spot_img
Home Blog Page 882

ପହଲଗାଓଁ ଆକ୍ରମଣ ଘଟଣା : ନଦୀକୁ ଡେଇଁ ଆତଙ୍କବାଦୀଙ୍କ ସହଯୋଗୀ ମୃତ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା। ସୁରକ୍ଷାକର୍ମୀଙ୍କ କବଳଳରୁ ବର୍ତ୍ତିବାକୁ ଯାଇ ନଦୀକୁ ଡେଇଁ ପଡିଲେ ଆତଙ୍କବାଦୀଙ୍କ ସହଯୋଗୀ। ଜାମ୍ମୁ କାଶ୍ମୀର କୁଲଗାମରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। କୁଲଗାମ ଜିଲ୍ଲାର ଆହରବଲ ଅଞ୍ଚଳର ଆଡବଲ ଡ୍ରେନ୍ରୁ ଇମତିଆଜ ଅହମଦ ମାଗ୍ରେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଗ୍ରେଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଆଡବାଲ୍ ଡ୍ରେନ୍‌କୁ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା। ଇମତିଆଜ ଅହମଦ ମାଗ୍ରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ପୋଲିସ କହିଛି।

ସୁରକ୍ଷା ବାହିନୀକୁ ଜଙ୍ଗଲ ଅଞ୍ଚଳର ଏକ ଗୁପ୍ତସ୍ଥାନକୁ ନିଆଯାଉଥିବା କଥା ସ୍ୱୀକାର କରିଛି ପୋଲିସ। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଆତଙ୍କୀ ସହଯୋଗୀକୁ ନେଇ ପଚରାଉଚରା ବେଳେ ଯୁବକ ଜଣକ ଫେରାର ହେବାକୁ ଉଦ୍ୟମ କରି ନଦୀକୁ ଡେଇ ପଡିଥିଲେ। ସେପଟେ ଯୁବକଙ୍କ ମୃତ୍ୟୁ ନେଇ ପିଡିପି ଗୁରୁତର ଅଭିଯୋଗ ଆଣିଛି। ହାଜତ ମୃତ୍ୟୁ ଅଭିଯୋଗ କରିଛି ଦଳ। ଘଟଣାର ନ୍ୟାୟିକ ତଦନ୍ତ ହେଲେ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି ଦାବି କରିଛ୍ତି। ସୁରକ୍ଷାକର୍ମୀ ଦୁଇ ଦିନ ପୂର୍ବରୁ ଇମତିଆଜ୍ ମାଗ୍ରେଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତଦେହ ରହସ୍ୟମୟ ଭାବରେ ଡ୍ରେନକୁ ମିଳିଥିଲା।

ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ; ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଉତ୍ତେଜନା ମଧ୍ୟରେ ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ। ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ।  ନ୍ୟାସନାଲ ଆସେମ୍ବ୍ଲିରେ ଏହି ବୈଠକ ଅପରାହ୍ଣ ୫ ଟାରେ ବସିବ । ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ । ଏହି ବୈଠକରେ ଭାରତ-ପାକିସ୍ତାନ ଉତ୍ତେଜନା ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସମ୍ବିଧାନର ଧାରା ୫୪ ଅନୁସାରେ ଏହି ବୈଠକ ଆହୂତ କରାଯାଇଛି । ବୈଠକରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଭାରତ ବିରୋଧରେ ବହୁ ମନ୍ତ୍ରୀ ସ୍ବର ଉତ୍ତୋଳନ କରୁଛନ୍ତି । ବୈଠକରେ ଭାରତ ବିରୋଧରେ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଅଟକାଗଲେ ବନ୍ଧ ଭାଙ୍ଗିଦିଆଯିବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ ହେଲେ ନଦୀରେ ରକ୍ତ ବହିବ ବୋଲି କହିଥିଲେ ପିପିପି ନେତା ବିଲାଓ୍ବଲ ଭୁଟ୍ଟୋ ।

ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ; ୫ ଜଣ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର କାନପୁର ଚମନ ଗଞ୍ଜ ଅଞ୍ଚଳର ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ । ଜଳିଯାଇ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ଵାମୀ ସ୍ତ୍ରୀ ଏ ବଂ ୩ଜଣ ପିଲା ରହିଛନ୍ତି । ରବିବାର ବିଳମ୍ଵିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଫସି ରହିଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଟିଏ ପରିବାରର ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ । ତେବେ ୮ ଘଣ୍ଟାର ଉଦ୍ୟମ ପରେ ମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ।

ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଆଲୋଚନା ଲାଗି ନିବେଦନ କରିଛି ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ-ପାକ୍ ଉତ୍ତେଜନା ବୃଦ୍ଧି ନେଇ ଆଲୋଚନା ହେବ । ଏହି ବୈଠକରେ ଭାରତର ଆକ୍ରମଣାତ୍ମକ କାର୍ଯ୍ୟ ଉଠାଇପାରେ ପାକିସ୍ତାନ ।

୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ସମାଧାନ କରିବା ପାଇଁ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିବାକୁ ଯାଉଛି । ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀଙ୍କ ମଧ୍ୟରେ ବଢୁଥିବା କୂଟନୈତିକ ଉତ୍ତେଜନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ରବିବାର ଜାରି ଏକ ବିବୃତ୍ତିରେ, ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ଏହା ବିଶେଷ ଭାବରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ପଦକ୍ଷେପର ପ୍ରସଙ୍ଗ ଉଠାଇବ ।

ବଢ଼ିବାରେ ଲାଗିଛି ଜଳ ବିବାଦ, ଆଜି ପଞ୍ଜାବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଓ ହରିୟାଣା ମଧ୍ୟରେ ବଢୁଛି ଜଳ ବିବାଦ। ଆଜି ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ଏହି ଅଧିବେଶନରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଗୃହୀତ ହେବ। ହରିୟାଣାକୁ ଅଧିକ ୮ ହଜାର ୫୦୦ କ୍ୟୁସେକ ଜଳ ଛାଡିବାକୁ ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡ ବା BBMBକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବଢିଛି ବିବାଦ।

ପଞ୍ଜାବବାସୀଙ୍କ ସ୍ବାର୍ଥ ଲାଗି ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ମାନ। ନଦୀ ଜଳ ପାଇବା ଲାଗି ପ୍ରତ୍ୟେକ ପଞ୍ଜାବୀଙ୍କର ଅଧିକାର ରହିଛି ବୋଲି କହିଛି ଆପ୍। କେନ୍ଦ୍ରର ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହିଛି ଦଳ। ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡରେ ପଞ୍ଜାବର ୬୦ ପ୍ରତିଶତ ସେୟାର ରହିଛି। ନିୟମ ଅନୁସାରେ ହରିୟାଣା ୧୭୦୦ କ୍ୟୁସେକ ଜଳ ପାଇବା କଥା। ମାତ୍ର ବର୍ତ୍ତମାନ ୪୭୦୦ କ୍ୟୁସେକ ଜଳ ପାଉଛି। ଭାକ୍ରା ନଦୀବନ୍ଧ ପଞ୍ଜାବରେ ପ୍ରତିଷ୍ଠିତ। ଭାକ୍ରାନଙ୍ଗଲରୁ ନୂଆଦିଲ୍ଲୀ ଦୈନିକ ୨୭୦ ନିୟୁତ୍ ଗ୍ୟାଲେନ ଜଳ ପାଉଥିବାରୁ ଦିଲ୍ଲୀରେ ବି ରାଜନୀତି ଜୋର ଧରିଛି। ପଞ୍ଜାବ ଆପ୍ ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ସରକାର। ପଞ୍ଜାବରେ ପ୍ରତିଷ୍ଠିତ ପୋଙ୍ଗ ଓ ରଞ୍ଜିତ ସାଗର ନଦୀବନ୍ଧର ଜଳ ହରିୟାଣାକୁ ଛାଡିବା ଲାଗି କେନ୍ଦ୍ରର ନିର୍ଦ୍ଦେଶକୁ ବି ପଞ୍ଜାବ ସରକାର ସମାଲୋଚନା କରିଛନ୍ତି।

ଆହୁରି ତିନି ଦିନ ବର୍ଷାରୁ ନାହିଁ ନିସ୍ତାର, ଜାରି ରହିବ କାଳବୈଶାଖୀର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା। ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କିମି ରହିପାରେ। ୬ ତାରିଖରେ ବି ୯ ଜିଲ୍ଲାକୁ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି। ୭ ରୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ। ୪ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । ଭଦ୍ରକ ଜିଲ୍ଲା ତୃପ୍ତି ପ୍ଲାଜା ନିକଟରୁ ସୁନା ଚେନ୍ ଲୁଟ୍ । ପଲସର ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ବେକରୁ ଝାମ୍ପିନେଲେ୧୬ ଗ୍ରାମ ଓଜନର ସୁନା ଚେନ୍ । ଗେଲପୁର ପଞ୍ଚାୟତ ଚାରିଘରିଆ ଦୁଃଖନଗରର ପଦ୍ମାବତୀ ମିଶ୍ର ସ୍ଵାମୀ ଓ ଝିଅଙ୍କ ସହିତ ବାଇକରେ ମାର୍କେଟରୁ ଘରକୁ ଫେରୁଥିଲେ । ଘରକୁ ଫେରିବା ବାଟରେ ୨ଜଣ ଦୁର୍ବୃତ୍ତ ପଲସର ବାଇକରେ ଆସି ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଛନ୍ତି । ଟାଉନ ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ।

