spot_img
Home Blog Page 891

ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ହାଇ ଆଲର୍ଟରେ ଜାତୀୟ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ଯାନବାହାନର କଡ଼ା ଯାଞ୍ଚ କରାଯାଉଛି। ସାକେତ-କନଟ୍ ପ୍ଲେସରେ ପୋଲିସ ପାଟ୍ରୋଲିଂ ଜୋରଦାର କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସ ରାଜଧାନୀର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଜିଲ୍ଲାଗୁଡ଼ିକରେ ସାଧାରଣ ପାଟ୍ରୋଲିଂ ଅଭିଯାନ ଜାରି ରଖିଛନ୍ତି। ଯେଉଁଥିରେ ପ୍ରାୟ ୧୩୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବସ୍ ଏବଂ ସାର୍ବଜନୀନ ସ୍ଥାନରେ କଡ଼ା ଯାଞ୍ଚ କରାଯାଉଛି। ସହରର ଅନେକ ପ୍ରମୁଖ ସ୍ଥାନରେ ବରିଷ୍ଠ ପୋଲିସ ଅଧିକାରୀ ରହି ଯାଞ୍ଚ କରୁଛନ୍ତି। ସୁରକ୍ଷା କାରଣରୁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି।

ଭିଡ଼ ସମୟରେ ସର୍ବାଧିକ ଯାଞ୍ଚ କରିବା ଏବଂ ସାଧାରଣ ଲୋକଙ୍କୁ ସୁରକ୍ଷାର ଆଶ୍ୱସ୍ତି ଦେବା ପୋଲିସର ମୁଖ୍ୟ କାର୍ଯ୍ୟ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଦିଲ୍ଲୀ ପୋଲିସ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ନାଗରିକଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା ବୋଲି କହିଛି ପୋଲିସ।

ଆଜିଠୁ ଖୋଲିଲା କେଦାରନାଥ ମନ୍ଦିର

ଉତ୍ତରାଖଣ୍ଡ: ଆଜିଠୁ ଖୋଲିଛି ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟ ଫାଟକ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି। ଆକର୍ଷଣୀୟ ଭାବେ ଫୁଲରେ ମନ୍ଦିରକୁ ସଜା ଯାଇଛି । ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି।

ସୂଚନା ଅନୁଯାୟୀ, କେଦାରନାଥ ଧାମର ଦ୍ୱାର ଆଜି ସକାଳ ୭ଟାରେ ରୀତିନୀତି ସହିତ ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ପୁରୋହିତଙ୍କ ଦ୍ୱାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟଧ୍ୱନି ମଧ୍ୟରେ ଦ୍ୱାର ଖୋଲାଯାଇଥିଲା । ଏବଂ ଏହି ସମୟରେ, ହେଲିକପ୍ଟରରୁ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା।

ଚାରିଧାମ ଓ କେଦାରନାଥ ଯାତ୍ରା ପାଇଁ ଏହି ପୋର୍ଟାଲରେ ପଂଜୀକରଣ କରିବାକୁ ପଡ଼ିବ। ସେହିପରି ବଦ୍ରିନାଥ ଧାମ ଖୋଲିବ ଆସନ୍ତା ୪ ତାରିଖରେ।

ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ।
ସନ୍ଧ୍ୟା ୬ଟା ପରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରେ ଉପଲବ୍ଧ ହେବ ଫଳାଫଳ। ଇଣ୍ଟରନେଟ ନଥିବା ଅଞ୍ଚଳରେ SMS ମାଧ୍ୟମରେ ମିଳିବ ରେଜଲ୍ଟ ।

ଚଳିତବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ୩ ହଜାର ୧୩୩ଟି କେନ୍ଦ୍ରରେ ହୋଇଥିଲା ମାଟ୍ରିକ ପରୀକ୍ଷା। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା କରାଯାଇଥିଲା।

ଭାରତକୁ ଧମକ ଦେଲେ ୟୁନୁସଙ୍କ ସହଯୋଗୀ,ପାକିସ୍ତାନ ଉପରେ ଆକ୍ରମଣ କଲେ ଆସାମ ସହିତ 6 ରାଜ୍ୟକୁ କରିବୁ ଅଧିକାର

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ଧମକ ଦେଲେ ୟୁନୁସଙ୍କ ସହଯୋଗୀ । କହିଲେ ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତାହାଲେ ବାଂଲାଦେଶ ଭାରତର ୭  ଉତ୍ତର ପୂର୍ବ ରାଜ୍ୟକୁ ଦଖଲ କରିବ ।  ତାଙ୍କ ନାଁ ହେଉଛି ଫଜଲୁର ରହମାନ । ସେ କହିଛନ୍ତି, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ବାଂଲାଦେଶ ଉତ୍ତର-ପୂର୍ବ ଭାରତର ସାତଟି ରାଜ୍ୟ ଦଖଲ କରିବା ଉଚିତ। ଏହି ପରିପ୍ରେକ୍ଷୀରେ, ମୁଁ ଭାବୁଛି ଚୀନ୍ ସହିତ ଏକ ମିଳିତ ସାମରିକ ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ କରିବା ଆବଶ୍ୟକ ।

ଫଜଲୁର ରହମାନ କିଏ?

ଫଜଲୁର ରହମାନ, ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ, ୨୦୦୧ ମସିହାରେ ଭାରତ ସହିତ ସୀମା ସଂଘର୍ଷ ସମୟରେ ବାଂଲାଦେଶ ରାଇଫଲ୍ସ (BDR)ର ନେତୃତ୍ୱ ନେଇଥିଲେ, ଯେଉଁଥିରେ ୧୬ ଜଣ BSF କର୍ମଚାରୀ ନିହତ ହୋଇଥିଲେ।

ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଗିରିଜା ବ୍ୟାସଙ୍କର ପରଲୋକ

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଗିରିଜା ବ୍ୟାସଙ୍କର  ଅହମଦାବାଦରେ ପରଲୋକ ହୋଇଯାଇଛି। ସେ ଗତ ଗୋଟିଏ ମାସ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ। କୁହାଯାଏ ଯେ ଗଙ୍ଗୌର ପୂଜା ସମୟରେ ତାଙ୍କ ସ୍କାର୍ଫରେ ନିଆଁ ଲାଗିଯିବାରୁ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ପ୍ରାୟ ୯୦ ପ୍ରତିଶତ ପୋଡ଼ିଯିବା ଯୋଗୁଁ, ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା ଏବଂ ଶେଷରେ ସେ ଅହମଦାବାଦର ଜାଇଡସ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କ ମୃତଦେହକୁ ଉଦୟପୁର ଅଣାଯାଉଛି, ଯେଉଁଠାରେ ତାଙ୍କର ଶେଷକୃତ୍ୟ ଏବଂ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ହୋଇଛି

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

କଟକ: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । କାଲି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ।
ଆସନ୍ତାକାଲି ସନ୍ଧ୍ୟା ୬ଟା ପରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରେ ଉପଲବ୍ଧ ହେବ ଫଳାଫଳ। ଇଣ୍ଟରନେଟ ନଥିବା ଅଞ୍ଚଳରେ SMS ମାଧ୍ୟମରେ ମିଳିବ ରେଜଲ୍ଟ । ଚଳିତବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୨ ହଜାର ୩୬୬ ପରୀକ୍ଷାର୍ଥୀ । ୩ ହଜାର ୧୩୩ଟି କେନ୍ଦ୍ରରେ ହୋଇଥିଲା ମାଟ୍ରିକ ପରୀକ୍ଷା ।

ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଲିଭ-ଇଣ୍ଡିଆ ନୋଟିସକୁ ନେଇ ସୁପ୍ରିମକୋର୍ଟରେ ମାମଲା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ରହୁଥିବା କିଛି ପାକିସ୍ତାନୀ ନାଗରିକଙ୍କୁ ଲିଭ-ଇଣ୍ଡିଆ ନୋଟିସକୁ ନେଇ ସୁପ୍ରିମକୋର୍ଟରେ ପହଁଚିଛି ମାମଲା । କାଶ୍ମୀରରେ ରହୁଥିବା ଏକ ପରିବାରର ଛଅ ଜଣ ସଦସ୍ୟଙ୍କୁ ନୋଟିସ ଦିଆଯାଇଛି । କିନ୍ତୁ ସେମାନଙ୍କରୁ କୋର୍ଟରେ ମାମଲା ଦାୟର କରିଥିବା ଓକିଲଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତୀୟ ପାର୍ସପୋର୍ଟ ମିଳିଛି । ସେମାନଙ୍କୁ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ବି ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଙ୍ଗାଲୋରରେ ଇଂଜିନିୟର ଭାବେ କାମ କରୁଛନ୍ତି । ଭାରତର ନାଗରିକ ଭାବେ ସେମାନଙ୍କ ପାଖରେ ସବୁ ପ୍ରକାର ଦସ୍ତବେଜ ଥିବା ବେଳେ ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି । ଏହି ପରିବାର ଏବେ ସୀମାରେ କୋର୍ଟ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଛନ୍ତି ତାଙ୍କ ଓକିଲ କ୍ରାନ୍ତି କୁମାର। …

ଘନ ଘନ ବୈଠକ ସତ୍ତ୍ବେ ସସପେନ୍ସରେ ପାକିସ୍ତାନ ପ୍ରତି ଆକ୍ସନ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କୀ ହମଲା ହୋଇଥିଲା ୨୨ ତାରିଖରେ । ୟା ଭିତରେ ୮ ଦିନ ବିତି ଆଜି ୯ ଦିନରେ ପହଞ୍ଚିଲାଣି । ଆତଙ୍କୀ ହମଲା ପଛରେ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ପାକିସ୍ତାନ ବିରୁଦ୍ଧରେ ଏଯାଏଁ ହୋଇନି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ।ପହଲଗାଁଓ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ତତ୍ପର ହୋଇଉଠିଥିଲେ । ତୁରନ୍ତ କୂଟନୈତିକ ପଦକ୍ଷେପ ହିସାବରେ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା ସହ ୫ଟି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।ଗତକାଲି ଭାରତୀୟ ବାୟୁ ସୀମାରେ ପାକିସ୍ତାନ ପାଇଁ କଟକଣା ଜାରି ହୋଇଛି । କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ୯ଟି ଘରକୁ ସେନା ଭାଙ୍ଗି ଚୁରମାର କରିଛି । ଘଟଣାରେ ସଂପୃକ୍ତ ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ଲୋକେସନ ଟ୍ରାକ୍ କରାଯାଇଛି । ଆତଙ୍କୀକୁ ସହଯୋଗ କରିଥିବା ଅଭିଯୋଗରେ ୨୦୦ ସ୍ଥାନୀୟ ସଂଦିଗ୍ଧ ବାସିନ୍ଦାଙ୍କୁ ଅଟକ ରଖାଯାଇଛି ।ଦେଶର ୧୦୦ ସ୍ଥାନରେ NIAର ତଦନ୍ତ ଜାରି ରହିଛି । ଆଜି NIA ଡିଜି ପହଲଗାଁଓ ଗସ୍ତ କରିଛନ୍ତି । ଗତକାଲି ତିନି ଜଣଙ୍କୁ ଗିରଫ କରାଯାଇଛି । ଏପଟେ ଆରବସାଗରରେ ନୌସେନା ସମରାଭ୍ୟାସ କରୁଥିବାବେଳେ ଗୋପନ ସ୍ଥାନରେ ସ୍ଥଳ ସେନା ସମରାଭ୍ୟାସ ଜାରି ରଖିଛି । ପଞ୍ଜାବ ସୀମାରେ ଆଣ୍ଟିଡ୍ରୋନ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି ।

ଭାରତର ଘୋଷଣା ମୁତାବକ ଭାରତରେ ଥିବା ପାକିସ୍ତାନୀ ୱାଘା-ଅଟ୍ରି ସୀମା ଦେଇ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେହିଭଳି ପାକିସ୍ତାନରେ ଥିବା ଭାରତୀୟ ନାଗରିକ ମଧ୍ୟ ଭାରତ ଫେରୁଛନ୍ତି । ଗତ ତିନି ଦିନ ହେଲା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ ବୈଠକ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପଟେ ଗତ ୯ ଦିନ ହେଲା ଅନ୍ଧାର ହେବା ମାତ୍ରେ ସୀମା ସେପଟୁ ପାକିସ୍ତାନ କମାଣ ଗର୍ଜୁଛି । ଭାରତୀୟ ସୀମା ସୁରକ୍ଷା ବଳ ଏବଂ ସେନା ତା’ର ଜବାବ ଦେଉଛନ୍ତି । ଦୁଇ ଦିନ ତଳେ ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସେନା ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ବିଶ୍ଵର ବିଭିନ୍ନ ରାଷ୍ଟ୍ର ଆତଙ୍କବାଦ ବିରୁଦ୍ଧରେ ଭାରତର ଅଭିଯାନକୁ ସମର୍ଥନ ଜଣାଇଛନ୍ତି ।ଆମେରିକା ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା କଥା କହିଛି । କିନ୍ତୁ ପହଲଗାଁଓରେ ଆତଙ୍କୀ ଆକ୍ରମଣରେ ଯାଇଥିବା ୨୬ ନିରୀହ ଜୀବନର ପ୍ରତିଶୋଧ ନେବା ଲାଗି ଦେଶରେ ମତପ୍ରକାଶ ପାଇଥିବାବେଳେ ଏ ଯାଏଁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଖବର ଆସିନାହିଁ । ଏଥିସହ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ ବୋଲି ମଧ୍ୟ କିଛି ମତ ଆସୁଛି ।

