ଆଇଆଇଟି ମାଡ୍ରାସରେ କରୋନା ବିସ୍ଫୋରଣ: ପୁଣି ୧୮ ପଜିଟିଭ ଚିହ୍ନଟ

ଚେନ୍ନାଇ: ଦେଶରେ ଏବେ ପୁଣି ବଢ଼ିବାରେ ଲାଗିଛି କରୋନା ଭାଇରସ୍ । ଦିନକୁ ଦିନ ଅଧିକରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଚଳିତବର୍ଷ ସ୍କୁଲ ଏବଂ କଲେଜର ପିଲାମାନଙ୍କୁ ଏହି ଭୂତାଣୁ ଅଧିକା ମାତ୍ରାରେ ସଂକ୍ରମିତ କରୁଥିବା ସାମ୍ନାକୁ ଆସିଛି । ଆଇଆଇଟି ମାଡ୍ରାସରେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଏଠାରେ ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ୧୮ ପିଲା ପଜିଟିଭ ବାହାରିଥିବା ଜଣାପଡ଼ିଛି ।

ଏବେ ମୋଟ ୩୦ ପିଲା ପଜିଟିଭ ହୋଇଥିବା ସମ୍ନାକୁ ଆସିଛି । ୬୬୬ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲାବେଳ ଏହି ପଜିଟିଭ ବାହାରିଥିଲେ ।  ଏତେ ସଂଖ୍ୟାରେ ପଜିଟିଭ ବାହାରିବା ଶିକ୍ଷାନୁଷ୍ଠାନ ପାଇଁ ଚିନ୍ତାର କାରଣ ପାଲଟିଛି । ପୂରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିଦିଆ ଯାଇଥିଲାବେଳେ ଆହୁରୀ ଟେଷ୍ଟିଂ ବଢ଼ାଇ ଦିଆଯାଇଛି ।