spot_img
Home Blog Page 959

୩ଟି ଓ୍ବିକେଟ ନେଇ ଏକ୍ସ-ଫ୍ୟାକ୍ଟର ସାଜିଲେ ମହମ୍ମଦ ସିରାଜ: ଗୁଜରାଟ ଠାରୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ

ମହମ୍ମଦ ସିରାଜ ଦୀର୍ଘସମୟ ଧରି ଆପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସହ ଜଡ଼ିତ ରହିଛନ୍ତି । ତେବେ ଏପ୍ରିଲ ୨ରେ ସିରାଜ ୩ଟି ଓ୍ବିକେଟ ନେବା ସହ ଆରସିବି ବିଜୟରେ ଏକ୍ସ ଫ୍ୟାକ୍ଟର ସାଜିଥିଲେ । ଏହିକ୍ରମରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆରସିବି ପ୍ରତିଶୋଧ ନେଇପାରିଛି । ଏହି ମ୍ୟାଚ ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା ଯେ, ସିରାଜ ପୂର୍ବରୁ ଗୁଜରାଟର ଅଂଶ ଥିଲେ । ସିରାଜ ନିଜ ବୋଲିଂରେ ଦେବଦତ୍ତ ପାଡିକଲ (୪), ଫିଲ ସଲ୍ଟ (୧୪) ଓ ଲିଆମ ଲିଭିଂଷ୍ଟୋନ (୫୪)ଙ୍କୁ ଆଉଟ୍‌ କରି ଟିମର ବିଜୟରେ ବଡ଼  ଭୂମିକା ନିର୍ବାହ କରିଥିଲେ । ସିରାଜ ୪ ଓଭର ବୋଲିଂ କରି ୧୯ ରନ୍ ଦେଇ ୩ଟି ବଡ଼ ଓ୍ବିକେଟର ପତ୍ତନ ଘଟାଇଥିଲେ । ଏହି କମାଲ କାରଣରୁ ତାଙ୍କୁ ’ପ୍ଲେୟାର ଅଫ୍ ଦି ମ୍ୟାଚ’ ବିବେଚିତ କରାଯାଇଥିଲା ।

ଉକ୍ତ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଲିଭିଂଷ୍ଟୋନ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ତରଫରୁ ସାଇ କିଶୋର ୨ଟି ଓ୍ବିକେଟ ନେଇଥିଲେ । ଜବାବରେ ଗୁଜରାଟ ୧୭.୫ ଓଭରରେ ୨ଟି ଓ୍ବିକେଟ ହରାଇ ୧୭୦ ରନ୍ ସଂଗ୍ରହ କରିନେଇଥିଲା । ଜୋସ ବଟଲର ସର୍ବାଧିକ ୭୩ ରନ୍ ସଂଗ୍ରହ କରି ଅପରାଜିତ ଥିଲେ । ସାଇ ସୁଧାରସନ ୪୯ ରନ୍ କରିଥିଲେ । ଗୁଜରାଟ ତରଫରୁ ଭୁବନେଶ୍ବର କୁମାର ଓ ଜୋଶ ହାଜଲେଉଡ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ ଅଭିଯୋଗ : କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

ନନ୍ଦିଘୋଷ ବ୍ୟୁରୋ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ ଅଭିଯୋଗରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଛାତ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଭିତରେ ବିଭିନ୍ନ ସମୟରେ ଅଣଛାତ୍ର ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଛାତ୍ର ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ବିଶୃଙ୍ଖଳା କରୁଥିବା ଓ ମାଡ଼ ମାରିଥିବା ଅଣ ଛାତ୍ର ମାନଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଗିରଫ ନ କରାଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ପ୍ରତିବାଦ କରୁଥିବା ଛାତ୍ର।

ବିଧାନସଭାରେ ପାରିତ ହେଲା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ପାରିତ ହୋଇଛି ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫। ହି ବିଲର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ବିକାଶ ନିମନ୍ତେ ସବୁଦିନିଆ ସଡ଼କ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ।ସରକାର ସମଗ୍ର ରାଜ୍ୟରେ ୭୫ ହଜାର କିଲୋମିଟର ସଡ଼କକୁ ବିଶ୍ୱସ୍ତରୀୟ ରୋଡ଼ ନେଟୱାର୍କ ଭାବେ ବିକଶିତ କରିବା ପାଇଁ ପରିକଳ୍ପନା କରିଛନ୍ତି। ରାଜ୍ୟର ରୋଡ଼ ନେଟୱର୍କର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ପରିବେଶ ଓ ଜଙ୍ଗଲ ଜମି ମଞ୍ଜୁରୀ, କେବୁଲ ଓ ପାଇପ୍ ଲାଇନ୍ ସ୍ଥାନାନ୍ତରଣ, ଟ୍ରାଫିକ ନିୟନ୍ତ୍ରଣ, ସଡ଼କ ସୁରକ୍ଷା, ଜବରଦଖଲ ନିୟନ୍ତ୍ରଣ ଏବଂ ରାଜପଥର ସଠିକ୍ ପରିଚାଳନା ଆବଶ୍ୟକ। ରାଜ୍ୟରେ ଦକ୍ଷ ଏବଂ ସୁରକ୍ଷିତ ସଡ଼କ ଭିଭିଭୂମିର ପ୍ରଭାବୀ ପରିଚାଳନା, ଯୋଜନା, ବିକାଶ ଓ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ନାମରେ ଏକ ସ୍ବୟଂଶାସିତ ସଂସ୍ଥା ଗଠନ କରିବାକୁ ସମୀଚିତ ବୋଲି ବିବେଚନା କରାଯାଉଛି।

ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ୨୮ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଥିଲା ବେଶ ଘଟଣା ବହୁଳ ଥିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ କଂଗ୍ରେସ ଦଳର ସମସ୍ତ ବିଧାୟକ । ଏହା ସହ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା । ବୁଧବାର ସକାଳ ୧୦.୩୦ ମିନିଟ ରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ 7 ଟା 5 ପର୍ଯ୍ୟନ୍ତ ଚାଲିଥିଲା ।

ବର୍ଷାରେ ଭିଜିଲା ଅଧା ଓଡିଶା: ତାପମାତ୍ରା ୧-୨ ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ବର: ବର୍ଷାରେ ଭିଜିଲା ଅଧା ଓଡିଶା  । ତାତିରୁ ମିଳିଲା ମୁକ୍ତି  । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝଗର ଓ ମୟୂରଭଞ୍ଜ ପରି ୧୫ ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେରେ ପବନ ବହିବାର ସମ୍ଭାବନା ରହିଛି । ଗତକାଲି କନ୍ଧମାଳର ଫିରିଙ୍ଗିଆଠାରେ ସର୍ବାଧିକ ୪୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ରାତି ସାରା ଚାଲିଲା ବିଧାନସଭା: ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ୨୮ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଥିଲା ବେଶ ଘଟଣା ବହୁଳ ଥିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ କଂଗ୍ରେସ ଦଳର ସମସ୍ତ ବିଧାୟକ । ଏହା ସହ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା । ବୁଧବାର ସକାଳ ୧୦.୩୦ ମିନିଟ ରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ 7 ଟା 5 ପର୍ଯ୍ୟନ୍ତ ଚାଲିଥିଲା ।

ପାରମ୍ପରିକ ମିଠାର ପ୍ରସାର ପାଇଁ ଅଭିନବ ଉଦ୍ୟମ: ବାଲେଶ୍ବରରେ ଆୟୋଜିତ ହେଲା ରସଗୋଲା ମହୋତ୍ସବ

ବାଲେଶ୍ବର: ମିଠା ଓ ପିଠାରେ ବାସିଲା ପରିବେଶ । ରକମ ରକମର ମିଠା ସାଙ୍ଗକୁ ପିଠାର ଆସର । ୫ ଟଙ୍କାରୁ ଆରମ୍ଭ କରି ଶହେଟଙ୍କା ରହିଛି ମୂଲ୍ୟ । ଧଳା, ହଳଦିଆ, ନାଲି ରଙ୍ଗ ସାଙ୍ଗକୁ ବିଭିନ୍ନ ଫ୍ଲେବରର ରସଗୋଲା । ବାଲେଶ୍ୱରରେ ଆୟୋଜିତ ହୋଇଛି ରସଗୋଲା ମହୋତ୍ସଵ । ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୨୫ ରୁ ଅଧିକ ମିଠା ଓ ପିଠାର ଷ୍ଟଲ ଦେଖିବାକୁ ମିଳିଛି । ଯେଉଁଥିରେ ଜିଲ୍ଲାର ନାମିଦାମୀ ମିଠା ଦୋକାନ ନିଜର ଷ୍ଟଲ ମାଧ୍ୟମରେ ରସଗଲା ସମେତ ବିଭିନ୍ନ ମିଠା ପ୍ରଦର୍ଶିତ କରିଛନ୍ତି । ଯେଉଁଥିରେ ୪ ପ୍ରକାର ରସଗୋଲା ସହ କ୍ରିମ୍ ମିଠା, ବିଭିନ୍ନ ରକମର ସନ୍ଦେସ, ବର୍ଫି, କାଲାକମ୍, ରସାବଳି ଆଦି ରହିଛି । ମୂଲ୍ଯ ୫ ଟଙ୍କାର ଆରମ୍ଭ କରି ୨୦, ୫୦ ଓ ଶହେ ଟଙ୍କା ରହିଛି । ସେହିପରି ରସମଲାଇ ୨ ପ୍ରକାର ୨୦ ଟଙ୍କା ୪୦ ଟଙ୍କା ରହିଛି । କେଶର ମାଲାଇ, ଚମ୍ ଚମ ସ୍ପେଶାଲ ମଲାଇଇ ଆଦିର ମଜା ନେଇଛନ୍ତି ଲୋକେ । ଓଡ଼ିଶାର ପରିଚୟ ସ୍ୱାଦିଷ୍ଟ ରସଗୋଲା ସହିତ ବାଲେଶ୍ଵରର ମିଠାର ପ୍ରଚାର ପ୍ରସାର କରିବା ଓ ନିଆରା ଢଙ୍ଗରେ ଓଡିଶା ଦିବସ ପାଳନ କରିବା ଲକ୍ଷ୍ୟରେ ଏପରି ଅଭିନବ କାର୍ଯ୍ୟକ୍ରମ କରାଯାଇଛି ।

ଖାଲି ମିଠା ନୁହେଁ ଭଳିକି ଭଳି ପିଠା ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଓଡ଼ିଶାର ପାରମ୍ପରିକ ମଣ୍ଡା, ପୋଡ଼, କାକରା, ମୁଗମଣ୍ଡା, ଲାଉ ପୋଡ଼ାପିଠ, ମାଣ୍ଡିଆ ପନିପରିବା ଚକୁଳି, ମାଣ୍ଡିଆ କାକରା ଦେଖିବାକୁ ମିଳିଛି । ୧୫ ରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି ଏହାର ମୂଲ୍ୟ । ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ନିଆରା ଓ ସ୍ୱାଦିଷ୍ଟ କାର୍ଯ୍ୟକ୍ରମରେ ମିଠା ଓ ପିଠାର ଭରପୂର ମଜା ଲୁଟିଛନ୍ତି ସହରବାସୀ ।

ରାଜ୍ୟ ସରକାରଙ୍କ ମିଛ ଅସ୍ମିତା ଭିତରେ ହଜିଯିବ କି କୋଟିଆର ଅସ୍ତିତ୍ବ ?

କୋଟିଆ: ଆନ୍ଧ୍ରରେ ଲିଭିଯିବ କି କୋରାପୁଟ ସୀମାବର୍ତ୍ତୀ କୋଟିଆ ? ରାଜ୍ୟ ସରକାରଙ୍କ ମିଛ ଅସ୍ମିତା ଭିତରେ ହଜିଯିବ କି ଅସ୍ତିତ୍ବ ? ଆଦିବାସୀଙ୍କୁ ପ୍ରଲୋଭିତ କରୁଛି ପଡ଼ୋଶୀ ରାଜ୍ୟ । ଅନୁପ୍ରବେଶ ସହ ଓଡ଼ିଆ ଭାଷା, ସଂସ୍କୃତି ଉପରେ ବି କବଜା । ସୀମାକୁ ସୁରକ୍ଷା ଦେବାରେ ଫେଲ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆର ବିକାଶ ପାଇଁ ଖର୍ଚ୍ଚ କରାଯାଇଥିଲା ୧୫୦ କୋଟି ଟଙ୍କା । ନୂଆ ଥାନା, ଆଦର୍ଶ ବିଦ୍ୟାଳୟ, ବ୍ଲାକଟପ୍ ରାସ୍ତା, ସବୁ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ ଏବେ କୋଟିଆ ଉପରେ ପୁଣି ଥରେ ଲୋଲୁପ ଦୃଷ୍ଟି ପକାଇଛି ଆନ୍ଧ୍ର । ବାର୍ଦ୍ଧକ୍ୟ ଭତ୍ତା, ଆମ୍ମାୱାଡ଼ି ଯୋଜନାରେ ଆର୍ଥିକ ସହାୟତା ସହ କାର୍ଡ ବଦଳାଇ ଲୋକଙ୍କ ନୂଆ ଆଧାର ଓ ଭୋଟ କାର୍ଡ କରାଯାଉଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।

ଖାଲି ଅନୁପ୍ରବେଶ ନୁହେଁ ଓଡ଼ିଶାର ଭାଷା ଓ ସଂସ୍କୃତି ଉପରେ ବି କବଜା କରିବାକୁ ପ୍ରୟାସ କରିଛି ପଡୋଶୀ ରାଜ୍ୟ । ଓଡ଼ିଶାର ଗାଁ, ଓଡ଼ିଶାର ମାଟି ହେଲେ ବି ଓଡ଼ିଆ ପଢିପାରୁ ନାହାନ୍ତି ଏଠାକାର ପିଲା । ତେଲୁଗୁ ଭାଷାରେ ପିଲାଙ୍କୁ ପଢ଼ାଯାଉଛି ପାଠ । ଆଉ ପାଠ ପଢ଼ାଉଛନ୍ତି ଆନ୍ଧ୍ର ସରକାରଙ୍କ ଶିକ୍ଷକ । ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମବାସୀଙ୍କ ପିଲାଙ୍କୁ ଓଡ଼ିଆ ଭାଷାରେ ପାଠ ପଢ଼ି ଓଡ଼ିଆ ଶିଖିବେ ସେଥିପାଇଁ ଅନୁଦାନ ଢାଳି ଓଡ଼ିଶା ସରକାର । ତାଡ଼ିବାଲସା ଗ୍ରାମରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କୋଟିଆରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଞ୍ଜେଇ ପଦର ଗ୍ରାମରେ ଆଦର୍ଶ ବିଦ୍ୟାଳୟ ଆଦି ନିର୍ମାଣ କରାଯିବା ସହ ଛାତ୍ରାବାସ ଓ ମାଗଣାରେ ବହି ପୋଷାକ, ଖାଇବା, ସାଇକେଲ ଯୋଗାଇ ଦିଆଯାଉଛି । ହେଲେ ସ୍କୁଲରେ ଦାଖିଲା ନେବାକୁ ପ୍ରତି ପିଲାଙ୍କ ପିଛା ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ପ୍ରଲୋଭିତ କରୁଛି ଆନ୍ଧ୍ର । ତେଣୁ ପାଠ ପଢାଇବା ଏଠାରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା କହିଛନ୍ତି ଶିକ୍ଷକ। ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶା ମାନଚିତ୍ରରୁ କୋଟିଏ ହଜିଯିବା ଆଶଂକା ରହିଥିବା କହିଛନ୍ତି ବୁଦ୍ଧିଜୀବୀ ।