ନିଶିକାନ୍ତ ଦୁବେଙ୍କ ବିରୋଧରେ ଆଗତ ପିଟିସନ ମାମଲା : ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ମାମଲା । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଆଗତ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।ବିଚାର ବିଭାଗର ମର୍ଯ୍ଯାଦା ଉପରେ ନିଶିକାନ୍ତଙ୍କ ବୟାନ ପ୍ରଶ୍ନ ସୃଷ୍ଟି କରିଛି ବୋଲି ପିଟିସନରେ ଉଲ୍ଲେଖ ହୋଇଛି । ଏହା ସହ ଓ୍ବାକଫ ସଂଶୋଧନ ଆଇନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିଦ୍ଵେଷମୂଳକ ମତ ଦେଉଥିବା ରାଜନୈତିକ ନେତାମାନଙ୍କ ଉପରେ ରୋକ ଲଗାଇବା ଲାଗି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ନିଜ ସୀମା ଉଲ୍ଲଂଘନ କରୁଛନ୍ତି।ଯଦି ସବୁ କଥା ସୁପ୍ରିମକୋର୍ଟ ବିଚାର କରିବେ ତେବେ ସଂସଦକୁ ବନ୍ଦ କରିଦିଆଯାଉ। ବିଚାର ବିଭାଗ ଧାର୍ମିକ ବିଦ୍ଵେଷ ସୃଷ୍ଟି କରୁଛନ୍ତି।ଏପରିକି ତତକାଳୀନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୃହଯୁଦ୍ଧ ଲାଗି ଦାୟୀ ବୋଲି କହିଥିଲେ ନିଶିକାନ୍ତ । ଧାରା ୩୭୭ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ନିଶିକାନ୍ତ ସମାଲୋଚନା କରିଥିଲେ। ନିଶିକାନ୍ତଙ୍କ ଏହି ମତଠାରୁ ନିଜକୁ ଦୂରେଇଥିଲା ବିଜେପି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ଘୋଷଣା, ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ

ନନ୍ଦିଘୋଷ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ଘୋଷଣା। ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ। ଶତ୍ରୁ ବିରୋଧରେ ପଦକ୍ଷେପ ନେବାକୁ ଦେଶବାସୀ ଚାହାଁନ୍ତି ବୋଲି କହିଛନ୍ତି ରାଜନାଥ। ଦ୍ବିପାକ୍ଷିକ ପ୍ରତିରକ୍ଷା ସମ୍ପର୍କରେ ଆଜି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକତାନିଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆଞ୍ଚଳିକ ଓ ଅନ୍ତର୍ଜାତୀୟ ନିରାପତ୍ତା ପ୍ରସଙ୍ଗରେ ହେବ ଆଲୋଚନା। ୬ ମାସରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେବ ଦ୍ବିତୀୟ ଆଲୋଚନା।

ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ହେବ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ଯାଏ ୱାକଫ ବୋର୍ଡ ଓ କାଉନସିଲରେ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ କୋର୍ଟ। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କ ରଖାଯାଇଛି କି ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ ପିଟିସନର ଶୁଣାଣି।

ସେପଟେ ୱାକଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଆଗତ ଏକ ପିଟିସନକୁ ମେ ୨ରେ ରଦ୍ଦ କରିଥିଲେ ଅଦାଲତ। ସୁପ୍ରିମକୋର୍ଟରେ ଦାୟର ୭୨ଟି ପିଟିସନରୁ ମାତ୍ର ୫ଟି ପିଟିସନର ଶୁଣାଣି କରିବେ କୋର୍ଟ। ଗତ ଏପ୍ରିଲ ୨୯ରେ ୧୩ଟି ପିଟିସନକୁ ଗ୍ରହଣ କରିବାକୁ ମନା କରିଥିଲେ କୋର୍ଟ। ଏଆଇଏମଆଇଏମ, ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ , ଜମାଏତ ଉଲମା –ଇ-ହିନ୍ଦ, ଦ୍ରାବିଡ ମୁନେତ୍ର କାଗାଗମ ଓ କଂଗ୍ରେସ ପକ୍ଷରୁ ବି ଦାୟର ହୋଇଛି ପିଟିସନ। ଗତ ଏପ୍ରିଲ ୨ରେ ଲୋକସଭାରେ ଓ ଏପ୍ରିଲ ୩ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ବିଲ୍। ଏପ୍ରିଲ ୫ରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ।