ପୃଥିବୀ ଦିବସ: ଗୁଗୁଲ ଡୁଡୁଲରେ ଚିନ୍ତାରେ ପକାଇବା ଭଳି ଜଳବାୟୁ ପରିବର୍ତ୍ତନ ପ୍ରଭାବର ଫଟୋ

1 min read

ଭୁବନେଶ୍ବର: ଆଜି ପୃଥିବୀ ଦିବସ । ପ୍ରତିବର୍ଷ ଆଜିର ଦିନରେ ପାଳନ ହୁଏ ‘ ବିଶ୍ବ ପୃଥିବୀ ଦିବସ’ ବା ଓ୍ବାଲଡ ଅର୍ଥ ଡେ’ । ଏହି ବର୍ଷ ଗୁଗୁଲ ଡୁଡୁଲ ଏକ ମହତ୍ବପୂର୍ଣ ବିଷୟ ନିଜ ଡୁଡୁଲରେ ସ୍ଥାନ ଦେଇଛି । ଏହି ବର୍ଷ ଡୁଡୁଲ ମାଧ୍ୟମରେ ପରିବେଶରେ ହେଉଥିବା ଜଳବାୟୁ ପରିବର୍ତ୍ତନ ନେଇ ଲୋକଙ୍କୁ ସଚେତନ କରିଛି ।  ଡୁଡୁଲ ଚଳିତଥର ବିଭିନ୍ନ ଅଞ୍ଚଳର ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଦର୍ଶାଇଛି । ଆର୍ଥ ଟାଇମସ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଡୁଡୁଲ ଫଟୋ ଗୁଡିକ ଆଣିଛି । ଆମ ଗ୍ରହର ବିଭିନ୍ନ ଜାଗାରେ ଜଳବାୟୁରେ କିପରି ପରିବର୍ତ୍ତନ ହେଉଛି, ତାହା ଏଥିରେ ଦର୍ଶାଯାଇଛି ।

ଡୁଡୁଲ ନିଜ ଟ୍ବିଟର ପେଜରେ ପୋଷ୍ଟ କରିଛି ଯେ, ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମରୁ ନିଜରୁ ରକ୍ଷା କରିବାପାଇଁ ମିଳିମିଶି କିପରି କାମ କରିବା ଆବଶ୍ୟକ ।

ଗୁଗୁଲ ଡୁଡୁଲରେ ଥିବା ଫଟୋଗୁଡିକ ମଧ୍ୟରେ ରହିଛି ଆଫ୍ରିକାର ମାଉଣ୍ଟ କିଲିମଞ୍ଜାରୋ ଶିଖର ଉପରେ ଗ୍ଲାସିଅର ରିଟ୍ରିଟ, ଗ୍ରୀନଲ୍ୟାଣ୍ଡ ସେର୍ମସୁକ ଗ୍ଲାସିଅର ରିଟ୍ରିଟ, ଅଷ୍ଟ୍ରେଲିଆର ଗ୍ରେଟ ୱାରିଅର ସିଫ୍ ଓ ଜର୍ମାନୀର ହାର୍ଜ ଫରେଷ୍ଟରର ଚିତ୍ର ଜଳବାୟୁ ପରିବର୍ତ୍ତନ ଫଳରେ କିଭଳି ପରିବର୍ତ୍ତନ ହୋଇଛି ତାହାକୁ ଗୁଗୁଲ ଦେଖାଇଛି।