spot_img
Home Blog Page 965

ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ: ଓଡ଼ିଶା ଦିବସରେ ଏଭଳି କହିଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ବର: ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି- ଆଜି ଓଡ଼ିଶା ଦିବସ। ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ। ଏହି ପବିତ୍ର ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କବି ଗଙ୍ଗାଧର ମେହର, ଔପନ୍ୟାସିକ ଫକୀର ମୋହନ ସେନାପତିଙ୍କ ପରି ମହାନ ପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ପୂର୍ବସୁରୀମାନଙ୍କ ଲକ୍ଷ୍ୟ ଥିଲା ଏକ ସ୍ବାଭିମାନ ଓଡ଼ିଶା ଗଠନ। ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ନୂଆ ପରିଚୟ ପାଇଛି। ଓଡ଼ିଆମାନେ ଦେଶ ବିଦେଶରେ ଓଡ଼ିଶାର ପରିଚୟକୁ ଗରିମାମୟ କରିଛନ୍ତି। ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବା ଲାଗି ଚେୟାର ପ୍ରତିଷ୍ଠା ହୋଇଛି। କୃଷିଭିତ୍ତିଭୂମି, ଅର୍ଥନୀତି, ନିର୍ବେଶ, ବିପର୍ଯ୍ୟୟ ପରିଚାଳନା,ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିକାଶ ସମ୍ଭବ ହୋଇିଥିଲା। ଏ ସବୁଥିରେ ଓଡ଼ିଶା ଆଗରେ ରହିଥିଲା। ସବୁଠାରୁ ବଡ଼ ସଫଳତା ହେଉଛି ଗରିବୀ ହଟିବା। ରାଜ୍ୟରେ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ହଟିଥିଲା ଗରିବୀ। ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓଡ଼ିଆ ସ୍ବାଭିମାନର ଜୟଗାନ କରୁଛି ବୋଲି କହିଥିଲେ ନବୀନ।

କଟକରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

କଟକ: କଟକର ଏକ ସୁଟକେସ ସୋ’ ରୁମ ସହିତ କପଡ଼ା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଦୋଳମୁଣ୍ଡାଇ ସ୍ଥିତ ସୋ’ ରୁମ କପଡ଼ା ଗୋଦାମରେ ଲାଗିଛି ନିଆଁ ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସୋରୁମ୍ ଭିତରେ ନିଆଁ ଜଳୁଥିବା ବେଳେ ପ୍ରବଳ ଧୂଆଁ ବାହାରୁଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି।

ତେଲକୋଇରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଦୁଇ ନାବାଳକଙ୍କ ସମେତ ଅନ୍ୟ ଦୁଇ ଜଣ ଅଟକ

ତେଲକୋଇ: ତେଲକୋଇ କାଳିଆହତା ଫାଣ୍ଡି ଅଞ୍ଚଳରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ । ତେଲକୋଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦୁଇ ନାବାଳକ ସହିତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ତେଲକୋଇ ପୋଲିସ।

