ଡିନରରେ ଖାଉଥିଲେ ଭାରତୀୟ ଯବାନଙ୍କ ମାଂସ, ସାକ୍ଷୀ ଥିଲେ HW ବ୍ରୁଶ୍ !

1 min read

ନନ୍ଦିଘୋଷ ବ୍ୟୁରୋ: ୧୫ ଫେବୃୟାରୀ ୧୯୪୨ରେ ସିଙ୍ଗାପୁର ଉପରେ ଜାପାନ କବ୍ଜା କରେ  । ୪୦ ହଜାର ଭାରତୀୟ ଯବାନଙ୍କୁ ଯୁଦ୍ଧ ବନ୍ଦୀ କରାଯାଏ  । ସେମାନଙ୍କୁ ଆଜାଦ ହିନ୍ଦ ଫୌଜରେ ଭର୍ତ୍ତି ହେବା ପାଇଁ ଅପ୍ସନ ଦିଆଯାଏ  । ୩୦ ହଜାର ଯବାନ ଆଜାଦ ହିନ୍ଦ ଫୌଜରରେ ସାମିଲ ହୁଅନ୍ତି  । ବାକି ୧୦ ହଜାର ଯବାନଙ୍କୁ ମାତ୍ସୁଇ ମାରୁ ନାମକ ଏକ ଜାହାଜରେ ଭର୍ତ୍ତି କରି ନ୍ୟୁ ଗିନି, ନ୍ୟୁ ବ୍ରିଟେନ୍ ଭଳି  ପ୍ରଶାନ୍ତ ମହାସାଗରୀୟ ଦ୍ୱିପପୁଞ୍ଜକୁ ପଠାଗଲା  । ଯେଉଁଠାରେ ଜାପାନର କନଷ୍ଟ୍ରକ୍ସନ କମ୍ପାନୀ ତିଆରି ହୋଇଥିଲା  ।

 

୧୯୪୪ ମସିହାରେ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ମୁତାବକ ଯେଉଁ ଜାହାଜରେ ୧୦ ହଜାର ଭାରତୀୟ ସେନାଙ୍କୁ ଭର୍ତ୍ତି କରାଯାଇଥିଲା  । ତାହାର କିଛି ଭିନ୍ନ ନାମ ଥିଲା  । ଦ ହିଲ ସିପ୍ ବା ନର୍କର ଜାହାଜ ବୋଲି ଜଣାଯାଏ  । ସିଙ୍ଗାପୁରରୁ ଗିନିର ଯାତ୍ରା ଥିଲା ୫୬ ଦିନର  । ଛୋଟିଆ ଗୋଟିଏ ସ୍ଥାନରେ ସମସ୍ତ ଭାରତୀୟ ଯବାନଙ୍କୁ ଭର୍ତ୍ତି କରିଦିଆଯାଇଥିଲା  । ଯେୈଉଁଠାରେ କେବଳ ୧ରୁ ୮ ଜଣ ଲୋକ ଶୋଇବା ପାଇଁ ଉଦ୍ଧିଷ୍ଟ ସ୍ଥାନ ରହିଥିଲା  । ବାକି ସମସ୍ତ ଲୋକେ ଦିନ ତମାମ ଠିଆ ହୋଇ ରହୁଥିଲେ  ।  ପିଇବା ପାଇଁ ପାଣି ମାଗିଲେ ଜାପାନୀ ଅଧିକାରୀ କହୁଥିଲେ , ତୁମ ପାଇଁ ପାଣି ଏବଂ ପବନ ଏଠି ନିଷେଧ  । ୨୪ ଘଣ୍ଟାରେ କେବଳ କପେ ପାଣି ଦିଆଯାଉଥିଲା  । ବିକଳରେ ବନ୍ଦୀ ଯବାନ ସମୁଦ୍ରର ଲୁଣିଆ ପାଣିକୁ ପିଇ ଶୋଷ ମେଣ୍ଟାଉଥିଲେ  ।

