spot_img
Home Blog Page 910

ଭାରତ ସହ କୌଣସି ବି ସ୍ଥରରେ ମୁକାବିଲା କରିପାରିବନି ପାକିସ୍ତାନ, କାହିଁକି ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଯୁଦ୍ଧ କଲେ ବରବାଦ ହୋଇଯିବ ପାକିସ୍ତାନ । ନା ଥିବ ଖାଦ୍ୟ ନା ଥିବ ପାଣି । ଆର୍ଥିକ ଭାବେ ପାକିସ୍ତାନ ତ ଧ୍ବଂସ ହୋଇଛି । ଏବେ ଯାହା ବାକି ଅଛି ଯୁଦ୍ଧ ହେଲେ ତାହା ବି ରହିବନି । ଭାରତ ସହ ମୁକାବିଲା କରିବାକୁ ପାକିସ୍ତାନ ସକ୍ଷମ ନୁହେଁ ବୋଲି ଆମେ ସମସ୍ତେ ଜାଣିଛେ । ତଥାପି ଭାରତ କଡ଼ା ଆକ୍ସନ ନେବାକୁ ପ୍ରସ୍ତୁତି ଚଳାଇଛି । କ’ଣ ସବୁ କାରଣ ରହିଛି ଯେଉଁଥିପାଇଁ ପାକିସ୍ତାନ ଆମ ସହ ମୁକାବିଲା କରିପାରିବ ନାହିଁ ଜାଣନ୍ତୁ ।

ଜିଡିପି- ଭାରତର ଜିଡିପି ପ୍ରାୟ ୩.୭ ଟ୍ରିଲିୟନ ଡଲାର । ଆଉ ପାକିସ୍ତାନର ଜିଡିପି ରହିଛି ମାତ୍ର ୩୪୦ ହଲାର । ଏହା ଦର୍ଶାଉଛି ପାକିସ୍ତାନ କେତେ ଦାରିଦ୍ର୍ୟରେ ରହିଛି ।

ଜିଡିପି ଅଭିବୃଦ୍ଧି ହାର – ବର୍ତ୍ତମାନ, ଭାରତୀୟ ଅର୍ଥନୀତି ବାର୍ଷିକ ପ୍ରାୟ ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଉଛି, ଯେତେବେଳେ ପାକିସ୍ତାନର ଜିଡିପି ଅଭିବୃଦ୍ଧି ହାର ୨%। ପାକିସ୍ତାନର ପ୍ରାୟ ସମସ୍ତ ଶିଳ୍ପ ଧ୍ୱଂସ ପାଇବାକୁ ବସିଛି ।

ସାମରିକ ବଜେଟ୍- ଯଦି ଆମେ ସାମରିକ ବଜେଟ୍ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଭାରତର ବଜେଟ୍ ୭୮.୭ ବିଲିୟନ ଡଲାର, ଯେତେବେଳେ ପାକିସ୍ତାନର ସାମରିକ ବଜେଟ୍ ମାତ୍ର ୭.୬ ବିଲିୟନ ଡଲାର, ଅର୍ଥାତ୍ ଭାରତର ସାମରିକ ବଜେଟ୍ ପାକିସ୍ତାନ ଅପେକ୍ଷା ୧୦ ଗୁଣ ଅଧିକ।

ମୁଦ୍ରାସ୍ଫୀତି: ପାକିସ୍ତାନରେ ଲୋକମାନେ ଭୋକ ଉପାସରେ ଅଛନ୍ତି, ମୁଦ୍ରାସ୍ଫୀତି ଶୀର୍ଷରେ ଅଛି, ଖାଦ୍ୟ ସାମଗ୍ରୀର ଲୁଟ୍ ଚାଲିଛି। ୨୦୨୪ ମସିହାରେ ପାକିସ୍ତାନରେ ହାରାହାରି ମୁଦ୍ରାସ୍ଫୀତି ହାର ପ୍ରାୟ ୨୪ ପ୍ରତିଶତ ଥିଲା, ଯେତେବେଳେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪% ଥିଲା।

ବିଦେଶୀ ମୁଦ୍ରା ସଂରକ୍ଷଣ: ଭାରତରେ ବର୍ତ୍ତମାନ ପ୍ରାୟ ୬୭୮ ବିଲିୟନ ଡଲାର ଭଣ୍ଡାର ଅଛି, ଏବେ ପାକିସ୍ତାନ ଜରୁରୀ ଜିନିଷପତ୍ର ମଧ୍ୟ କିଣି ପାରୁନାହିଁ। ଏହାର ରିଜର୍ଭରେ କେବଳ ୮ ବିଲିୟନ ଡଲାର ଅଛି।

କାର ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ଆକ୍ରମଣ କଲେ ବରଯାତ୍ରୀ

ବାଙ୍କୀ: ବାଙ୍କୀ ବ୍ଲକ ବୈଦେଶ୍ୱରରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ। କାରର ସାଇଡ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଉତ୍ତ୍ୟକ୍ତ ବରଯାତ୍ରୀ ଦଳ କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରି ୩ ଜଣଙ୍କୁ ଆହତ କରିଛନ୍ତି। ସୂଚନା ଅନୁସାରେ, ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ଦଳ ବୈଦେଶ୍ୱର ଗାଁରୁ ପ୍ରୋସେସନ୍ କରି ଯାଉଥିବା ବେଳେ, ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାରର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉତ୍ତ୍ୟକ୍ତ ହୋଇ କାରକୁ ଭାଙ୍ଗିବା ସହ ଖଣ୍ଡାରେ ତିନି ଜଣଙ୍କୁ ଆକ୍ରମଣ କରିଥିଲେ। ବୈଦେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଛି। ଗୋଟିଏ ସ୍କର୍ପିଓ, କାର ସହିତ ପ୍ରୋସେଶନରେ ଯାଇଥିବା ଡିଜେ ଗାଡିକୁ ଥାନାରେ ଅଟକ ରଖିଛି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ।

 

ଭାରତର ଆକ୍ସନ ଜାରି, ଧ୍ବଂସ ହେଲା ୩ ଆତଙ୍କବାଦୀଙ୍କ ଘର

ଜାମ୍ମୁ କାଶ୍ମୀର: କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଆକ୍ରମଣ ଜାରି ରହିଛି। ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଉ ଦୁଇଟି ଘର ଧ୍ୱଂସ କରିଛି ସେନା। ଏହି ଆତଙ୍କବାଦୀଙ୍କ ଘର ପୁଲୱାମା ପାଖାପାଖି ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବରୁ, ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ଏବଂ ଆସିଫଙ୍କ ଘର ମଧ୍ୟ ସେନା ଦ୍ୱାରା IED ବିସ୍ଫୋରଣ ମାଧ୍ୟମରେ ଧ୍ୱଂସ କରାଯାଇଥିଲା। ପହଲଗାମ ଆକ୍ରମଣ ପରେ ଉଭୟଙ୍କ ନାମ ସାମ୍ନାକୁ ଆସିଛି।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନ ଗତକାଲି ରାତିରେ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି।  ଶୋପିଆନ ଏବଂ କୁଲଗାମ ଜିଲ୍ଲାରେ ରହିଥିଲା ଏହି ଦୁଇ ଆତଙ୍କବାଦୀଙ୍କ ଘର । ଶୋପିଆନ ଜିଲ୍ଲାର ଛୋଟିପୋରା ଗାଁରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା, ଯେଉଁଠାରେ ସକ୍ରିୟ ଲସ୍କର-ଏ-ତୈବା କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଶାହିଦ ଗତ ୩ରୁ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଛି ଏବଂ ଅନେକ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଅଛି। ଏହା ପରେ ଜାକିରର ଘର ଭଙ୍ଗା ଯାଇଛି ।

