spot_img
Home Blog Page 898

୬୧୧ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ: ୬୧୧ ଫୁଟ୍ କୁ ଖସି ଆସିଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବିଗତ ବର୍ଷରେ ରେକର୍ଟ ଭାଙ୍ଗି ଆଜି ଜଳସ୍ତର ୬୧୧.୩୭ ଫୁଟରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଜଳସ୍ତର ୬୧୫ ଫୁଟ୍ ଥିବାବେଳେ ଆଜିର ସ୍ଥିତିକୁ ନେଇ ଚିନ୍ତାରେ ନଈ କୂଳିଆ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆବଶ୍ୟକ ୧୨ ହଜାର ୦୦୦ ଘନଫୁଟ ଥିବା ବେଳେ ଉପରମୁଣ୍ଡରୁ କେବଳ ୧ ହଜାର ୪୬୨ ଘନଫୁଟ ପାଣି ଆସୁଛି। ଛତିଶଗଡ଼ ସରକାର ଉପର ମୁଣ୍ଡରେ ସମସ୍ତ ବ୍ୟାରେଜ ବନ୍ଦ କରିଦେଇଥିବାରୁ ଲଗାତର କମିଛି ଜଳ ପ୍ରବେଶ।

’ଆନିମଲ’ ଫିଲ୍ମର ଖଳନାୟକଙ୍କ ଭଳି ମହମ୍ମଦ କୈଫଙ୍କ ପ୍ରେମ କାହାଣୀ, ଥରେ ପଢ଼ନ୍ତୁ..

ନନ୍ଦିଘୋଷ ବ୍ୟୁରୋ: ଫିଲ୍ମରେ ନାୟକ-ନାୟିକାଙ୍କ ପ୍ରେମ କାହାଣୀ ସମସ୍ତ ଦର୍ଶକଙ୍କ ମନକୁ ମୋହିଥାଏ । ବାସ୍ତବ ଜୀବନରେ ମଧ୍ୟ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ ମଧ୍ୟ କମ୍ । ଠିକ୍ ସେମିତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କ ଲଭ୍ ଷ୍ଟୋରୀ । ’ଆନିମଲ’ ଫିଲ୍ମର ଖଳନାୟକ ବବି ଦେଓ୍ବଲଙ୍କ ଭଳି ଥିଲା କୈଫଙ୍କ ପ୍ରେମ କାହାଣୀ । ଫିଲ୍ମରେ ବବି ଦେଓ୍ବଲ ଯେଭଳି ରେଷ୍ଟୁରାଣ୍ଟକୁ ସାଙ୍ଗମାନଙ୍କ ସହ ଯାଇଥିଲେ ଆଉ ସେଠାରେ ପ୍ରେମରେ ପଡ଼ିଥିଲେ ଠିକ୍ ସେମିତି କୈଫ ରେଷ୍ଟୁରାଣ୍ଟରେ ପୂଜାଙ୍କ ପ୍ରେମରେ ପଡ଼ିଥିଲେ ।  ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆଉ ପରେ ପ୍ରେମର ରୂପ ନେଇଥିଲା ଏହି ସମ୍ପର୍କ । ୪ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରିଥିଲେ । ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୪ ବର୍ଷର ବୈବାହିକ ଜୀବନ ବେଶ ହସଖୁସିରେ କଟି ଚାଲିଛି । ତେବେ ଆଜି ପୂଜାଙ୍କ ଜନ୍ମଦିନ । ମାତ୍ର କୈଫ ଏବେ ଆଇପିଏଲରେ କମେଟ୍ରି କରୁଛନ୍ତି । ଏଣୁ ସେ ଏକ ଭିଡିଓ ବନାଇ ସ୍ତ୍ରୀଙ୍କ ପାଇଁ ଡେଡିକେଟ୍ କରିଛନ୍ତି । ଏଥିରେ କମେଟ୍ରି ଟିମର ସଦସ୍ୟମାନେ ରହିଥିବା ଦେଖିବାକୁ ମିଳିଛି । ଯାହାକି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ୍, କମେଣ୍ଟ ଏବଂ ସେୟାର କରୁଛନ୍ତି ।

ନିଶାର୍କ ଶନି ମନ୍ଦିରରୁ ଚୋରି, ସବୁ ଲୁଟିନେଲେ..

