spot_img
Home Blog Page 883

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ନନ୍ଦିଘୋଷ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଉଦଳା ଶରତ ଥାନା  ଭଣ୍ଡାର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ବାଡେଇ ହେଲା ବାଇକ୍ । ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଯୁବକ କଳମଗଡିଆ ଅଞ୍ଚଳକୁ ଆସୁଥିବା ବେଳେ ପ୍ରଧାନ ଦେହୁରୀ ସାହି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛକୁ ବାଡେଇ ହୋଇଥିଲା ବାଇକ । ଯାହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଇ ଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି । ମୃତକ ଏବଂ ଗୁରୁତର କାହାରି ପରିଚୟ ମିଳିପାରିନାହିଁ । ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସହଯୋଗୀଙ୍କ ସହ ଲୁଟିଲା, ପରେ ଯାଇ ଥାନାରେ ଦେଲା ଏତଲା

ନନ୍ଦିଘୋଷ ବ୍ୟୁରୋ: ଲୁଟେରା ସାଜିଥିଲା ଏତଲାକାରୀ । ପ୍ରଥମେ ନିଜ ସହଯୋଗୀ ସହ ଲୁଟକଲା ଓ ପରେ ଲୁଟ ହୋଇଥିବା ନେଇ ଥାନାରେ ଏତଲା ଦେଲା । ଏଭଳି ଧୁର୍ତ୍ତ ଲୁଟେହା ଓ ତାର ସହଯୋଗୀକୁ ଗିରଫ କରିଛି ବିଞ୍ଝାରପୁର ପୋଲିସ । ଅଭିଯୁକ୍ତ ଗଣେଶ ଚନ୍ଦ୍ର ଜେନା ବିଞ୍ଝାରପୁର ସ୍ଥିତ ଏକ କୋରିଅର କମ୍ପାନୀ କମ୍ପାନୀରେ କାର୍ଯ୍ୟ କରନ୍ତି । କୋରିଅର କମ୍ପାନୀର ଲକରରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡଡିସ୍କ ଲୁଟ ହୋଇଯାଇଥିବା ନେଇ ସେ ଗତ ୧ ତାରିଖ ଦିନ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରି ଗଣେଶକୁ ଅଟକ ରଖି ପଚରାଉଚରା ପରେ ସେ ସବୁ ସତ ମାନି ଯାଇଥିଲା । ମାମଲାରେ ବିଞ୍ଝାରପୁର ପୋଲିସ ଗଣେଶ ଓ ତାର ସହଯୋଗୀ ଯାଜପୁର ଅଂଚଳର ଲିକୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ନିକଟରୁ ୩୦ ହଜାର ଟଙ୍କା ସହ ଲୁଟରେ ବ୍ୟବହୃତ ସ୍କୁଟି ଜବତ କରିଛି ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ସ୍ବର୍ଣ୍ଣିମ ଅଧ୍ୟାୟରେ ପଡିଛି ଯବନିକା

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ସ୍ବର୍ଣ୍ଣିମ ଅଧ୍ୟାୟରେ ପଡିଯାଇଛି ଯବନିକା। ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବରଦାନ ସାଜିଥିବା ବିଏସକେୱାଇ ବନ୍ଦ ହେବା ପରେ ଏବେ ସରକାରୀ ଚିକିତ୍ସା କ୍ଷେତ୍ର ବି ଧରାଶାୟୀ। ୧୧ ଟି ଜିଲ୍ଲାରେ ନାହାଁନ୍ତି ସିଡିଏମଓ। ରାଜ୍ୟରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫର ଘୋର ଅଭାବ। ଏହାକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ।

