spot_img
Home Blog Page 860

ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ ଉପରେ ନଜର ରଖିଥିବା ଉପଗ୍ରହର ଲାଟେଷ୍ଟ ଭର୍ସନ ଉତକ୍ଷେପଣ କରିବ ଇସ୍ରୋ

ନନ୍ଦିଘୋଷ ବ୍ୟୁରୋ: ସର୍ଜିକାଲ ଷ୍ଟ୍ରାଇକ ହେଉ କି ମେ’ ୭ର ଏୟାର ଷ୍ଟ୍ରାଇକ । ମହାକାଶରେ ଥାଇ ସବୁ କିଛି ଉପରେ ନଜର ରଖିଥିଲା ଇସ୍ରୋର ଏକ ଉପଗ୍ରହ । ଯାହାର ଲାଟେଷ୍ଟ ଭର୍ସନ ଜୁନ ୧୮ ତାରିଖ ସକାଳ ୬ଟା ୫୯ ମିନିଟରେ ଉଦକ୍ଷେପଣ ହେବାକୁ ଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି EOS-09 ଉପଗ୍ରହ ଉତକ୍ଷେପଣ ହେବ । ଯାହା RISAT-1B ନାମରେ ବି ପରିଚିତ । ଏବେ ଇସ୍ରୋ ଏହାକୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତି ଶେଷ କରି ସାରିଛି । ଏହା ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।

EOS-09 ଉପଗ୍ରହକୁ ପିଏସଏଲଭି-ସି୬୧ ଏକ୍ସଏଲ (PSLV-C61 XL) ରକେଟରେ ଉତକ୍ଷେପଣ କରାଯିବ । ଯାହା ପୃଥିବୀର କକ୍ଷରୁ ୫୨୯ କିମି ଉଚ୍ଚାରେ ସ୍ଥାପିତ ହେବ । ଏହାର ଓଜନ ୧୭୧୦ କେଜି ରହିଛି । ଏଥିରେ ସି-ବ୍ୟାଣ୍ଡ ସିନ୍ଥେଟିକ ଆପର୍ଚର ରାଡର (SAR) ରହିଛି । ଦିନ ହେଉ କି ରାତି, ପାଗ ଯେମିତି ବି ହୋଇଥାଉ ଏହା ହାଇ ରିଜୋଲ୍ୟୁସନ ଫଟୋ ପଠାଇବାକୁ ସକ୍ଷମ ।

EOS-09 ରିସେଟ ଶୃଙ୍ଖଳାର ଏକ ଉପଗ୍ରହ । ଉନ୍ନତ ରାଡାର ଇମେଜିଂ ଟେକନିକ ଯୋଗୁଁ ଏହା ବାଦଲ, କୁହୁଡ଼ି ଓ ଅନ୍ଧାର ପରି ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଉଚ୍ଚ ଗୁଣବତ୍ତାର ଫଟୋ  ନେବାକୁ ସକ୍ଷମ ।

ରକ୍ଷା ଓ ସୁରକ୍ଷା

EOS-09 ଦେଶର ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ । କେଉଁଠି ସେନା ମୁତୟନ ହେବେ ଓ କେମିତି ପରିଚାଳିତ ହେବେ ସେ ନେଇ ତଥ୍ୟ ଦେଇଥାଏ । ଯାହା ଦ୍ବାରା ସୀମା ଉପରେ ନଜର ରଖିବା, ସନ୍ଦିଗ୍ଧ ଗତିବିଧି ଉପରେ ନଜର ସହଜ ହୋଇଥାଏ । ଏହାସହ ଏହା ଗୁରୁତ୍ବପୂର୍ଣ୍ଣ ସ୍ଥାନର ମ୍ୟାପିଂ କରିଥାଏ । ଏହାର ହାଇ ରିଜୋଲ୍ୟୁସନ ଫଟୋ ସେନାକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇଥାଏ ।

ବିପର୍ଯ୍ୟୟ ପରିଚାଳନା

ପ୍ରାକୃତିକ ବିପର୍ଯ୍ୟୟ ଯେଭଳି, ବନ୍ୟା, ବାତ୍ୟା, ଭୂକମ୍ପ ଓ ଭୂସ୍ଖଳନ ଉପରେ ନଜର ରଖିବା ସହ ସ୍ଥିତି ଆକଳନ କରିବାରେ ସାହାଯ୍ୟ କରିଥାଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ପହଞ୍ଚାଇବା ଓ ଲୋକଙ୍କୁ ଉଦ୍ଧାର କରିବା ପରି ତଥ୍ୟ ପ୍ରଦାନ ଏହାର ପ୍ରାଥମିକତା ହୋଇଥାଏ ।

