ତାଜା ଖବର ଭୁବନେଶ୍ୱର: ରାଜଧାନୀରେ ୬୮ ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍ । ସପ୍ତମ ବାଟାଲିୟନରେ ଉଦଘାଟନ କଲେ ପୋଲିସ ଡିଜି ଅଭୟ । ଉଦଘାଟନୀ ଉତ୍ସବରେ ୨୫ଟି ଦଳର ମାର୍ଚ୍ଚ ପାଷ୍ଟ । December 16, 2019
ତାଜା ଖବର ନୂଆଦିଲ୍ଲୀ: ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପ୍ରସଙ୍ଗ । ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ । December 16, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ନୀତି ବିଳମ୍ବ । ୩ ନିଯୋଗ ସମ୍ପାଦକ, ମନ୍ଦିର ଏଜକ୍ୟୁଟିଭ୍ ସହ ବିବାଦ କାରଣରୁ ନୀତିକାନ୍ତିରେ ବାଧା । ଏ ଯାଏଁ ହୋଇନି ସକାଳ ଧୂପ । ୯ଟା ପରିବର୍ତ୍ତେ ଏବେ ହେଉଛି ପହିଲି ଭୋଗ । December 16, 2019
ତାଜା ଖବର ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆକ୍ଟକୁ ବିରୋଧ କରି ଦାଖଲ ହୋଇଥିବା ସମସ୍ତ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ୧୮ ତାରିଖରେ ହେବ ଶୁଣାଣି । December 16, 2019
ତାଜା ଖବର ପୁରୀ: ଭୋଗ ମଣ୍ଡପ ନୀତି ପରେ ବନ୍ଦ ରହିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ଦର୍ଶନ ବନ୍ଦ ରହିବ । December 16, 2019
ତାଜା ଖବର ଭୁବନେଶ୍ୱର: ପିଆଜ ଉପରେ ସଂଶୋଧିତ ନାଗରିକତା ଆଇନ୍ ପ୍ରଭାବ । ଆନ୍ଦୋଳନ ଯୋଗୁଁ ଆସି ପାରୁନି ପିଆଜ ଗାଡ଼ି । ରାଜ୍ୟକୁ ଆବଶ୍ୟକତା ଠାରୁ କମ୍ ପିଆଜ ଆସୁଛି । ଆଉ ଦୁଇରୁ ତିନିଦିନ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିବ କହିଲେ ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା । December 16, 2019
ତାଜା ଖବର ଭୁବନେଶ୍ୱର: ୟୁନିଟ୍ ୮ ଡିଏଭି ଛକ ଟ୍ରାଫିକ ପୋଷ୍ଟରେ ଘରୋଇ ସଂସ୍ଥା ପକ୍ଷରୁ ଲାଗିଲା ସୋଲାର ଲାଇଟ୍ । ଉଦଘାଟନ କଲେ ଟ୍ରାଫିକ ଡିସିପି ସାଗରିକା ନାଥ । December 15, 2019
ତାଜା ଖବର ଯାଜପୁର: ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଅଘଟଣ । ଖରସ୍ରୋତା ନଦୀର ତନ୍ତିଘାଇରେ ବୁଡ଼ିଗଲେ ୨ ଭଉଣୀ । ନାଜରିନ୍ ବେଗମ ଉଦ୍ଧାର, ସାଇସ୍ତା ବେଗମ ନିଖୋଜ । ଅଗ୍ନିଶମ ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି । December 15, 2019
ତାଜା ଖବର ଖୋର୍ଦ୍ଧା: ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସଙ୍କୁ ଗୁଳିମାଡ଼ । କ୍ଲିନିକରେ ଡାକ୍ତର ଓ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର । ୨ ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିବା ଅଭିଯୋଗ । December 15, 2019
ତାଜା ଖବର ଭୁବନେଶ୍ୱର: ୧୪ ତମ ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଉଦଘାଟିତ । ଉଦଘାଟନ କଲେ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । December 15, 2019