ଆଜିଠୁ ତାତିରୁ ମିଳିପାରେ ଅଶ୍ବସ୍ତି, କାଳବୈଶାଖୀ ବର୍ଷାରେ ଭିଜିପାରେ ଓଡ଼ିଶା

ଭୁବନେଶ୍ବର: ଆଜିଠୁ ତାତିରୁ ମିଳିପାରେ ଅଶ୍ବସ୍ତି । କାଳବୈଶାଖୀ ବର୍ଷାରେ ଭିଜିପାରେ ଓଡ଼ିଶା । ମାଲକାନଗିରି ,ଗଂଜାମ  କୋରାପୁଟ ମୟୂରଭଞ୍ଜରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମିର ଝାଡ ପବନ ସମ୍ଭାବନା ରହିଛି । ଏ ନେଇ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ୨୯ ତାରିଖ ଯାଏ ପ୍ରବଳ ତାତି ସହ କାଳବୈଶାଖୀ ବର୍ଷା ବି ଜାରି ରହିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଆଜି ପ୍ରବଳ ତାତି ନେଇ ମଧ୍ୟ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ  ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଂଜାମ  ଓ ଗଜପତି ଜିଲ୍ଲାକୁ  ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ବିଭାଗ।

 

ଆଜି ପୋପ୍ ଫ୍ରାନସିସଙ୍କ ଅନ୍ତିମ ସଂସ୍କାର, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ଆଜି ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ରୋମ୍ ରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟ ଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ। ପୋପ୍ ଫ୍ରାନସିସ୍ ଙ୍କୁ ସେମାନେ ଅନ୍ତିମ ବିଦାୟ ଜଣାଇବେ। ଗତ ସୋମବାର ପୋପ୍ ଙ୍କ ପରଲୋକ ହୋଇଥିଲା। କିଛି ଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ ଏବଂ ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଭାଟିକାନ ସିଟି ର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ। ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସ ର ବାସିଲିକାରେ କବର ଦିଆଯାଇଥାଏ। କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ।  ଆଜି ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରୁ ପ୍ରକ୍ରିୟା ଆରମ୍ଭ ହେବ ।  ଆଜି ପର୍ଯ୍ୟନ୍ତ ସେଣ୍ଟ ପିଟର୍ସ ସ୍କୋୟାରରେ  ପୋପ୍ ଙ୍କ ପାର୍ଥିବ ଶରୀର ରଖାଯାଇଥିଲା। ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ।  …ତାଙ୍କ ଅନ୍ତିମ ସଂସ୍କାରରେ ଭାରତ ସରକାରଙ୍କ ପକ୍ଷରୁ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସେ ୨ ଦିନିଆ ଗସ୍ତରେ ରୋମ୍  ଯାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବ୍ରିଟେନର ପିଏମ୍ ଷ୍ଟାର୍ କିରମର୍‌, ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୟୁକ୍ରେନର ରାଷ୍ଟ୍ରପତି ଜେନେନସ୍କି ପ୍ରମୁଖ ପୋପଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଅନ୍ତିମ ବିଦାୟ ଦେବେ।

ଭାରତ-ପାକ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇରାନର ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇରାନର ପ୍ରସ୍ତାବ। ପହଲଗାଁଓ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏପରିକି ଯେକୌଣସି ମୁହୂର୍ତ୍ତିରେ ଯୁଦ୍ଧ ବି ଲାଗି ଯାଇପାରେ। ଏହାକୁ ନେଇ ଇରାନ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଛି । ଇରାନର ବୈଦେଶିକ ମନ୍ତ୍ରୀ ସୟିଦ ଆବାସ ଆରାଘଚି କହିଛନ୍ତି, ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ରହିବା ଉଚିତ।

ଭାରତ ଏବଂ ପାକିସ୍ତାନ ଇରାନର ପଡ଼ୋଶୀ। ଏହି କଠିନ ପରିସ୍ଥିତି ସମୟରେ ଇସଲାମାବାଦ ଏବଂ ନୂଆଦିଲ୍ଲୀ ମଧ୍ୟରେ ପୁଣି ଥରେ ଶାନ୍ତି ଫେରାଇ ଆଣିବା ଦିଗରେ କାମ କରିବାକୁ ଇରାନ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତେବେ ଭାରତର କଡ଼ା ଆଭିମୁଖ୍ୟକୁ ଦେଖି ଲାଗୁନି ନୂଆଦିଲ୍ଲୀ ଏବେ ବୁଝାମଣା ମୁଡରେ ଅଛି।

ବିଦେଶରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ କେବଳ ଯେ ଭାରତରେ ପ୍ରତିବାଦ ଚାଲିଛି, ତାହା ନୁହେଁ। ଭାରତ ବାହାରେ ବିଦେଶରେ ମଧ୍ୟ ଦେଖା ଦେଇଛି ଆକ୍ରୋଶ। ପାକିସ୍ତାନ ବିରୋଧରେ ଦେଖାଦେଇଛି ଆକ୍ରୋଶ। ବିଦେଶରେ ରହୁଥିବା ଭାରତୀୟମାନେ ବିଦେଶ ମାଟିରେ ମଧ୍ୟ ପ୍ରତିବାଦ କରିଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟମାନେ ପାକିସ୍ତାନର ଦୂତାବାସ ସାମନାରେ ବିକ୍ଷୋଭ କରିଛନ୍ତି। ସେମାନେ କହିଛନ୍ତି, ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପାକିସ୍ତାନ ହିଁ ଆତଙ୍କବାଦୀମାନେ ଆଶ୍ରୟ ଦେଇ ଭାରତ ବିରୋଧରେ ସେମାନଙ୍କୁ ବ୍ୟବହାର କରୁଛି। ପାକିସ୍ତାନ ବିରୋଧରେ କଡ଼ା ଆକ୍ସନ ସହିତ ଆତଙ୍କବାଦୀଙ୍କୁ କଡ଼ା ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ଏକଘରକିଆ ପାକିସ୍ତାନ, କୌଣସି ଦେଶ କରୁନାହାନ୍ତି ସମର୍ଥନ

ଜାମ୍ମୁ କାଶ୍ମୀର: ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏକଘରିକିଆ ହେବାରେ ଲାଗିଛି। କୌଣସି ଦେଶ ତାକୁ ସମର୍ଥନ କରୁ ନାହାନ୍ତି। ଏପରିକି ବିଶ୍ଵର ମୁସଲିମ ଦେଶ ମଧ୍ୟ ସମର୍ଥନ କରୁ ନାହାନ୍ତି। ଏପଟେ ଭାରତ ପ୍ରତି ବଢ଼ିବାରେ ଲାଗିଛି ସମର୍ଥନ। ଆମେରିକାର ଖୋଲାଖୋଲି ସମର୍ଥନ କରିଛି। ଆମେରିକାର ଗୁଇନ୍ଦା ମୁଖ୍ୟ ତୁଲସୀ ଗୋବାର୍ଡ କହିଛନ୍ତି, ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଆମେ ଭାରତକୁ ପୁରା ସମର୍ଥନ କରୁଛୁ। ଭାରତ ଯେଉଁ ପଦକ୍ଷେପ ନେବ, ଆମେ ତା ପଛରେ ଛିଡ଼ା ହେବୁ। ଆହୁରି ଅନେକ ଦେଶ ମଧ୍ୟ ସମର୍ଥନ କରୁଛନ୍ତି। ଆଗରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ। କୂଟନୈତିକ କ୍ଷେତ୍ରରେ ସାରା ବିଶ୍ଵରେ ଭାରତ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ସେପଟେ ଏକଘରିକିଆ ହୋଇଛି ପାକିସ୍ତାନ।

