spot_img
Home Blog Page 858

୧୧ ବର୍ଷ ବୟସରେ ଭିଣୋଇଙ୍କ ସହ ହୋଇଥିଲା ବିବାହ, ୨୩ ବର୍ଷରେ ଦିଅରଙ୍କ ସହ ହେଲେ ଫେରାର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ ଦିଅରଙ୍କ ସହ ଫେରାର ହୋଇ ଯାଇଛି । ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ବାଲ୍ୟ ବିବାହ କରିଥିଲେ ଏହି ଯୁବତୀ । ବଡ଼ ଭଉଣୀଙ୍କ ଦେହାନ୍ତ ପରେ ମାତ୍ର ୧୧ ବର୍ଷ ବୟସରେ ନିଜ ଭିଣୋଇଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ବେଶ ହସ ଖୁସିରେ ଚାଲିଥିଲା । ମାତ୍ର ଏବେ ୨୩ ବର୍ଷ ବୟସରେ ତାଙ୍କ ଦିଅରଙ୍କ ପ୍ରେମରେ ପଡ଼ି ସ୍ବାମୀଙ୍କୁ ଛାଡ଼ି ଦିଅରଙ୍କ ସହ ଫେରାର ହୋଇଯାଇଛନ୍ତି ।

ଏବେ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି କି, ଭଉଣୀ ମରିବା ପରେ ମୋତେ ଭିଣୋଇଙ୍କ ସହ ବିବାହ କରିଥିଲେ । ଉଭରୀଙ୍କ ପିଲାଙ୍କୁ ମୁଁ ଲାଳନ ପାଳନ କରୁଥିଲି । ସ୍ବାମୀ କେବେ ମଧ୍ୟ ପ୍ରେମ କରୁନଥିଲେ । ସେ ସବୁବେଳେ ମଦ ପିଇ ଆସନ୍ତି । ମୋତେ ମାଡ଼ ମାରିନ୍ତି । ଏପରିକି ଶାଶୁ ଶ୍ବଶୁର ମଧ୍ୟ ଏହାକୁ ବିରୋଧ କରୁନଥିଲେ । ମାତ୍ର ଦିଅର ତାଙ୍କୁ ସବୁବେଳେ ସମର୍ଥନ କରୁଥିଲେ । ଏଣୁ ତାଙ୍କ ପ୍ରତି ଭଲ ପାଇବା ବଢ଼ିଗଲା । ଆମେ ଘର ଛାଡ଼ି ପଳାଇ ଆସିଛୁ । ଆମକୁ ସୁରକ୍ଷା ଦିଅନ୍ତୁ ବୋଲି ସେମାନେ ପୋଲିସ ନିଜଟରେ ଜଣାଇଛନ୍ତି ।

ଭାରତ ସହ ଉତ୍ତେଜନା ଭିତରେ ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଉତ୍ତେଜନା ଭିତରେ ଅସ୍ତ୍ର ସଙ୍କଟରେ ଘାଣ୍ଟି ହେଲାଣି ପାକିସ୍ତାନ। ପାକିସ୍ତାନ ନିକଟରେ ବ୍ୟାପକ ଅସ୍ତ୍ରାଭାବ ଦେଖାଦେଇଛି। ଏପରିକି ବର୍ତ୍ତମାନ ଯେତିକି ପରିମାଣର ଅସ୍ତ୍ର ଗଚ୍ଛିତ ରହିଛି ତାହା ମାତ୍ର ୪ ଦିନ ଯିବ ବୋଲି ସୂଚନା ମିଳିଛି। ଏହି କାରଣରୁ କିଛି ଦିନ ତଳେ ୟୁକ୍ରେନ ଓ ଇସ୍ରାଏଲ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପାଦିତ ହୋଇଛି ବୋଲି ସୂଚନା ମିଳିଛି। ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦିତ ହୋଇପାରୁ ନଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ନାହିଁ ବୋଲି କହିଛି ପାକିସ୍ତାନ ଅର୍ଡାନ୍ସ ଫାକ୍ଟରି। ପହଲଗାଓଁ  ହମଲା ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବ ବୋଲି ପାକିସ୍ତାନରେ ଚର୍ଚ୍ଚା ଚାଲିଛି। ସେପଟେ ଅସ୍ତ୍ରାଭାବ ସରକାର ଓ ସେନା ଲାଗି ଚିନ୍ତାର କାରଣ ହୋଇଛି। ତେଣେ ଯଦି ଯୁଦ୍ଧ ହୁଏ ତେବେ ସେ ଇଂଲଣ୍ଡ ଚାଲିଯିବେ ବୋଲି କହିଛନ୍ତି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଶେର ଅଫଜଲ ମରୱାତ। ସେ କହିଛନ୍ତି- ଦେଶର ଆର୍ମି ଉପରେ ପାକିସ୍ତାନୀ ରାଜନେତାମାନେ ଭରସା କରୁନାହାନ୍ତି।

