spot_img
Home Blog Page 966

କଂଗ୍ରେସର ଭବିଷ୍ୟତ ପାଇଁ ରଣନୀତି ପ୍ରସ୍ତୁତ କରିବ ଅହମଦାବାଦ ଅଧିବେଶନ: ଫୋକସରେ ଏହି ୬ଟି ଦିଗ

କଂଗ୍ରେସର ଦୁଇ ଦିବସୀୟ ଅହମଦାବାଦ ଅଧିବେଶନ ପାର୍ଟିର ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବ । ନିର୍ବାଚନରେ ପରାଜୟ ପରେ ଦଳର ସଂଗଠନରେ ସୁଧାର ଓ ନିର୍ବାଚନ ପାଇଁ ନୂଆ ରାଜନୈତିକ ଏଜେଣ୍ଡା ଉପରେ ଦଳ ଧ୍ୟାନକ୍ରେଦିତ କରିବ । ଏହି ଅଧିବେଶନରେ ସାମାଜିକ ନ୍ୟାୟ, ରୋଜଗାର, ଆର୍ଥିକ ନୀତି ପରି ପ୍ରସଙ୍ଗ ସ୍ଥାନ ପାଇବ । ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ଦଳ ଏକ ମଜବୁତ ରଣନୀତି ପ୍ରସ୍ତୁତ କରିବ । ଲୋକସଭା ନିର୍ବାଚନର ଫଳାଫଳ ଦଳ ପାଇଁ ସଞ୍ଜିବନୀ ସାଜିଥିବା ବେଳେ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ପରାଜୟ ଦଳକୁ ବ୍ୟାକଫୁଟକ ଠେଲି ଦେଇଥିଲା ।

(୧)-  ଅଧିବେଶନର ପ୍ରଥମ ଦିନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ସ୍ମାରକରେ କଂଗ୍ରେସ, ଓ୍ବାର୍କିଂ କମିଟି ବା ସିଡବ୍ଲ୍ୟୁସିର ବୈଠକ ହେବ । ସେଥିରେ ସାରା ଦେଶର ୨୬୨ କଂଗ୍ରେସ ନେତା ଜିତିଥିଲେ । ଦ୍ବିତୀୟ ଦିନରେ ସାବରମତୀ ରିଭରଷ୍ଟ୍ରଟ ଓ କଂଗ୍ରେସ CWCର ସଦସ୍ୟଙ୍କ ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ, କଂଗ୍ରେସ ଶାଳିତ ପ୍ରଦେଶମାନଙ୍କର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ସାମିଲ ହେବେ ।

(୨) ଦଳରେ ଅଧିକାଂଶ ପଦାଧିକାରୀ ପୁରୁଣା ହୋଇଗଲେଣି, ତେଣୁ ଏଥିରେ କଂଗ୍ରେସ ସଂଗଠନରେ ନୂଆ ଲୋକଙ୍କୁ ଯୋଡ଼ାଯିବ । କଂଗ୍ରେସ ଯେପରି କିଛି ମାସ ମଧ୍ୟରେ ବିହାରରେ ନିଜର ସଂଗଠନକୁ ମଜବୁତ କରିଥିଲା, ଅନୁରୂପ ଭାବେ ସାରା ଦେଶରେ ଏହାକୁ ଲାଗୁ କରାଯିବ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଣାଯାଇପାରେ ।

(୩) ଏହି ଦୁଇ ଦିନିଆ ଅଧିବେଶନରେ କଂଗ୍ରେସ ନିଜର ଭବିଷ୍ୟତର ନୀତି ନିର୍ଦ୍ଧାରଣ କରିବ । କେଉଁ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରିବ ଓ କେଉଁ ଏଜେଣ୍ଡାରେ ଆଗକୁ ବଢ଼ିବ, ତାହା ଅଧିବେଶନ ପରେ ସ୍ପଷ୍ଟ ହୋଇଯିବ ।

(୪) ଦେଶରେ ଜାତିଗତ ଜନଗଣନା, ସଂରକ୍ଷଣ ଓ ୫୦ ପ୍ରତିଶତ ଲିମିଟକୁ ବୃଦ୍ଧି ପରି ପ୍ରସଙ୍ଗକୁ ନେଇ କଂଗ୍ରେସ ଚାଲୁଛି । ଦଳିତ, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ଦଳ ଏଜେଣ୍ଡା ପ୍ରସ୍ତୁତ କରିପାରେ ।

