‘ପ୍ରଦୀପ ତୁମେ ବିଧାୟକ ପଦ ଛାଡ଼’ ଜୋର୍ ଧରିଲା ଦାବି

Youth Protest Against Gopalpur MLA Pradeep Panigrahi In Rangeilunda

ଭୁବନେଶ୍ୱର: ଏପଟେ ରେଡ୍, ସେପଟେ ବିରୋଧ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ନିଜ ନିର୍ବାଚନ ମଣ୍ଡଳିର ଶହ ଶହ ଶିକ୍ଷିତ ଯୁବକଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଠକିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତଦନ୍ତ ବେଳେ ବେଆଇନ୍ ଭାବେ ୫ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ପ୍ରଦୀପ ଥିବା ଭିଜିଲାନ୍ସ ଖୋଳତାଡ଼ରୁ ଜଣା ପଡ଼ିଥିଲା ।

Youth Protest Against Gopalpur MLA Pradeep Panigrahi In Rangeilunda

ଏବେ ପୁଣି ଭିଜିଲାନ୍ସ ପ୍ରଦୀପଙ୍କ ଘର ସହ ୧୫ଟି ସ୍ଥାନରେ ରେଡ୍ କରିଛି । ୨୩ ଘଣ୍ଟାର ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ତଥ୍ୟ । ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ସହ ୨୪ ଲକ୍ଷରୁ ଅଧିକ ଟଙ୍କାର ଦାମୀ ହାର ମିଳିଛି । ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ଭିଜିଲାନ୍ସ ପଦକ୍ଷେପ ନେଇଛି ।

ଏଥିସହ ପଢ଼ନ୍ତୁ: ରେଡ୍ ବେଳେ ପ୍ରଦୀପଙ୍କ ଘରୁ ୨୪ ଲକ୍ଷର ହାର ଜବତ, ଫ୍ରିଜ୍ ହେବ ବ୍ୟାଙ୍କ ଆକାଉଣ୍ଟ

ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଠକି ଅୟସ୍ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସ୍ୱର ଶାଣିତ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଯୁବକ । ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋପାଳପୁର ବିଧାୟକ ପଦରୁ ହଟାଇବା ଲାଗି ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି । ପୂର୍ବରୁ ପ୍ରଦୀପଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେଡି ।

Leave a Reply