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଚୋର। ମନ୍ଦିରକୁ ରାତିରେ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଗତ ରାତିରେ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ନିଶାର୍କ ଶନି ମନ୍ଦିରରୁ ଚୋରି । ବିଳମ୍ବିତ ରାତ୍ରିର ମନ୍ଦିର ଛୋଟ ଗେଟ ତାଲା ଭାଙ୍ଗି ଶନି ଓ ପାର୍ଶ୍ଵ ବିଗ୍ରହରୁ ସୁନା ଚିତା, ରୂପା ମୁକୁଟ ଓ ଦାନ ହୁଣ୍ଡି ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ସକାଳେ ପୂଜକଙ୍କ ପତ୍ନୀ ମନ୍ଦିର ଖୋଲିବା ବେଳେ ଦେଖିଲେ ଗେଟ ମୁକୁଳା ଅଛି । ଏହା ପରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ସେଠାରେ ପହଞ୍ଚିଛନ୍ତି । ପୋଲିସରେ ଅଭିଯୋଗ କରାଯାଇଛି। ଏହା ଆଗରୁ ଗତ ୫ ତାରିଖରେ ବାସୁଦେବପୁର ଦକ୍ଷିଣେଶ୍ଵରୀ କାଳୀ ମନ୍ଦିରରୁ ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଥିଲା । ସେହିପରି ମାର୍ଚ୍ଚରେ ବଂଶୀପାଟଣାର ହନୁମାନ ବାଟିକାର ରଘୁନାଥ ମନ୍ଦିରର ହୁଣ୍ଡି ବାକ୍ସ  ଓ ବଜରଙ୍ଗବଲିଙ୍କ ମନ୍ଦିରର ହୁଣ୍ଡି ବାକ୍ସ ଚୋରି ନେଇ ଥିଲେ ଦୁର୍ବୃତ୍ତ। ସେହିପରି ଭୈରବପୁର ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ମଧ୍ୟ କିଛି ଦିନ ତଳେ ଚୋରି ହୋଇଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ଅଳଙ୍କାର ବି ନେଇଥିଲେ ଦୁର୍ବୃତ୍ତ। ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ସତ୍ତ୍ଵେ ପୋଲିସ ଏଯାଏ ଚୋରଙ୍କ ଟେର୍ ପାଇନାହିଁ।

ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ସକାଳୁ ସକାଳୁ ଜାଳିଲାଣି ଖରା। ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ତାତି ଅଛି ୩୪. ୪ ଡିଗ୍ରୀ। ଭୁବନେଶ୍ଵରରେ ୩୨ ଥିବା ବେଳେ ବାଲେଶ୍ଵରରେ ୩୧, ଚାନ୍ଦବାଲିରେ ୩୧.୪ ଓ ପୁରୀରେ ୩୧ ରହିଛି। ସକାଳୁ ହିଁ ପ୍ରବଳ ଗରମ ହେଲାଣି। ଗତକାଲି 45.4 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗଡା । ରାଜ୍ୟରେ ୨ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ତାତି ଅସମ୍ଭାଳ ହେବ କୁହାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣି। ଆଜି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୩୦ ରୁ ୫୦ କିଲୋମିଟର ପବନ ହୋଇପାରେ। ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ  ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ ବୋଲି କୁହାଯାଇଛି।

