୩୪ ହଜାର କୋଟି ମୂଲ୍ୟର ବକିଂହାମ ପାଲେସରେ ରହୁଥିଲେ ଏଲିଜାବେଥ ଦ୍ୱିତୀୟ

ନନ୍ଦିଘୋଷ ବ୍ୟୁରୋ: ଗତ ଗୁରୁବାର ବ୍ରିଟେନର ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ୭୦ ବର୍ଷ ଧରି ସେ ଶାସନ ଗାଦିରେ ରହିଥିଲେ । ଭାରତ ସମେତ ଅନେକ ଦେଶରେ ରାଜ ରାଜୁଡା ଶାସନ ସମାପ୍ତ ହୋଇଥିବା ବେଳେ ବ୍ରିଟେନରେ ରାଜକୀୟ ବ୍ୟବସ୍ଥାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି । ଖାସକରି ବ୍ରିଟେନର ବକିଂହାମ ପାଲେସକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ଆଜି ଆମେ ଜାଣିବା ଦିବଙ୍ଗତ ରାଣୀ ଏଲିଜାବେଥଙ୍କ ରାଜପ୍ରାସାଦ ବଙ୍କିଂହାମ ପାଲେସର ସୁନ୍ଦରତା ଏବଂ ଇତିହାସ ସମ୍ପର୍କରେ।

 ବକିଂହାମ ପାଲେସ ନାଁ ସମସ୍ତେ ଶୁଣିଥିବେ । ଜୀବନରେ କେହି ନା କେହି ଥରେ ବକିଂହାମ ପାଲେସ ବୁଲିବା ପାଇଁ ଇଚ୍ଛା କରିଥାନ୍ତି । ମହାରାଣୀ ଏଲିଜାବେଥ ଦ୍ୱିତୀୟ ଲଣ୍ଡନର ଏହି ଆଲିସାନ ରାଜପ୍ରସାଦରେ ରହୁଥିଲେ । ମହାରାଣୀଙ୍କ ପାଖରେ ୱିସେଣ୍ଡର କାଷ୍ଟେଲ, ସାଣ୍ଡ୍ରିଂହମ ହାଉସ୍ ଏବଂ ବାଲମୋରାଲ ସମେତ ଅନେକ ରେସିଡେନ୍ସ ହାଉସ୍ ମଧ୍ୟ ଥିଲା ଏଥିମଧ୍ୟରୁ ନିଜର ବିଶେଷତ୍ୱ ପାଇଁ ବକିଂହାମ ପାଲେସ ସବୁଠୁ ଲୋକପ୍ରିୟ । ବକିଂହାମ ପାଲେସ ଲଣ୍ଡନର ମଧ୍ୟରେ ଅବସ୍ଥିତ ରହିଛି ଏବଂ ଏହାର ଭବ୍ୟତାର ଚର୍ଚ୍ଚା ସାରା ବିଶ୍ୱରେ ହୋଇଥାଏ ।

ଭିତରୁ ଏହି ପାଲେସ ବହୁତ ଆଲିସାନ ଦେଖାଯାଇଥାଏ । ବକିଂହାମ ପାଲେସ ପାଖରେ ଭିକ୍ଟୋରିଆ ଟ୍ୟୁବ ଷ୍ଟେସନ, ଗ୍ରୀନ ପାର୍କ ଏବଂ ହାଇଡ କର୍ଣ୍ଣର ମଧ୍ୟ ରହିଛି  । ବ୍ରିଟେନର ୱେବସାଇଟ୍ ରୟାଲ କଲେକ୍ସନ ଟ୍ରଷ୍ଟ ମୁତାବିକ, ବକିଂହାମ ପାଲେସ ୧୮୩୭ରୁ ବ୍ରିଟେନର ଶାସକଙ୍କ ଅଧିକାରୀକ ନିବାସ ଅଟେ । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଏହି ରାଜପ୍ରାସାଦକୁ ପ୍ରତିବର୍ଷ ଖରା ଦିନେ ଟୁରିଷ୍ଟଙ୍କ ପାଇଁ ଖୋଲାଯାଇଥାଏ । ତେବେ ଏହି ରୟାଲ ଘରର ମୂଲ୍ୟ ପ୍ରାୟ ୩୪୧ ଆରବ ଟଙ୍କା । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜପ୍ରସାଦ ବକିଂହାମ ପାଲେସରେ ୭୭୫ଟି ରୁମ୍ ରହିଛି । ଏଥିରେ ୧୯ଟି ଷ୍ଟେଟ ରୁମ୍, ୫୨ ରୟାଲ ଏବଂ ଗେଷ୍ଟ ବେଡରୁମ୍, ୧୮୮ ଷ୍ଟାଫ ବେଡରୁମ୍, ୯୨ ଅଫିସ୍ ଏବଂ ୭୮ଟି ବାଥରୁମ୍ ରହିଛି ।

