ଦୀପାବଳି ଟିପ୍ସ୍‌ ପରେ ଟ୍ରୋଲ୍‌ ହେଲେ ବିରାଟ, ପଡ଼ିପାରେ ଟି-୨୦ ଓ୍ୱାର୍ଲଡ କପ୍‌ ପର୍ଫମାନ୍ସ ଉପରେ ପ୍ରଭାବ

2 min read

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି। ସେ ଆଇପିଏଲ୍‌ ମ୍ୟାଚ୍‌କୁ ନେଇ ହେଉ କିମ୍ବା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ହେଉ। କିଛି ଦିନ ପୂର୍ବରୁ ତାଙ୍କ କ୍ୟାପ୍‌ଟେସିପ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥିଲେ ବିରାଟ। ଆଉ ଏବେ ଆଉଥରେ ଟ୍ରୋଲ୍‌ ହୋଇଛନ୍ତି ଆଗକୁ ଆସୁଥିବା ଦୀପାବଳି ପାଇଁ ଟିପ୍ସ୍‌କୁ ନେଇ। ବିରାଟ ତାଙ୍କର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୀପାବଳି ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଟିମ୍ ଇଣ୍ଡିଆର ଅଧିନାୟକ କହିଛନ୍ତି ଯେ ଚଳିତ ବର୍ଷ ଭାରତ ତଥା ବିଶ୍ୱର ଲୋକଙ୍କ ପାଇଁ ବହୁତ କଷ୍ଟର ସହ ପରିସ୍ଥିତିକୁ ସାମ୍ନାକ କରିବାକୁ ପଡ଼ିଛି।

ଆମ ଦେଶରେ ସମସ୍ତେ ଏବେ ଉତ୍ସାହର ସହିତ ଦୀପାବଳି ପାରିବା ପାଇଁ ଅପେକ୍ଷା କରିଛନ୍ତି। କେମିତି ପରିବାର ଏବଂ ସାଙ୍ଗ ମାନଙ୍କ ସହ ଭଲରେ ଦୀପାବଳି ମନେଇପାରିବେ ସେନେଇ ଏକ ଟିପ୍ସ ଦେବେ ବୋଲି କହିଛନ୍ତି ବିରାଟ। ତେବେ ବିରାଟଙ୍କର ଏଭଳି ଟ୍ୱିଟ୍‌ ପରେ ବିରାଟଙ୍କୁ ପସନ୍ଦ କରୁନଥିବା ଲୋକେ ଏହାକୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ଏହି ଭିଡିଓ ଆସିବା ପରେ ଟ୍ୱିଟରରେ #Sunokohli ଟ୍ରେଣ୍ଡ୍‌ କରୁଛନ୍ତି। ଲୋକମାନେ ବିଭିନ୍ନ ପ୍ରକାରର ମେମ୍ ତିଆରି କରି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। ଗତ ବର୍ଷ ମଧ୍ୟ କୋହଲି ଦୀପାବଳି ସମୟରେ ବହୁତ ଟ୍ରୋଲ ହୋଇଥିଲେ। ସେ ଦୀପାବଳିରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଟ୍ୱିଟ୍‌ କରି କହିଥିଲେ କି ବାଣ ନ ଫୁଟାଇବା ପାଇଁ। ଆମେ ଜାଣୁ କିପରି ଆମର ପର୍ବ ପାଳନ କରାଯାଏ।

ଆମେ ଜାଣୁ କିପରି ଆମର ପର୍ବ ପାଳନ କରାଯାଏ

ସୋସିଆଲ ମିଡିଆରେ କୋହଲିଙ୍କୁ ଟ୍ରୋଲ କରି ଲୋକମାନେ କହିଛନ୍ତି ଯେ ଆମର ପର୍ବ କିପରି ପାଳନ କରାଯାଏ ତାହା ଆମେ ଜାଣୁ। ଦୀପାବଳିକୁ କିପରି ପାଳନ କରାଯିବ ସେ ବିଷୟରେ ପ୍ରଚାର କରିବା ପରିବର୍ତ୍ତେ ଆଗାମୀ ଟି -20 ବିଶ୍ୱକପ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଟ୍ରୋଲ କରି କୁହାଯାଇଛି।

ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ବର୍ତ୍ତମାନ ଦୁବାଇରେ ଅଛି। ଆଜି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଏଥି ସହିତ ଦଳକୁ ଅକ୍ଟୋବର ୨୪ ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ। ତେବେ ଏଭଳି ଟ୍ୱିଟ୍‌ ରେ ବିରାଟ ଟ୍ରୋଲ ହେବା ପରେ ତାଙ୍କର ଖେଳରେ କିଛି ପ୍ରଭାବ ପଡ଼ିପାରେ ବୋଲି ମତ ପ୍ରକାଶ ପାଇଛି।

https://twitter.com/HumbleRekha/status/1449809896896020481?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1449809896896020481%7Ctwgr%5E%7Ctwcon%5Es1_&ref_url=about%3Asrcdoc

Leave a Reply