘର ନିର୍ମାଣ କରିଥିଲୁ। ହେଲେ ବର୍ତ୍ତମାନ ଯେତେବେଳେ ଆମେ ଏକ ବଡ ଘର ନିର୍ମାଣ କରିବାକୁ ସ୍ଥିର କଲୁ, ପଡ଼ୋଶୀମାନେ ଏହାକୁ ବିରୋଧ କରୁଛନ୍ତି। ଆଉ ଦାବି କରୁଛନ୍ତି ଯେ, ସମଗ୍ର ଜମି ତାଙ୍କର।” ତେବେ ପ୍ରବୀଣଙ୍କ କହିବା ମୁତାବକ ନିଗମ ଦେଇଥିବା ଜମିର ପଟ୍ଟା ନଥିଲେ ବି ଏ ନେଇ ସେତବେଳେ ମୌଖୀକ ବୁଝାମଣା ହୋଇଥିଲା।

 

Leave a Reply