ତାଜା ଖବର ମୁମ୍ବାଇ : ସେନସେକ୍ସରେ ସର୍ବକାଳୀନ ରେକର୍ଡ । କାରବାର ଆରମ୍ଭରୁ ୨ ଶହ ପଏଣ୍ଟ ବୃଦ୍ଧି ପାଇ ୪୧ ହଜାର ୧୦୦ ଟପିଲା ସୂଚକାଙ୍କ । ୧୨,୧୨୬ ପଏଣ୍ଟରେ ପହଞ୍ଚିଲା ନିଫଟି । November 26, 2019
ତାଜା ଖବର ଭୁବନେଶ୍ୱର: ଲୋକସେବା ଭବନରେ UIDAI କାର୍ଯ୍ୟକାରୀ କମିଟି ବୈଠକ । ଜାତୀୟ ହାର ତୁଳନାରେ ଆଧାର ପଞ୍ଜିକରଣରେ ଓଡ଼ିଶା ଆଗରେ । ୦ରୁ ୧୮ ବର୍ଷ ବର୍ଗରେ ପଞ୍ଜିକରଣ ବଢାଇବା ଲାଗି ଅଙ୍ଗନୱାଡ଼ି, ହସ୍ପିଟାଲ ଓ ଜନ୍ମମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଖୋଲିବ ଆଧାର କେନ୍ଦ୍ର । November 26, 2019
ତାଜା ଖବର ଭୁବନେଶ୍ୱର : ଅଧା କାମ କରି ରାସ୍ତା କାମ ବନ୍ଦ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି କଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। କହିଲେ, ଏପରି ହେଲେ ଯାଇ PMGSY ସଫଳ ହେବ। ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ନିମ୍ନମାନ କାମର ଯାଞ୍ଚ ହେବ, ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ ହେବେ ଠିକାଦାର । November 26, 2019
ତାଜା ଖବର କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ ସଭାପତି ପଦରୁ ହଟିଲେ ପ୍ରମୋଦ ସାହୁ । ରେଜିଷ୍ଟାର ଅଫ୍ କୋ-ଅପରେଟିଭ୍ ସୋସାଇଟ୍ସର କାର୍ଯ୍ୟାନୁଷ୍ଠାନ । ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରମୋଦ । November 26, 2019
ତାଜା ଖବର ଭୁବନେଶ୍ୱର : ଅଧା କାମ କରି ରାସ୍ତା କାମ ବନ୍ଦ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି କଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। କହିଲେ, ଏପରି ହେଲେ ଯାଇ PMGSY ସଫଳ ହେବ। ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ନିମ୍ନମାନ କାମର ଯାଞ୍ଚ ହେବ, ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ ହେବେ ଠିକାଦାର । November 26, 2019
ତାଜା ଖବର ନୂଆଦିଲ୍ଲୀ: ପ୍ରଶ୍ନପତ୍ର ପାର୍ଟନରେ ବଡ଼ ଧରଣର ପରିବର୍ତ୍ତନ ଆଣିବ ସିବିଏସଇ । ୨୦୨୩ ମସିହାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ରରେ ପରିବର୍ତ୍ତନ ଆଣିବା ନେଇ ବୋର୍ଡ ସେକ୍ରେଟାରୀ ଅନୁରାଗ ତ୍ରିପାଠୀଙ୍କ ସୂଚନା । November 26, 2019
ତାଜା ଖବର ଅନୁଗୁଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼। ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ଧରଣୀ ଧର ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଘଟିଛି ଘଟଣା । November 25, 2019
ତାଜା ଖବର ନୀଳଗିରି ଗୋପାଳପୁର ଜଙ୍ଗଲ ନିକଟରେ ଝାଡ଼ଖଣ୍ଡୀ ହାତୀ । ସୋନ ନଈ ପାର ହୋଇ କାଠପାଳ ଦେଇ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଗୋପାଳପୁର ଜଙ୍ଗଲ ମୁଁହା । ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । November 25, 2019
ତାଜା ଖବର ଭୁବନେଶ୍ୱର : କୋରାପୁଟରେ ୩୩୮ ଡାକ୍ତର ପଦବୀରୁ ୧୯୦ ପଦବୀ ଖାଲି ଅଛି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓପିଡ଼ିରେ ୨୩.୪୪ ଏବଂ ଆଇପିଡ଼ିରେ ୯ ପ୍ରତିଶତ ରୋଗୀ ବଢିଥିବା ଗୃହରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । November 25, 2019
ତାଜା ଖବର ଭୁବନେଶ୍ୱର : ସେପ୍ଟେମ୍ୱର ସୁଦ୍ଧା ରାଜ୍ୟ ବଜେଟର ୩୭ ପ୍ରତିଶତ ଅର୍ଥାତ ୫୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ଵାଚନରେ ଆଚରଣ ବିଧି ଲାଗୁ ସହ ଫୋନି ପାଇଁ ଖର୍ଚ୍ଚରେ ବିଳମ୍ବ ହୋଇଛି। ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନାକୁ ଅଧିକ ଵ୍ୟବସ୍ଥିତ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାନସଭାରେ କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । November 25, 2019