ଜାମିନ୍ ହେଲା ନାମଞ୍ଜୁର, ଜେଲରେ କାନ୍ଦୁଛନ୍ତି ସାହିଲ୍- ମୁସ୍କାନ

ନନ୍ଦିଘୋଷ ବ୍ୟୁରୋ:

ନନ୍ଦିଘୋଷ ବ୍ୟୁରୋ: ବହୁ ଚର୍ଚ୍ଚିତ ସୌରଭ ଚକ୍ରବର୍ତ୍ତୀଙ୍କ ହତ୍ୟାକାଣ୍ଡ ମାମଲରେ ଜେଲରେ ଫସିଛନ୍ତି ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ । ଅତି ନୃଂଶସ ଭାବେ ହତ୍ୟା କରିବା ପରେ ତେଙ୍କ ଡ୍ରମ ଭିତରେ ରଖିଥିଲେ । ଏବେ ଉଭୟ ଜେଲରେ ରହିଥିବାବେଳେ ମୁସ୍କାନ ଗର୍ଭବତୀ ରହିଛନ୍ତି । ତାଙ୍କ ପକ୍ଷରୁ କେସ ଲଢ଼ୁଥିବା ସରକାରୀ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି । କିନ୍ତୁ ଏହାକୁ ନାମଞ୍ଜୁର କରି ଦେଇଛନ୍ତି କୋର୍ଟ । ସେପଟେ ହାହିଲର ମଧ୍ୟ ଜାମିନ ଖାରଜ ହୋଇଛି । ଏହି ଖବର ପାଇବା ପରେ ଜେଲରେ ଉଭୟ କାନ୍ଦୁଥିବା ଖବର ସାମ୍ନାକୁ ଆସିଛି । ଆପଣଙ୍କୁ କହି ରଖୁଛୁ ଯେ ଏହି ମାମଲାରେ ସରକାରୀ ଓକିଲ ଭାବରେ ଆଡଭୋକେଟ୍ ରେଖା ଜୈନଙ୍କୁ ନିଯୁକ୍ତ କରାଯାଇଛି। କାରଣ ମୁସକାନ ଏବଂ ସାହିଲ ଜଣେ ସରକାରୀ ଓକିଲ ଦାବି କରିଥିଲେ। ଉଭୟଙ୍କ ପରିବାର ମାମଲା ଲଢ଼ିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଏପରି ପରିସ୍ଥିତିରେ, ନିୟମ ଅନୁଯାୟୀ, ଉଭୟଙ୍କୁ ଜଣେ ସରକାରୀ ଓକିଲ ଯୋଗାଇ ଦିଆଯାଇଥିଲା। ରେଖା ଜୈନ ଗତ ଏପ୍ରିଲ ୨୪ ତାରିଖରେ ମୁସ୍କାନ ଏବଂ ସାହିଲଙ୍କ ଜାମିନ ପାଇଁ ନିମ୍ନ ଅଦାଲତରେ ଏକ ଆବେଦନ ଦାଖଲ କରିଥିଲେ।

