ବର୍ଷକୁ ରାଜଧାନୀରେ ରୁଜୁ ହେଉଛି ୩ ଶହରୁ ଅଧିକ ନାବାଳିକା ଅପହରଣ ମାମଲା

ଭୁବନେଶ୍ୱର: ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୋଲିସର ପଦକ୍ଷେପ । ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ତିନି ଶହରୁ ୩୫୦ଟି ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ କରାଯାଉ ଥିବା ଦେଖିବାକୁ ମିଳୁଛି ।

More Than Three Hundred Minor Girl Kidnapping Case Registered In Bhubaneswar In One Year

ଯାହା ପୋଲିସ  ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ଓ ମ୍ୟାନ ମିସିଂ ସେଲ ଦ୍ୱାରା ଟ୍ୱିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ କରିଛି କମିଶନରେଟ୍ ପୋଲିସ । ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ସଚେତନ କରିବ । ବସ୍ତି ସହ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ ।

More Than Three Hundred Minor Girl Kidnapping Case Registered In Bhubaneswar In One Year

‘ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ୨୫୪୫୪୪୫ ନମ୍ବରରେ ଯୋଗାଯୋଗ କରି ପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ । ଏହି ନମ୍ବର ଦିନ ୧୦ରୁ ଅପରାହ୍ଣ ୫ଟା ଯାଏଁ କାର୍ଯ୍ୟ କରିବ । ‘ପ୍ରାରମ୍ଭ’ର ସଫଳତାକୁ ଦେଖି ପରବର୍ତ୍ତୀ ସମୟରେ ଏହା କଟକକୁ ସମ୍ପ୍ରସାରିତ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave a Reply