କାଲିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ତିନିଦିନ ଧରି ଚାଲିବ ଫେସ ଟୁ ଫେସ ଆଲୋଚନା

ଭୁବନେଶ୍ୱର:  ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ ଡ଼ାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଚାଲିବ ଏହି ବୈଠକ । ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବ । ଜିଲ୍ଲା ଗୁଡ଼ିକରେ ଥିବା ସଂଗଠନର ସଫଳତା ନେଇ ମଧ୍ୟ ଏହି ପର୍ଯ୍ୟବେକ୍ଷକ ବୈଠକରେ ଆଲୋଚନା ହେବ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏହି ବୈଠକର ଫୋକସରେ ରହିବ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନା । ଏହା ସହ ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେବେ ନବୀନ ପଟ୍ଟନାୟକ ।