spot_img
Home Blog Page 957

ଆସନ୍ତାକାଲି ନୟାଗଡ କଣ୍ଟିଲୋ ଗସ୍ତରେ ଆସିବେ ରାଷ୍ଟ୍ରପତି ; ସୁରକ୍ଷା ବ୍ୟବସ୍ଥାକୁ କଡାକଡି

ନନ୍ଦିଘୋଷ ବ୍ୟୁରା : ଆସନ୍ତାକାଲି ନୟାଗଡ କଣ୍ଟିଲୋ ଗସ୍ତରେ ଆସିବେ ରାଷ୍ଟ୍ରପତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ମଧ୍ୟାହ୍ନ ସାଢେ ୧ଟା ସମୟରେ ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ ପୂଜା କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ପରେ ଜଗନ୍ନାଥ ସଂସ୍କୃତିର ମୂଳପୀଠ ତଥା ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବେ ।

ଏହାପରେ କାଳିଆପଲ୍ଲୀ ଗ୍ରାମରେ ଥିବା ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲାପାଳ ଓ ଏସ୍‌ପି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ କାରକେଡ ବ୍ୟବସ୍ଥା କଡାକଡି କରାଯାଇଛି । ୧୨ ପ୍ଲାଟୁନ୍ ଫୋର୍ସ ସହ ୩ DCP ସୁରକ୍ଷା ଦାୟିତ୍ବରେ ରହିବେ । ଗନ୍ତବ୍ୟସ୍ଥଳ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବଛା ବଛା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଶ୍ରମଜୀବୀଙ୍କ ସ୍ୱର ସାଜିବ ବିଜୁ ଶ୍ରମିକ ସାମୁଖ୍ୟ ; ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ଶ୍ରମିକ ବିରୋଧୀ ସାଜିଛି ବିଜେପି ସରକାର । ଶ୍ରମିକଙ୍କ ସ୍ବର ସାଜିବ ବିଜୁ ଶ୍ରମିକ ସାମୁଖ୍ୟ । ମାଆମାନଙ୍କୁ ଭୁତାଇ ରାଜରାସ୍ତାରେ ବସାଇଦେଲା ଲୋକଙ୍କ ସରକାର । ମିଶନଶକ୍ତି ଦୌଡିବା ନାଁରେ ପଙ୍ଗୁ କରିଦେଲା । ମେ ୧ ରାଜ୍ୟବ୍ୟାପି ଶ୍ରମିକ ଦିବସ ପାଳିବ ବିଏସଏସ । ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମାନସ ମନ୍ଥନ । ଶ୍ରମିକମାନଙ୍କ ହକ ଓ ନାର୍ଯ୍ୟ ଦାବି ଲାଗି ତିଆରି ହେଲା ରୋଡ ମ୍ଯାପ୍ । ବିଜେପି ସରକାରରେ ଖାଦ୍ଯ ସୁରକ୍ଷା ଆଇନରେ ୨୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସାଧାରଣ ଲୋକ ବଞ୍ଚିତ ହେବେ । ନିର୍ମାଣ ଶ୍ରମିକ ଓ ପରିବହନ ଶ୍ରମିକ ବୋର୍ଡ ପରି ଅନେକ ବୋର୍ଡ କାର୍ଯ୍ୟକାରୀ ହେଉ ନାହିଁ । ଆଶା, ପାଚିକା, ଅଙ୍ଗନବାଡି, ମିଶନଶକ୍ତି, ଇସି, ଏମବିକେ ଭଳି ଏକାଧିକ ଶ୍ରମଜୀବୀ ସଂର୍ଘଷ ଓ ସଂକଟରେ ଗତି କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଥିବାବେଳେ ଯେଉଁସବୁ ସୁବିଧା ପାଉଥିଲେ, ଆଜି ସେମାନେ ପାଉ ନାହାନ୍ତି । ତେଣୁ ଶ୍ରମଜୀବୀଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ବଡ଼ଧରଣର ଆନ୍ଦୋଳନକୁ ଓହ୍ଲାଇବ ।

ରାଜ୍ୟରେ ହୁ ହୁ ଦରଦାମ ବଢିବାରେ ଲାଗିଛି । ହେଲେ ଡବଲ ଇଞ୍ଜିନ ସରକାର ଶ୍ରମିକମାନଙ୍କ ଦୁଃଖ ଓ ଦରମା ବୃଦ୍ଧି କଥା ଭୁଲି ଯାଇଛି । ରାଜ୍ୟରୁ ଅନ୍ୟ ରାଜ୍ୟକୁ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ମୃତ୍ୟୁ ହେଉଛି । ଏଥିରେ ରୋକ ଲଗାଇବା ପାଇଁ ଜାତୀୟ ସ୍ତରର ଆଇନ ଲାଗୁ କରାଯାଉଛି । ଏପରି ଏକାଧିକ ସମସ୍ଯାକୁ ନେଇ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲ, ମହାସଚିବ ସୁବାସ ସିଂ, ଉପସଭାପତି ପ୍ରିତିରଞ୍ଜନ ଘଡେ଼ଇ, ରାଜ୍ୟ ମୁଖ୍ୟ ସଂଯୋଜକ ଆଶାକର୍ମୀ ସ୍ୱରୂପ କୁମାର ଦାସଙ୍କ ସମେତ ଅଙ୍ଗନବାଡିର ରାଜ୍ଯ ସଭାପତି, ଆଶା ସାମୁଖ୍ୟ ସଭାନେତ୍ରୀ, ପାଚିକା ସଂଘର ସଭାପତି ଓ ରାଜ୍ୟ ସମ୍ପାଦକ, ଅଟୋ ଚାଳକ ମହାସଂଘର ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ପାଣି ଉପରେ ଛତିଶଗଡ଼ର ଆଖି, ମହାନଦୀ ପରେ ଇନ୍ଦ୍ରାବତୀ ଜଳ ନେବାକୁ ଚାଲିଛି ଚକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ : ମହାନଦୀ ପରେ ଇନ୍ଦ୍ରାବତୀ ଚକ୍ରାନ୍ତ । ଓଡ଼ିଶା ପାଣି ଉପରେ ପଡ଼ୋଶୀ ରାଜ୍ଯର ଆଖି । ଆଇନ ଭାଙ୍ଗୁଛନ୍ତି ଛତିଶଗଡ଼ ସରକାର । ସ୍ଥିତି ଅନୁଧ୍ଯାନ କଲା ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ । ଇନ୍ଦ୍ରାବତୀର ଶାଖା ହେଉଛି ଯୋହଁରା ନଦୀ । ୨୦୦୩ରେ CWC ପକ୍ଷରୁ ଉଭୟ ସରକାର ୫୦ ଭାଗ ଲେଖାଏଁ ପାଣି ନେବାକୁ ଚୁକ୍ତି ହୋଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ଏହି ଚୁକ୍ତିକୁ ଖିଲାପ କରାଯାଇଛି । କିଛିଦିନ ହେବ ଯୋହଁରା ନଦୀ ମୁହାଣରେ ବାଲି ବନ୍ଧ କରି ଛତିଶଗଡ଼ ଆଡ଼କୁ ପାଣି ନେବାକୁ ଚାଲିଛି ଚକ୍ରାନ୍ତ । ଏହାକୁ ନେଇ କୋଟପାଡ଼ ବ୍ଲକର ୮ ପଞ୍ଚାୟତର ଚାଷୀମାନଙ୍କ ମଧ୍ୟରେ ଛନକା ପଶିଛି । ପ୍ରତିବାଦରେ ୮ ପଞ୍ଚାୟତର ବହୁ ଚାଷୀ ବାଲି ବନ୍ଧକୁ ଭାଙ୍ଗି ଦେଇଛନ୍ତି । ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ ବିଜେଡିର ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଯୋହଁରା ମୁହାଣରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି।

ଯୋହଁରା ନଦୀ ପାଣିକୁ କୌଣସି ପରିସ୍ଥିତିରେ ଛାଡିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି । ସରକାର ଓଡ଼ିଶାର ଚାଷୀଙ୍କୁ ପାଣି ନ ଛାଡ଼ିବାକୁ ଏପରି ବନ୍ଧ କରୁଥିବା ଦେଖିବାକୁ ମିଳିଛି । ଯାହାକି ଡବଲ ଇଞ୍ଜିନ ସରକାରଙ୍କ ଚାଷୀ ମାରଣା ନୀତିକୁ ପଦାରେ ପକାଇଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି କହିଛି ବିଜେଡି।

ମୁସ୍କାନ ଠାରୁ ସମ୍ପର୍କ ତୁଟାଇଲେ ବାପା-ମା’; କହିଲେ, ତା’ସହ ଆମର କୌଣସି ସମ୍ପର୍କ ନାହିଁ….

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ ମେରଟର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋରଧରିଛି । ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡରୁ ମୁଖ୍ୟ ଆରୋପୀ ମୁସ୍କାନକୁ ଏବେ ତାଙ୍କ ନିଜ ପରିବାର ତରଫରୁ ମଧ୍ୟ କୌଣସି ସାହାରା ମିଳୁନାହିଁ । ବରଂ ତାଙ୍କ ବାପା ମା’ ସ୍ପଷ୍ଟ ଭାବେ କହିଛନ୍ତି କି, ମୁସ୍କାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କି ସେ ତାକୁ ଭେଟିବାକୁ କେବେ ବି ଜେଲକୁ ଯିବେନି ଓ ତା ପାଇଁ କୌଣସି ପ୍ରକାର ଆଇନ ଅନୁଯାୟୀ କେଶ୍ ଲଢିବେ ନାହିଁ । ଅନ୍ୟପଟେ ଜେଲରେ ବନ୍ଦୀଥିବା ମୁସ୍କାନ ନିଜ ପାଇଁ ସରକାରୀ ଓକିଲ ପାଇଁ ଅନୁରୋଧ କରିଛନ୍ତି ।

ଏହି ଘଟଣାକୁ ନେଇ ମୁସ୍କାନର ବାପା ନିଜ ବୟାନରେ କହିଛନ୍ତି କି, ମୁସ୍କାନ ସହ ସବୁ ସମ୍ପର୍କ ସେ ଶେଷ କରିଦେଇଛନ୍ତି । ସେ ତା ପାଇଁ କୌଣସି କେସ୍ ଲଢିବେ ନାହିଁ । ଅନ୍ୟପଟେ ତାଙ୍କ ନିଜ ମା ମଧ୍ୟ ସମାନ ବୟାନ ଦେଇଛନ୍ତି ଏବଂ କହିଛନ୍ତି, ସତ୍ୟ ପାଇଁ କେସ୍ ଲଢାଯାଏ , ଏପରି ଘଟଣା ପାଇଁ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି କି, ସେ ସିନା ମୁସ୍କାନର ପ୍ରକୃତ ମାଆ କିନ୍ତୁ ମୁସ୍କାନ ନିଜ ମାଉସୀ ସହ ଅଧିକ ନିଜର ଭାବେ, ଏଥିପାଇଁ ସେ ତାକୁ ସାବତ ମାଆ ବୋଲି ମାନେ ।

ସୂଚନା ମୁତାବକ, ମୁସ୍କାନ ଜେଲ ପ୍ରଶାସନକୁ ଅନୁରୋଧ କରିଛି କି, ତା କେସ୍ ଲଢିବା ପାଇଁ ସରକାରୀ ଓକିଲ ଦିଆଯାଉ । କାରଣ ତା ପରିବାର ତରଫରୁ ଏପର୍ଯ୍ୟନ୍ତ କେହି ଭେଟିବା ପାଇଁ ଆସିନାହାନ୍ତି କି, କୌଣସି ପ୍ରକାର ଆଇନ ସହାୟତା ମିଳିନାହିଁ । ଅନ୍ୟପକ୍ଷେ, ଜେଲ୍ ପ୍ରଶାସନ ନିୟମାନୁଯାୟୀ ମୁସ୍କାନର ଦାବିକୁ ବିଚାର କରି କୋର୍ଟରେ ସରକାରୀ ଓକିଲ ପାଇଁ ଚିଠି ପଠାଇଛନ୍ତି ।

ପ୍ରହସନ ପାଲଟିଛି ବିଧବା ଭତ୍ତା, ୧୦ ବର୍ଷ ପରେ ବି ଯୋଜନାରୁ ବଞ୍ଚିତ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ : ପ୍ରହସନ ପାଲଟିଛି ବିଧବା ଭତ୍ତା । ଏଯାଏଁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ସ୍ବାମୀ ଆରପାରିକୁ ଯବାର ୧୦ ବର୍ଷ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତାରୁ ବାଦ ପଡିଛନ୍ତି ଚନ୍ଦୁରି ପାତ୍ର । ଏବେ ତାଙ୍କୁ ୬୧ ବର୍ଷ । ଏବେ ବି ସେ ଭତ୍ତା ପାଇଁ ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ନରସିଂହପୁର ବ୍ଲକ ସାଗର ଗାଁର ଚନ୍ଦୁରି ମହାପାତ୍ରଙ୍କ ଏହି କାହାଣୀ ଶୁଣି ଯେକେହିବି ଦୁଃଖ ପ୍ରକାଶ କରୁଛନ୍ତି । ଖାଲି ଭତ୍ତା ନୁହଁ ମୁଣ୍ଡକୁ ଛାତଟିଏ ବି ନଥିବା ଅଭିଯୋଗ କରିଛନ୍ତି ମହିଳା । ତାଙ୍କୁ ଘର ଖଣ୍ଡେ ସହ ଭତ୍ତା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି ।

