ତାଜା ଖବର ମୁମ୍ବାଇ : ୨୦୦୮ର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୧ ବର୍ଷ ପୁରିଲା । ବିଭିନ୍ନ ସ୍ଥାନରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଲସ୍କରର ୧୦ ଆତଙ୍କୀ ସେଦିନ ମୁମ୍ବାଇରେ ରଚିଥିଲେ ତାଣ୍ଡବଲୀଳା । November 26, 2019
ତାଜା ଖବର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାବିସ୍ । ରାଜଭବନରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ । ଦ୍ୱିତୀୟ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ରହିଲେ ମାତ୍ର ୮୦ ଘଣ୍ଟା । November 26, 2019
ତାଜା ଖବର ନୂଆଦିଲ୍ଲୀ : ଆଜି ସମ୍ବିଧାନ ଦିବସ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶା ବିଧାନସଭାରେ ମଧ୍ୟ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । November 26, 2019
ତାଜା ଖବର ଅନୁଗୁଳ: ଆଠମଲ୍ଲିକ ଖେସରା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର । ଦେହରେ ରହିଛି କ୍ଷତ ଚିହ୍ନ । ଅସୁସ୍ଥତା ଯୋଗୁଁ ମୃତ୍ୟୁ ଅନୁମାନ । ମୃତ ହାତୀର ବୟସ ୧୦ରୁ ୧୨ ବର୍ଷ । November 26, 2019
ତାଜା ଖବର ଅନୁଗୁଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼। ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ଧରଣୀ ଧର ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଘଟିଛି ଘଟଣା । November 25, 2019
ତାଜା ଖବର ନୀଳଗିରି ଗୋପାଳପୁର ଜଙ୍ଗଲ ନିକଟରେ ଝାଡ଼ଖଣ୍ଡୀ ହାତୀ । ସୋନ ନଈ ପାର ହୋଇ କାଠପାଳ ଦେଇ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଗୋପାଳପୁର ଜଙ୍ଗଲ ମୁଁହା । ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । November 25, 2019
ତାଜା ଖବର ଭୁବନେଶ୍ୱର : କୋରାପୁଟରେ ୩୩୮ ଡାକ୍ତର ପଦବୀରୁ ୧୯୦ ପଦବୀ ଖାଲି ଅଛି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓପିଡ଼ିରେ ୨୩.୪୪ ଏବଂ ଆଇପିଡ଼ିରେ ୯ ପ୍ରତିଶତ ରୋଗୀ ବଢିଥିବା ଗୃହରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । November 25, 2019
ତାଜା ଖବର ଭୁବନେଶ୍ୱର : ସେପ୍ଟେମ୍ୱର ସୁଦ୍ଧା ରାଜ୍ୟ ବଜେଟର ୩୭ ପ୍ରତିଶତ ଅର୍ଥାତ ୫୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ଵାଚନରେ ଆଚରଣ ବିଧି ଲାଗୁ ସହ ଫୋନି ପାଇଁ ଖର୍ଚ୍ଚରେ ବିଳମ୍ବ ହୋଇଛି। ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନାକୁ ଅଧିକ ଵ୍ୟବସ୍ଥିତ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାନସଭାରେ କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । November 25, 2019
ତାଜା ଖବର ଭୁବନେଶ୍ୱର : ପ୍ରଶ୍ନକାଳରେ ୫-ଟିକୁ ପ୍ରସଂଶା କଲେ ବିରୋଧୀ। ୫-ଟି ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଲେ, ଆହୁରି ୫-ଟି ଟିମ୍ ବୁଲିବା ଦରକାର, ଯେଉଁଥିରେ ଲୋକେ ଉପକୃତ ହେବେ। November 25, 2019
ତାଜା ଖବର ସାଲେପୁର: ୨ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ନିଶ୍ଚିନ୍ତକୋଇଲି ପୋଲିସ । ୩ ବାଇକ୍ ସହ ଏକ ବୋଲେରୋ ଜବତ । ଗିରଫଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ବହୁ ଅପରାଧିକ ମାମଲା । ପ୍ରେସମିଟରେ ସୂଚନା ଦେଲେ କଟକ ଗ୍ରାମାଞ୍ଚଳ ଏସପି । November 25, 2019