ଦଲାଲଙ୍କ ନଜରରେ କୋମଳମତି, ପୂର୍ବ ଶତ୍ରୁତା, ପ୍ରେମ ଓ ଅଙ୍ଗତସ୍କରୀ ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ଦଲାଲଙ୍କ ନଜରରେ କୋମଳମତି ଶିଶୁ । ପୂର୍ବ ଶତ୍ରୁତା ଓ ଟଙ୍କା ପାଇଁ ବାଜିରେ ଲାଗୁଛି ଛୁଆଙ୍କ ଜୀବନ । କୋର୍ଟର ଗାଇଡଲାଇନ ଓ ପୋଲିସ ର ଏସଓପି କଡାକଡି ପାଇଁ ଦାବି । ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ଭାବେ ନେବାକୁ ଡିଜିପିଙ୍କ ନିର୍ଦ୍ଦେଶ । ଏପ୍ରିଲ ମାସ ୧୩ ତାରିଖ । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ଚାଇଲ୍ଡ ଟ୍ରାଫିକିଂ ରୋକିବା ପାଇଁ ଟେକନିକାଲ ସପୋର୍ଟ ଏଜେନ୍ସି ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କୁ କଡାକଡି ପାଳନ ପାଇଁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ପିଲା ନିଖୋଜ ହେଲେ ତୁରନ୍ତ ମିସିଂ ଚାଇଲ୍ଡ ପୋର୍ଟାଲରେ ପଞ୍ଜିକୃତ କରିବା ସହ ତଦନ୍ତକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିଶୁ ନିଖୋଜ ହେଲେ ଅଧଘଣ୍ଟା ଭିତରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋଜିବା ସହ ସମସ୍ତ ଥାନାକୁ ଫଟୋ ପଠାଯିବ । ଜନଗହଳିପୂର୍ଣ ସ୍ଥାନରେ ପ୍ରଚାର କରାଯିବ । କିନ୍ତୁ ଏସବୁରେ ବ୍ୟତିକ୍ରମ ଯୋଗୁଁ ପିଲା ଚୋରି ରାଜ୍ୟରେ ବଢୁଥିବା କହିଛନ୍ତି ବିଶେଷଜ୍ଞ । ଗତ ବିଧାନସଭା ଅଧିବେଶନରେ ବାରବାଟୀ କଟକ ବିଧାୟକ ସୋଫିଆ ଫିରଦୌସ, ବିଗତ ୮ ମାସରେ କେତେ ଲୋକ ନିଖୋଜ ନେଇ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତଥ୍ୟ ମୁତାବକ ୨୦୨୪ ଜୁନ ୧ ରୁ ୨୦୨୫ ଫେବ୍ରୁଆରୀ ୨୮ ମଧ୍ୟରେ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ବେଳେ ସେଥିରୁ ଅଧିକାଂଶ ହେଉଛନ୍ତି ଶିଶୁ । ଆର୍ଥିକ ଅନାଟନ, ଶିକ୍ଷା ଦୀକ୍ଷାର ଅଭାବ, ଦାଦନ ପାଇଁ ମଧ୍ୟ ବାପା ମାଆଙ୍କ ଜାଣତରେ ପିଲା ବିକ୍ରି ହେଉଥିବା କହିଛନ୍ତି ରୁଚିକା ଚାଇଲ୍ଡଲାଇନ ନିର୍ଦ୍ଦେଶକ ।

NCRB ର ତଥ୍ୟ ମୁତାବକ ୨୦୨୦ ରେ ୩ ହଜାର ୯୧୫ ଶିଶୁ ଅପହରଣ ହୋଇଥିବା ବେଳେ ୨୦୨୧ ରେ ୫ ହଜାର ୧୯୨ ଓ ୨୦୨୨ ରେ ତୁଳନାତ୍ମକ ଭାବେ ଏହା ୪.୩ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି ।

 

 

ଓଡିଶାରେ ଥିବା ୧୨ ପାକିସ୍ତାନୀ ତୁରନ୍ତ ଭାରତ ଛାଡ : ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ । ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ୧୨ ପାକିସ୍ଥାନୀ ଅଛନ୍ତି ବୋଲି ଗୃହ ବିଭାଗ ସୂଚନା ଦେଇଛି । ସେମାନଙ୍କୁ ଭାରତ ଛାଡ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ବଲାଙ୍ଗୀର. ସମ୍ବଲପୁର. ରାଉରକେଲା ଓ ଝାରସୁଗୁଡ଼ାରେ ପାକିସ୍ତାନୀ ଥିବା କୁହାଯାଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପାକିସ୍ତାନୀମାନଙ୍କୁ ଦିଆଯାଇଥିବା ଭିସା ରଦ୍ଦ କରିଛି ଭାରତ । ସାଧାରଣ ଭିସା ଆସନ୍ତା ୨୭ ଯାଏ ବୈଧ ରହିବ । କେବଳ ମେଡିକାଲ ଭିସା ଆସନ୍ତା ୨୯ ଯାଏ ବଳବତ୍ତର ରହିବ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ରହିଛି।