ଏତିକିରେ ସରିନି ଜାପାନିଙ୍କ ବର୍ବରତା  । 5-9 ଜାଟ ରେଜିମେଣ୍ଟର ଭାଇସରାୟ କମିଶନଡ଼ ଅଫିସର ବା VCO ଥିଲେ ଅବ୍ଦୁଲ ଲତିଫା  । ତାଙ୍କୁ ଜାପାନୀ କନଷ୍ଟ୍ରକ୍ସନ କ୍ୟାମ୍ପ୍ସରେ ରଖାଯାଇଥିଲା  । ଲତିଫା ଅଷ୍ଟ୍ରେଲିଆ ସେନାକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । କିନ୍ତୁ ଲତିଫା କହିଥିବା କିଛି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା  । ତାଙ୍କ କଥା ଶୁଣି ରୁମ ମୂଳ ଟାଙ୍କୁରି ଉଠିଥିଲା  । ସେ କହିଥିଲେ, ପ୍ରତିଦିନ ଜଣେ ଜାପାନୀ ମେଡିକାଲ ଅଫିସର ଇଣ୍ଡିଆନ୍ କମ୍ପାଉଣ୍ଡକୁ ଆସୁଥିଲେ  । ସେଠାରେ ଥିବା ସୁସ୍ଥ ସବଳ ଲୋକକୁ ପ୍ରଥମେ ଚୟନ କରୁଥିଲେ ଏବଂ ସାଥିରେ ନେଇଯାଉଥିଲେ  । ଏବଂ ଯେଉଁ ଭାରତୀୟ ଯବାନକୁ ସାଥିରେ ନେଇଯାଉଥିଲେ, ତାଙ୍କୁ ଦ୍ୱିତୀୟ ଥର ଦେଖିବାକୁ ମିଳୁନଥିଲା  । କିମ୍ବା କିଛି ଖୋଜ ଖବର ବି ଉକ୍ତ ଯବାନ  ସମ୍ବନ୍ଧରେ ମିଳୁନଥିଲା  ।

ଅର୍ଥାତ ଜାଟ ରେଜିମେଣ୍ଟର ଏହି ଅଫିସର କହୁଥିଲେ, ଭାରତୀୟ ଯବାନଙ୍କ ହାର୍ଟ ଏବଂ କିଡନୀକୁ  କାଢି ନିଆଯିବା ପରେ ଶରୀରକୁ ଟିକି ଟିକି କରି କଟାଯାଉଥିଲା  । ଆଉ ସେହି ମାସଂକୁ ଜାପାନୀ ସୌନିକ ଖାଉଥିଲେ  । କେବଳ ଲତିଫା ନୁହଁନ୍ତି ସୁବେଦାର ଡକ୍ଟର ଗୁରୁଚରଣ ଏବଂ କ୍ୟାପଟେନ୍ ପୀରଜାଇ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ  । ବିଭଂକ କ୍ୟାମ୍ପର ୧୯ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରି  ଜାପାନୀ ସେନା ଖାଇଦେଇଥିବା ସେ କହିଥିଲେ  । ଭାରତୀୟ ଯବାନଙ୍କ ମାଂସକୁ କଞ୍ଚା ଖାଇବା ସହ ଶୁଖାଇକି ମଧ୍ୟ ରଖୁଥିଲେ  । କାରଣ ଉକ୍ତ ମାଂସକୁ ବିଫ୍ ଭଳି ଖାଦ୍ୟରେ ବ୍ୟବହାର କରୁଥିଲେ କ୍ରୁର ଜାପାନୀ ଆର୍ମି  ।

