ତାଜା ଖବର ନୂଆଦିଲ୍ଲୀ: ରାଜପଥରେ ୨୫ ବର୍ଷୀୟ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଇଣ୍ଡିଆ ଗେଟ୍ ନିକଟରେ ନିଜ ଦେହରେ ଲଗାଇଦେଲେ ନିଆଁ । ଗୁରୁତର ଅବସ୍ଥାରେ ଡ. ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି । December 18, 2019
ତାଜା ଖବର ବିଶାଖାପାଟଣା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୧୦୭ ରନରେ ଜିତିନେଲା ଭାରତ । କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ । December 18, 2019
ତାଜା ଖବର ଖୋର୍ଦ୍ଧା ବେଆଇନ୍ ପଥର ଖଣି ଖନନ ଘଟଣା । ଖୋର୍ଦ୍ଧା ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କଲା ଖଣି ମାଫିଆ ଜିତୁ ଓରଫ ଜିତେନ୍ଦ୍ର ମାନସିଂହ । ଜିତୁକୁ ୨ ଦିନ ପାଇଁ ରିମାଣ୍ଡରେ ନେଲା ଏସଟିଏଫ । ବେଆଇନ ପଥର ଚାଲାଣ ଓ ବିସ୍ଫୋରଣରେ ସମ୍ପୃକ୍ତ । ପୂର୍ବରୁ ୨୦ ଜଣ ମାଫିଆକୁ ଏସଟିଏଫ ଗିରଫ କରିଛି December 18, 2019
ତାଜା ଖବର ନୂଆଦିଲ୍ଲୀ: ତିଲକ ବ୍ରିଜ୍ ଓ ଶିବାଜୀ ବ୍ରିଜ୍ ଷ୍ଟେସନ ମଧ୍ୟରେ ଅଘଟଣ । ଟ୍ରେନରେ କଟି ୩ ଜଣଙ୍କ ମୃତ୍ୟୁ, ୨ ଗୁରୁତର ଆହତ December 17, 2019
ତାଜା ଖବର ପଶ୍ଚିମବଙ୍ଗ: ସଂଶୋଧିତ ନାଗରିକତା ଆଇନକୁ ନେଇ ବିରୋଧ ଜାରି । ହାୱଡ଼ା ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ କଲା ପ୍ରଶାସନ । December 17, 2019
ତାଜା ଖବର ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବଡ଼ କାର୍ଯ୍ୟାନୁଷ୍ଠାନ । ଆରଏସପି ଭିତରେ ଥିବା ୩ଟି ଵିଭାଗକୁ ବନ୍ଦ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବ୍ୟାପକ ପ୍ରଦୂଷଣ ଓ ନିୟମ ଉଲ୍ଲଂଘନ ଅଭିଯୋଗ । ସିଷ୍ଟରିଙ୍ଗ ପ୍ଲାଣ୍ଟ-୧, କାଲସୋନିକ ପ୍ଲାଣ୍ଟ ଓ ଫେରୋସ୍କ୍ରାପ ନିଗମର ସ୍କ୍ରାପ କଟିଙ୍ଗ ବିଭାଗ ବନ୍ଦ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ହେମେନ୍ଦ୍ର ନାଥ ନାୟକଙ୍କ ସୂଚନା । December 17, 2019
ତାଜା ଖବର ନୂଆଦିଲ୍ଲୀ : ପୂର୍ବତନ ବିଜେପି ବିଧାୟକ ତଥା ଉନ୍ନାଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ ସେନଗରକୁ ଅଧିକରୁ ଅଧିକ ଦଣ୍ଡ ଦେବାକୁ କୋର୍ଟରେ ସିବିଆଇର ନିବେଦନ। ଏ ଘଟଣାରେ ବ୍ୟବସ୍ଥା ବିରୋଧରେ ନ୍ୟାୟ ପାଇଁ ଜଣଙ୍କ ବ୍ୟକ୍ତିଗତ ଲଢ଼େଇ ଥିବାରୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସିବିଆଇର ନିବେଦନ । December 17, 2019
ତାଜା ଖବର ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ନିର୍ଭୟା ଦୁଷ୍କର୍ମ ମାମଲା । ଶୁଣାଣି ପାଇଁ ଗଠନ ହେବ ଆଉ ଏକ ସାମ୍ବିଧାନିକ ଖଣ୍ଡପୀଠ । ଆସନ୍ତାକାଲି ଦିନ ୧୦ଟା ୩୦ରେ ପୁନଃବିଚାର ଆବେଦନର ଶୁଣାଣି ହେବ । December 17, 2019
ତାଜା ଖବର ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ । ଜଫ୍ରାବାଦରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଭାଙ୍ଗିଦେଲେ ୨ଟି ବସ୍, ପୋଲିସ ଉପରକୁ ଢେଲାମାଡ଼ । ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । December 17, 2019
ତାଜା ଖବର ଭୁବନେଶ୍ୱର: ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନର ଦାବି ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଗଠନ କଲେ ମନ୍ତ୍ରୀ ସ୍ତରୀୟ କମିଟି । କମିଟି ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇସ୍ପାତ ଖଣି ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ଓ ପୂର୍ତ୍ତ ବିଭାଗ ସଚିବ ସଦସ୍ୟ । December 17, 2019