କେମିତି ହୁଏ ବ୍ରାଉସୁଗର ପ୍ୟାକିଂ ଠାରୁ ଡିଲିଂ ? କଳା କାରବାର ଉପରୁ ପରଦା ହଟାଇଲା ନନ୍ଦିଘୋଷ ଟିଭି

ଢ଼େଙ୍କାନାଳ: ବ୍ରାଉନସୁଗାର ପ୍ୟାକିଂ ଠାରୁ ଆରମ୍ଭ କରି ବେପାର ଏବଂ ସ୍ମୋକିଂ। ଏ ସବୁର ଟ୍ରିକ୍‌ କଣ। ଡିଲର ମାନେ କେମିତି ପାସଓ୍ୱାର୍ଡ୍ ମାଧ୍ୟମରେ ବେପାର କରନ୍ତି? କେମିତି ହୁଏ ପୁରା କାରବାର। ଏସବୁ ଉପରୁ ପରଦା ହଟାଇଛି ନନ୍ଦିଘୋଷ ଟିଭି।

ଢେଙ୍କାନାଳରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ। ଏନେଇ ପୂର୍ବରୁ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ୍। ବିପୁଳ ପରିମାଣର ଧଳା ଜହରକୁ ପୋଲିସ ଜବତ କରିଥିଲେ ସୁଦ୍ଧା ମୂଳରେ ପହଞ୍ଚିପାରିନାହିଁ। ହେଲେ ଚେରରେ ପହଞ୍ଚିଛୁ ଆମେ। ବିପଦକୁ ସାଥିରେ ଧରି ଖୋଜି ପାଇଛୁ ବ୍ରାଉନସୁଗାର କାରବାରର ସତ। ଧଳା ଜହର କେମିତି କଳା ପରଦା ଆଢୁଆଳରେ ବିକ୍ରି ହେଉଛି,କେମିତି ହେଉଛି ଏହାର ମାର୍କେଟିଂ ସେସବୁକୁ ଡିକୋଡ୍ କରିଛି ନନ୍ଦିଘୋଷ ଟିଭି ।

ଘଞ୍ଚ ଜଙ୍ଗଲରେ ଅନ୍ଧାର ରାତିରେ ନନ୍ଦିଘୋଷ ଟିଭି ପ୍ରତିନିଧି ପହଞ୍ଚିଥିଲେ ବ୍ରାଉନସୁଗାର ବେପାରୀଙ୍କ ନିକଟରେ। ବେପାରୀ ସାଜି ଆରମ୍ଭ କରିଥିଲେ ମୂଲଚାଲ। ପାସଓ୍ୱାର୍ଡରେ ଚାଲିଛି ପୁରା ବେପାର। ପାସଓ୍ୱାର୍ଡ ରହିଛି  ମାଛ। ବଡ ମାଛ ଆଉ ସାନ ମାଛ ନାଁରେ ମିଳୁଛି ଧଳା ଜହର। ମାଛକୁ କାଟି ବ୍ରାଉନସୁଗାର ଭର୍ତ୍ତି କରି ବେପାର ଚଳାଇଛନ୍ତି ଦଲାଲ୍। କଲିକତାରୁ ଟ୍ରେନରେ ଆସି ପହଞ୍ଚି ଯାଉଛି ଦଲାଲଙ୍କ ନିକଟରେ। ଆଉ ତାପରେ ଡିଲର ସାଜି ପହଞ୍ଚିଯାଉଛନ୍ତି ବେପାରୀ।

କେବଳ ବ୍ରାଉନସୁଗାର ନୁହେଁ ନିଶା ଟାବ୍ଲେଟ୍ ମଧ୍ୟ ଉପଲବ୍ଧ ହେଉଛି। ଯାହାର ଦାମ ରହିଛି ଗୋଟାକୁ ହଜାରେ ଟଙ୍କା। ଟଙ୍କା ଦେଲେ ପାଖରେ ପହଞ୍ଚିଯିବ ମାଲ୍। ପୋଲିସ ସହିତ ରହିଛି ବ୍ରାଉନ ସୁଗାର ବେପାରୀଙ୍କ ଲିଙ୍କ। ଏକଥା ଆମେ କହୁନୁ ଖୋଦ୍ ନିଜ ମୁହଁରେ କହୁଛନ୍ତି ଧଳା ଜହରର ଦଲାଲ୍। ତେବେ ମୁଲଚାଲ ବେଳେ ମୋବାଇଲ୍ ଫୋନ ରିଙ୍ଗ ହେବାରୁ ସନ୍ଦେହକୁ ଆସିଥିଲେ ଆମ ଟିମ୍। ମାଲ୍ ଦେବାକୁ ତତକ୍ଷଣାତ୍ ମନା କରିଦେବା ସହିତ ଆଡଭାନ୍ସ ମଧ୍ୟ ଫେରାଇ ଦେଇଥିଲେ।

Leave a Reply