ତାଜା ଖବର ଭୁବନେଶ୍ୱର: ବିଜେପି ବିଧାୟକ ଦଳ ବୈଠକ । ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା । ସମସ୍ତ ବିଧାୟକ ଉପସ୍ଥିତ ନଥିବାରୁ ଆସନ୍ତା ୧୩ରେ ପୁଣି ବସିବ ବୈଠକ । November 11, 2019 ')}
ତାଜା ଖବର ଭୁବନେଶ୍ୱର : ବାତ୍ୟା ବୁଲବୁଲ୍ ପ୍ରଭାବରେ ପଶ୍ଚିମବଙ୍ଗରେ ୭ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ, ୧ ଲକ୍ଷ ଘର ଭାଙ୍ଗିଛି । ବିଦ୍ୟୁତ୍ ଓ ଟେଲିକମ୍ ସେବା ୪୮ ଘଣ୍ଟା ମଧ୍ୟରେ ସ୍ୱଭାବିକ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା । ଓଡ଼ିଶାରେ ୨ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । November 11, 2019 ')}
ତାଜା ଖବର ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। November 11, 2019 ')}
ତାଜା ଖବର କାଲିମେଳା: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା । ଆସିଲା ରକ୍ତ ନମୁନା ଓ କଫ ପରୀକ୍ଷା ରିପୋର୍ଟ । ବ୍ରଙ୍କୋନିମୋନିଆ ରୋଗରେ ଆକ୍ରାନ୍ତ ନେଇ ରିପୋର୍ଟରେ ଉଲ୍ଲେଖ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋରାପୁଟରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । November 11, 2019 ')}
ତାଜା ଖବର ଭୁବନେଶ୍ୱର: ୟୁନିଟ୍-୧ ନିକଟ ଭଡ଼ାଘରୁ ଉଠାଇନେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।, ଅଭିଯୁକ୍ତ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ରବିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । November 11, 2019 ')}
ତାଜା ଖବର ଜମ୍ମୁ କଶ୍ମୀର: ବାନ୍ଦିପୋରାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଲସ୍କର ଏ ତୋଇବା କମାଣ୍ଡର ଅବୁ ତଲହା ସମେତ ୨ ଆତଙ୍କୀ ମୃତ । ଜଣେ ଯବାନ ଆହତ ସୂଚନା । November 11, 2019 ')}
ତାଜା ଖବର ଆସନ୍ତା ୧୪ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ବାତ୍ୟା ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ଗସ୍ତ କରିବେ । ଟିମ୍ ଆସିବା ପୂର୍ବରୁ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । November 11, 2019 ')}
ତାଜା ଖବର ମୁମ୍ୱାଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାସ୍ତା ସଫା । ଶିବସେନାକୁ ବାହାରୁ ସମର୍ଥନ ଦେବାକୁ ଘୋଷଣା କଲା କଂଗ୍ରେସ । କଂଗ୍ରେସ ପରେ ଏନସିପିର ମଧ୍ୟ ସମର୍ଥନ ଘୋଷଣା । November 11, 2019 ')}
ତାଜା ଖବର ଟାଙ୍ଗୀ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ-୨୦୧୯ ଉଦଘାଟିତ । ଉଦଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । November 11, 2019 ')}
ତାଜା ଖବର ସରକାର ଗଠନ ନେଇ ଶିବସେନାକୁ ଅଧିକ ସମୟ ଦେବାକୁ ମନାକଲେ ମହାରାଷ୍ଟ୍ର ରାଜ୍ୟପାଳ । ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ । ୩ ଦିନ ଅଧିକ ସମୟ ଦେବାକୁ ଦାବି କରିଥିଲେ ଶିବସେନା ନେତା । November 11, 2019 ')}