ପ୍ରାକୃତିକ ସମ୍ପଦର ତଦାରଖ

EOS-09ର ଉପଯୋଗ କୃଷି, ବନ୍ୟା, ଜଳ ସମ୍ପଦ ଓ ଖଣିଜ ସମ୍ପଦର ତଦାରଖରେ ମଧ୍ୟ ସହଯୋଗ କରିଥାଏ । ଏହାସହ ଜଳବାୟୁ ପରିବର୍ତ୍ତନର ବିଶ୍ଲେଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ସୂଚନାଯୋଗ୍ୟ, ରିସେଟ ଶୃଙ୍ଖଳାର ଉପଗ୍ରହ ଭାରତର ରାଡାର ଇମେଜିଂ କ୍ଷମତାକୁ ମଜଭୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ । ଏହା ଉପଗ୍ରହ ଅପ୍ଟିକାଲ ସେଣ୍ଟର ଉପରେ ନିର୍ଭର କରୁଥିବା ପାରମ୍ପରିକ ଉପଗ୍ରହଠାରୁ ବହୁତ ଅଲଗା । କାରଣ ଏହାର ରାଡାର ସିଷ୍ଟମ ପ୍ରତିକୂଳ ପରିସ୍ଥିତିରେ ବି ନିରନ୍ତର ତଥ୍ୟ ପ୍ରଦାନ କରିଥାଏ । ରିସେଟ-୧କୁ ଭାରତ ୨୦୧୨ରେ ଲଞ୍ଚ କରିଥିଲା । ଏହା ଏହି ଶୃଙ୍ଖଳାର ପ୍ରଥମ ଉପଗ୍ରହ ଥିଲା । ସେବେଠାରୁ ଇସ୍ରୋ ଏହାର ଟେକ୍ନୋଲଜିକୁ ଅଧିକରୁ ଅଧିକ ଉନ୍ନତ କରୁଛି ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ପାପ ଘଡ଼ି ପୂରି ସାରିଛି: ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ ତିନି ସେନାର ଡିଜି ଅପରେସନର ସାମ୍ବାଦିକ ସମ୍ମିଳନୀ । ଭାରତୀୟ ସେନାର ଡାଇରେକ୍ଟର ଜେନେରାଲ ଅଫ୍ ମିଲେଟ୍ରି ଅପରେସନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂରର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ କରାଇ ପାକିସ୍ତାନ ନିଜ ପାପର ଘଡ଼ି ପୂରଣ କରି ଦେଇଛି । ଆଗକୁ ଅପରେସନ ସିନ୍ଦୁର ପରି ଉଚିତ ଜବାବ ପାଇବ । ଏୟାର ଷ୍ଟ୍ରାଇକ ପରେ ଆମ ଏୟାର ଡିଫେନ୍ସ ସିଷ୍ଟମ ପ୍ରସ୍ତୁତ ଥିଲା । ପାକିସ୍ତାନ ଆମ ଏୟାର ଡିଫେନ୍ସ ଗ୍ରୀଡକୁ ଭେଦ କରି ପାରିଲାନି ।

ଆଗକୁ ସେ କହିଛନ୍ତି, ଆତଙ୍କବାଦର ଶୈଳୀ ବଦଳିଛି । ସେନା ସହ ନୀରିହ ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ୨୦୨୪ରେ ଜମ୍ମୁରେ ଶିବଖୋରୀ ମନ୍ଦିର ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ଏପ୍ରିଲରେ ପହଲଗାଓଁରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଆତଙ୍କବାଦୀଙ୍କ ନିଷ୍ଠୁରତାର ଗୋଟିଏ ଗୋଟିଏ ଉଦାହରଣ । ପହଲଗାଓଁ ପର୍ଯ୍ୟନ୍ତ ପାକିସ୍ତାନର ପାପ ଘଡ଼ା ଭରି ଯାଇଥିଲା । ଏହାପରେ ଆମେ ଏୟାର ଷ୍ଟ୍ରାଇକ କରିଥିଲୁ । ଆମକୁ ପୂର୍ବରୁ ଆଦେଶ ଥିଲା ପାକିସ୍ତାନ ଯୁଦ୍ଧକୁ ଓହ୍ଲାଇବ । ଏଥିପାଇଁ ଆମେ ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରି ଦେଇଥିଲୁ ।