ଦିନ ଥିଲା….ଘରୋଇ ହସ୍ପିଟାଲ ହେଉ କିମ୍ବା ସରକାରୀ ହସ୍ପିଟାଲ। ସବୁଆଡେ ଗରିବ ରୋଗୀଟିଏ ବିଶ୍ୱସ୍ତରୀୟ ସେବା ପାଉଥିଲା। ପୂର୍ବ ସରକାର ସମୟରେ ଅପହଞ୍ଚ ବଣ ଜଙ୍ଗଲରେ ବି ସେବା ପହଞ୍ଚାଯାଉଥିଲା। କିନ୍ତୁ ଏବେ ସେସବୁ ଇତିହାସ । ଓଲଟି ବିଗିଡିଯାଇଛି ରାଜ୍ୟର ସ୍ୱାସ୍ଥ୍ୟସେବା। ବିନା ମୁଖିଆରେ ଚାଲିଛି ରାଜ୍ୟର ୧୧ଟି ଜିଲ୍ଲାର ସ୍ୱାସ୍ଥ୍ୟସେବା। ୧୧ଟି ଜିଲ୍ଲାରେ ସିଡିଏମଓ ନାହାନ୍ତି। କାମଚଳା ସିଡିଏମଓ କାମ ଚଳାଉଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସିଡିଏମଓ ନିଯୁକ୍ତି ଏକ ରୁଟିନ କାମ ହୋଇଥିଲେ ବି ତାହା ଘଟୁନାହିଁ। ଯେଉଁମାନେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ସେମାନେ ସଠିକ୍ କାମ କରିବାକୁ ଅସମର୍ଥ। ଲଗାତର ଭାବେ ରାଜ୍ୟର ସ୍ୱାସ୍ଥ୍ୟ ସେବା ତଳକୁ ତଳକୁ ଯାଉଛି। ଏପରିକି ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ବି ବଦଳୁନି ସ୍ଥିତି। ଏନେଇ ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶା ମେଡ଼ିକାଲ ସେବା ସଂଘର ପୂର୍ବତନ ସଭାପତି।

୧୧ ଜିଲ୍ଲାରେ ସିଡିଏମଓ ନଥିବାବେଳେ ସ୍ବାସ୍ଥ୍ୟ ସେବା କେମିତି ଚାଲିବ ବୋଲି ପ୍ରଶ୍ନ କରିଛି ଜନସ୍ଵାସ୍ଥ୍ୟ ମିଶନ। ରାଜ୍ୟରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫର ବ୍ୟାପକ ଅଭାବ ରହିଛି। ପାଖାପାଖି ୬୦ ପ୍ରତିଶତରୁ ଅଧିକ ପଦ ଫାଙ୍କା। ପାରା ମେଡ଼ିକାଲ ଷ୍ଟାଫ ବହୁତ ସଂଖ୍ୟାରେ ରହିଥିବା ବେଳେ ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ। ଗରିବ ରୋଗୀଟିଏ କରିବ କଣ ବୋଲି ଉଠିଛି ପ୍ରଶ୍ନ। ଏପରିକି ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ନର୍ମକୁ ମଧ୍ୟ ଓଡିଶା ପୂରଣ କରିପାରୁ ନାହିଁ ବୋଲି କୁହାଯାଇଛି। ସେପଟେ ବିଜେପି ସରକାର କାହିଁକି ସବୁ କ୍ଷେତ୍ରରେ ଓଡ଼ିଶାର ଲୋକଙ୍କୁ ସଙ୍କଟ ଭିତରୁ ଠେଲି ଦେଉଛି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ।

ଜାତୀୟ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ରାଙ୍କ ବହୁ ତଳେ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି କରିବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହେଉଛି।