ଅଭିଶେକ ଶର୍ମାଙ୍କ ଏହିସବୁ ଖରାପ ଅଭ୍ୟାସକୁ ଛଡ଼ାଇଛନ୍ତି ଯୁବରାଜ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ପ୍ରତିଭା ଅଭିଶେକ ଶର୍ମା ଆଇପିଏଲରେ ଏବେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଏହି ହିଟର ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ବଡ଼ ବଡ଼ ବୋଲର ମଧ୍ୟ ଧରାଶାୟୀ ହୋଇଛନ୍ତି । ତେବେ ଅଭିଶେକ ଶର୍ମା ଟିମ ଇଣ୍ଡିଆର ପୂର୍ବତନ ଦକ୍ଷ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ନିଜର ଗୁରୁ ବୋଲି ମାନନ୍ତି । ଏହା ପ୍ରାୟତଃ କାହାକୁ ଅଛପା ନଥିବ । ତେବେ ଅଭିଶେକ ଶର୍ମାଙ୍କ କିଛି ଖରାପ ଅଭ୍ୟାସ ରହିଥିଲା । ଯାହାକୁ ବେଶ କଷ୍ଟରେ ଛଡ଼ାଇଛନ୍ତି ଯୁବରାଜ । ଏକ ଇଣ୍ଟରଭିୟ୍ୟୁ ସମୟରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ।

ଅଭିଶେକଙ୍କ ବାପା ତାଙ୍କର ପ୍ରଥମ ଗୁରୁ । ମାତ୍ର ବାପାଙ୍କ କଥାକୁ ପ୍ରଥମରୁ ଶୁଣୁନଥିବା କହିଛନ୍ତି । କିନ୍ତୁ ଯେବେ ସେ ଯୁବରାଜଙ୍କ ପାଖକୁ ଆସିଥିଲେ କେବେ ସେ ଗାଳି ତ ଆଉ କିଛି ଅଭ୍ୟାସକୁ ଭଲରେ ବୁଝାଇ ଛଡ଼ାଇଥିଲେ । ରାତିରେ ପାର୍ଟି କରିବା ଏବଂ ଡେଟିଂ କରିବା ଭଳି ଅଭ୍ୟାସରେ ପଡ଼ିଥିବା ଅଭିଶେକଙ୍କ ଏହିସବୁ ଅଭ୍ୟାସକୁ ଛଡ଼ାଇ ଖେଳରେ ଫୋକସ କରିବାକୁ ଯୁବରାଜ ଫୋକସ କରାଇଥିଲେ । ଆଉ ଆଜି ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ଆଉ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଅଭିଶେକ ଶର୍ମା । କହି ରଖୁଛୁ କି, କରୋନା ସମୟରେ ଯୁବରାଜ ଅଭିଶେକ ଏବଂ ଗିଲଙ୍କୁ ନିଜ ପାଖରେ ରଖିଥିଲେ । ସେମାନଙ୍କ ଖେଳରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ଗୁରୁତ୍ବ ଦେଇଥିଲେ । ଏଣୁ ଅଭିଶେକଙ୍କ ସହ ଯୁବରାଜଙ୍କ ସହ ସବୁବେଳେ ନିଜର ଅନୁଭୂତି ବଖାଣିଛନ୍ତି । ଉଭୟ ନିଜର ଜନ୍ମଦିନ ସମୟରେ ମଧ୍ୟ ଏକାଠି ନଜର ଆସନ୍ତି ।

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ

ନନ୍ଦିଘୋଷ ବ୍ୟୁରୋ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି । ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି । ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।  ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।

ବାଇକ ଓ କାରକୁ ପିଟିଲା ଟ୍ରେଲର : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯୋଡ଼ା ଥାନା ୫୨୦ ଜାତୀୟ ରାଜପଥ ବିଲେଇପଦା ଛକରେ ଆଜି ସକାଳେ ବାଇକ ଓ କାରକୁ ପିଟିଲା ଟ୍ରେଲର । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟଜଣେ ଗୁରୁତର ହୋଇଛନ୍ତି । କାରରେ ଯାଉଥିବା ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ବାଇକ ଆରୋହୀ କେନ୍ଦୁଝର ସିଜୁକଳା ଅଞ୍ଚଳର ପରମେଶ୍ଵର ମହାନ୍ତ । ବିଲେଇପଦା ଛକ ନିକଟରେ ଟ୍ରେଲରଟି ପ୍ରଥମେ ବାଇକକୁ ଧକ୍କା ଦେଇ ଆଗରେ ଯାଉଥିବା ଏକ ଭିଟାରା କାରକୁ ଜୋରଦାର ଟକ୍କର ମାରିଥିଲା । ଯାହାଫଳରେ କାରଟି ଆଗରେ ଯାଉଥିବା ଏକ ଟ୍ରକରେ ପିଟି ହୋଇଥିଲା । କାରର ଆଗ ଏବଂ ପଛ ଭାଗ ସମ୍ପୂର୍ଣ୍ଣ ଭାବରେ ଚୁରମାର୍ ହୋଇଯାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

କେନାଲ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ଗଂଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆଘାଇ କେନାଲ ରାସ୍ତାରୁ ଏକ ମୃତଦେହ ଉଦ୍ଧାର। ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡି଼ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ହେଉଛି ସାମନ୍ତରାପୁର ଗାଁର ହୀନ ପାତ୍ରଙ୍କ ମୃତଦେହ। ଗତକାଲି ସେ ବ୍ରହ୍ମପୁର ଯାଇ ଆଉ ଫେରିନଥିଲେ। ଆଜି ସକାଳୁ ସକାଳୁ କେନାଲ ନିକଟରୁ ମୃତଦେହ ମିଳିଛି। ତାଙ୍କ ବାଇକ ମଧ୍ୟ ସେଠାରେ ପଡ଼ିଛି। କେମିତି ତାଙ୍କର ମୃତ୍ୟୁ ହେଲା ସ୍ପଷ୍ଟ ହୋଇନାହିଁ। ତେବେ ପାରିପାର୍ଶ୍ଵିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ।

ରାଜନୀତିରେ ମତଭେଦ କିନ୍ତୁ ସମ୍ପର୍କ ଖରାପ ନାହିଁ : ସୁପ୍ରିୟା ସୁଲେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ପରିବାର ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେପବେଳେ ଠାକରେ ପରିବାରରେ ବିବାଦ ତ ଆଉ କେତେବେଳେ ପାଓ୍ବାର ପରିବାରରେ । ଏବେ ଉଭୟ ପରିବାର ଏକ ହେବା କଥା ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ନିକଟରେ ଶରଦ ପାଓ୍ବାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଭାଇ ଶରଦ ପାଓ୍ବାରଙ୍କ ସମ୍ପର୍କରେ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି । ସୁପ୍ରିୟା ସୁଲେ ଶରଦ ପାଓ୍ବାରଙ୍କ ସାନ ଝିଅର ନିର୍ବନ୍ଧ ଭୋଜିରେ ଯୋଗ ଦେଇଥିଲେ । ଏହାସହ ନିକଟରେ ତିନୋଟି ରାଜନୈତିକ ବୈଠକରେ ଏକାଠି ଗୋଟିଏ ମଞ୍ଚରେ ଶରଦ-ଅଜିତ ନଜର ଆସିଥିଲେ । ଯାହାକୁ ନେଇ ଏକାଠି ହେବେ ବୋଲି କୁହାଯାଉଛି । ସେପଟେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି ସୁପ୍ରିୟା ସୁଲେ । ସେ କହିଛନ୍ତି କି, ଆମ ପରିବାରରେ କୌଣସି ମତଭେଦ ନାହିଁ । ରାଜନୀତିରେ ମତଭେଦ ଥାଇପାରେ । କିନ୍ତୁ ସମ୍ପର୍କ ଆଜି ମଧ୍ୟ ଭଲ ରହିଛି । ପାୱାର ପରିବାର କେବେ ବିଭାଜିତ ହୋଇନାହିଁ, ସମସ୍ତ ଭାଇଭଉଣୀ ଆମର ପୂର୍ବପୁରୁଷଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ମୂଲ୍ୟବୋଧ ସହିତ ବଢ଼ିଛନ୍ତି। ଆମର ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଆମେ ଏହାକୁ କେବେବି ଆମର ବ୍ୟକ୍ତିଗତ ସମ୍ପର୍କରେ ପ୍ରଭାବ ପକାଇବାକୁ ଦେଇନାହୁଁ। ଶରଦ ପାୱାରଙ୍କ ବିଷୟରେ କହିବା ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସମ୍ପ୍ରତି ନରମ ସ୍ୱର ଗ୍ରହଣ କରିଥିଲେ ବୋଲି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସୁଲେ କହିଛନ୍ତି, “ଯଦି ଦାଦା ନରମ ହୋଇଛନ୍ତି, ତେବେ ଏହାକୁ ସମସ୍ତେ ସ୍ୱାଗତ କରୁଛନ୍ତି।”

ପାକିସ୍ତାନରେ କମୁଛି କ୍ରିକେଟ କ୍ରେଜ୍, ପିଏସଏଲ ବେଳେ ଷ୍ଟାଡିୟମ ଖାଲି!

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲକୁ ଟକ୍କର ଦେବା ପାଇଁ ଏକା ସମୟରେ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ୍ ଚାଲିଛି । ମାତ୍ର ମ୍ୟାଚ ସମୟରେ ଷ୍ଟାଡିୟମ ଫାଙ୍କା । ଷ୍ଟାଡିୟମରେ ଦର୍ଶକଙ୍କଠାରୁ ସୁରକ୍ଷା କର୍ମୀ ଅଧିକ ରହିଥିବା ଦେଖିବାକୁ ମିଳିଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋମବାର ପେଶାଓ୍ବାର ଏବଂ କରାଚି ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସମୟରେ ଦର୍ଶକଙ୍କ ମରୁଡ଼ି ପଡ଼ିଥିଲା । ତେବେ ଏହି ମ୍ୟାଚରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ୪୧ ବଲରୁ ୪୬ ରନର ପାଳି ଖେଳିଥିଲେ । ବାବର ଆଜମଙ୍କ ମ୍ୟାଚ୍ ସତ୍ତ୍ୱେ, ପ୍ରଶଂସକମାନେ କରାଚୀ ଷ୍ଟାଡିୟମରେ ପହଞ୍ଚି ନଥିଲେ। ଏହା ଦେଖାଯାଉଛି ଯେ ପାକିସ୍ତାନୀ ପ୍ରଶଂସକମାନେ ଏବେ କ୍ରିକେଟରୁ ଦୂରେଇ ଯାଉଛନ୍ତି। ପାକିସ୍ତାନ ସୁପର ଲିଗ୍ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ସମାପ୍ତ କରିଛି। ସମ୍ପ୍ରତି, ଇଂଲଣ୍ଡ ବ୍ୟାଟସମ୍ୟାନ୍ ସାମ୍ ବିଲିଙ୍ଗସ୍ ଆଇପିଏଲକୁ ବିଶ୍ୱର ସର୍ବୋତ୍ତମ ଟି-୨୦ ଲିଗ୍ ବୋଲି କହିଛନ୍ତି ଏବଂ ଏହାକୁ ପିଏସଏଲ ସମେତ ଅନ୍ୟ ଫ୍ରାଞ୍ଚାଇଜ୍ ଲିଗଠାରୁ ଉପରକୁ ସ୍ଥାନ ଦେଇଛନ୍ତି।

କିଛି ଦିନ ପୂର୍ବେ, ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଥିଲେ ଯେ କରାଚୀରେ ପାକିସ୍ତାନ ସୁପର ଲିଗ୍ ସମୟରେ 6700 ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। କରାଚୀରେ ଅନୁଷ୍ଠିତ ମ୍ୟାଚ୍‌ରେ ଦର୍ଶକଙ୍କ ସଂଖ୍ୟା ପ୍ରାୟ ୫୦୦୦ ଥିଲା, ଅର୍ଥାତ୍ ସୁରକ୍ଷା କର୍ମୀଙ୍କ ସଂଖ୍ୟା ତୁଳନାରେ ୧୫୦୦ କମ୍ ଲୋକ ମ୍ୟାଚ୍ ଦେଖିବାକୁ ଆସିଥିଲେ।