(୫) ୨୦୧୯ ଅପେକ୍ଷା ୨୦୨୪ରେ କଂଗ୍ରେସକୁ ଦୁଇଗୁଣା ସିଟ୍ ଜିତିବାର ସୁଯୋଗ ମିଳିଥିଲା । ମାତ୍ର ପରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଦୁର୍ବଳ ରହିଥିଲା । ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ, ୨୦୨୬ରେ ହେବାକୁ ଥିବା ପଶ୍ଚିମ ବଙ୍ଗ, ଅସମ, କେରଳ, ତାମିଲନାଡ଼ୁ ଓ ପଡ଼ୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି ।

(୬) ୪ ମାସ ପୂର୍ବରୁ କଂଗ୍ରେସ ବେଲଗାବୀରେ ନିଜର କାର୍ଯ୍ୟସମିତି ବୈଠକ ଆୟୋଜନ କରିଥିଲା । କଂଗ୍ରେସ ନେତା ବ୍ୟକ୍ତିଗତ ଭାବେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କାମ ଓ ଓ ପ୍ରତି କଥାକୁ ବିରୋଧ ବଦଳରେ ଲୋକଙ୍କ ସହ ଯୋଡ଼ି ହେବାକୁ ଆଲୋଚନା କରୁଛନ୍ତି । ନିର୍ବାଚନୀ ମୈଦାନରେ ବିଜେପିର ମୁକାବିଲା କେଉଁ ରଣନୀତିରେ କରାଯିବ, ତା ଉପରେ ଅଧିବେଶନରେ ଫୋକସ କରାଯିବ ।

ଦୂଷିତ ପାଣିରେ ମୂର୍ତ୍ତି ବିସର୍ଜନ: କୁଆଡ଼େ ଗଲା ପ୍ରଶାସନର ପ୍ରତିଶ୍ରୁତି

କଟକ: କଟକରେ ଆଜି ବାସନ୍ତିକ ଦୁର୍ଗା ପୂଜାର ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି। ଦେବୀଗଡ଼ାରେ ସହରର ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ଆଜି ବିସର୍ଜିତ ହେବେ। ତେବେ ଦେବୀ ଗଡ଼ାରେ ଏହି ଭସାଣ ପାଇଁ ଗୋଟିଏ ମାତ୍ର ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି । ସେଥିରେ ପାଣି ପର୍ଯ୍ୟାପ୍ତ ନ ଥିବା ବେଳେ ନିକଟରେ ଥିବା ଗନ୍ଧଯୁକ୍ତ ଦୂଷିତ ପାଣିକୁ ମୋଟର ସାହାଯ୍ୟରେ ଭର୍ତ୍ତି କରାଯାଉଛି। ପୂର୍ବରୁ ଦୂରରେ ଥିବା ନଦୀ ସ୍ରୋତରୁ ପାଇପ ଯୋଗେ ପାଣି ଅସ୍ଥାୟୀ ପୁଷ୍କରିଣୀରେ ଭର୍ତ୍ତି କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

ବାଂଲାଦେଶର ମାଟି ତଳୁ ବାରମ୍ବାର ଭଗବାନ ବିଷ୍ଣଙ୍କ ମୂର୍ତ୍ତି କାହିଁକି ବାହାରୁଛି?

ବାଂଲାଦେଶର ଦିନାଜପୁରରେ ଏକ ପୋଖରୀରୁ ୨୭ କେଜି ଓଜନର ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ମିଳିଛି । ଗତ କିଛିବର୍ଷ ହେଲା ବାଂଲାଦେଶର ବିଭିନ୍ନ ସ୍ଥାନମାନଙ୍କରେ ଏପରି ଏକାଧିକ ପ୍ରତିମା ମିଳିଛି । ତେଣୁ ବାରମ୍ବାର ମାଟି ତଳୁ କ’ଣ ପାଇଁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି ବୋଲି ଏବେ ପ୍ରଶ୍ନବାଚୀ ଉଠିଛି । ଭୂପୃଷ୍ଠ ତଳୁ ଭଗଗବାନଙ୍କ ବିଷ୍ଣୁ ମୂର୍ତ୍ତି ମିଳିବା ଘଟଣା ପରଠାରୁ ଜିଲ୍ଲାରେ କୌତୁହଳର ମାହୋଲ ସୃଷ୍ଟି ହୋଇଛି । ବାଂଲାଦେଶର ମାଟି ତଳୁ ଏଭି ଅନେକ ମୂର୍ତ୍ତି ମିଳିଛି । ଗତ ୪ ବର୍ଷରେ ଦେଶ ୪j ଅଲଗା ଅଲଗା ସ୍ଥାନରୁ ଭଗବାନ ବିଷ୍ଣଙ୍କ ପ୍ରତିମା ମିଳିଛି ।