ପାକିସ୍ତାନ ବିରୋଧରେ ଗର୍ଜିଲେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିରୋଧରେ ଗର୍ଜିଲେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ। ସେ କହିଛନ୍ତି-ପାକିସ୍ତାନ ଏକ ବିଫଳ ରାଷ୍ଟ୍ର। ଏହା ସହ ଭାରତ ବିରୋଧୀ ଚିନ୍ତାଧାରାକୁ ନେଇ ପାକ୍ ଆର୍ମି ଚିଫ ଜେନେରାଲ ଅସିମ ମୁନୀରଙ୍କ ବିରୋଧରେ ବି ଗର୍ଜିଛନ୍ତି ଓବେସୀ। ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏପ୍ରିଲ ୨୨ ପହଲଗାଓଁ ହମଲା ପରଠାରୁ ପାକିସ୍ତାନ ବିରୋଧରେ ସ୍ବର ଉତ୍ତୋଳନ କରିଆସୁଛନ୍ତି ଓବେସୀ। ଏହା ସହ ଆତଙ୍କବାଦକୁ ପ୍ରାୟୋଜିତ କରୁଥିବାରୁ ପାକିସ୍ତାନକୁ ଫିନାନସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATF ଗ୍ରେ ଲିଷ୍ଟରେ ସ୍ଥାନୀତ କରିବା ଲାଗି ସେ ଦାବି କରିଛନ୍ତି।

 

ମୋହନଙ୍କ ତୁଣ୍ଡରେ ନବୀନ ସରକାରଙ୍କ କୃତିତ୍ବର ଉପଲବ୍ଧି, ମୁମ୍ଵାଇରେ ନ କହି ରହିପାରିଲେନି ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମାଣରେ ଏକ୍ସଲେଣ୍ଟ । ଏ ସଫଳତା ୧୦ ମାସର ସରକାର ଭିତରେ ମିଳିନି । ପୂର୍ବ ନବୀନ ସରକାରଙ୍କ କୃତିତ୍ବର ଉପଲବ୍ଧି ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୁଣ୍ଡରେ । ଖୋ-ଖୋ ଓ କବାଡ଼ି ପରି ସ୍ବଦେଶୀ କ୍ରୀଡ଼ାର ହାଇ ପରଫରମାନ୍‌ସ ସେଣ୍ଟର ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ବୋଲି ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବୀକାରୋକ୍ତି ବିଜେପିର ମିଛ ନ୍ୟାରେଟିଭ୍ ଗୁମର ଖୋଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଧରା ପଡ଼ିଲା ବିଜେପି ସରକାରର ରାଜନୀତି ଏଜେଣ୍ଡା । ବିଧାନସଭା ଭିତରେ ଓ ବାହାରେ ଶ୍ରେୟ ନେବା ନିଶା ଘାରିଛି ସରକାରଙ୍କୁ । ଖୋଦ ପୂର୍ବ ନବୀନ ସରକାରଙ୍କ କ୍ରୀଡ଼ା ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତା ପୁଣି ମୁମ୍ବାଇରେ । ସ୍ଵଦେଶୀ କ୍ରୀଡ଼ା ଉପରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ବକ୍ତବ୍ୟରେ ନବୀନଙ୍କ ସମୟରେ ହୋଇଥିବା  କ୍ରୀଡ଼ାର ବିକାଶକୁ ମୋହର ମାରିଛନ୍ତି । ସ୍ବଦେଶୀ କ୍ରୀଡା ଖୋ-ଖୋର ବିକାଶ ପାଇଁ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ସହଭାଗୀତାରେ ୨୦୨୩ ନଭେମ୍ବର ୧୦ ତାରିଖରେ ତତ୍କାଳୀନ ସରକାର କରିଥିଲେ ବୁଝାମଣା ପତ୍ର । ଖୋ-ଖୋ ସେଣ୍ଟର ବି ପ୍ରତିଷ୍ଠା ହୋଇଥିଲା ।  ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ଗର୍ବର ସହ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ଯୁଗର ବିକାଶର ସତ୍ୟ ମାନିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛି ବିଜୁ ଜନତା ଦଳ । ନବୀନ ସରକାରଙ୍କ ବିରୋଧରେ ବିଜେପି ଅନେକ ମିଛ ନ୍ୟାରେଟିଭ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବେ ସତ କହିଛନ୍ତି ବୋଲି ବିଜେଡି ଦାବି କରିଛି ।