ସେପଟେ ପାକିସ୍ତାନ ମଧ୍ୟ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଆଶଙ୍କା ପ୍ରକାଶ କରିଛି । ପାକିସ୍ତାନ ଗତକାଲି କହିଥିଲା ଯେ, ୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସେମାନଙ୍କ ପାଖରେ ଗୁଇନ୍ଦା ତଥ୍ୟ ରହିଛି । ଆଜି ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ପରିବର୍ତ୍ତନ ହୋଇଛନ୍ତି । ସୀମାରେ ପାକିସ୍ତାନ ଅଧିକରୁ ଅଧିକ ସେନା ଠୁଳ କରୁଥିବା ଖବର ମଧ୍ୟ ରହିଛି । ସିନ୍ଧୁ ଜଳ ବନ୍ଦ କଲେ ରକ୍ତର ନଦୀ ବହିବ ବୋଲି ପାକିସ୍ତାନ କହିସାରିଛି । ୟା ଭିତରେ ସମଗ୍ର ଦେଶ ଅପେକ୍ଷା କରିଛି ଭାରତ କ’ଣ ପଦକ୍ଷେପ ନେବାକୁ ଯାଉଛି ।

ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଗତି ଦିଗହରା, ଅଭିବୃଦ୍ଧି ହାର ଛୁଇଁ ପାରିବନି ୬ ପ୍ରତିଶତ

ଭୁବନେଶ୍ବର: ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଗତି ଦିଗହରା । ଡବଲ ଇଞ୍ଜିନ ସରକାରରେ ଡବଲ ସ୍ବପ୍ନ ଚୁରମାର । ଡବଲ ବିକାଶର ଅଭିବୃଦ୍ଧି ହାର ୬ ପ୍ରତିଶତ ବି ଛୁଇଁପାରିବ ନାହିଁ ବୋଲି ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି l ଏହାରି ଭିତରେ ଅର୍ଥନୀତି ପରିଚାଳନା ସଠିକ୍ ନଥିବାରୁ ବିକାଶର ନକ୍ସା ଦିଗହରା ହୋଇଛି । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ବିଜେପି ସରକାର ସମୟରେ ଅର୍ଥନୈତିକ ସ୍ଥିତି ପୂରା ଦେଶରେ ଦିଗହରା ହୋଇଛି l ଯାହାକୁ ସଜାଡିବାରେ ଫେଲ ମାରିଛି ବିଜେପି ସରକାର l ସେପଟେ ବିଜେଡି କହିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ଆର୍ଥିକ ପରିଚାଳନାରେ ଦେଶରେ ଅଗ୍ରଣୀ ଥିଲା l ହେଲେ ୧୧ମାସର ବିଜେପି ସରକାର ଏହାକୁ ଠିକ ଦିଶାରେ ନେଇପାରୁନାହିଁ l ଫଳରେ ଓଡିଶାର ବିକାଶ ଆଜି ଠପ୍ ହୋଇଯାଇଛି l ଫଳରେ ବିକଶିତ ଗାଁ ଓ ବିକଶିତ ଓଡିଶାର ସ୍ବପ୍ନ ସ୍ବପ୍ନରେ ରହିଯିବ l ତେଣୁ ବିଜେପି ସରକାର ବିକାଶର ଅଭିବୃଦ୍ଧିକୁ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି l

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦେଶର ବିକାଶ ଅଭିବୃଦ୍ଧି ୬ ପ୍ରତିଶତ ଛୁଇଁବନାହିଁ ବୋଲି ବହୁ ପୂର୍ବରୁ ଆକଳନ କରିଛି l ଆଉ ଏବେ ପହଲଗାଓଁ ଆକ୍ରମଣ ନେଇ ଆଗକୁ କଣ ହେବ ତାହା ବି ଆକଳନ କରିପାରୁନାହାନ୍ତି ବିଶେଷଜ୍ଞ l ଡବଲ ଇଞ୍ଜିନ ସରକାର ବିକାଶ ଉପରେ ଓ ଆର୍ଥିକ ପରିଚାଳନା ଉପରେ ଫୋକସ କରିବାର ସମୟ ଆସିଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ସେପଟେ ବିଜେପି କହିଛି ସବୁ ଦିଗକୁ ବିଚାରକୁ ନେଇ ଡବଲ ଇଞ୍ଜିନ ସରକାର କାମ କରୁଛି l