ରାଜପ୍ରାସାଦ ବକିଂହାମ ପାଲେସର ଲମ୍ବ ୧୦୮ ମିଟର ଏବଂ ଗଭୀର ୧୨୦ ମିଟର । ଏହି ପାଲେସ ଦେଖିବାକୁ ଅତ୍ୟନ୍ତ ମନୋମୋହକ । ବକିଂହାମ ପାଲେସରେ ଅନେକ ରାଜକୀୟ କାର୍ଯ୍ୟକ୍ରମ ହୋଇଥାଏ ଯେଉଁଥିରେ ବିଦେଶୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠୁ ଆରମ୍ଭ କରି ଅନ୍ୟ ଦେଶର ଭିଆଇପି ମଧ୍ୟ ଆସିଥାନ୍ତି । ରାଜକୀୟ ଭୋଜନ, ଲଞ୍ଚ, ଡିନର, ରିସେମ୍ପସନ ଏବଂ ଗାର୍ଡେନ ପାର୍ଟିରେ ଅତିଥି ରୂପରେ ପ୍ରତି ବର୍ଷ ବକିଂହାମ ପାଲେସରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥାନ୍ତି । ଇଣ୍ଡଷ୍ଟ୍ରୀ, ଗଭର୍ଣ୍ଣମେଣ୍ଟ, ସ୍ପୋର୍ଟ, ରାଜ୍ୟଗୋଷ୍ଠୀ ଏବଂ  ଅନ୍ୟ ଲୋକଙ୍କୁ ସମ୍ମାନୀତ କରିବା ପାଇଁ ସମ୍ପୂର୍ଣ୍ଣ ବର୍ଷ ଏହି ପାଲେସରେ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଥାଏ ।

ବକିଂହାମ ପାଲେସରେ ପ୍ରାୟତଃ ମହତ୍ୱପୂର୍ଣ୍ଣ ଜାତୀୟ ଇଭେଣ୍ଟ ଆୟୋଜିତ ହୋଇଥାଏ । ବକିଂହାମ ହାଉସ୍ ୧୭୬୨ ପର୍ଯ୍ୟନ୍ତ ଡ୍ୟୁକ ଅଫ ବକିଂହାମର ସମ୍ପତ୍ତି ଥିଲା । ଯେତବେଳେ ଜର୍ଜ ୩ ନିଜ ପତ୍ନୀ, ରାଣୀ ଚାର୍ଲୋଟ ଏବଂ ପିଲାମାନଙ୍କ ପାଇଁ ଏକ ପ୍ରାଇଭେଟ ଘର ରୂପରେ ଏହାକୁ ଅଧିଗ୍ରହଣ କରିଥିଲେ । ଏହାପରେ ବକିଂହାମ ପାଲେସକୁ ‘ଦ କ୍ୱିନ୍ସ ହାଉସ୍’ ନାଁରେ ଜଣାଯାଇଥିଲା । ହର୍ସ୍ଟପିୟରପେଣ୍ଟର ଲର୍ଡ ଗୋରିଙ୍ଗ ପ୍ରାୟ ୧୬୪୦ରେ ଏକ ଘର ନିର୍ମାଣ କରିଥିଲେ । ଧୀରେ ଧୀରେ ନିର୍ମାଣ ପରେ ସେ ବକିଂହାମ ପାଲେସର ରୂପ ନେଇଥିଲା ।