ଏଭଳି ନରସଂହାର ଘଟଣାକୁ ଆହୁରି ଶକ୍ତ କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି  hw ବୁଶ  । ୧୯୪୪ ମସିହା ସେପ୍ଟେମ୍ବର ମାସର ଘଟଣା  । US ନାଭିର କିଛି ପାଇଲଟ ଜାପାନର ଚିଚିଜିମା ଦ୍ୱୀପ ଉପରେ ଗୋଳା ବାରୁଦ ବର୍ଷଣ କରୁଥାନ୍ତି  । ଆଉ ସେହି ସମୟରେ ଜାପାନୀ ଆର୍ମିଙ୍କ ଗୁଳି ମାଡ଼ରେ କିଛି ଯବାନ ତଳକୁ ଖସି ପଡ଼ନ୍ତି  । ପ୍ଲେନରେ ଥିବା ୯ ଜଣରୁ ୮ ଜଣଙ୍କୁ ଧରନ୍ତି ଜାପାନୀ ଆର୍ମି  । ସମସ୍ତଙ୍କୁ ହତ୍ୟା କରାଗଲା  । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାମ୍ନାକୁ ଆସିଥିଲା ଘଟଣା ପଛର ସତ୍ୟ  । ସେଦିନ ୪ ଜଣଙ୍କ ଗଳା କାଟି ହତ୍ୟା କରିଥିଲେ ଜାପାନୀ ସେନା  । ଏବଂ ବାକି ୪ ଜଣଙ୍କ ଜଂଙ୍ଘରୁ 6 ପାଉଣ୍ଡ ଅର୍ଥାତ ୨କେଜି ୭ଶହ ଗ୍ରାମ ମାଂସ କାଟି ନେଇଯେଇଥିଲେ  । ସୋୟା ସସ୍ ଏବଂ କିଛି ପରିବା ପକାଇ ରନ୍ଧା ଯାଇଥିଲା  । ଯାହାକୁ ଖାଇଥିଲେ ଜାପାନୀ ସେନା  ।

୧୯୩୩ ମସିହାରେ ଯେତେବେଳେ ଆମେରିକା ରାଷ୍ଟ୍ରପତି hw ବୁଶ ଯେତେବେଳେ ଏହି ରିପୋର୍ଟ ଦେଖିଥିଲେ, ସେତେବେଳେ ସେ ବିତାଇ ଆସିଥିବା କ୍ରୁର ଅତୀତକୁ ମନେ ପକାଇଥିଲେ  । କାରଣ ସେଦିନ ଜାପାନୀ ସେନାଙ୍କ ଗୁଳି ମାଡ଼ରୁ ୯ ଜଣଙ୍କ ଭିତରୁ ବର୍ତ୍ତିଯାଇଥିବା ଜଣଙ୍କ ହେଉଛନ୍ତି ନିଜେ ରାଷ୍ଚ୍ରପତି HW ବ୍ରୁଶ । ଏ କେବଳ ଗୋଟିଏ ଘଟଣା ନୁହେଁ, ଜାପୀନିଜ ମାନେ ଯେଉଁଠାରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ପ୍ରୟାସ କରିଛନ୍ତି  । ସେଠାରେ ଏପରି ବିଭତ୍ସ ଘଟଣା ଘଠାଇଥିବାର ପ୍ରମାଣ ରହିଛି  । ସିଙ୍ଗାପୁରରୁ ମଣିଷ ମାସଂ ଖାଇବା ଆରମ୍ଭ କରିଥିଲେ ଜାପାନ ସେନା  ।