ଘାଇ କହିଛନ୍ତି, ଆମେ ପ୍ରସ୍ତୁତ ଥିଲୁ ଓ ଆମ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିଲା । ଆମେ ଆକ୍ରମଣକୁ ପ୍ରତିହତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲୁ ।

ଏୟାର ଅପରେସନ ଡିଜି ଏୟାର ମାର୍ଶଲ ଏକେ ଭାରତୀ କହିଥିଲେ, ଆମ ଲଢ଼େଇ ଆତଙ୍କବବାଦୀ ଓ ଆତଙ୍କବାଦ ବିରୋଧରେ । ସେଥିପାଇଁ ଆମେ ମେ’ ୭ରେ ଆତଙ୍କବାଦୀ ସେଣ୍ଟର ଉପରେ ଆଟାକ କରିଥିଲୁ । ହେଲେ ପରିତାପର ବିଷୟ, ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସମର୍ଥନରେ ବାହାରିବା ସହ ଏୟାର ଷ୍ଟ୍ରାଇକ ପାକିସ୍ତନ ଉପରେ ଆକ୍ରମଣ ବୋଲି ଧରି ନେଇଥିଲା । ଏମିତି ସ୍ଥିତିରେ ଆମର ପ୍ରତିଆକ୍ରମଣ ଆବଶ୍ୟକ ଥିଲା । ଏଥିରେ ଯାହାବି କିଛି କ୍ଷତି ହେଲା, ସେଥିପାଇଁ ପାକିସ୍ତାନ ନିଜେ ଦାୟୀ ।

ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

ନନ୍ଦିଘୋଷ ବ୍ୟୁରୋ: ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା। ଗତ କାଲି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଲୁଟ। ବନ୍ଦ ଥିବା ଏଟିଏମ ର ତାଲା ଗ୍ୟାସ କଟର ମାଧ୍ୟମରେ କାଟି ସିସିଟିଭି ଅଚଳ କରିବା ପରେ ଏଟିଏମ ଭାଙ୍ଗି ଲୁଟ କରିଛନ୍ତି ଲୁଟେରା ।   ବାଲେଶ୍ୱର ଜିଲ୍ଲା ସଦର ଥାନା  ଅଧିନସ୍ଥ ପଦ୍ମପୁର ଛକରେ ଥିବା ଏସ.ବି.ଆଇ  ଏଟି.ଏମ୍ ଭାଙ୍ଗି ଲୁଟ । ତେବେ ଏଟିଏମ ର କେତେ ଟଙ୍କା ଥିଲା ତାହା ଜଣା ପଡିନଥିବା ବେଳେ ଲୋକେ ପୋଲିସ କୁ ଖବର ଦେବାପରେ ସଦର ଥାନା ଆଇଆଇସି ସାଇଣ୍ଟିଫିକ ଟିମ ର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

ପୁରୀରେ ପୋଲିସ ଡିଜି ୱାଇ.ବି.ଖୁରାନିଆ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ପୋଲିସ ଡିଜି ୱାଇ.ବି.ଖୁରାନିଆ। ଆଗାମୀ ରଥଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ କରିବେ ସେନେଇ ସମୀକ୍ଷା କରିବେ। ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ରଥଯାତ୍ରା ସମୟରେ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣକୁ ନେଇ ଆଲୋଚନା କରିବେ ୱାଇ.ବି.ଖୁରାନିଆ। ସମୀକ୍ଷା ପୂର୍ବରୁ ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସିଂହଦ୍ବାର ଥାନା ନିକଟରେ ଏକ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ସହ ବୁଲେଟ ପ୍ରୁଫ ଗାଡି ରକ୍ଷକକୁ ଉଦଘାଟନ କରିଥିଲୋ।ଆତଙ୍କୀ ହମଲାକୁ ରୋକିବା ନେଇ ଜିଲ୍ଲାରେ ଏହି ଗାଡିକୁ ମୃତୟନ କରାଯାଇଛି।

ଲଭ, ସେକ୍ସ ଧୋକା ଅଭିଯୋଗ: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇଆଣିଲା..

