ଅଶାନ୍ତ ୟୁକ୍ରେନ୍, ଉତ୍ତେଜନା ଭିତରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଆରମ୍ଭ କଲା ଋଷ

Putin starts Russia's strategic nuclear exercises as tensions soar

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଆକ୍ରମଣ କରିବ ଋଷ ! ସୀମାରେ ସଜାଗ ହେଉଛି ପୁଟିନ୍ ସେନା । ଯୁଦ୍ଧ ଆଶଙ୍କାକୁ ଆହୁରି ଘନୀଭୂତ କଲା ଋଷ । ୟୁକ୍ରେନ୍ ଉପରେ କେତେବେଳେ ବି କରିପାରେ ଆକ୍ରମଣ । ଆକ୍ରମଣର ଆଶଙ୍କା ଭିତରେ ପୁଟିନ୍ ଦେଇଛନ୍ତି ନୂଆ ନିର୍ଦ୍ଦେଶ । ବାଲିଷ୍ଟିକ୍ ମିସାଇଲ୍ ସହ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ୍ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଋଷର ଏଭଳି ଆଭିମୁଖ୍ୟ ପୁଣି ପଶ୍ଚିମୀ ଦେଶଗୁଡ଼ିକୁ ଚିନ୍ତାରେ ପକାଇଛି ।

 Putin starts Russia's strategic nuclear exercises as tensions soar

ପୁଟିନଙ୍କ ମୁଖପାତ୍ରଙ୍କ ଅନୁସାରେ ଅଭ୍ୟାସ୍ ଆରମ୍ଭ ହୋଇ ସାରିଛି । ଆଉ ଯେଉଁଥିରେ ପୁଟିନଙ୍କ ଘନିଷ୍ଠ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଭାଗ ନେଇଛନ୍ତି । ତେବେ ଋଷର ଏହି ଅଭ୍ୟାସ ନୂଆ ନୁହେଁ । ବିଗତ ୪ ମାସ ହେଲା ଦେଢ଼ ଲକ୍ଷ ସୈନ୍ୟଙ୍କୁ ନେଇ ଋଷ ଅଭ୍ୟାସ୍ ଚଳାଇଥିଲେ ମଧ୍ୟ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ମନା କରି ଆସୁଛି ।

ଏଥିସହ ପଢ଼ନ୍ତୁ: ଋଷ ସମର୍ଥନରେ ବେଲାଋଷ, ପରମାଣୁ ଅସ୍ତ୍ର ମୁତୟନ ପାଇଁ ଆଲେକଜାଣ୍ଡାର ଦେଲେ ଧମକ

ଅନ୍ୟପଟେ ଋଷର ପରମମିତ୍ର ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶୋଙ୍କୋ ଦେଇଛନ୍ତି ଏହି ଧମକ । ବେଲାଋଷ କ୍ଷମତାକୁ ମାଡ଼ି ବସିଥିବା ଆଲେକଜାଣ୍ଡାର କହିଛନ୍ତି ଯେ, ଯଦି ଆମ ଶତ୍ରୁ ମାନେ କୌଣସି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରନ୍ତି ତେବେ ଆମେ ଋଷ ନିର୍ମିତ ପରମାଣୁ ଅସ୍ତ୍ର ମୁତୟନ କରିବୁ । ଆଲେକଜାଣ୍ଡାରଙ୍କ ଧମକ ଏମିତି ସମୟରେ ଆସିଛି ଯେତେବେଳେ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକା ଓ ଋଷ ମୁହାଁମୁହିଁ ହୋଇଛନ୍ତି । ଗୋଳିଆ ପାଣିରୁ ଲାଭ ଉଠାଇବା ଚକ୍କରରେ ଆଲେକଜାଣ୍ଡାର ଋଷ ସମର୍ଥନରେ ଛିଡ଼ା ହୋଇଛନ୍ତି । ଋଷକୁ ସମର୍ଥନ କରି ନିଜ କ୍ଷମତା ବଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ।

Leave a Reply