ଏହି ଆବେଦନକୁ କୋର୍ଟ ୨୭ ଏପ୍ରିଲରେ ଖାରଜ କରିଦେଇଥିଲେ। ଏହା ପରେ, ସେସନ୍ସ କୋର୍ଟରେ ପୁଣି ଥରେ ଆବେଦନ କରାଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଏହି ମାମଲାର ଶୁଣାଣି ପୂର୍ବରୁ ମେ ୧ ତାରିଖରେ ହେବାର ଥିଲା, କିନ୍ତୁ କୋର୍ଟ ଏହାକୁ ମେ ୩ ତାରିଖକୁ ସ୍ଥଗିତ ରଖିଥିଲେ। ଉଲ୍ଲେଖନୀୟ ଯେ ମାର୍ଚ୍ଚ ୩ ତାରିଖରେ ମେରଠର ବ୍ରହ୍ମପୁରୀର ଦାଣ୍ଡିରା ନଗରରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଥିଲା।

ଅଭିଯୁକ୍ତ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହିତ ମିଶି ତାଙ୍କ ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ, ଦୁହେଁ ସୌରଭଙ୍କ ଶରୀରକୁ ଚାରି ଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ବନ୍ଦ କରି ଦେଇଥିଲେ।

ପାକିସ୍ତାନର କଳାକାରଙ୍କ ମଧ୍ୟରେ ଫାଟ !

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ତେବେ ଏହି ଘଟଣାକୁ ପାକିସ୍ତାନର ବହୁ ବଡ଼ ବଡ଼ କଳାକାରମାନେ ମଧ୍ୟ ପ୍ରଥମେ ନିନ୍ଦା କରିଥିଲେ । ମହିରା ଖାନ, ହାନିଆ ଅମୀରଙ୍କ ଭଳି କଳାକାରମାନେ ଏହାକୁ ନିନ୍ଦା କରିଥିବାବେଳେ ଏହା ପାକିସ୍ତାନର ବରିଷ୍ଠ ଅଭିନେତ୍ରୀ ଉର୍ବା ହୁସେନଙ୍କ ଦେହରେ ଯାଇନାହିଁ । ଯାହାକୁ ନେଇ ସେ ଏହି କଳାକାରମାନଙ୍କୁ ସମାଲୋଚନା କରିଛନ୍ତି ।

ଭାରତ ଅନେକ ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନିଷିଦ୍ଧ କରିଛି। ଏହି ସମୟରେ, ଉର୍ବା ହୁସେନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାକିସ୍ତାନୀ ତାରକାମାନଙ୍କ ଉପରେ ରାଗିଥିବାର ଦେଖାଯାଉଛି। ପହଲଗାମ ଆକ୍ରମଣକୁ ନିନ୍ଦା ଏବଂ ଦୁଃଖ ପ୍ରକାଶ କରିଥିବା ପାକିସ୍ତାନୀ ତାରକାମାନଙ୍କୁ ଟାର୍ଗେଟ କରୁଛନ୍ତି।

WhatsAppରେ ବଡ଼ ପରିବର୍ତ୍ତନ, ପ୍ରତିମାସରେ ୩୫ ବ୍ରଡକାଷ୍ଟ ମେସେଜ୍ ପଠାଇବେ ୟୁଜର୍ସ

ନନ୍ଦିଘୋଷ ବ୍ୟୁରୋ : ହ୍ବାଟ୍ସଆପରେ ବଡ଼ ପରିବର୍ତ୍ତନ ହୋଇଛି । ମେଟା ହ୍ବାଟ୍ସଆପ ଉପରେ ଏକ ନୂଆ ନୀତି ଆରମ୍ଭ କରିଛି । ଯେଉଁଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ ସେଟ ହୋଇଯାଇଛି । ଏହା ଫିଚର ମାଧ୍ୟମରେ ହ୍ବାଟ୍ସଆପରେ ସ୍ପାମ ମେସେଜ ହ୍ରାସ ହୋଇପାରିବ । ଏ ଫିଚର ଆଣ୍ଡ୍ରୋଏଡ୍ ବିଟା ବର୍ଜନ 2.25.14.15ରେ ଆରମ୍ଭ କରାଯାଇଛି । ଏହି ଅପଡେଟ୍ ସାଧାରଣ ହ୍ବାଟ୍ସଆପ ଆକାଉଣ୍ଟଗୁଡ଼ିକ ସହିତ ବ୍ୟବସାୟିକ ଆକାଉଣ୍ଟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ପୂର୍ବ ବିଟା ଅପଡେଟ କରିବା ପରେ କିଛି ଉପଭୋକ୍ତା ଏହି ସୁବିଧା ମଧ୍ୟ ପାଇପାରନ୍ତି । ଏହି ପରିବର୍ତ୍ତନ ଫଳରେ ଉପଭୋକ୍ତି କେବଳ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବ୍ରଡକାଷ୍ଟ ମେସେଜ ପଠାଇପାରିବେ । ଯାହା ଅନାବଶ୍ୟକ ମେସେଜ ପ୍ରସାରଣକୁ ବନ୍ଦ କରିବ ।

ବ୍ରଡକାଷ୍ଟ ମେସେଜ ହେଉଛି ଏହି ମେସେଜ ଯେଉଁଥିରେ ଆପଣ ଏକା ସାଙ୍ଗରେ ଗୁଡିଏ କଣ୍ଟେଟ୍ସ ପଠାଇପାରିବେ । କିନ୍ତୁ ଏହି ମେସେଜ ବ୍ୟକ୍ତିଗତ ଚାର୍ଟରେ ଆସନ୍ତି । ରିସିଭରଙ୍କୁ ଲାଗିବ ଗୋଟିଏ ପରେ ଗୋଟିଏ ମେସେଜ ପଠାଯାଇଛି । ଏହି ମେସେଜ ଆଉ କିଏ ପାଇଛି ତାହା ରିସିଭର ଜାଣିପାରିବ ନାହିଁ । ମେଟା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଏକ ମାସିକ ସୀମା ଲାଗୁ କରାଯିବ। ପରୀକ୍ଷଣ ପର୍ଯ୍ୟାୟରେ, ଉପଭୋକ୍ତାମାନଙ୍କୁ ପ୍ରତି ମାସରେ କେବଳ ୩୦ଟି ବ୍ରଡକାଷ୍ଟ ମେସେଜ ପଠାଇବାକୁ ଅନୁମତି ଦିଆଯାଇପାରେ। ଯଦି ଜଣେ ଉପଭୋକ୍ତାଙ୍କୁ ଅଧିକ ମେସେଜ୍ ପଠାଇବାକୁ ପଡ଼େ, ତେବେ ତାଙ୍କୁ ହ୍ୱାଟ୍ସଆପ୍ ଷ୍ଟାଟସ୍ କିମ୍ବା ଚ୍ୟାନେଲ୍ ଭଳି ବିକଳ୍ପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ, ହ୍ୱାଟସଆପ ଏହି ଫିଚର ବିଷୟରେ ଆନୁଷ୍ଠାନିକ ଭାବରେ କିଛି ସେୟାର କରିନାହିଁ। କିନ୍ତୁ WABetaInfo ଅନୁଯାୟୀ, ଏହି ଫିଚର୍ ଅପଡେଟର ପରୀକ୍ଷଣ ଆରମ୍ଭ ହୋଇଯାଇଛି।

ବିଜନେସ୍ ପ୍ରୋଫାଇଲ୍ ପାଇଁ ମଧ୍ୟ କିଛି ପରିବର୍ତ୍ତନ ହେବ। ଏପର୍ଯ୍ୟନ୍ତ, ବିଜନେସ ଆକାଉଣ୍ଟଗୁଡ଼ିକରେ ପ୍ରସାରଣ ବାର୍ତ୍ତା ପଠାଇବା ପାଇଁ କୌଣସି ସୀମା ନଥିଲା, କିନ୍ତୁ ବର୍ତ୍ତମାନ ମେଟା ବ୍ୟବସାୟ ପାଇଁ ଏକ ଦେୟଯୁକ୍ତ ସଂସ୍କରଣ ପ୍ରଚଳନ କରାଯାଉଛି। ଏଥିରେ ମେସେଜ୍ ସିଡ୍ୟୁଲିଂ ଏବଂ କଷ୍ଟମାଇଜ୍ଡ୍ ବ୍ରଡକାଷ୍ଟ ମେସେଜ୍ ଭଳି ଅଧିକ ଫିଚର ରହିବ। ପ୍ରାରମ୍ଭିକ ପରୀକ୍ଷଣ ପର୍ଯ୍ୟାୟରେ, ୨୫୦ଟି କଷ୍ଟମାଇଜଡ୍ ମେସେଜ୍ ମାଗଣାରେ ଦିଆଯିବ। ଏହା ପରେ, ଅଧିକ ମେସେଜ୍ ପଠାଇବା ପାଇଁ ଏକ ଚାର୍ଜ ନିଆଯିବ।

ଦଶମ ଶ୍ରେଣୀରେ ଜଣେ ଛାତ୍ର, ବୋର୍ଡ୍ ପରୀକ୍ଷାରେ ସିଏ ବି ଫେଲ୍

ନନ୍ଦିଘୋଷ ବ୍ୟୁରୋ : ଏମିତି ବହୁତ କମ ଦେଖିବାକୁ ମିଳେ, ଗୋଟିଏ ଶ୍ରେଣୀରେ ଜଣେ ଛାତ୍ର ଥିବ ଆଉ ସେ ବି ବୋର୍ଡ ପରୀକ୍ଷାରେ ଫେଲ ହୋଇଯିବ । କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ । ଉତ୍ତରାଖଣ୍ଡର ଏକ ସ୍କୁଲରେ ଏପରି ଦେଖିବାକୁ ମିଳିଛି । ବାସ୍ତବରେ ନୈନିତାଲ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରୀଣୀରେ ଜଣେ ମାତ୍ର ଛାତ୍ର ପଢୁଥିଲା । ସିଏ ବି ଦଶମ ବୋର୍ଡ ପରୀକ୍ଷାରେ ଫେଲ ହୋଇଗଲା । ଏହାର ତଦନ୍ତ କରୁଛନ୍ତି ଶିକ୍ଷା ଅଧିକାରୀ ।

ମାଧ୍ୟମିକ ଶିକ୍ଷାର ଅତିରିକ୍ତ ନିର୍ଦ୍ଦେଶକ ଜୀବନ ସୈନ କହିଛନ୍ତି, ବିଦ୍ୟାଳୟରେ ସମସ୍ତ କର୍ମଚାରୀ ନିୟୋଜିତ ଥିବା ବେଳେ ମଧ୍ୟ ଜଣେ ଛାତ୍ର ଦଶମ ବୋର୍ଡ ପାସ କରିପାରିଲା ନାହିଁ । ତେଣୁ ମୁଖ୍ୟ ଶିକ୍ଷାଧିକାରୀଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୈନିତାଲ ଜିଲ୍ଲା ମୁଖ୍ୟାଳୟରୁ ୧୧୫ କିଲୋମିଟର ଦୂରରେ ଅବସ୍ଥିତ ଭଦ୍ରକୋଟ ଗ୍ରାମର ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସ୍କୁଲରେ ପ୍ରଧାନଶିକ୍ଷକଙ୍କ ସମେତ ମୋଟ ୭ ଜଣ ଶିକ୍ଷକ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସ୍କୁଲରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଦୁଇଜଣ ଲେଖାଏଁ ଛାତ୍ର ଅଛନ୍ତି, ଯେତେବେଳେ ୮ମ, ୯ମ ଏବଂ ଦଶମ ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଅଛନ୍ତି।

ଦଶମ ଶ୍ରେଣୀର ଏହି ଏକମାତ୍ର ଛାତ୍ରଟି ସମସ୍ତ ବିଷୟରେ ଖରାପ ନମ୍ବର ରଖିଛି। ଅଧିକାରୀମାନେ କହିଛନ୍ତି ଯେ ଛାତ୍ରଟି ହିନ୍ଦୀରେ ପ୍ରାୟ ୧୦ ନମ୍ବର ଓ ଇଂରାଜୀ, ବିଜ୍ଞାନ, ସାମାଜିକ ଅଧ୍ୟୟନ ଏବଂ ଗଣିତରେ ୧୦ ରୁ କମ୍ ନମ୍ବର ପାଇଛି। ରାଜ୍ୟର ଶିକ୍ଷା ଅଧିକାରୀମାନେ ବୋର୍ଡ ପରୀକ୍ଷା ଫଳାଫଳ ଏବଂ ସ୍କୁଲଗୁଡ଼ିକ ଯାଞ୍ଚ କରିବା ସମୟରେ ଏହି ସ୍କୁଲର ଛାତ୍ର ଫେଲ ହୋଇଥିବା ବିଷୟରେ ଜାଣିବାକୁ ପାଇଲେ। ଅଧିକାରୀ ପ୍ରିନ୍ସିପାଲ ଏବଂ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