ବର୍ତ୍ତମାନ ବାଂଲାଦେଶର ଯେଉଁ ସ୍ଥାନରୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି, ସେଠାରେ ଏକ ରାଜମହଲ ରହିଛି । ବର୍ଷ ବର୍ଷ ପୂର୍ବରୁ ସେଠାରେ ପ୍ରଥମେ ହିନ୍ଦୁ ଧମର୍ର ରାଜା ରହୁଥିଲେ, ଯେ କି ହିନ୍ଦୁ ଧର୍ମର  ଉପାସକ ଥିଲେ । ରାଜମହଲର ପ୍ରତିମା ହିଁ  ପୋଖରୀ ତଳକୁ ଚାଲିଯାଇଥିବା କୁହାଯାଛି । ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଅଂଶ ଥିଲା । ୧୯୪୭ ଠାରୁ ୭୧ ପର୍ଯ୍ୟନ୍ତ ତାହା ପ୍ରାନ୍ତ ପାକିସ୍ତାନ ଅଧୀନକୁ ଚାଲିଯାଇଥିଲା । ୧୯୭୧ରେ ବାଂଲାଦେଶ ଅଲଗା ରାଷ୍ଟ୍ରର ମାନ୍ୟତା ପାଇଥିଲା । ବାଂଲାଦେଶରୁ ପ୍ରଥମେ ବାଙ୍ଗଲା ହିନ୍ଦୁ ପରିବାର ରହୁଥିଲେ, ଯେଉଁମାନେନ କି ଭଗବାନଙ୍କ ଉପାପକ ଥିଲେ ।  ଏମାନଙ୍କର ସଂଖ୍ୟା କବିମା ପରେ ସେଠାକାର ମନ୍ଦିର ଭାଙ୍ଗି ଯାଇଥିଲା ଓ ଭଗବାନଙ୍କ

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର: ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ଵର ପୋଲିସ ବାରାକ୍ ଭିତରୁ ଠାବ ହୋଇଛି ମୃତଦେହ । ମୃତ ମହିଳା କନଷ୍ଟେବଳ ନାଁ ଯଶୋଦା ଦାସ । ତେବେ ମହିଳା କନଷ୍ଟେବଳ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଶେୟାର ବଜାରର ସ୍ଥିତିରେ ସୁଧାର: ବଢ଼ିଲା ସେନସେକ୍ସ ଓ ନିଫଟି, ନିବେଶକ ଆଶ୍ଵସ୍ତ