ସରକାରୀ ଅଧିକାରୀ ପଂଚାୟତ ସ୍ତରରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁ ନଥିବାରୁ ସରକାରୀ ଯୋଜନାରୁ ଅନେକ ହିତାଧିକାରୀ ବାଦ ପଡୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଚନ୍ଦୁରି ନୁହନ୍ତି ନରସିଂହପୁର ବ୍ଲକର ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି। ସେପଟେ ନରସିଂହପୁର ବିଡ଼ିଓ କହିଛନ୍ତି ଘଟଣାର ତଦନ୍ତ କରି ତୁରନ୍ତ ଭତ୍ତା ପାଇନଥିବା ହିତାଧୀକାରୀ ମାନଙ୍କୁ ଟଙ୍କା ଯୋଗାଇବାର ବ୍ଯବସ୍ଥା କରାଯିବ।

ନରସିଂହପୁର ବ୍ଲକର ବିଭିନ୍ନ ଗାଁରେ ଓ ପଂଚାୟତ ସ୍ତରରେ ଭତ୍ତା ଟଙ୍କାରୁ ବଞ୍ଚିତ ହୋଇ ନାନାଦି ଦୁଃଖ ଭୋଗୁଛନ୍ତି ଭିନ୍ନକ୍ଷମ ଓ ବିଧବା ମହିଳା ମାନେ । ତୁରନ୍ତ ଏସବୁର ସମାଧାନ କରି ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ଆବଶ୍ଯକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

ସମ୍ଭଲ ହିଂସା : ପୋଲିସର ବଡ଼ ଆକ୍ସନ, ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀକୁ ଗିରଫ

ନନ୍ଦିଘୋଷ ବ୍ୟୁରୋ : ୟୁପିର ସମ୍ଭଲ ହିଂସାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ କରିଛି ଗିରଫ । ପୋଲିସ ପ୍ରଥମେ ଜାଫର ଅଲ୍ଲୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ହେଲେ​ ପରେ ତାଙ୍କୁ ଗିରଫ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ, ନଭେମ୍ବର୨୪ ତାରିଖରେ ସର୍ଭେ ସମୟରେ ଘଟିଥିବା ହିଂସା ମାମଲାରେ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୫୦ରୁ ଅଧିକ ଲୋକଙ୍କୁ ଜେଲ ପଠାଇ ସାରିଲାଣି, ଯେଉଁଥିରେ ଅନେକ ମହିଳା ମଧ୍ୟ ଅଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଶାହି ଜାମା ମସଜିଦ କମିଟିର ମୁଖ୍ୟଙ୍କୁ ପଚରାଉଚରା କରାଯିବ।

ଅନ୍ୟପଟେ ନଭେମ୍ବର ୨୪ରେ ଶାହି ଜାମା ମସଜିଦରେ ହୋଇଥିବା ହିଂସା ଘଟଣାରେ ସଦର ଜାଫର ଅଲ୍ଲୀଙ୍କୁ SIT ପଚରାଉଚରା କରୁଥିଲା। ବର୍ତ୍ତମାନ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପୋଲିସ ଜାମା ମସଜିଦ ବାହାରେ ବହୁ ସଂଖ୍ୟରେ ପୋଲିସ, PAC ଏବଂ RAF  ମୁତୟନ କରିଛି। ଜାଫରଙ୍କୁ ଏସପି ଶ୍ରୀଶ ଚନ୍ଦ୍ର ଏବଂ ସଇଓ ଅନୁଜ ଚୌଧୁରୀ ପଚରାଉଚରା ପାଇଁ ଡକାଯାଇଥିଲା, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା।

କ’ଣ ଥିଲା ପୂରା ଘଟଣା ?

କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୪ ନଭେମ୍ବର ରବିବାର ଦିନ ସମ୍ଭଲର ଜାମା ମସଜିଦରେ ଏକ ସର୍ଭେ କରାଯାଉଥିଲା। ଏହାକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ। ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସା, ଗୁଳିଚାଳନା ଏବଂ ପଥର ମାଡ଼ରେ ଉପ-ଜିଲ୍ଲାଅଧିକାରୀ ରମେଶ ଚନ୍ଦ୍ରଙ୍କ ସମେତ ମୋଟ ୨୦ ଜଣ ଆହତ ହୋଇଥିଲେ। ହିଂସା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, ସମ୍ଭଲ ତହସିଲରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଦନ୍ତ କରୁଛି SIT ।

ଆସନ୍ତା ସୋମବାର ଯାଏଁ ମତ୍ସ୍ୟଜୀବୀଙ୍କୁ ପାରାଦୀପ ମନା : ଝଡ଼ ତୋଫାନ ପାଇଁ ଅଶାନ୍ତ ରହିବ ସମୁଦ୍ର

ନନ୍ଦିଘୋଷ ବ୍ୟୁରୋ : ସୋମବାର ଦିନ ପର୍ଯ୍ୟନ୍ତ ପାରାଦୀପରେ ସମୁଦ୍ରକୁ ମାଛ ଧରିବା ପାଇଁ ରୋକ ଲଗାଇଲା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଝଡ ତୋଫାନ ସହିତ ପାଖାପାଖି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ୨୪ତାରିଖ ପର୍ଯ୍ୟନ୍ତ କୈାଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।ମତ୍ସ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ନେହରୁ ବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀଙ୍କ ବସ୍ତି, ଚ‌ଉମୁହାଣୀ ମାଛଧରା ଘାଟ ଓ ଅଠରବାଙ୍କି ବାଲିପ୍ଲଟ ମାଛଧରା ବେସରେ ପ୍ରଚାର କରାଯାଇ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି ସେମାନେ ତୁରନ୍ତ କୂଳକୁ ଫେରି ଆସିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

କଟକରେ ସେକ୍ସଟର୍ସନ ଅଭିଯୋଗ : ନାଇଜେରିଆ ନାଗରିକ ଗିରଫ

ନନ୍ଦିଘୋଷ ବ୍ୟୁରୋ :କଟକରେ ସେକ୍ସଟର୍ସନ ଅଭିଯୋଗ । ଏଥିରେ ଜଣେ ନାଇଜେରିଆ ନାଗରିକ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ନାଇଜେରିଆ ନାଗରିକ ଜେ.ଜେ.ରେହେମାନ ଓରଫ ଜନ ହୋକିଆକୁ ଗିରଫ କଲା କଟକ କମିଶନରେଟ ପୋଲିସ । ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରିଛି ପୋଲିସ୍ । ପୋଲିସ ତା ନିକଟରୁ ଗୋଟିଏ ଲାପଟପ୍, ୫ଟି ମୋବାଇଲ, ୮ ସିମ୍ କାର୍ଡ ସହ ଲଣ୍ଡନରେ ବ୍ୟବହୃତ ସିମକାର୍ଡ ଜବତ କରିଛି ।

ଅଭିଯୁକ୍ତର ଡାଟାବେସରେ ରହିଛି ହାଇପ୍ରୋଫାଇଲ ମହିଳାଙ୍କ ପ୍ରୋଫାଇଲ । ଲ୍ଯାପଟପରେ ବିଭିନ୍ନ ଦେଶର ୩ହଜାର ନାଗରିକଙ୍କ ମୋବାଇଲ ନମ୍ବର, ପ୍ରୋଫାଇଲ ଥିବା ପୋଲିସ ଜାଣିବାକୁ ପାଇଛି । କଟକ ଦରଘାବଜ଼ାର ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ଧମକ ଦେଇ ବ୍ଲାକମେଲ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆଉ ଟଙ୍କା ମାଗିଥିଲା । ହେଲେ ପୀଡିତ ମହିଳା ଡାକ୍ତର ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ଏହାପରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏ ନେଇ ଦରଘା ବଜ଼ାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଟିମ ଗଠନ କରି ଦିଲ୍ଲୀରୁ ନାଇଜେରିଆ ଯୁବକକୁ ଗିରଫ କରିଛି। ଅଧିକ ତଦନ୍ତ ପାଇଁ ତାକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।

ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ : ବିଜେପିକୁ ବିଜେଡିର ତେରଛା ବାଣ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ତେରଛା ବାଣ। ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି। ହେଲେ ଓଡ଼ିଶାର କ୍ଷତି ହେବାକୁ ଯାଉଛି। ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି। ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରୁ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି। ପାର୍ଟିଠୁ ବଡ଼ ମାଟି କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ। ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି। ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ। ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ ରହିବା ଓ ଉପରୁ ନିର୍ଦେଶ ଆସୁ ନାହିଁ ବୋଲି ମୁହଁ ବନ୍ଦ ଅଛି। କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର। ବିଜେପିର ଓଡିଶା ନେତା ତ କିଛି କହିବାର ଥିଲା।

ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କଲେ ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି। କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ। ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମପି ଓ ଏମଏଲଏ ସିଟ କମିବାର ଆଶଙ୍କା ରହିଛି। ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି। ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ।ଆନୁପାତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ। ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ଅନେକ କ୍ଷତି ହେବ।

ଲୋକସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କଣ ଏଥିପାଇଁ ପେନାଲଟି ଦେବାକୁ ପଡିବ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେହି ବିଷୟକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି। ଏଥିଲାଗି ବରଂ ଓଡିଶା ପୁରସ୍କୃତ ହେବା କଥା।ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ନିୟମାବଳୀ କଣ ରହିବ ସବୁ ଦଳ ଓ ଅଂଶୀଦାରଙ୍କ ସହ ଆଲୋଚନା କରି ସ୍ଥିର ହେବା କଥା ବୋଲି କହିଛନ୍ତି। ସ୍ଵଚ୍ଛ ଡିଲିମିଟେସନ ପାଇଁ ବୈଠକ ଥିଲା। ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦେଶ୍ୟ। ଓଡ଼ିଶାର ଗ୍ରୋଥ ପପୁଲେସନ କମି କମି ଚାଲିଛି।ଟୋଟାଲ ଫଟିଲିଟି ରେଟ ମଧ୍ୟ କମିଛି। ଜନସଂଖ୍ୟା କମି କମି ଚାଲିଛି। ତେଣୁ ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ। ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା।

ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ଘଟଣା: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟର ବିବାଦୀୟ ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘର ଭିତରର ଆସିଲା ଭିଡିଓ। ଭିଡିଓରେ ଅଧାପୋଡ଼ା ଟଙ୍କା ଦେଖିବାକୁ ମିଳୁଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରେ ଏତେ ପରିମାଣର କ୍ଯାସ କେଉଁଠୁ ଆସିଲା ଏହା ତନାଘନା କରିବାକୁ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଛି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରର ଯାଞ୍ଚ ବେଳର ଭିଡିଓ। ଘର ଭିତରେ ୪ରୁ ୫ ଅଖା ଟଙ୍କା ଅଧା ଜଳା ଅବସ୍ଥାରେ ମିଳିଛି। ଏହି ଭିଡିଓକୁ ସୁପ୍ରିମକୋର୍ଟ ନିଜର ୱେବସାଇଟରେ ଜାରି କରିଛି। ଏହାସହ ମାମଲାରେ ଜଡ଼ିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ଜଷ୍ଟିସ ବର୍ମା ଦେଇଥିବା ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇଛି।

ଏହାସହ ଜାରି କରାଯାଇଥିବା ଏକ ରିପୋର୍ଟରେ ଅଧାଜଳା ଟଙ୍କା ବିଷୟରେ କୁହାଯାଇଛି। ଜଷ୍ଟିସ ବର୍ମାଙ୍କ ଘରେ ଲାଗିଥିବା ନିଆଁ ଆୟତ୍ତକୁ ଆସିଥିବାବେଳେ ୪ରୁ ୫ ଅଖା ଭର୍ତ୍ତି ଟଙ୍କା ଅଧା ପୋଡ଼ା ଅବସ୍ଥାରେ ମିଳିଥିବା କୁହାଯାଇଛି। ସେପଟେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଶୀଲ ନାଗୁ। ଏଥିରେ ସଦସ୍ୟ ଅଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ଯ ବିଚାରପତି ଜିଏସ ସାନ୍ଧେୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅନୁ ଶିବରମଣ।

ଜଷ୍ଟିସ ଯଶବନ୍ତ କୌଣସି ନ୍ୟାୟିକ ଦାୟିତ୍ବ ତୁଲାଇବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ରିପୋର୍ଟ ପ୍ରଦାନ କରିଛନ୍ତି। ସେପଟେ ଖୋଲିବାରେ ଲାଗିଛି ବିଚାରପତି ଯଶବନ୍ତଙ୍କ ଅତୀତର କାରନାମା। କେତେକ ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଘଟଣାରେ ସେ ସମ୍ପୃକ୍ତ ଥିବା ସିବିଆଇ ଏଫଆଇଆରରେ ଦର୍ଶାଯାଇଥିଲା ।