ପାରାୟଣ ବେଳେ ମହାପ୍ରୟାଣ: ପ୍ରବଚନ ଦେବା ବେଳେ ଚାଲିଗଲା ପ୍ରବଚକଙ୍କ ଜୀବନ

ଭଦ୍ରକ: ପ୍ରବଚନ ଦେବା ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମ ଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତରେ। ହନୁମାନ ମନ୍ଦିର ପ୍ରାଙ୍ଗଣରେ ତିନି ଦିନ ଧରି ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରବଚକ ଭାବରେ ଯୋଗଦେଇଥିଲେ ହନୁମାନ ମନ୍ଦିର ପାଖରେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଟ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରଶାଦ ବେଜ । ତେବେ ଗତକାଲି ଦ୍ଵିତୀୟ ଦିବସ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ସହଯୋଗୀମାନେ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଆସିଥିଲେ। ମାତ୍ର ମାଡିକାଲରେ ଡାକ୍ତର ଗୋପାଳଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଜିଠୁ ବଦଳିବ ପାଗ: ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଆଜିଠୁ ବଦଳିବ ପାଗ। ଗରମରୁ ଆଶ୍ଵସ୍ତି ଦେବ କାଳ ବୈଶାଖୀ ବର୍ଷା। ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାନେଇ ଅନୁମାନ କରାଯାଉଛି । ଏହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସେପଟେ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ 42°C ରେକର୍ଡ କରାଯାଇଛି । ଚଳିତ ଅପ୍ରେଲରେ ରାଜ୍ୟରେ ଅସହ୍ୟ ତାତି ଅନୁଭବ ହୋଇପାରେ । ସ୍ୱାଭାବିକ ଠାରୁ ଅଧିକ ଦିନ ଗ୍ରୀଷ୍ମପ୍ରବାହ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ଓଡ଼ିଶା ଦିବସ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ଓଡ଼ିଶା ଦିବସ । ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହି ଦିନକୁ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ କରିବାକୁ ଓଡ଼ିଶା ଦିବସ ଭାବେ ପାଳିତ ହେଉଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡ଼ି ତରଫରୁ ଓଡ଼ିଶା ଦିବସ ପାଳନ କରାଯାଉଛି । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯିବ । ନିଜ ନିଜ ଅଞ୍ଚଳରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଶଙ୍ଖଭବନକୁ ପଠାଇବାକୁ ସମସ୍ତ ବିଧାୟକ, ସାଂସଦ, ନିର୍ବାଚନମଣ୍ଡଳୀ ନେତୃତ୍ବ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷଙ୍କ ସହିତ ଯୁବ, ଛାତ୍ର, ମହିଳା, କୃଷକ, ଶ୍ରମିକ ସଙ୍ଗଠନର ଆବାହକମାନଙ୍କୁ ଚିଠି କରାଯାଇଛି ।

ହଜିଗଲାଣି ମଣିଷ ପଣିଆ ; ଗାଡ଼ି ଚଢେଇ ପଚରାଯାଉଛି କିଏ ମରିଗଲା କି ?

ନୂଆଦିଲ୍ଲୀ : ହଜିଗଲାଣି ମଣିଷ ପଣିଆ । ଦୁର୍ଘଟଣା ପରେ ଆହାତଙ୍କୁ ମିଳୁନି ଚିକିତ୍ସା  । ଦୁଇ ଜଣଙ୍କ ଉପରେ ଗାଡ଼ି ଚଢେଇ ପଚରାଯାଉଛି କିଏ ମରିଗଲା କି ? ଦିଲ୍ଲୀର ନୋଏଡ଼ା ସେକ୍ଟର ୯୪ରେ ଏଭଳି ଘଟଣା ଘଟିଛି। ରବିବାର ଦୀପକ ନାମକ ଜଣେ ବ୍ୟକ୍ତି ନିଜର ଲାମ୍ବୋଗିନୀ କାର୍ ସ୍ପିଡ୍‌ରେ ଆଣି ରାସ୍ତାକଡ଼ରେ ବସିଥିବା ଶ୍ରମିକଙ୍କ ଉପରେ ଚଢ଼ାଇ ଦେଇଛି। ଏଥିରେ ଦୁଇ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାର୍ ଛଡାଇ ସାରିବା ପରେ ବି ଦୀପକ କାର୍ ଭିତରୁ ବାହାରି ନଥିଲା।

ହଠାତ୍ ଦୁର୍ଘଟଣା ଆବାଜ ପାଇଁ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କାର ପାଖକୁ ଚାଲି ଆସିଥିଲେ। ଜଣେ ଶ୍ରମିକ କାର୍ କାଚ ଖୋଲି ଦୀପକକୁ ପଚାରିଥିଲେ ଭାଇ ତୁମେ ଏଠି ନିଜର ଷ୍ଟଣ୍ଟ କାହିଁକି ଦେଖାଉଛ? ଲୋକେ ମଲେଣି ତୁମ ପାଇଁ ତୁମକୁ କିଛ ଜଣା ଅଛି? କାର୍ ଭିତରେ ଥାଇ ଦୀପକ ଅତି ଅସମ୍ବେଦନଶୀଳ ଭଳି ଜବାବ ଦେଇଥିଲେ। ଲୋକେ ମରିଗଲେଣି ? ବୋଲି ପଚାରିଥିଲେ। ଏହାପରେ ଶ୍ରମିକମାନେ ଜବାବ ଦେଇ କହିଥିଲେ ଗାଡ଼ି ଭିତରୁ ବାହାର ଆଉ ସେପଟେ ଦେଖ ତୁମ କ’ଣ କରିଛ? ଏହାପରେ ଦୀପକ କାର୍ ଭିତରୁ ବାହାରକୁ ଚାଲି ଆସିଥିଲେ। ଶ୍ରମିକ ଏଭଳି ବେପରୁଆ ଗାଡ଼ି କାହିଁକି ଚଲାଉଛ ବୋଲିପଚାରିଥିଲେ। ଜବାବରେ ଦୀପକ କହିଥିଲେ ଯେ ମୁଁ ଏକ୍ସଲେରେଟର ଧୀରେ ଦବାଇଥିଲି। ଶ୍ରମିକ ପୁଣି ପଚାରିଥିଲେ ଏଇଟା ତୁମର ଧୀରେ ଥିଲା?

ଏହାପରେ ଶ୍ରମିକମାନେ ପୁଲିସକୁ ଫୋନ୍ କରିବା ପରେ ପୁଲିସ ଆସି ଦୀପକୁ ଅଟକ ରଖିବା ସହିତ କାର୍ ଜବତ କରିଛି। ଏବଂ ଆହତକୁ ଡାକ୍ତରଖାନା ନେବାର ବ୍ୟବସ୍ତା କରିଥିଲା। କାର୍‌ଟି ଦୀପକ ନାଁରେ ନାହିଁ ସେ ଟେଷ୍ଟ ଡ୍ରାଇଭରେ ଆସି ଏଭଳି କାଣ୍ଡ ଘଟାଇଛି ବୋଲି ପୁଲିସ କହିଛି। ପଚରାଉଚରା ବେଳେ ଦୀପକ ପୁଲିସକୁ ପ୍ରତିକ୍ରିୟା ଦେଇ କହିଛି ଯେ କାରର ସ୍କ୍ରିନରେ କିଛି ତ୍ରୁଟି ଦେଖାଯାଇଥିଲା। ସେ ଗାଡ଼ି ଚଲାଇବା ସମୟରେ ସେ ସ୍କ୍ରିନକୁ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାରେ ଦୀପକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି।

ବିଧାନସଭା ଅଧିବେଶନ ବେଳେ ପ୍ରମାଣ ଦେଲା ଖାକି ବାହିନୀ,ବର୍ଷିଲେ କଂଗ୍ରେସ ଓ ବିଜେଡି

ନନ୍ଦିଘୋଷ ବ୍ୟୁରୋ : ବିରୋଧୀ ବିଧାୟକଙ୍କୁ ଦମନ କରିବାକୁ ସାହସ ଜୁଟାଇ ପାରୁଛି ପୋଲିସ । ହେଲେ ରାଜ୍ୟର ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଫେଲ୍। ଏଥର ବିଧାନସଭା ଅଧିବେଶନ ବେଳେ ଗୁଣ୍ଡା ସାଜି ପ୍ରମାଣ କରିଦେଲା ପୋଲିସ। ବିଧାନସଭା ବାହାରେ କଂଗ୍ରେସ ସଦସ୍ୟଙ୍କୁ ଦମନ କରିବାକୁ ଯାଇ ପ୍ରବେଶ ପଥରେ ବଳ ଲଗାଇ ଅଟକାଇଲା। ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ କଲା ଲହୁଲୁହାଣ। ବିଜେଡି ସଦସ୍ୟଙ୍କୁ ଗେଟ୍ ଭିତରେ ବନ୍ଦୀ ରଖି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲା ଖାକି ବାହିନୀ।

ପୋଲିସ ସବୁ କିଛି କରିପାରୁଛି, କିନ୍ତୁ ଆଇନଶୃଙ୍ଖଳା ରକ୍ଷା କରିବାରେ ମାରୁଛି ଫେଲ୍।। ପରିସ୍ଥିତି ଏପରି ହେଲାଣି ଯେ ପୋଲିସ ପ୍ରତି ଲୋକଙ୍କ ଭୟ ରହୁନି। ଯେଉଁଥି ପାଇଁ ଗତକାଲି ଭୁବନେଶ୍ବରର ଭରତପୁର ଓ ଯାଜପୁର ଜିଲ୍ଲା କୋରେଇରେ ପୋଲିସକୁ ଆକ୍ରମଣର ଶିକାର ହେବାକୁ ପଡ଼ିଲା। ବିରୋଧୀଙ୍କ କହିବା କଥା, ସରକାରୀ ଦଳର ଚାପରେ ସ୍ବାଧୀନ ଭାବେ କାମ କରିପାରୁନି ପୋଲିସ। ବିରୋଧୀ ଦଳଙ୍କୁ ଦମନ କରିବାରେ ପୋଲିସ ଏତେ ବ୍ୟସ୍ତ ରହୁଛି ଯେ ଅପରାଧ ନିୟନ୍ତ୍ରଣ ପାଇଁ ସମୟ ମିଳୁନି କହି କଟାକ୍ଷ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗର ଦାୟିତ୍ବ । ହେଲେ ତାକୁ ସେ ସଠିକ୍ ଭାବେ ନିର୍ବାହ କରିପାରୁନଥିବାରୁ ପୋଲିସ ବି ଅପରାଧରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ସେପଟେ ପୁଣି ଥରେ ସରକାରଙ୍କ ଓକିଲ ସାଜିଲା ବିଜେପି । ଚିରାଚିରିତ ଭାବେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ କରି ଚାଲିଛନ୍ତି ପ୍ରୟାସ। ସେହିପରି କଂଗ୍ରେସର ଆନ୍ଦୋଳନ ପରେ ପୋଲିସ ମହାନିର୍ଦ୍ଦେଶକ ଯେପରି ରାଜନୈତିକ ଷ୍ଟାଇଲରେ ବିବୃତି ରଖିଲେ, ତାହା ପୋଲିସ ଉପରେ ସରକାରଙ୍କ ଚାପକୁ ସ୍ପଷ୍ଟ କରିଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ହେଲେ ଆଇନ ଶୃଙ୍ଖଳା ନୟନ୍ତ୍ରଣରେ ଡିଜିପି କଣ କରିବେ, ସେ ନେଇ ପ୍ରଶ୍ନ ଉଠିଛି।

ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଥିବା ବେଳେ, ୭୩୮ଟି ମାମଲାରେ ଚାର୍ଜସିଟ ଦିଆଯାଇଛି। ୨୧୭ଟି ମାମଲାର ଫଇସଲା ସରିଥିବା ବେଳେ, ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ପ୍ରଦାନ କରାଯାଇଛି । ସେହିପରି ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । କେବଳ ଏହି ଗୋଟାଏ ମାସରେ ୧୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା ଭଳି ମାମଲା ରୁଜୁ ହୋଇଥିବା ନେଇ ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଯେଉଁ ଦିନ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ, ସେ ସମୟରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ ଅପରାଧୀଙ୍କ ଭିତରେ ଭୟ ରହିଥାନ୍ତା । ହେଲେ ଏପରି ନ ହେବାରୁ ନବୀନ ପଟ୍ଟନାୟକଙ୍କ ସମୟର ଶାନ୍ତିପ୍ରିୟ ଓଡ଼ିଶା ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ରଥଯାତ୍ରା ଏବଂ ବାଲି ଯାତ୍ରା ‘ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ’ ତାଲିକାରେ ତାଲିକାଭୁକ୍ତ

ନନ୍ଦିଘୋଷ ବ୍ୟୁରୋ :  ରଥଯାତ୍ରା ଏବଂ ବାଲି ଯାତ୍ରା ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକାରେ ତାଲିକାଭୁକ୍ତ । ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଡେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ତାଲିକାଭୁକ୍ତ ହୋଇଛି ରଥଯାତ୍ରା । ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ଦାଖଲ ହୋଇଥିଲା । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ଯ ଏଥିପାଇଁ ସହଯୋଗ କରିଥିଲେ । ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ଯକ୍ତି ତଥା ଅନୁଷ୍ଠାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ  ।

ଗୁଜରାଟର କଚ୍ଛର ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟର କଚ୍ଛର ଗାନ୍ଧୀଧାମ ଭାଚୌ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ସ୍ଥାନୀୟ ପୋଲିସ, ଗାନ୍ଧୀଧାମ ପୌରପାଳିକା ସମେତ ଅଗ୍ନିଶମ ବାହିନୀର ଦଳ ସହିତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ । ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ  ।