୨୦୦୦ ମସିହାରୁ ଓଡ଼ିଶାର ନେତୃତ୍ଵ ନେଇ ନବୀନ ପଟ୍ଟନାୟକ ଉଜୁଡ଼ା ଓଡ଼ିଶାକୁ ଅଭିବୃଦ୍ଧିଶାଳୀ ଓଡ଼ିଶାରେ ପରିଣତ କରିଥିଲେ l ଆର୍ଥିକ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ବାଟ ଦେଖାଇଥିଲା l ଓଡିଶାର ବିକାଶ ବି ଦ୍ରୁତ ଗତିରେ ଆଗେଇ ଚାଲିଥିଲା l ହେଲେ ଡବଲ ଇଞ୍ଜିନ ସରକାର କେବଳ ସ୍ବପ୍ନ ଦେଖାଇ ଏଥିରେ ବ୍ରେକ୍ ଲଗାଇଛି l ଏପରି ସ୍ଥିତିରେ ବିକଶିତ ଭାରତ ଓ ବିକଶିତ ଓଡିଶାର ଆଜି ଗତି ଦିଶାହୀନ ହୋଇପଡିଛି ବୋଲି କୁହାଯାଉଛି ।

ଓଡ଼ିଶାର କେତେ ଲୋକ ରାଜ୍ୟ ବାହାରେ ଖଟୁଛନ୍ତି ଦାଦନ ? ସରକାରଙ୍କ ପାଖରେ ନାହିଁ ତଥ୍ୟ

ଭୁବନେଶ୍ବର: କେତେ ଅସହାୟ ରାଜ୍ୟର ବିଜେପି ସରକାର। ଓଡ଼ିଶାର କେତେ ଲୋକ ରାଜ୍ୟ ବାହାରେ ଖଟୁଛନ୍ତି ଦାଦନ ? କେତେ ନିର୍ଯାତିତ ହେଉଛନ୍ତି ଓ କେତେ ଜଣଙ୍କ ଜୀବନ ଯାଉଛି ? ରାଜ୍ୟ ସରକାରଙ୍କ ପାଖରେ ନାହିଁ ତଥ୍ୟ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର ଦାଦନ ପ୍ରସଙ୍ଗକୁ ନେଇ ନିଜର ଦୁର୍ବଳତା ବଖାଣିଛନ୍ତି ସରକାର। ଶ୍ରମିକ ଦିବସରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ମାନିଛନ୍ତି ଯେ, ଓଡ଼ିଶାର ଦାଦନ ସମ୍ପର୍କରେ ସରକାରଙ୍କ ପାଖରେ ନାହିଁ ଡାଟା। କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ତାର ନାହିଁ ସଠିକ ତଥ୍ୟ। ସରକାରୀ ରେକର୍ଡ ଅନୁସାରେ, ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ମାତ୍ର ୭୦ ହଜାର। କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା। ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାକୁ ଦାଦନ ପ୍ରବଣ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଦିନ ରାଜ୍ୟ ବାହାରେ ଶ୍ରମିକଙ୍କର ଜୀବନ ଯାଉଛି। ହେଲେ ସରକାର ତଥ୍ୟ ପାଉନାହାନ୍ତି ବୋଲି ମାନିଛନ୍ତି ଶ୍ରମମନ୍ତ୍ରୀ। ସେପଟେ ନୂଆପଡା, ବଲାଙ୍ଗୀର, କଳାହାଣ୍ଡିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ସମସ୍ୟାର ସମାଧାନ ପାଇଁ ଟାସ୍କ ଫୋର୍ସ ଗଠନ ସହ ସ୍ବତନ୍ତ୍ର ପଲିସି ଅଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ରାଜ୍ୟ ଓ ଦେଶରେ ଶ୍ରମିକ ବିରୋଧୀ ସରକାର ଚାଲିଥିବା ଅଭିଯୋଗ କରିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ। କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ୪ଟି ଶ୍ରମ କୋଡକୁ ବିରୋଧ କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ। ନବୀନ ପଟ୍ଟନାୟକ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୭ ଟଙ୍କା ବଢ଼ାଇଥିଲେ। କିନ୍ତୁ ଏବେର ସରକାର ବଢ଼ାଇଲେ ମାତ୍ର ୧୦ ଟଙ୍କା। ଶ୍ରମିକଙ୍କ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା ହେଲାଣି। ତେଣୁ ଶ୍ରମିକଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ଯୁକ୍ତି ବାଢ଼ିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ। ଅନ୍ୟପଟେ ଶ୍ରମିକଙ୍କୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି ବୋଲି ଅଭିଯୋଗ କରିଛି ସିଟୁ। ତେଣୁ ପ୍ରଥମେ ଶ୍ରମିକଙ୍କ ସର୍ବନିମ୍ନ ଆବଶ୍ୟକତା ସାଙ୍ଗକୁ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ବୋଲି ଦାବି ହୋଇଛି।