ନନ୍ଦିଘୋଷ ବ୍ୟୁରୋ: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇଆଣିଲା ପ୍ରେମିକା । ରାତିରେ କଲ୍ୟାଣମଣ୍ଡପରେ ରିସେପ୍ସନରେ ହେଲା ତୁମ୍ବିତୋଫାନ । ଭୁବନେଶ୍ୱର ଧଉଳି ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମଣ୍ଡପରେ ଗତକାଲି ରାତିରେ ଚାଲିଥିଲା ବିବାହ ରିସେପସନ । କିନ୍ତୁ ହଠାତ ସେଠାରେ ପହଞ୍ଚିଥିଲେ ପ୍ରେମିକା । ପୂର୍ବରୁ ତାଙ୍କ ସହ ନିର୍ବନ୍ଧ ସରିଥିଲା । କିନ୍ତୁ ଉକ୍ତ ଯୁବତୀଙ୍କୁ ବିବାହ ନକରି ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ ।  ଖବର ପାଇବା ପରେ ପୋଲିସ ସହାୟତାରେ ଯୁବତୀ ଜଣଙ୍କ ସେଠାରେ ପହଁଚିବା ସହ ବରଙ୍କୁ ଅଟକ ରଖିଛି ପୋଲିସ । ସେପଟେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଥିବାରୁ ଲିଙ୍ଗରାଜ ଓ ମହିଳା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଲଭ, ସେକ୍ସ ଧୋକାର ଅଭିଯୋଗ ହେବା ପରେ ପୂରା ଘଟଣାର ତଦନ୍ତ କରୁଛି ପୋଲିସ ।

କିଛି ଅସୁବିଧା ଅଛି କି? ସବୁ ଠିକ୍ ଥାଇ ମଧ୍ୟ କାହିଁକି ଅବସର ଘୋଷଣା କଲେ କିଙ୍ଗ୍ କୋହଲି

ନନ୍ଦିଘୋଷ ବ୍ୟୁରୋ: ଫ୍ୟାନ୍ସଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଫିଟନେସ ସାଙ୍ଗକୁ ଭଲ ଫର୍ମରେ ରହି ସୁଦ୍ଧା କାହିଁକି ଏଭଳି ବଡ଼ ନିଷ୍ପତ୍ତି ନେଲେ କୋହଲି ? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଫ୍ୟାନ୍ସଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କାହିଁକି ଅବସର ନେଲେ ବିରାଟ । ଏବେ କିଛି ଗଡ଼ବଡ଼ ହୋଇଛି କି? ଯେଉଁ କାରଣରୁ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କାରଣ ହଠାତ ରୋହିତ ଆଉ ଏବେ ବିରାଟ । ଇଂଲଣ୍ଡ ଗସ୍ତ ପୂର୍ବରୁ ୩୬ ବର୍ଷୀୟ କୋହଲିଙ୍କ ଅବସର ଘୋଷଣା ଅନେକ ଫ୍ୟାନ୍ସଙ୍କ ମନ ଭାଙ୍ଗି ଦେଇଛି । ସମସ୍ତେ କମେଣ୍ଟରେ ଲେଖୁଛନ୍ତି କି, ଏହି ନିଷ୍ପତ୍ତି ବଦଳାନ୍ତୁ । ତେବେ ୧୦ ହଜାର ଟେଷ୍ଟ ସ୍କୋର କରିବା ପାଇଁ ପୂର୍ବରୁ କୋହଲି କହିଥିଲେ । ଏମିତିକି ଇଂଲଣ୍ଡ ଗସ୍ତରେ ଯିବେ ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ଜଣେ ବରିଷ୍ଠ କ୍ରିକେଟର କହିଛନ୍ତି କି, ପୁଣିଥରେ ଟେଷ୍ଟ କ୍ରିକେଟରେ ଅଧିନାୟକ ହେବାକୁ ଚାହୁଁଥିଲେ ବିରାଟ । ମାତ୍ର ଏହାକୁ ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳୁନଥିଲା । ଯେଉଁ କାରଣରୁ ବିରାଟ ଏଭଳି ଏକ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ବିରାଟ-ରୋହିତଙ୍କ ଅବସର ଭାରତୀୟ ଟେଷ୍ଟ କ୍ରିକେଟ ପାଇଁ ବହୁତ କ୍ଷତି ପହଞ୍ଚାଇବ ନିଶ୍ଚୟ । 2୦୨୧-୧୨ ମସିହାରେ ଏଭଳି ବହୁ ସିନିୟର ଖେଳାଳିମାନେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲା ।

