ତାଜା ଖବର ଆସିକା: ଗୋଟିଏ ଜେସିବି ମେସିନ୍ ସହ ୪ଟି ହାଇୱା ଜବତ । ୭ ଜଣ ବାଲି ମାଫିଆଙ୍କୁ ଗିରଫ କଲା ଆସିକା ପୋଲିସ । ଆସିକା ଏସଡିପିଓ ସୂର୍ଯମଣି ପ୍ରଧାନଙ୍କ ସୂଚନା । December 15, 2019
ତାଜା ଖବର ଆଠଗଡ଼: ବଜ୍ରକାପ୍ତାକୁ ଧରାଇଲେ ବନବିଭାଗ ପକ୍ଷରୁ ମିଳିବ ୧୦ହଜାର ଟଙ୍କା । ପୋଷ୍ଟର ମାରି ପୁରସ୍କାର ରାଶି ଘୋଷଣା କଲେ ଆଠଗଡ ବନାଞ୍ଚଳ ଅଧିକାରୀ ଆଇଶା ଅଖ୍ତରି ନିଶା । ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ୩ଟି ଫେଜରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । December 15, 2019
ତାଜା ଖବର ଖୋର୍ଦ୍ଧା: ବାଲୁଗାଁ ଛାତ୍ରୀ ହତ୍ୟା ଘଟଣାରେ ମୁଖ୍ୟ ଆସାମୀ ଭାଉଜ କାବେରୀ ବେହେରା ଗିରଫ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଖୋର୍ଦ୍ଧା ଏସପି । December 15, 2019
ତାଜା ଖବର ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ । କାଳିନ୍ଦୀ କୁଞ୍ଜ ରୋଡରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । December 15, 2019
ତାଜା ଖବର ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ଜୋରଦାର ବିରୋଧ । ଭାରତ ନଗର ନିକଟରେ ଡିଟିସି ବସରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ । ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ବାହିନୀ ନିୟୋଜିତ । December 15, 2019
ତାଜା ଖବର ସୋର: NH-୧୬ ଛପୁଲିଆ ଛକରେ ଅଟୋକୁ ଧକ୍କାଦେଲା ଟ୍ରକ୍, ୬ ଜଣ ଗୁରୁତର । ଗୋଟିଏ ପରିବାରର ବାପା, ମାଆ ଓ ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଅନ୍ୟ ୩ ଜଣ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତରିତ । December 15, 2019
ତାଜା ଖବର ଭୁବନେଶ୍ୱର: ୟୁନିଟ୍ ୮ ଡିଏଭି ଛକ ଟ୍ରାଫିକ ପୋଷ୍ଟରେ ଘରୋଇ ସଂସ୍ଥା ପକ୍ଷରୁ ଲାଗିଲା ସୋଲାର ଲାଇଟ୍ । ଉଦଘାଟନ କଲେ ଟ୍ରାଫିକ ଡିସିପି ସାଗରିକା ନାଥ । December 15, 2019
ତାଜା ଖବର ଯାଜପୁର: ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଅଘଟଣ । ଖରସ୍ରୋତା ନଦୀର ତନ୍ତିଘାଇରେ ବୁଡ଼ିଗଲେ ୨ ଭଉଣୀ । ନାଜରିନ୍ ବେଗମ ଉଦ୍ଧାର, ସାଇସ୍ତା ବେଗମ ନିଖୋଜ । ଅଗ୍ନିଶମ ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି । December 15, 2019
ତାଜା ଖବର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା । ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର । December 14, 2019
ତାଜା ଖବର ମୁମ୍ବାଇ: ଅସୁସ୍ଥତା ପାଇଁ ଭୁବନେଶ୍ୱର କୁମାରଙ୍କ ବଦଳରେ ଟିମରେ ସ୍ଥାନ ପାଇଲେ ଶାର୍ଦୁଲ ଠାକୁର । December 14, 2019