ତାଜା ଖବର ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ। ଫଟୋ ପୁସ୍ତିକା ‘MAJESTIC MARA’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ମାରାରେ ଓଡ଼ିଶାର ୩ ପ୍ରତିଷ୍ଠିତ ଫଟୋଗ୍ରାଫର କରିଥିଲେ ଫଟୋଗ୍ରାଫି । ପୁରୀ ଗଜପତି ଦିବ୍ୟସିଂହ ଦେବ କରିଛନ୍ତି ଭିଡିଓଗ୍ରାଫି । November 16, 2019 ')}
ତାଜା ଖବର ୧୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ କରିବାକୁ ପଦକ୍ଷେପ ନିଆଯାଇଛି । ବାକି ୨୦ଟି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ପାର୍କ ହେବ । ଗୋଟିଏ ପାର୍କ ପାଇଁ ୩୦ ମାସ ସମୟ ଲାଗୁଛି । ପ୍ରତି ପାର୍କ ଲାଗି ସାଢେ ୬ କୋଟି ଟଙ୍କା ଅର୍ଥ ବରାଦ ହୋଇଛି । ଗୃହରେ ସୂଚନା ଦେଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । November 16, 2019 ')}
ତାଜା ଖବର ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଉଠାଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ବୈକୁଣ୍ଠନାଥ ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗର ରେଡ୍ । ଏକକାଳୀନ ଭୁବନେଶ୍ୱର, ଯାଜପୁର ସମେତ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଚଢାଉ । November 16, 2019 ')}
ତାଜା ଖବର ଗାନ୍ଧୀଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ପିଲାଙ୍କୁ କୌଣସି ଭୂଲ ତଥ୍ୟ, ବିଭ୍ରାନ୍ତି କିମ୍ବା ଘଟଣାଚକ୍ରକୁ ବଦଳାଇବା ଉଦ୍ଦେଶ୍ୟ ନଥିଲା । ଅନିଛାକୃତ ତ୍ରୁଟି ଲାଗି ପୁସ୍ତକ ପ୍ରତ୍ୟାହାର ହୋଇଛି । ଜଣଙ୍କୁ ସେବାନିବୃତ୍ତ ସହ ୨ ଜଣଙ୍କୁ କୈଫିୟତ ତଲବ କରାଯାଇଛି। ସଂଶୋଧିତ ପୁସ୍ତକ ମାସେ ଭିତରେ ଆସିବ । November 16, 2019 ')}
ତାଜା ଖବର ଗୃହରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ଉତ୍ତର । ଗତ ୫ ବର୍ଷ ଭିତରେ ରାଜ୍ୟରେ ୯୦,୮୯୦ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଥିବା ବେଳେ ନିଯୁକ୍ତି ପାଇଛନ୍ତି ୨୦,୫୦୭ ଜଣ । ୭୦ ପ୍ରତିଶତ ନିଯୁକ୍ତି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ନିଯୁକ୍ତି ପାଇ ଯୋଗ ଦେଉନାହାନ୍ତି ତାଲିମପ୍ରାପ୍ତ । November 16, 2019 ')}
ତାଜା ଖବର ବଲାଙ୍ଗୀର : ବଲାଙ୍ଗୀର ଅଗଲାପୁର ବ୍ଲକ ଧଉରାଦଦାର ଗାଁରେ ଅଘଟଣ । ଧାନକ୍ଷେତ ଜଗିଥିବା ଚାଷୀଙ୍କୁ ଦଳିଦେଲା ହାତୀ । ଗତକାଲି ବିଳମ୍ବିତ ରାତିରେ କ୍ଷେତରେ ଶୋଇଥିବା ବେଳେ ଶ୍ରୀରାମ ବିଶ୍ୱାଳକୁ ଦଳିଦେଲା ହାତୀ । November 16, 2019 ')}
ତାଜା ଖବର କଟକ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ । ପୋଲିସ କମିଶନର, କଟକ ଭୁବନେଶ୍ୱର ଡିସିପି, ଟ୍ରାଫିକ୍ ଡିସିପି, ଏୟାରପୋର୍ଟ ନିର୍ଦ୍ଦେଶକ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓସିଏ ସଭାପତି ପଙ୍କଜ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା ଉପସ୍ଥିତ । ଡିସେମ୍ବର ୨୨ରେ ମ୍ୟାଚ୍ । November 16, 2019 ')}
ତାଜା ଖବର କେରଳ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର । ୧୦ ହଜାରରୁ ଅଧିକ ପୋଲିସ ମୁତୟନ । ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର । ଗତକାଲି ସୁପ୍ରିମକୋର୍ଟ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି ମାମଲା । November 16, 2019 ')}
ତାଜା ଖବର ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ହାଉସକିପିଂ ସୁପରଭାଇଜର କବୀର ମୋହନ ଦୀପ । ଅସ୍ଥାୟୀ ସୁଇପର ଭାବେ ନିଯୁକ୍ତି ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା କୋରାପୁଟ ଭିଜିଲାନ୍ସ ଡିଭିଜନ । November 16, 2019 ')}
ତାଜା ଖବର ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସବୁ ଦଳର ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । November 16, 2019 ')}