ଅସ୍ତ୍ରବିରତି ପରେ ସେୟାର ମାର୍କେଟରେ ଉତ୍ସାହ, ଗ୍ରୀନରୁ ଖୋଲିଲା ମାର୍କେଟ

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହେବା ପରେ ମାର୍କେଟରେ ଉତ୍ସାହ। ଆଜି ଗ୍ରୀନରୁ ମାର୍କେଟ ଖୋଲିଥିଲା। ସେନସେକ୍ସ ୨୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫଟି ୭୦୦ ପଏଣ୍ଟରୁ ଅଧିକ ବଢ଼ିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ହ୍ରାସ ପାଇବା ପରେ ମାର୍କେଟରେ ଏହି ଉତ୍ସାହ ଦେଖା ଦେଇଛି ଏବଂ କାରବାର ବଢ଼ିଛି। ସେନସେକ୍ସ ୮୧ ହଜାର ୭୦୦ ଟପିଥିବା ବେଳେ ନିଫଟି ମଧ୍ୟ ୨୪ ହଜାର ୭୦୦ ପଏଣ୍ଟ ପାର୍ କରିଛି। ମାର୍କେଟ ପାଇଁ ଆଉ ଏକ ଖୁସି ଖବର ହେଲା- ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ପାଇଁ ଆମେରିକା ଓ ଚୀନ ମଧ୍ୟରେ ହୋଇଛି ଏକ ଡିଲ୍। ଦୁଇ ଦେଶର ଆଲୋଚନା ପରେ ଏହି ଚୁକ୍ତି ହୋଇଛି। ଏହା ପରେ ଆମେରିକା ଓ ଚୀନ ମଧ୍ୟରେ ଯେଉଁ ଟାରିଫ୍ ୱାର୍ ଚାଲିଥିଲା, ତାହା ବନ୍ଦ ହେବାର ଆଶା କରାଯାଉଛି। ଏହି କାରଣରୁ ମଧ୍ୟ ମାର୍କେଟ ଆଶ୍ଵସ୍ତ ହୋଇଛି ଏବଂ କାରବାର ବଢ଼ିଛି। କେବଳ ଭାରତ ନୁହେଁ, ହଂକଂ, ସାଙ୍ଘାଇ, ସିଡନି, ସିଓଲ୍‌ ତାଇପେଇ ଏବଂ ୱେଲିଂଟନରେ ମାର୍କେଟ ବଢ଼ିଛି। ତେବେ ଏହି ଉତ୍ସାହ ଜାପାନର ଟୋକିଓରେ ଦେଖା ଦେଇ ନାହିଁ।

ରୋହିତଙ୍କ ପରେ.. ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ବିରାଟ କୋହଲି

ନନ୍ଦିଘୋଷ ବ୍ୟୁରୋ: ପୁଣି ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା । ରୋହିତ ଶର୍ମାଙ୍କ ପରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି । ପୂର୍ବରୁ ଅବସର ନେବା ନେଇ ଚର୍ଚ୍ଚା ହୋଇଥିବା । ଏଣୁ ସେ ନିଷ୍ପତ୍ତି ବଦଳାଇବେ ବୋଲି ବିସିସିଆଇ ପକ୍ଷରୁ ଆଲୋଚନା ହୋଇଥିଲା । ମାତ୍ର ଏବେ ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ବକପ ପରେ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଏବେ ଟେଷ୍ଟରୁ ଅବସର ଘୋଷଣା କରିଥିବାବେଳେ ଆଗାମୀ ଦିନରେ କେବଳ ଦିନିକିଆରେ ଖେଳ ଜାରି ରଖିବେ । ବିରାଟ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ ୨୦୧୧ ମସିହାରେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ କୋହଲି । ବିରାଟ ନିଜର ଶେଷ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।

‘ଅପରେସନ ସିନ୍ଦୂର’ : କଣ ମିଳିଲା ଶିକ୍ଷା ?

ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରିହ ପର୍ଯ୍ୟଟକ ପ୍ରାଣ ହରାଇଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଧ୍ବଂସ କରି ଦେଇଛି । ପାକିସ୍ତାନ ସହ ଭାରତର ଯୁଦ୍ଧ ହେଲା, ଶେଷରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଛି । ଅସ୍ତ୍ର ବିରତି ହୋଇଥିବାବେଳେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ମାତ୍ର ଯୁଦ୍ଧ ମାଧ୍ୟମରେ ଚୀନ ଏବଂ ତୁର୍କୀ ଭଳି ଦେଶର ଚାଲବାଜି ଜଣା ପଡ଼ିଛି ।

