‘ପାକିସ୍ତାନକୁ କାଶ୍ମୀର ଭେଟି ଦେବ ତାଲିବାନ, ଆଫଗାନକୁ ନେଇ ଉତ୍ସାହିତ ଇମରାନଙ୍କ ଦଳ‘

1 min read

ଲାହୋର: ତାଲିବାନ ଅଫଗାନିସ୍ତାନ ଦଖଲ କରିବା ପରେ ବାଉଳି ହେଲାଣି ପାକିସ୍ତାନ  । ରକ୍ତର ହୋଲି ଖେଳୁଥିବା ତାଲିବାନ ଏବେ ମଧ୍ୟ ଆଫଗାନରେ ଆତଙ୍କ ରଚୁଛି  । କିଏ ଦେଶରେ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଆଦରି ନେଉଛି ତ, ଆଉ କିଏ ବଞ୍ଚିବାର ଆଶା ନେଇ ମୃତ୍ୟୁର ଦ୍ୱାରଦେଶରେ ପହଁଚୁଛି  । ଏପରି ସ୍ଥିତି ଭିତରେ ତାଲିବାନ ସରକାର ଗଢିବା ନେଇ ଅଡ଼ି ବସିଥିବାବେଳେ ବିଶ୍ୱ ସମୂହ କିନ୍ତୁ ସମର୍ଥନ ଦେଇନାହିଁ  । ଏପଟେ ଇମରାନ ଖାନଙ୍କ ଦଳର କିଛି ନେତାଙ୍କ ମନ୍ତବ୍ୟ ଧୁମ ଭାଇରାଲ ହେବାରେ ଲାଗିଛି  ।

ପାକିସ୍ତାନ ଗଣମାଧ୍ୟମର ବିତର୍କରେ ଭାଗ ନେଇ ପାକିସ୍ତାନ ତହରିକ-ଏ-ଇଶାଙ୍କ (ପିଟିଆଇ) ଦଳର ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାବା ବର୍ତ୍ତମାନ କୋଦ ପାକିସ୍ତାନ ରାଜନୀତିକୁ ଖୋରାକ ଯୋଗାଇଛି  । ଅଫଗାନିସ୍ତାନରେ ତାଲିବାନ ସରକାର ଗଢିବା ପରେ ଏହା ପାକିସ୍ତାନ ପାଇଁ କାମ କରିବା ବୋଲି କହିଛନ୍ତି ଦଳର ନେତା ନୀଲମ ଇରସାଦ ସେଖ୍  । ତାଲିବାନ ପାକିସ୍ତାନ ସହ ମିଶି କାମ କରିବ ଏବଂ ଭାରତ ଠାରୁ କାଶ୍ମୀରକୁ ଛଡ଼ାଇ ପାକିସ୍ତାନ ହାତରେ ସମର୍ପି ଦେବ ବୋଲି କହିଛନ୍ତି ଏହି ନେତା  ।

ନୀଲମଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି  । ଇମରାନ ଖାନଙ୍କ ଦଳର ନେତାଙ୍କର ଏଭଳି ମନ୍ତବ୍ୟକୁ ସୋସିଆଲ ମିଡି଼ଆରେ ହାସ୍ୟାସ୍ପଦ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି  । ସେପଟେ ସାମ୍ବାଦିକ ଜଣଙ୍କ ମଧ୍ୟ ପ୍ରଶ୍ନ କରି କହିଛନ୍ତି ଯେ, ପାକିସ୍ତାନ ସେନା ତେବେ କଣ କରୁଛି ? ଯଦି ପାକିସ୍ତାନର ସାମର୍ଥ୍ୟ ରହିଛି ତେବେ ତାଲିବାନ କଣ ପାଇଁ କାଶ୍ମୀର ପାଇଁ ଲଢାଇ କରିବ ବୋଲି କହିଛନ୍ତି ସାମ୍ବାଦିକ  ।

Leave a Reply