ଅସୁରକ୍ଷିତ ବ୍ରହ୍ମପୁର: ଦିନ ଦ୍ବିପ୍ରହରରେ ଘଟୁଛି ହତ୍ୟାକାଣ୍ଡ, ଛିନତାଇ, ରାହାଜାନୀ ଆଦି ଘଟଣା

ବ୍ରହ୍ମପୁର: ଘର ବନ୍ଦ କରି ବୁଲିବାକୁ ଯାଉଛନ୍ତି କି ? ସାବଧାନ ! କୌଣସି ସମୟରେ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । ଘରେ ଥିଲେ ବି ସୁରକ୍ଷିତ ନୁହେଁ ଧନ ସମ୍ପତ୍ତି । ବ୍ରହ୍ମପୁର ସହରରେ ମାତିଛନ୍ତି ଲୁଟେରା । ନିମଖଣ୍ଡି ଥାନା ଗୁରୁଣ୍ଡି ନିକଟସ୍ଥ ଟେକ୍ନୋପାର୍କ ହାଉସିଂ ଅଞ୍ଚଳରେ ଗୋଟିଏ ରାତିରେ ୫ଟି ଘରେ ସିରିଜ୍ ଚୋରି କରିଛନ୍ତି ଲୁଟେରା । ୫ଟି ଘରେ କଳାକନା ବୁଲାଇବା ସହ ୨ଟି ଘରୁ ଚୋରି ଉଦ୍ୟମ କରିଛନ୍ତି । ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି । ଏହି ହାଉସିଂ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକରେ ପାଖାପାଖି ୧୩୦ ପରିବାର ରହୁଛନ୍ତି । ହେଲେ ରାତିରେ ଦୁର୍ବୃତ୍ତ ହିମାଂଶୁ ଶେଖର ସାହୁ, ଲକ୍ଷ୍ମୀ ନାରାୟଣ ନାୟକ, ତୁଣ ବାବୁ, ସୀମାଞ୍ଚଳ ପାଢ଼ୀ ଓ ସନ୍ତୋଷ ମିଶ୍ରଙ୍କ ଘରେ ପଶି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା । ତେବେ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଖାଲି ସେତିକି ନୁହେଁ ଆଙ୍କୁଲି ଅଞ୍ଚଳରେ ମଧ୍ୟ କିଛି ଦୁର୍ବୃତ୍ତ ସାହିରେ ଆତଙ୍କ ଖେଳାଇ ବାଇକ ଗୁଡ଼ିକୁ ଭାଙ୍ଗୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଗତ କିଛିଦିନ ହେଲା ବ୍ରହ୍ମପୁରରେ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା । ଫେବ୍ରୁଆରୀ ୨ ତାରିଖ ରେ ବୈଦ୍ୟନାଥପୁର ଥାନା ଅଧୀନ ଆଙ୍କୁଲି ଶ୍ମଶାନରେ ଜଣେ ଅଟୋ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ । ତାଲା ବନ୍ଦ ଘର ଓ ନିର୍ମାଣ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା । ବୋମା ମାଡ଼ ଓ ହତ୍ୟା ଘଟଣା ବି ବଢିବାରେ ଲାଗିଛି । କେତେବେଳେ କାହାକୁ ଅପହରଣ କରି ନେଉଛନ୍ତି ଦୁର୍ବୃତ୍ତ । ଠାକୁରାଣୀ ଯାତ୍ରା ଓ ଦଣ୍ଡଯାତ୍ରା ସମୟରେ ଏପରି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ନେଇ ଉଠାଇଛି ପ୍ରଶ୍ନ ।

କିଡନାପ କେସର ମାଷ୍ଟରମାଇଣ୍ଡ ଗାର୍ଲଫ୍ରେଣ୍ଡ: ବୟଫ୍ରେଣ୍ଡକୁ ଅପହରଣ କରି ରଖିଥିଲା ୧୦ ଲକ୍ଷ ମୁଣ୍ଡଜାମିନ