ଏଭଳି ଅଭିଯୋଗକୁ ଜାପାନ ସରକାର ଏବଂ ଜନତା ସର୍ବଦା ଖଣ୍ଡନ କରିଆସିଛନ୍ତି  । କିନ୍ତୁ ୧୯୯୨ରେ ଜାପାନୀ ଐତିହାସିକ ଟୋଶିୟୁକି ତାନାକା ଅଷ୍ଟ୍ରେଲିଆ ଏବଂ ଦ୍ୱିତାୟ ବିଶ୍ୱଯୁଦ୍ଧର ସମସ୍ତ ଦସ୍ତାବିଜକୁ ଏକାଠି କରିଥିଲେ  । ଜାପାନ ଟାଇମ୍ସରେ ଏସମସ୍ତ ଘଟଣାକୁ ନେଇ ତାଙ୍କର ଏକ ଲେଖା ପ୍ରକାଶ ପାଏ  । ୧୯୯୭ ରେ  ଟୋଶିୟୁକି ତାନାକା ଏକ ବହି ଲେଖନ୍ତି  । ହିଡେନ୍ ହରର, ଜାପାନୀ ୱାର କ୍ରାଇମ୍ସ ଇନ୍ ୱାର୍ଲଡ ୱାର ୨ ନାମରେ ପ୍ରକାଶ ପାଏ ଏହି ପୁସ୍ତକ  ।  ଉକ୍ତ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି ଜାପାନୀ ସେନାର ବର୍ବର କାହାଣୀ  । ୧୮ ସେପ୍ଟେମ୍ବର ୧୯୪୪ରେ ଜାପାନୀ ସେନା ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା  । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା, ଏମିତି କେହି ଶତ୍ରୁ ନାହିଁ, ଯାହାର ମାଂସ ଜିଅନ୍ତା ଖିଆ ହୋଇନାହିଁ  । ଅର୍ଥାତ ଯେ ଜାପାନ ସହ ଲାଗିଛି ତାକୁ ମୃତ୍ୟୁର ସଜ୍ଜା ଦିଆଯାଇଥିବା ମଧ୍ୟ ଉକ୍ତ ପୁସ୍ତକରେ ଉଲ୍ଲେଖ ରହିଛି  ।

ପାକିସ୍ତାନୀ ସେନାର କର୍ପୋରାଲ ହାତମ ଅଲ୍ଲି କୁହନ୍ତି, ନ୍ୟୁ ଗିନିରେ ପ୍ରତ୍ୟେକ ଦିନ ଯୁଦ୍ଧବନ୍ଧୀଙ୍କୁ ଜିଅନ୍ତା ମାରି ରନ୍ଧା ଯାଉଥିଲା  । ଆଉ ଜାପାନୀ ଆର୍ମି ସେହି ମାସଂ ଖାଉଥିଲେ । ସବୁ ଯବାନଙ୍କୁ ସେମାନେ ହତ୍ୟା କରୁନଥିଲେ  । ମାଂସ କରିବା ନିମନ୍ତେ ଯୁଦ୍ଧ ବନ୍ଦୀଙ୍କୁ ଚୟନ କରାଯାଉଥିଲା  । ପରେ ଉକ୍ତ ଯବାନଙ୍କ ଶରୀରର କିଛି ଅଂଶକୁ କାଟି ଗାତରେ ଫିଙ୍ଗି ଦେଉଥିଲେ, ବାକି ଅଂଶକୁ ରାନ୍ଧି ଖାଉଥିଲେ  । ସେପଟେ ଜାପାନର ଜଣେ ସେନାଧିକାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା  ।  ସେ କହୁଥିଲେ ଆମେ ପ୍ରତିଦିନ ଡିନରରେ ମଣିଷ ମାଂସ ଖାଉଥିଲୁ  । ମାଂସକୁ ଅନେକ ଥର କାଟି ଶୁଖା  ଯାଉଥିଲା  । ଫଳରେ ଅଧିକ ଦିନ ରହିପାରୁଥିଲା  । ମଣିଷ ମାଂସକୁ ସାଧାରଣ ମାଂସ ଭଳି ରନ୍ଧା ଯାଉଥିଲା  । ଆମ ପାଇଁ ଏହା ପ୍ରୋଟିନ ସଦୃଶ ଥିବା କହିଛନ୍ତି ଯୁଦ୍ଧ ଅପରାଧରେ ଦୋଷୀ ସାବସ୍ୟ ହୋଇଥିବା ଜାପାନୀ ଆର୍ମି ସୁଜିକ ୟୋନିଟ୍  ।