ପୁଅ ନାଁରେ କଳଙ୍କ, ନିରୀହ ମାଆକୁ ନର୍କ ଯନ୍ତ୍ରଣା ଦେଉଥିବା ପୁଅକୁ ଗିରଫ କଲା ପୋଲିସ୍‌

ଅନୁଗୁଳ: ପୁଅଠାରୁ ମାଆ ପାଉଛି ନର୍କ ଯନ୍ତ୍ରଣା। ଯେଉଁ ମାଆ ଦିନେ ପୁଅକୁ ଗର୍ଭରେ ୧୦ ମାସ ଦଶ ଦିନ ଧରି ଜନ୍ମ ଦେଇଥିଲା। କେତେ ଓଶା ବ୍ରତ କରି ପୁଅଟେ ପାଇଁ ଭଗବାନଙ୍କ ପାଖରେ ଗୁହାରି କରିଥିଲା, ସେଇ ପୁଅ ଆଜି ନିରୀହ ମାଆ ପାଇଁ ଶତ୍ରୁ ପାଲଟିଛି। ଯେଉଁ ପଣତ ଦିନେ ପୁଅର ଝାଳକୁ ପୋଛି ଦେଉଥିଲା ସେହି ପଣତର ସାହାରା ନେଇ ପୁଅ ମାଆର ତଣ୍ଟି ଚିପିବାକୁ ବି ପଛାଇନି। ପୁଅର କୁଆଁ କୁଆଁ କାନ୍ଦରେ ଦିନେ ମାଆର ଛାତି ଫାଟି ପଡ଼ୁଥିଲା ହେଲେ ଆଜି ମାଆ କଷ୍ଟରେ ଚିତ୍କାର କଲେ ବି ପୁର ଉପରେ ତିଳେ ମାତ୍ର ବି ଫରକ ପଡ଼ୁନି। ବୃଦ୍ଧା ମାଆକୁ ଦେଇ ଚାଲିଛି ମାଡ଼ ଉପରେ ମାଡ଼।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। କୌଣସି କାରଣ ପାଇଁ ମାଆର ଚୁଟି ଘୋଷାଡ଼ି ତଣ୍ଟି ଚିପି ନିର୍ଦୟ ଭାବରେ ମାଡ଼ ମାରି ଚାଲିଛି। ଏହି ଭିଡିଓ ଦେଖିଲେ ଆପଣ ମାନଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ।

ତେବେ ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ବନ୍ଧା ହୋଇଛି ସେହି ନିର୍ଦୟ ପୁଅ। ବୃଦ୍ଧା ମା’ଙ୍କୁ ମାଡ଼ ମାରୁଥିଲେ ଶିକ୍ଷିତ ପୁଅ। ଯେ କି ପେସାରେ ଜଣେ ଶିକ୍ଷକ। ଜଣେ ଶିକ୍ଷକ ହୋଇ ଦୁନିଆକୁ ଭଲ ଶିକ୍ଷା ଦେବା ପରିବର୍ତ୍ତେ ନିଜ ମା’କୁ ମାଡ ମାରୁଥିଲେ। ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର।

ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନ ନିଜ ମା’ଙ୍କୁ ମାଡ଼ ମାରୁଥିଲେ। ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଭିଡିଓ ଭାଇରାଲ ହୋଇଛି। ବୃଦ୍ଧା ମା’ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ମାଡ଼ ସେ କାହିଁକି ମାରୁଛନ୍ତି, ଜଣା ପଡ଼ି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ଼ ମାରନ୍ତି ବୋଲି ଜଣା ପଡ଼ିଛି। ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କିଶୋରନଗର ଥାନା ପୋଲିସ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନଙ୍କୁ ଗିରଫ କରିଛି।

ଏ ହେଉଛି ଏମିତି ଏକ ବିଡମ୍ବନା ଯାହା ଆଗକୁ ଗୋଟିଏ ପୁଅ ଜନ୍ମ କରିବା ପାଇଁ ମାଆ ଟେ ଶହେ ବାର ଭାବିବାକୁ ବାଧ୍ୟ ହେବ। ମୋତେ ସନ୍ତାନ ମୁକ୍ତ କରିଦିଅ ପଛେ ହେଲେ ଏମିତି ପୁଅ ମୋତେ ନଦେବାକୁ ଭଗବାନଙ୍କ ଆଗକରେ ଗୁହାରି ପଡ଼ିବ।

Leave a Reply