Time Magazineର ପାଠକଙ୍କୁ ପ୍ରଶ୍ନ : ଫେସବୁକକୁ ଡିଲିଟ୍ କରିବେ ?

1 min read

ନୂଆଦିଲ୍ଲୀ: ଲୋକପ୍ରିୟ ଟାଇମ୍ ମାଗାଜିନର ଚଳିତ ସଂସ୍କରଣର କଭର ପେଜରେ ଫେସବୁକ୍ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ଫଟୋ ପ୍ରକାଶ ପାଇଛି । ଏଥିସହିତ ମାଗାଜିନ୍ ପକ୍ଷରୁ ଦାବି କରାଯାଇଛି, ଫେସବୁକ୍ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଫେସବୁକ ସୁରକ୍ଷା ବଦଳରେ ଲାଭ ଉପରେ ଅଧିକ ଧ୍ୟାନ୍ ଦେଉଛି ବୋଲି ଦାବି କରିଛି ମାଗାଜିନ୍ ।

ଏପରିକି କଭର ଫଟୋରେ ଆପକୁ ଡିଲିଟ୍ କରିବାର ଆଇକନ୍ ମଧ୍ୟ ରହିଛି । ଯେଉଁଥିରେ ଆପ୍ ଡିଲିଟ୍ କରିବା ନେଇ ପାଠକ ମାନଙ୍କୁ ପ୍ରଶ୍ନ ମଧ୍ୟ ପଚରାଯାଇଛି ।

ମାଗାଜିନର ୱେବସାଇଟରେ ପ୍ରକାଶିତ ଟାଇମ୍ କଭରରେ ଏକ କ୍ୟାପସନ୍ ମଧ୍ୟ ଲେଖା ଯାଇଛି । ଏହି କଭର ଷ୍ଟାେରୀରେ ଫେସବୁକର ସିବିକ୍ ଇଣ୍ଟିଗ୍ରିଟି ଟିମ୍ ବିଷୟରେ ମଧ୍ୟ ବିସ୍ତାର ରୂପେ ସୂଚନା ଦିଆଯାଇଛି । ଭୁଲ୍ ସୂଚନା ଓ ଘୃଣ୍ୟ ତଥ୍ୟ ଭଳି ଖବର ବିରୋଧରେ ଲଢୁଥିବା କର୍ମଚାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ବାହାର କରିଦିଆଯାଇଥିଲା । ଫେସବୁକ୍ ୨୦୨୦ରେ ଏକ ଟିମକୁ ଭାଙ୍ଗି ଦେଇଥିଲା । ଯାହା ପରେ ଫେସବୁକର ପୂର୍ବତନ କର୍ମଚାରୀ ଫ୍ରାନ୍ସେସ୍ ହୋଗେନ୍ କମ୍ପାନୀର ଆଭ୍ୟନ୍ତରିଣ ଗତିବିଧିକୁ ସାର୍ବଜନୀନ କରିଥିଲେ ।

ଆହୁରି ମଧ୍ୟ କଭର ଷ୍ଟୋରୀକୁ ବିଲି ପୋରିଗୋ ରିପୋର୍ଟ କରିଥିଲେ । ପୋରିଗୋଙ୍କ କହିବାନୁସାରେ ଫେସବୁକର ଆଗାମୀ ଭବିଷ୍ୟତ କେଉଁ ଦିଗରେ ଯିବ ଜଣାନାହିଁ, କିନ୍ତୁ ଆଭ୍ୟନ୍ତରିଣ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।

Leave a Reply