ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ, ୭ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ୭ ଦିନ ପରେ ପୁଣି ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ ବାଣପୁର ବ୍ଲକ ସମ୍ମୁଖରେ ୨୦ ଜଣରୁ ଅଧିକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ । ଯାହା ଫଳରେ ଉତ୍ତକ୍ତ୍ୟ ଲୋକ ବିଧାୟକଙ୍କୁ ମାଡ଼ ମାରିଥିଲେ ଓ ତାଙ୍ ଦାମୀ କାରକୁ ଭାଙ୍ଗି ଚୁରମାର୍ କରିଦେଇଥିଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ପରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ।