ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା Axiom Mission 4 (Ax-4) ଅଧିନରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ଏବେ ଏହି ମିଶନର ଲଞ୍ଚ ତାରିଖ ସାମ୍ନାକୁ ଆସିଛି, ଯାହାକୁ କି ନାସାର ଫ୍ଲାରିଡ଼ା ସ୍ଥିତ କେନେଡୀ ସ୍ପେସ ଷ୍ଟେସନରେ ଲଞ୍ଚ କରାଯିବ । ଭାରତୀୟ ମହାକାଶ ଯାତ୍ରୀ ଗଗନଯାନର ମିଶନର ଅଂଶ ହୋଇଥିବା ବେଳେ, ଆସନ୍ତା ମେ’ରେ କାନେଡୀ ସ୍ପେସ ଷ୍ଟେସନରୁ ISS ପାଇଁ ଯାତ୍ରା କରିବେ । ଏହି ମିଶନର ଇଣ୍ଟରନ୍ୟାସନାଲ ସ୍ପେସ ରିସର୍ଚ୍ଚରେ ଭାରତର ଭାଗିଦାରୀରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭ୍ରାଂଶ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ । ଶୁଭ୍ରାଂଶୁ ଭାରତର ମହାତ୍ତ୍ବାକାଂକ୍ଷୀ ଗଗନଯାନ ହ୍ୟୁମ୍ୟାନ ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ ପାଇଁ ନୋମିନେଟ ହୋଇଥିବା ମହାକାଶ ଯାତ୍ରୀ ମଧ୍ୟ ଅଟନ୍ତି । ନାସାର ପୂର୍ବତନ ଅନ୍ତରୀଣ ଯାତ୍ରୀ ପେଗୀ ହ୍ବିଟସନ ଏକ୍ସ-୪ ମିଶନର ନେତୃତ୍ବ ନେବେ । ଶୁଭ୍ରାଂଶୁଙ୍କ ଭାଗିଦାରିତା ଗ୍ଲୋବାଲ ସ୍ପେସ ରିସର୍ଚ୍ଚରେ ଭାରତର ବଡ଼ ଭୂମିକାକୁ ଦର୍ଶାଉଛି । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିବା ରାକେଶ ଶର୍ମାଙ୍କ ରାସ୍ତାରେ ଚାଲୁଛନ୍ତି ଶୁଭ୍ରାଂଶୁ ।
ଅଭାବନୀୟ ଘଟଣା: ୩ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ଜଳେଶ୍ବର: ୩ ମାସର ଗର୍ଭବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଅଭାବନୀୟ ଘଟଣାଟି ଘଟିଛି ଜଳେଶ୍ବର କର୍ମଦା ଥାନା କଚୁଆଡି ଗାଁରେ। ମୃତ ମହିଳା ଜଣଙ୍କ ହେଉଛନ୍ତି କଚୁଆଡି ଗାଁର ଚନ୍ଦନ ସିଂଙ୍କ ସ୍ତ୍ରୀ ବନ୍ଦନା ସିଂ। ମହିଳା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୦୨୪ ମସିହା ଡିସେମ୍ବର ୧୪ରେ ବନ୍ଦନା କଚୁଆଡି ଗ୍ରାମର ଭାସ୍କର ସିଂହଙ୍କ ପୁଅ ଚନ୍ଦନ ସିଂହଙ୍କୁ ବିବାହ କରିଥିଲୋ। ଚନ୍ଦନ ବିଦେଶରେ ରହି କାମ କରୁଥିବେଳେ ବନ୍ଦନା ଗାଁରେ ଶାଶୁ ଶ୍ବଶୁରଙ୍କ ପାଖରେ ରହୁଥିଲେ। ଆଜି ବନ୍ଦନାକୁ ଝୁଲନ୍ତା ଅବସ୍ଥାରେ ଦେଖି ଶାଶୁଘର ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଭୋଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୋ। ସେଠାରେ ଡାକ୍ତର ବନ୍ଦାକୁ ମୃତ ଘୋଷଣା କରିଥିଲୋ। ଅନ୍ୟପଟେ ବନ୍ଦନାଙ୍କ ବାପ ଘର ଲୋକେ ତାଙ୍କୁ ହତ୍ୟା କରି ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି।
ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ: ୫ ଜିଲ୍ଲାର ଏସପିଙ୍କ ସହ କରିବେ ଆଲୋଚନା
ସମ୍ବଲପୁର: ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ । ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ନେଇ କରିବେ ଆଲୋଚନା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସହ କରିବେ ଆଲୋଚନା। ଏହାସହ ୫ ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଛନ୍ତି ପୋଲିସ ଡିଜି। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ତାଳଚେରରେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର: ବାମ ଗୋଡ଼ରେ ଗୁଳି ବାଜି ଅପରାଧୀ ଗୁରୁତର
ତାଳେଚର: ତାଳଚେର ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର। ତାଳବେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର। ଅପରାଧି ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳିକରି ପଳାଉଥିବାବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଥାନାରେ ମାମଲା ରହିଛି। ପୋଲିସ ଉପରକୁ ତିନି ରାଉଣ୍ଡ ଫାୟରିଂ କରିଥିବା ସୂଚନା। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ।