ଲିଭଇନ୍ ରିଲେସନରୁ ଲୋଭ । ଚରିତ୍ର ସନ୍ଦେହରୁ ବୟଫ୍ରେଣ୍ଡକୁ ଟାର୍ଗେଟ୍ । ସୁପାରୀ ଦେଇଥିଲା ସୈତାନ ଗାର୍ଲଫ୍ରେଣ୍ଡ । କିଡନାପ୍ କେସରେ କ୍ଳାଇମାକ୍ସ ଆଣିଲା ସ୍ପେଶାଲ ସ୍କ୍ବାଡ । ୩୧ ତାରିଖ ରାତି ପ୍ରାୟ ୧୦ଟା । ଭାଇ ସୋମନାଥ ସ୍ୱାଇଁଙ୍କ ଅପହରଣ ନେଇ ଖାରବେଳନଗର ଥାନାରେ ଅଭିଯୋଗ ଆଣିଥିଲେ ତାଙ୍କ ସମ୍ପର୍କୀୟ ଭଉଣୀ । ଅପହରଣକାରୀ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ପୋଲିସ ଆଗରେ ଜଣାଇଥିଲେ । ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିଲା ୩ ଟି ଟିମ । ସ୍ପେଶାଲ ସ୍କ୍ବାଡ ଏସିପି ହିମାଂଶୁ ସ୍ୱାଇଁ, ଜଟଣୀ IIC ଓ ଖାରବେଳନଗର IIC ଆରମ୍ଭ କରିଥିଲେ ଅପରେସନ । ପୀଡିତଙ୍କ ମୋବାଇଲ ନମ୍ବର ଲୋକେସନ, ହ୍ୟୁମାନ ଇଣ୍ଟେଲିଜେନ୍ସ , କ୍ୟାମେରା ସର୍ଭେଲାନ୍ସ ଓ ଏତଲାକାରୀଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ମାଷ୍ଟରମାଇଣ୍ଡ ପ୍ରେମିକା ପ୍ରାପ୍ତି ଶର୍ମା, ରାକେଶ ଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ସାହୁ, ଶିବରାମ ବେହେରା ଓ ଆକାଶ କୁମାର ପରିଡାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି କାର, ୮ଟି ମୋବାଇଲ ଫୋନ ଜବତ କରାଯାଇଛି ।

ତଦନ୍ତ ବେଳେ ପୂରା ଅପହରଣ କେସରେ ଜାମସେଦପୁର ର ଗାର୍ଲଫ୍ରେଣ୍ଡ ପ୍ରାପ୍ତି ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି ପୋଲିସ । ଯୁବକଙ୍କ ସହ ପ୍ରାପ୍ତି ଦୁଇ ବର୍ଷ ହେଲା ଲିଭ ଇନରେ ରହୁଥିଲେ । ଗତ ୩୦ ତାରିଖରେ ପ୍ରାପ୍ତିଙ୍କ ଚରିତ୍ର ସନ୍ଦେହ କରିବାକୁ ନେଇ ଗଣ୍ଡଗୋଳ କରିଥିଲେ ପୀଡିତ ଜଣଙ୍କ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ଉତ୍ତ୍ୟକ୍ତ ଅବସ୍ଥାରେ କିଡନାପରଙ୍କୁ ସୁପାରୀ ଦେଇଥିଲା ଯୁବତୀ ଜଣଙ୍କ । ୧୦ ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଗାର୍ଲଫ୍ରେଣ୍ଡ ସାମ୍ନାରେ ମାଡ଼ ମାରିଥିଲେ ଅଭିଯୁକ୍ତ ମାନେ । ଏପରିକି ପୀଡିତଙ୍କୁ ଅତି ନିର୍ମମ ଭାବେ ବସ୍ ଉଠ ମଧ୍ୟ କରିଥିଲେ । ପ୍ରେମରୁ ପ୍ରତାରଣା । ଆଉ ପ୍ରତାରଣା ପରେ ଅପହରଣ । ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ପୋଲିସର ହାତ ଲମ୍ବା ବୋଲି ଆଜିର ଘଟଣାରେ ପ୍ରମାଣ କରିଛି କମିଶନରେଟ ପୋଲିସ ।