ହର୍ସ୍ଟପିୟରପଏଣ୍ଟଙ୍କ ମୃତ୍ୟୁ ପରେ ଜର୍ଜ ଦ୍ୱିତୀୟ ଏହାକୁ କିଣିଥିଲେ ଏବଂ ପିଢୀ ପରେ ପିଢୀ ଗଡିବାରେ ଲାଗିଥିଲା । ଜର୍ଜ ପଞ୍ଚମ ଆର୍କିଟେକ୍ଟ ନିଜର ଏହି ନିବାଶକୁ ମରାମତି କରାଇବା ପରେ ୧୮୨୫ରେ ଏହାକୁ ବକିଂହମ ପାଲେସର ନାଁ ମିଳିଥିଲା । ସାର ଜନ ସୋନେ ବକିଂହାମ ହାଉସକୁ ପୁଣିଥରେ ପ୍ରସ୍ତୁତ କରିବାର ଯୋଜନା କରିଥିଲା ଏବଂ ଏହି ଘରେ ଆହୁରି କାର୍ଯ୍ୟ କରାଯାଇଥିଲା । ଏହାପରେ ରାଣୀ ଭିକ୍ଟୋରିଆଙ୍କ ଶାସନକାଳରେ ପଶ୍ଚିମୀ ଭାଗ ନିର୍ମାଣ କରାଯାଇଥିଲା । ମହାରାଣୀ ଭିକ୍ଟୋରିଆ ବାସ୍ତବରେ ରାଣୀ ରୂପରେ ସେଠାରେ ରହିଥିବା ପ୍ରଥମ ସାମ୍ରଜ୍ଞୀ ଥିଲେ ।

ମହାରାଣୀ ଭିକ୍ଟୋରିଆ ଜୁଲାଇ ୧୮୩୭ରେ ପ୍ରଥମ ଥର ବକିଂହାମ ପାଲେସରେ ରହିବାକୁ ଆସିଥିଲେ । ୧୮୪୦ରେ ପ୍ରିନ୍ସ ଆଲବର୍ଟଙ୍କ ସହ ରାଣୀ ଭିକ୍ଟୋରିଆଙ୍କ ବିବାହ ହେବା ପରେ ଏହି ପାଲେସରେ କିଛି ଅପୂର୍ଣ୍ଣତା ଦେଖାଯାଇଥିଲା । ଏହାପରେ ଅପୂର୍ଣ୍ଣତାକୁ ପୂରା କରାଯିବା ପରେ ୧୮୪୭ରେ ଏହି ମହଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲା । ତେବେ ଏହି ରାଜପ୍ରାସାଦ ବୁଲିବା ପାଇଁ ୨ ଘଣ୍ଟା ୩୦ ମିନିଟ ସମୟ ଲାଗିଥାଏ ।

ଯିଏ ବି ଦେଖିବା ପାଇଁ ଯିବେ ୧୯ ଡେକୋରେଟେଡ ଷ୍ଟେଟ ରୁମ, ଥ୍ରୋନ ରୁମ୍, ଗ୍ରାଣ୍ଡ ଷ୍ଟେୟାରକେସ୍, ଫାଇନଆର୍ଚ ପେଣ୍ଟିଂସ ରୁମ ଆଦି ସ୍ଥାନରେ ବୁଲିପାରିବେ । ଜୁଲାଇରୁ ଅକ୍ଟୋବର ମଧ୍ୟରେ ଏହି ପାଲେସ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥାଏ । ବକିଂହାମ ପାଲେସ ଷ୍ଟେଟ ରୁମ ଭିଜିଟ ପାଇଁ ୧୮ରୁ ୨୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୧୮୦୩ ଟଙ୍କା ଏବଂ ୨୪ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ୨୭୭୪ ଟଙ୍କାର ଟିକେଟ ମୂଲ୍ୟ ନିର୍ଦ୍ଧାରଣ ରହିଛି । ସେହିପରି ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଟିକେଟ ଫ୍ରି ବ୍ୟବସ୍ଥା ରହିଛି ।