ତାଜା ଖବର ଗୃହରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ଉତ୍ତର । ଗତ ୫ ବର୍ଷ ଭିତରେ ରାଜ୍ୟରେ ୯୦,୮୯୦ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଥିବା ବେଳେ ନିଯୁକ୍ତି ପାଇଛନ୍ତି ୨୦,୫୦୭ ଜଣ । ୭୦ ପ୍ରତିଶତ ନିଯୁକ୍ତି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ନିଯୁକ୍ତି ପାଇ ଯୋଗ ଦେଉନାହାନ୍ତି ତାଲିମପ୍ରାପ୍ତ । November 16, 2019 ')}
ତାଜା ଖବର କଟକ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ । ପୋଲିସ କମିଶନର, କଟକ ଭୁବନେଶ୍ୱର ଡିସିପି, ଟ୍ରାଫିକ୍ ଡିସିପି, ଏୟାରପୋର୍ଟ ନିର୍ଦ୍ଦେଶକ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓସିଏ ସଭାପତି ପଙ୍କଜ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା ଉପସ୍ଥିତ । ଡିସେମ୍ବର ୨୨ରେ ମ୍ୟାଚ୍ । November 16, 2019 ')}
ତାଜା ଖବର ବଲାଙ୍ଗୀର : ବଲାଙ୍ଗୀର ଅଗଲାପୁର ବ୍ଲକ ଧଉରାଦଦାର ଗାଁରେ ଅଘଟଣ । ଧାନକ୍ଷେତ ଜଗିଥିବା ଚାଷୀଙ୍କୁ ଦଳିଦେଲା ହାତୀ । ଗତକାଲି ବିଳମ୍ବିତ ରାତିରେ କ୍ଷେତରେ ଶୋଇଥିବା ବେଳେ ଶ୍ରୀରାମ ବିଶ୍ୱାଳକୁ ଦଳିଦେଲା ହାତୀ । November 16, 2019 ')}
ତାଜା ଖବର ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ହାଉସକିପିଂ ସୁପରଭାଇଜର କବୀର ମୋହନ ଦୀପ । ଅସ୍ଥାୟୀ ସୁଇପର ଭାବେ ନିଯୁକ୍ତି ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା କୋରାପୁଟ ଭିଜିଲାନ୍ସ ଡିଭିଜନ । November 16, 2019 ')}
ତାଜା ଖବର କେରଳ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର । ୧୦ ହଜାରରୁ ଅଧିକ ପୋଲିସ ମୁତୟନ । ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର । ଗତକାଲି ସୁପ୍ରିମକୋର୍ଟ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି ମାମଲା । November 16, 2019 ')}
ତାଜା ଖବର ଭୁବନେଶ୍ୱର: ଗାନ୍ଧିଜୀଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ସମ୍ବଳିତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ । ସବୁ ଡିଇଓ, ଡିପିସି, ବିଇଓମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି । ସବୁ ସଫ୍ଟ କପି ପ୍ରତ୍ୟାହାର ସହ ପାମ୍ପଲେଟ, କପି ନଷ୍ଟ କରିବାକୁ ନିର୍ଦ୍ଦେଶ । November 16, 2019 ')}
ତାଜା ଖବର ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସବୁ ଦଳର ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । November 16, 2019 ')}
ତାଜା ଖବର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୦ ରନରେ ଜିତିଲା ଭାରତ । ୨ ଟିକିଆ ଟେଷ୍ଟ ସିରିଜ୍ ଭାରତ ୧-୦ରେ ଆଗୁଆ । November 16, 2019 ')}
ତାଜା ଖବର ଭୁବନେଶ୍ୱର: ନନ୍ଦିଘୋଷ ଟିଭି ପ୍ରଭାବ । ପୂର୍ବତଟ ରେଳପଥ ମୁଖ୍ୟାଳୟରେ ତ୍ରିରଙ୍ଗାକୁ ଅସମ୍ମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ରେଲୱେ କନେଷ୍ଟବଳ ଏସ୍. ପଟ୍ଟନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ କାରଣଦର୍ଶାଅ ନୋଟିସ୍ ଜାରି କଲା ପୂର୍ବତଟ ରେଳପଥ । November 16, 2019 ')}
ତାଜା ଖବର ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ୨୦୧୭ରେ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ । ମଧୁ କୋଡା, ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ। November 15, 2019 ')}