ଗତକାଲି ସେୟାର ମାର୍କେଟ ଧରାଶାୟୀ ହେବା ପରେ ଆଜି ଏଥିରେ ସୁଧାର ଆସିଛି। ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଓ ନିଫଟି ପ୍ରାୟ ୩ ଶହ ପଏଣ୍ଟ ବଢ଼ିଛି। ଏହା ନିବେଶକଙ୍କୁ ଆଶ୍ଵସ୍ତ କରିଛି । ଗତକାଲି ମାର୍କେଟ କ୍ରାସ ହେବା ପରେ ଆଜି କଣ ସ୍ଥିତି ରହିବ ବୋଲି ସମସ୍ତେ ଆଶଙ୍କାରେ ଥିଲେ। ତେବେ ଆଜି ସ୍ଥିତି ସୁଧୁରିଛି। ଏସିଆର ଅନ୍ଯ ମାର୍କେଟରେ ମଧ୍ୟ ସୁଧାର ଆସିଛି। ଜାପାନ, ଚୀନ, ସିଙ୍ଗାପୁର, ହଂକଂ ପରି ମାର୍କେଟ ପଜିଟିଭରେ ଖୋଲିଥିଲା। ଅର୍ଥାତ ଗତକାଲି ଅପେକ୍ଷା ମାର୍କେଟ ଉପରକୁ ଉଠିଛି। ଟ୍ରମ୍ପଙ୍କ ଟାରିଫ୍ ଟେରର୍ ପାଇଁ ଗତକାଲି ସବୁ ମାର୍କେଟ ଧରାଶାୟୀ ହୋଇଥିଲା। ସେପଟେ ଆଜି ଚୀନକୁ ପୁଣି ଧମକ ଦେଇଛନ୍ତି ଟ୍ରମ୍ପ। ଆହୁରି ୫୦ ପ୍ରତିଶତ ଟାରିଫ ଲଗାଇବାକୁ ସେ ଧମକ ଦେଇଛନ୍ତି । ଆମେରିକା ଉପରେ ଚୀନ ୩୪ ପ୍ରତିଶତ ଟାରିଫ ଲଗାଇଥିବାରୁ ଟ୍ରମ୍ପ ଏପରି ଧମକ ଦେଇଛନ୍ତି।

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବସରେ ଲାଗିଲା ନିଆଁ: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବସ୍ ରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ । କେଉଁ କାରଣରୁ ନିଆଁ ଲାଗିଛି ଜଣାପଡି ନ ଥିବାବେଳେ ଏହା ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବା ସମୟରେ କୌଣସି ଯାତ୍ରୀ ବସ ଭିତରେ ନଥିବା ଜଣାପଡିଛି l

ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଲେ ହାତୀପଲ

ଚମ୍ପୁଆ: ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଲେ ହାତୀପଲ। ଚମ୍ପୁଆ ବ୍ଲକ ଭୂଇଁପୁର ଗାଁରେ ଏହି ଘଟଣା। ହାତୀପଲ ଘର ଭିତରୁ ଧାନ ଚାଉଳ ଖାଇଯିବା ସହ ଗାଁ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗତ କିଛି ଦିନ ହେବ ଚମ୍ପୁଆ ରେଞ୍ଜ ଛାଡି ମୟୂରଭଞ୍ଜକୁ ଚାଲି ଯାଇଥିବା ହାତୀ ପଲ ଗତକାଲି ପୁଣି ଲେଉଟି ଆସିଥିବା ବେଳେ ଭୂଇଁପୁର ଗାଁର ଦୀପକ ବାରିକଙ୍କ ଘରକୁ ଚାରି ପଟୁ ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି l ହାତୀ ପଲ ରାତି ସାରା ଗାଁ ରେ ଉପଦ୍ରଵ କରିବା ପରେ ସକାଳେ ନିକଟସ୍ଥ କମଣ୍ଡ ଜଗଂଲକୁ ଚାଲି ଯାଇଥିବା ଜଣାପଡିଛି। ଅନ୍ୟ ପଟେ ଗତ କିଛି ଦିନ ଧରି ସଦର ରେଞ୍ଜ ରେ ଉତ୍ପାତ କରୁଥିବା ୨୩ ଦଳିଆ ହାତୀ ପଲ ମଧ୍ୟ କମଣ୍ଡ ଜଂଗଲରେ ଆସି ଏମାନଙ୍କ ସହ ମିଶି ଯାଇଥିବାରୁ ଏବେ କମଣ୍ଡ ଜଗଂଲରେ ଅଛନ୍ତି ୨୭ଟି ହାତୀ । ତେଣୁ ଆଖପାଖ ଗ୍ରାମ ବାସୀ ଆତକିଂତ ଅବସ୍ଥା ରହିଛନ୍ତି l

ମାଟି ଚୋରିକୁ ବିରୋଧ କରିବାରୁ ହାଣିଦେଲେ ମାଟି ମାଫିଆ: ବିଳମ୍ବିତ ରାତିରେ ହେଉଥିଲା ମାଟି ଚୋରି

ବାଲିପାଟଣା: ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଇଛନ୍ତି ମାଟି ମାଫିଆ । ଏଥିରେ ୩ ଜଣ ଯୁବକ ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ ଏବଂ ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଉଛନ୍ତି ନିରଞ୍ଜନ ପାତ୍ର, ସୌମେନ୍ଦ୍ର ଜେନା ଓ ଶରତ ଜେନା । ବାଲିପାଟଣା ଜିତିକାଲ ସୁଆଁଲୋ ଗାଁରେ ଘଟିଛି ଏଭଳି ଘଟଣା। ଗାଁରୁ ବିଳମ୍ବିତ ରାତିରେ ଚୋରି ହେଉଥିଲା ମାଟି । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଭୁଜାଲିରେ ହାଣିବା ସହ ପାଇପରେ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଁଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ୨ଟି ବାଇକ ଜବତ ହୋଇଛି ।

ଚାନ୍ଦବାଲି ବ୍ଳକରେ ଶିକ୍ଷାର ବିକଳ ଚିତ୍ର: ୯ଟି ଶ୍ରେଣୀ ଓ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ

ଚାନ୍ଦବାଲି: ଚାନ୍ଦବାଲି ବ୍ଳକରେ ଶିକ୍ଷାର ବିକଳ ଚିତ୍ର । ୯ଟି ଶ୍ରେଣୀ ଓ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ । ଆଜି ୨ଜଣ ଶିକ୍ଷକ ଛୁଟିରେ ଥିବାରୁ ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ଜାଣି ଫାଟକରେ ତାଲା ପକାଇଛନ୍ତି ଅଭିଭାବକ । ଚାନ୍ଦବାଲି ବ୍ଳକ ଉଗ୍ରତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଫାଟକରେ ତାଲା ପଡି ଥିବାରୁ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ନୂତନ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

୨୦୨୩-୨୪ରେ ବିଜେପିକୁ ୨୨୪୩ କୋଟି ଦାନ ମିଳିଛି: ଅନ୍ୟ ଦଳମାନଙ୍କର ସ୍ଥିତି କ’ଣ, ADR ରିପୋର୍ଟରୁ ଜାଣନ୍ତୁ

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ଏକ ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୩-୨୪ରେ ରାଷ୍ଟ୍ରୀୟ ଦଳମାନଙ୍କ ମଧ୍ୟରୁ ବିଜେପି ସର୍ବାଧିକ ଚାନ୍ଦା ଗ୍ରହଣ କରିଛି । ବିଜେପିକୁ ମୋଟ ୮୩୫୮ ଚାନ୍ଦା ମିଳିଥିବା ବେଳେ ୨,୨୪୩ କୋଟି ଘୋଷଣା କରିଛି । ଏଡିଆର ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରିପୋର୍ଟରେ ରାଜେନୖତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ପାଇଥିବା ଉଲ୍ଲେଖ କରାଯାଇଛି ।

ରାଷ୍ଟ୍ରୀୟ ଦଳଙ୍କ ଘୋଷଣା ମୁତାବକ, ମୋଟ ଚାନ୍ଦା ୧୨,୫୪୭ ରହିଛି, ଯାହାର ମୋଟ ରକମ ୨,୫୪୨.୨୮ କୋଟି ଟଙ୍କା । ଏହା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ବୃଦ୍ଧି ଘଟିଛି । ଏକାକୀ ବିଜେପି ଦ୍ବାରା ଘୋଷିତ ଚାନ୍ଦାର ମୋଟ ୮୮ ପ୍ରତିଶତ ଅଟେ । କଂଗ୍ରେସ ୧,୯୯୪ ଚାନ୍ଦା ଜରିଆରେ ୨୮୧,୪୮ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି ।  ଆମ ଆଦମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) ଏହାଠାରୁ କମ୍ ରାଶିର ସୂଚନା ଦେଇଛନ୍ତି । କଂଗ୍ରେସକୁ ମିଳିଥିବା ଚାନ୍ଦାରେ ୨୫୨.୧୮ ପ୍ରତିଶତ ବୃଦ୍ଧି ଘଟିଛି । ଆପକୁ ମିଳିଥିବା ଚାନ୍ଦାରେ ୨୬.୦୩୮ କୋଟି କମିବା ସହ ଏନପିଇପିର ଚାନ୍ଦାରେ ୭.୩୩୧ କୋଟି କମିଛି ।