କ୍ରୀଡ଼ା ସହ ରାଜ୍ୟର ସାମଗ୍ରିକ ବିକାଶରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ସମାଲୋଚନା ନ କରି ସେ ଦିଗରେ କାମ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ବିଜେଡି । କଂଗ୍ରେସ ବି ସ୍ବୀକାର କରିଛି ନବୀନ ସରକାର ସମୟର କ୍ରୀଡ଼ା ବିକାଶକୁ । ହେଲେ ଏବର ସରକାର ଅଥର୍ବ ପାଲଟି ଯାଇଥିବା ଦଳ ଅଭିଯୋଗ କରିଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଏକ୍ସଲେନ୍‌ସ୍‌ ନେଇ କହିବା ପରେ ବିଜେପି ବି ପୂର୍ବ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ପରୋକ୍ଷରେ ସ୍ବୀକାର କରିଛି ।

କିଛି ମାସ ତଳେ କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନର ହାଇ ପରଫର୍ମାନସ୍ ସେଣ୍ଟର ଉଦଘାଟନ କରିଥିଲେ ସରକାର । ଏହାର ମୂଳଦୁଆ ନବୀନ ସରକାର ସମୟରି ପଡ଼ିବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ହେଲେ ଡବଲ ଇଞ୍ଜିନ ନୂଆ କରିବେ କଣ ଖାଲି ରଙ୍ଗ ଓ ନାମ ବଦଳାଇ ବାହାବା ନେବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।

ହୁତି ବିଦ୍ରୋହୀଙ୍କ ହମଲା ପରେ ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆ ବିମାନ ଗତି ପଥ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ: ବେନ୍ ଗୁରିଅନ ଏୟାରପୋର୍ଟରେ ଘଟିଥିବା ହମଲା ପାଇଁ ଦିଲ୍ଲୀରୁ ତେଲ ଅବିବ ଯାଉଥିବା ଏୟାର ଇଣ୍ଡିଆ ବିମାନ AI139ର ଗତିପଥ ବଦଳିବାକୁ ପଡ଼ିଛି । ଏହି ଏୟାର ଇଣ୍ଡିଆ ବିମାନଟି ଆବୁଧାବିରେ ଅବତରଣ କରିଥିବାବେଳେ ପୁଣିଥରେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବ । ଏୟାର ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି କି, ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ୬ ମେ ପର୍ଯ୍ୟନ୍ତ ତେଲ ଅବିବକୁ ବିମାନ ଚଳାଚଳ ବାତିଲ କରାଯାଇଛି । ସେପଟେ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଯେଉଁ ଯାତ୍ରୀମାନେ ଟିକେଟ୍ ବୁକିଂ କରିଛନ୍ତି ସେମାନଙ୍କ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯିବ ।

ରବିବାର ହୁତି ବିଦ୍ରୋହୀମାନେ ଇସ୍ରାଏଲର ବେନ୍ ଗୁରିଅନ ବିମାନବନ୍ଦରରେ ଏକ ବାଲିଷ୍ଟିକ ଆକ୍ରମଣ କରିଛନ୍ତି । ଯାହାକୁ ରୋକିବାରେ ବିଫଳ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବାହିନୀ । କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ବନ୍ଦ କରାଯାଇଛି ।

 

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଦିନକୁ କେତେ ଟଙ୍କା ହେବ ଖର୍ଚ୍ଚ ?

