ଶାହରୁଖଙ୍କ ବିଜ୍ଞାପନ ବନ୍ଦ କଲା ବାଇଜୁ’ସ୍, ବାର୍ଷିକ ମିଳୁଥିଲା ୩ରୁ ୪କୋଟି ଟଙ୍କା

1 min read

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଫସି ରହିଥିବା ଆର୍ଯ୍ୟନ୍ ଖାନଙ୍କ ଘଟଣା ଏବେ ତାଙ୍କ ପିତା ଶାହାରୁଖ ଖାନଙ୍କ ପ୍ରଫେସନ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଲର୍ନିଂ ଆପ୍ BYJU’s ଏହି ବଲିଉଡ ଅଭିନେତାଙ୍କର ସମସ୍ତ ବିଜ୍ଞାପନ ଉପରେ କଟକଣା ଲଗାଇଛି | କେବଳ ଏତିକି ନୁହେଁ, ଶାହାରୁଖଙ୍କ ପ୍ରି-ବୁକିଂ ବିଜ୍ଞାପନ ରିଲିଜ୍ ମଧ୍ୟ ଏବେ ହୋଇପାରିବ ନାହିଁ।

ଶାହରୁଖଙ୍କର ସ୍ପୋନସରସିପ୍ ଡିଲରେ BYJU’s ସବୁଠାରୁ ବଡ ବ୍ରାଣ୍ଡ ଥିଲା। ଏହି ବ୍ରାଣ୍ଡ ପାଇଁ ଶାହରୁଖଙ୍କୁ ବାର୍ଷିକ ୩ରୁ ୪କୋଟି ଟଙ୍କା ମିଳୁଥିଲା । ୨୦୧୭ ମସିହା ଠାରୁ ସେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି । ଏହା ବ୍ୟତୀତ ଆଇସିସିଆଇ ବ୍ୟାଙ୍କ, ରିଲାଏନ୍ସ ଜିଓ, ​​ଏଲଜି, ଦୁବାଇ ଟୁରିଜିମ୍, ହୁଣ୍ଡାଇ ପରି ପ୍ରାୟ ୪୦ କମ୍ପାନୀର ଏଣ୍ଡୋର୍ସମେଣ୍ଟ ତାଙ୍କ ପାଖରେ ରହିଥିଲା ।

ଆର୍ଯ୍ୟନଙ୍କ ଗିରଫଦାରୀ ପରେ ସୋସିଆଲ୍ ମିଡିଆରେ ଶାହରୁଖଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ ୟୁଜର୍ସ । ଏପରିକି ଶାହରୁଖଙ୍କ ପ୍ରମୋସନ୍ କରୁଥିବା ବ୍ରାଣ୍ଡ ଗୁଡିକୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଇନଥିଲେ ଲୋକମାନେ ।

ସୋସିଆଲ୍ ମିଡିଆରେ ୟୁଜର୍ସ ବାରମ୍ବାର BYJU’sକୁ ପ୍ରଶ୍ନ କରିଥିଲେ ଯେ ଶାହରୁଖଙ୍କୁ ବ୍ରାଣ୍ଡ ଆମ୍ବାସଡର କରି କମ୍ପାନୀ କ’ଣ ମେସେଜ୍ ଦେବାକୁ ଚାହୁଁଛି? । କ’ଣ ଅଭିନେତା ତାଙ୍କ ପୁଅଙ୍କୁ ଠିକ୍ ରାସ୍ତା ଦେଖାଇ ପାରିଛନ୍ତି କି?

Paytm ପରେ ସବୁଠୁ ବଡ଼ ଷ୍ଟାର୍ଟଅପ୍ ହେଉଛି BYJU’S

ବାଇଜୁ ରବିନ୍ଦ୍ରନଙ୍କ ଏଡୁଟେକ୍ ଷ୍ଟାର୍ଟଅପ୍ BYJU’S ଡେକାକର୍ନ କ୍ଲବରେ ସାମିଲ ରହିଛି । ସାଧାରଣତଃ ୧୦ ବିଲିୟନ୍ ଡଲାରର ଭେଲ୍ୟୁସନ୍ ହାସିଲ୍ କରିଥିବା ଷ୍ଟାର୍ଟଅପକୁ ଡେକାକର୍ନ କୁହାଯାଇଥାଏ। ଏହା ଷ୍ଟାର୍ଟଅପ୍ ଲାଗି ଏକପ୍ରକାର ସମ୍ମାନଜନକ ଉପଲବ୍ଧି । ସିଲିକନ୍ ଭେଲିର ନିବେଶକ ଓ ଏନାଲିଷ୍ଟ ମେରି ମିକର୍ସଙ୍କ ଇନଭେଷ୍ଟମେଣ୍ଟ କମ୍ପାନୀ ବଣ୍ଡ୍ କ୍ୟାପିଟାଲ୍ ପକ୍ଷରୁ BYJU’Sରେ ୧୦.୫ ବିଲିୟନ୍ ଡଲାରର ନିବେଶ କରାଯାଇଥିଲା ।

କୋଚିଂ କ୍‌ଲାସରୁ ଆରମ୍ଭ BYJU’Sର ଯାତ୍ରା

୩୯ ବର୍ଷୀୟ ରବିନ୍ଦ୍ରନ୍ କ୍ୟାଟର ପ୍ରସ୍ତୁତି କରାଇବା ଲାଗି ୨୦୦୭ରେ କୋଚିଂ କ୍ଲାସ୍ ଆରମ୍ଭ କରିଥିଲେ । ୨୦୦୯ ବେଳକୁ ଅନେକ ଛାତ୍ର ତାଙ୍କ ସହ ସାମିଲ ହୋଇଥିଲେ । ପରେ ୨୦୧୧ ବେଳକୁ ସେ ଥିଙ୍କ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ୍ ଲି. ସହ ନିଜ କମ୍ପାନୀକୁ ରେଜିଷ୍ଟ୍ରେଟ୍ କରାଇଥିଲେ ।

ପରେ ୨୦୧୫ ରେ ଆପ୍ ଲଞ୍ଚ କରିବା ସହ କମ୍ପାନୀକୁ ବଡ଼ ସଫଳତା ମିଳିଥିଲା । ଯାହା ପରେ ଦୁନିଆର ପ୍ରତିଷ୍ଠିତ କମ୍ପାନୀ ମାନେ ଏଥିରେ ନିବେଶ କରିବା ଆରମ୍ଭ କରିଥିଲେ । ୨୦୧୮ ବେଳକୁ କମ୍ପାନୀର ଭେଲ୍ୟୁସନ୍ ୧ ବିଲିୟନ୍ ଡଲାରରେ ପହଞ୍ଚିଥିଲା ।

Leave a Reply