ଭାରତର ସୀମା ଏବଂ ପ୍ରମୁଖ ସହର ଉପରେ ପାକିସ୍ତାନ ପକ୍ଷରୁ ଉଦ୍ୟମ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଯଦିଓ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା । ତଥାପି ତୁର୍କୀ ପକ୍ଷରୁ ପାକିସ୍ତାନକୁ ଦିଆଯାଇଥିବା ଡ୍ରୋନ ଆକ୍ରମଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଯଦିଓ ଏହିସବୁ ଡ୍ରୋନକୁ ଖସାଯାଇଥିଲା । ତେବେ ଏହିସବୁ ଡ୍ରୋନ୍ ଗୁଡ଼ିକ ତୁର୍କି ନିର୍ମିତ ବୋଲି ଜଣାପଡ଼ିଥିଲା । ତୁର୍କି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବାବେଳେ ପାକିସ୍ତାନକୁ ସମର୍ଥନ ମଧ୍ୟ କରିଥିଲା । ତେବେ ଭାରତୀୟ ସାମରିକ ବିଭାଗ ପକ୍ଷରୁ ତୁର୍କୀ ଅସ୍ତ୍ର ଶସ୍ତ୍ର ଗୁଡ଼ିକ ବ୍ୟାନ୍ କରାଯିବା ଉଚିତ୍ ।

ଆତଙ୍କବାଦୀଙ୍କ ବିରୋଧରେ ସ୍ଲାଗାନ ଦେଉଥିବା ଚୀନ କିନ୍ତୁ ଖୁଲମଖୁଲା ଭାବେ ପାକିସ୍ତାନକୁ ଯୁଦ୍ଧ ସମୟରେ ଅସ୍ତ୍ର ଶସ୍ତ୍ର ଯୋଗାଇଥିଲା । ଯେଉଁଥିରୁ ଚୀନର ଦୋଗଲା ନୀତି ମଧ୍ୟ ଜଣାପଡ଼ିଛି । ଏପରିକି ପାକିସ୍ତାନ ପକ୍ଷରୁ ବ୍ୟବହାର କରାଯାଉଥିବା ଅନେକ ବିମାନ ମଧ୍ୟ ଚୀନର ବୋଲି ଜଣାପଡ଼ିଛି । ସେପଟେ ଯୁଦ୍ଧ ବିରତିର ଶ୍ରେୟ ନେଇଛନ୍ତି ଟ୍ରମ୍ପ ।

ପାକିସ୍ତାନୀ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଲେ ଦିଶା ପଟାନୀଙ୍କ ଉଭଣୀ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା କମିଥିଲେ ସୁଦ୍ଧା ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲୁଛି । ଭାରତର ବ୍ରହ୍ମସକୁ ପାକିସ୍ତାନୀ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଛନ୍ତି । ଏପରିକି ଭାରତର ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନୀ ୟୁଜର୍ସମାନେ ଅପରେସନ ସୁହାଗରାତ ବୋଲି କହି କମେଣ୍ଟ କରିଛନ୍ତି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଉଭଣୀ । ପୂର୍ବରୁ ଭାରତୀୟ ସେନାରେ କାମ କରି ସାରିଥିବା ଖୁସବୁ ପଟାନୀଙ୍କ ପାକିସ୍ତାନୀ ୟୁଜର୍ସଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

https://www.instagram.com/khushboo_patani/?utm_source=ig_embed&ig_rid=7096a5d5-9b7b-44e8-b4d6-ff9cd7061fa2

ଖୁସବୁ କହିଛନ୍ତି କି, ବ୍ରହ୍ମସର ତାକତ ପାକିସ୍ତାନୀ ସେନାମାନେ ବେଶ ଭଲଭାବେ ଜାଣି ପାରିଥିବେ । ତେବେ ଯେଉଁମାନେ ଅପରେସନ ସିନ୍ଦୂରକୁ ନେଇ ସୁହାଗରାତ ବୋଲି କହୁଛନ୍ତି ସେମାନେ ବୁଝି ରଖିବା ଉଚିତ କି, ସୁହାଗରାତରେ ଯେପରି କ୍ଷୀର ହଳଦୀ ଯାଏ ସେପରି ପାକିସ୍ତାନକୁ ବ୍ରହ୍ମସ ଯାଇଛି । ସେମାନେ ଭଲଭାବେ ଏହାର ତାକତ ଜାଣିପାରିଥିବେ । ଭାରତ ବ୍ରହ୍ମସ ଲଞ୍ଚ କରିଥିବାବେଳେ ପାକିସ୍ତାନର ଅବସ୍ଥା କଣ ହେଉଛି ସେମାନେ ଜାଣିପାରୁଥିବେ ।