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରିହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ପାକିସ୍ତାନକୁ ଦାୟୀ କରାଯାଉଥିବାବେଳେ ଭାରତ ଗୋଟିଏ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛି । ତେବେ ସମସ୍ତ ବୈଦେଶିକ ସମ୍ପର୍କ ଛିନ୍ନ କରିଥିବାବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତିଆକ୍ଷେପ କରୁଛନ୍ତି । ସେପଟେ ସୀମାରେ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ଭାରତ ଯେଭଳି ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ନେଉଛି କୁହାଯାଉଛି କି, ଯେକୌଣସି ସମୟରେ ଯୁଦ୍ଧ ଘୋଷଣା ହୋଇପାରେ । ଭାରତ ସରକାର ତିନି ସେନାକୁ ମୁକ୍ତ ଛାଡ଼ି ଦେଇଛନ୍ତି । ତେବେ ଯଦି ଯୁଦ୍ଧ ହୁଏ ତାହେଲେ ବହୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ିବ । ତେବେ ଆପଣ ଜାଣନ୍ତି କି, ଯୁଦ୍ଧ ହେଲେ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେବ ?

ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ଯୁଦ୍ଧ ଦେଖିବାକୁ ମିଳିଛି । ଭାରତ- ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧା ହୋଇଥିଲା । ୫୬ ଦିନ ଧରି ଏହି ଯୁଦ୍ଧ ହୋଇଥିଲା । ଯେଉଁଥିରେ ଅନେକ ସେନା ମଧ୍ୟ ପ୍ରାଣ କହରାଇଥିଲେ । ୧୯୯୯ ମସିହାରେ ଏହି ଯୁଦ୍ଧ ହୋଇଥିବାବେଳେ ୫ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ଲଢ଼ୁଆ ବିମାନରୁ ବୋମା ପକାଇବା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ପାକିସ୍ତାନ ଏହାଠାରୁ ବହୁତ କମ୍ ଖର୍ଚ୍ଚ କରିଥିଲା । ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଯଦି ଏବେ ଯୁଦ୍ଧ ହୁଏ ତାହେଲେ ଭାରତ ଦୈନିକ ୨୦୦୦ କୋଟି ଟଙ୍କା ଦୈନିକ ଖର୍ଚ୍ଚ କରିପାରିବ । ସେପଟେ ପାକିସ୍ତାନ ଦୈନିକ ୩୦୦ ରୁ ୪୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବ ।

ଟ୍ରାକ୍ଟର ଓଲଟି ଚାଲିଗଲା ୩ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଟ୍ରାକ୍ଟର ଓଲଟି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାହାଦୁରନଗରରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ଗୋଟିଏ ପରିବାରର  ଜେଜେ ବାପା , ମାଆ,  ନାତି ଓ ଦୁଇ ପୁତୁରା ।  କାଳବୈଶାଖୀ ସମୟରେ ଟ୍ରାକ୍ଟରରେ ବିଲକୁ ଯାଇ ଫେରୁଥିବା ବେଳେ ବାହାଦୁରନଗର ଠାରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ତଳକୁ ଓଲଟି ପଡିଥିଲା । ଯାହା ଫଳରେ ଟ୍ରାକ୍ଟରରେ ଥିବା ଜେଜେ ମା, ଜେଜେ ବାପା ଓ ନାତି ଟ୍ରାକ୍ଟର ତଳେ ଚାପି ହୋଇଥିଲେ। ଅନ୍ୟ ଦୁଇ ଜଣ ଛିଟିକି କି ପଡ଼ିଥିଲେ। ଘଟଣା ସ୍ଥଳରୁ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା ।  ସେଠାରେ ତାଙ୍କ ର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

୧୧ ବର୍ଷ ବୟସରେ ଭିଣୋଇଙ୍କ ସହ ହୋଇଥିଲା ବିବାହ, ୨୩ ବର୍ଷରେ ଦିଅରଙ୍କ ସହ ହେଲେ ଫେରାର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ ଦିଅରଙ୍କ ସହ ଫେରାର ହୋଇ ଯାଇଛି । ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ବାଲ୍ୟ ବିବାହ କରିଥିଲେ ଏହି ଯୁବତୀ । ବଡ଼ ଭଉଣୀଙ୍କ ଦେହାନ୍ତ ପରେ ମାତ୍ର ୧୧ ବର୍ଷ ବୟସରେ ନିଜ ଭିଣୋଇଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ବେଶ ହସ ଖୁସିରେ ଚାଲିଥିଲା । ମାତ୍ର ଏବେ ୨୩ ବର୍ଷ ବୟସରେ ତାଙ୍କ ଦିଅରଙ୍କ ପ୍ରେମରେ ପଡ଼ି ସ୍ବାମୀଙ୍କୁ ଛାଡ଼ି ଦିଅରଙ୍କ ସହ ଫେରାର ହୋଇଯାଇଛନ୍ତି ।

ଏବେ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି କି, ଭଉଣୀ ମରିବା ପରେ ମୋତେ ଭିଣୋଇଙ୍କ ସହ ବିବାହ କରିଥିଲେ । ଉଭରୀଙ୍କ ପିଲାଙ୍କୁ ମୁଁ ଲାଳନ ପାଳନ କରୁଥିଲି । ସ୍ବାମୀ କେବେ ମଧ୍ୟ ପ୍ରେମ କରୁନଥିଲେ । ସେ ସବୁବେଳେ ମଦ ପିଇ ଆସନ୍ତି । ମୋତେ ମାଡ଼ ମାରିନ୍ତି । ଏପରିକି ଶାଶୁ ଶ୍ବଶୁର ମଧ୍ୟ ଏହାକୁ ବିରୋଧ କରୁନଥିଲେ । ମାତ୍ର ଦିଅର ତାଙ୍କୁ ସବୁବେଳେ ସମର୍ଥନ କରୁଥିଲେ । ଏଣୁ ତାଙ୍କ ପ୍ରତି ଭଲ ପାଇବା ବଢ଼ିଗଲା । ଆମେ ଘର ଛାଡ଼ି ପଳାଇ ଆସିଛୁ । ଆମକୁ ସୁରକ୍ଷା ଦିଅନ୍ତୁ ବୋଲି ସେମାନେ ପୋଲିସ ନିଜଟରେ ଜଣାଇଛନ୍ତି ।

ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଉତ୍ତେଜନା ଭିତରେ ଅସ୍ତ୍ର ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ। ପାକିସ୍ତାନ ନିକଟରେ ବ୍ୟାପକ ଅସ୍ତ୍ରାଭାବ ଦେଖାଦେଇଛି। ଏପରିକି ବର୍ତ୍ତମାନ ଯେତିକି ପରିମାଣର ଅସ୍ତ୍ର ଗଚ୍ଛିତ ରହିଛି ତାହା ମାତ୍ର ୪ ଦିନ ଯିବ ବୋଲି ସୂଚନା ମିଳିଛି। ଏହି କାରଣରୁ କିଛି ଦିନ ତଳେ ୟୁକ୍ରେନ ଓ ଇସ୍ରାଏଲ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପାଦିତ ହୋଇଛି ବୋଲି ସୂଚନା ମିଳିଛି। ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦିତ ହୋଇପାରୁ ନଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ନାହିଁ ବୋଲି କହିଛି ପାକିସ୍ତାନ ଅର୍ଡାନ୍ସ ଫାକ୍ଟରି। ପହଲଗାଓଁ  ହମଲା ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବ ବୋଲି ପାକିସ୍ତାନରେ ଚର୍ଚ୍ଚା ଚାଲିଛି। ସେପଟେ ଅସ୍ତ୍ରାଭାବ ସରକାର ଓ ସେନା ଲାଗି ଚିନ୍ତାର କାରଣ ହୋଇଛି। ତେଣେ ଯଦି ଯୁଦ୍ଧ ହୁଏ ତେବେ ସେ ଇଂଲଣ୍ଡ ଚାଲିଯିବେ ବୋଲି କହିଛନ୍ତି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଶେର ଅଫଜଲ ମରୱାତ। ସେ କହିଛନ୍ତି- ଦେଶର ଆର୍ମି ଉପରେ ପାକିସ୍ତାନୀ ରାଜନେତାମାନେ ଭରସା କରୁନାହାନ୍ତି।