୧୨୮ ବର୍ଷ ବୟସରେ ବାବା ଶିବାନନ୍ଦଙ୍କ ଦେହାବସନ, ଜୀବନରେ କେବେ ଯାଇନଥିଲେ ଡାକ୍ତରଖାନା

ନନ୍ଦିଘୋଷ ବ୍ୟୁରୋ : ବିଶିଷ୍ଟ ଯୋଗଗୁରୁ ବାବା ଶିବାନନ୍ଦଙ୍କ ବିୟୋଗ। ୧୨୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବାରାଣସୀରେ ତାଙ୍କର ଦେହାନ୍ତ ହୋଇଛି। ଯୋଗର ପ୍ରସାର ପ୍ରଚାର ଦିଗରେ ତାଙ୍କର ବହୁତ ଅବଦାନ ଥିଲା। ସେ ଜୀବନରେ ପେଟ ଭର୍ତ୍ତି ଖାଇବା ଖାଇନଥିଲେ  । ବ୍ରହ୍ମମୁହୁର୍ତ୍ତରୁ ହିଁ ଉଠି ଯାଉଥିଲେ । ସେ ଦୁର୍ଗାକୁଣ୍ଡିସ୍ଥିତ ଆଶ୍ରମର ତିନି ମହଲାରେ ରହୁଥିଲେ । ବେଳେବେଳେ ସେ ସିଢିରେ ମଧ୍ୟ ଚାଲି ଚାଲି ଯିବା ଆସିବା କରୁଥିଲେ । ସେ ପ୍ରୟାଗରାଜ କୁମ୍ଭମେଳାରେ ନିଜର ଶିବିର ସ୍ଥାପନ କରିବା ସହ ସ୍ନାନ କରିଥିଲେ ।

ବର୍ତ୍ତମାନର ବାଂଲାଦେଶର ସିଲହଟରେ ୧୮୯୬ ଅଗଷ୍ଟ ୮ ତାରିଖରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବାବା ଶିବାନନ୍ଦ। ଅଳ୍ପ ବୟସରେ ବାପା ମାଆଙ୍କୁ ହରାଇବା ପରେ ସେ ନବଦ୍ଵୀପକୁ ଆସିଥିଲେ। ସେଠାରେ ଗୁରୁ ଓଙ୍କାରାନନ୍ଦ ଗୋସ୍ଵାମୀଙ୍କ ଆଶ୍ରମରେ ସେ ରହିବା ସହିତ ପାଠ ପଢିଥିଲେ। ଏଠାରୁ ସେ ଯୋଗ ଶିଖିଥିଲେ ଏବଂ ପରେ ଏହାର ପ୍ରଚାର ପ୍ରସାର ପାଇଁ ସେ ବହୁତ କାମ କରିଥିଲେ। କୁଷ୍ଠରୋଗୀଙ୍କ ସେବା ଦିଗରେ ବି ସେ ବହୁତ କାମ କରିଛନ୍ତି। ୨୦୨୨ରେ ତାଙ୍କୁ ପଦ୍ମଶ୍ରୀ ମିଳିଥିଲା। ୨୦୨୫ରେ ସେ ପ୍ରୟାଗରାଜରେ କୁମ୍ଭମେଳାରେ ବି ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ।

ବାବା ଶିବାନନ୍ଦ କହିଥିଲେ କି ତାଙ୍କ ବାପା, ମାଆ ଓ ଭଉଣୀ ଭୋଗରେ ମରିଛନ୍ତି । ତାଙ୍କୁ ପିଲାଦିନରୁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଯେତେବେଳେ ସେ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶରେ ଆସିଲେ, ସେତେବେଳେ ସେ ଖାଦ୍ୟ ଓ ଯୋଗର ମହତ୍ତ୍ବ ବୁଝିପାରିଲେ । ଅଧା ଭୋଜନ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ତେବେ ଲୋକ ବୁଝିପାରିବେ ଖାଦ୍ୟ ଓ ଭୋକର ଅର୍ଥ କ’ଣ ? ସେ ଦୁନିଆର ଅନେକ ସ୍ଥାନ ଭ୍ରମଣ କରିବା ପରେ ମଧ୍ୟ ତାଙ୍କୁ ଶାନ୍ତି ମିଳିନଥିଲା । ସେ କାଶୀରେ ଆସି ରହିଥିଲେ । ସିଝା ଖାଦ୍ୟ ଖାଇ କାଠ ତକିଆ ସହ ଖଟରେ ଶୋଉଥିବା ବାବା ଶିବାନନ୍ଦ ଯୋଗ ବଳରେ ୧୨୮ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ । ପିଏମ ମୋଦୀଙ୍କ ସମେତ ଦୁନିଆର ଅନେକ ଲୋକଙ୍କୁ ସେ ତାଙ୍କ ପ୍ରଶଂସକ କରିଥିଲେ । ୨୧ ମାର୍ଚ୍ଚ ୨୦୨୨ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ସେ କେବେ ଅସୁସ୍ଥ ହୋଇନଥିଲେ  । ଏହି ବୟସରେ ମଧ୍ୟ ସେ ଯୋଗ କରୁଥିଲେ ।

ପାକିସ୍ତାନୀ ସାଂସଦଙ୍କ ଭାଇରାଲ ବକ୍ତବ୍ୟ ‘ମୋଦି ନିଶ୍ଚୟ ଆକ୍ରମଣ କରିବେ, ମୁଁ ଲଣ୍ଡନ ପଳେଇବି’

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଜାତୀୟ ସଭାର ସଦସ୍ୟ ଶେର ଅଫଜଲ ଖାନ ମାରୱାଟ ଗୋଟିଏ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ, ତେବେ ସେ ଇଂଲଣ୍ଡ ଚାଲିଯିବେ। ଏହି ବୟାନ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ଅନେକ ଉପଭୋକ୍ତା ପାକିସ୍ତାନୀ ନେତୃତ୍ୱର ପ୍ରତିବଦ୍ଧତା ଓ ସେନା ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ମାରୱାଟଙ୍କୁ ସାମ୍ବାଦିକ ପଚାରିଥିଲେ ଯେ, ଯଦି ଯୁଦ୍ଧ ତୀବ୍ର ହୁଏ, ତେବେ ଆପଣ ବନ୍ଧୁକ ଧରି ସୀମାରେ ଲଢ଼ିବେ କି? ଏହାର ଉତ୍ତରରେ ମାରୱାଟ କହିଥିଲେ, ଯଦି ଯୁଦ୍ଧ ବଢ଼େ, ତେବେ ମୁଁ ଇଂଲଣ୍ଡ ଚାଲିଯିବି ।

ଏହା ବ୍ୟତୀତ, ଅନ୍ୟ ଏକ ପ୍ରଶ୍ନରେ ଯେତେବେଳେ ତାଙ୍କୁ ପଚାରାଗଲା ଯେ ପରିସ୍ଥିତି ଶାନ୍ତ  କରିବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଛକୁ ହଟିବାକୁ କୁହାଯିବା ଉଚିତ କି, ସେ ଉତ୍ତର ଦେଇଥିଲେ, ମୋଦୀ କ’ଣ ମୋ ପିଉସୀ ପୁଅ ଯେ ମୋ କଥାରେ ପଛକୁ ହଟିବେ?

ମାରୱାଟ ଜଣେ ବରିଷ୍ଠ ପାକିସ୍ତାନୀ ରାଜନେତା ଏବଂ ପୂର୍ବତନ  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରୀକ-ଏ-ଇନସାଫ (ପିଟିଆଇ) ଦଳ ସହ ଜଡ଼ିତ। ତେବେ, ଅତୀତରେ ସେ ଦଳ ଓ ଏହାର ନେତାମାନଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି, ଯେଉଁଥିପାଇଁ ଇମ୍ରାନ ଖାନ ତାଙ୍କୁ ଦଳର ପ୍ରମୁଖ ପଦବୀରୁ ହଟାଇ ଦେଇଥିଲେ। ଏହି ବୟାନ ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଆସିଛି, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ନିଲମ୍ବନ କରିଛି, ପାକିସ୍ତାନରୁ ଆମଦାନୀ ଉପରେ ରୋକ ଲଗାଇଛି ଏବଂ ପାକିସ୍ତାନୀ ପତାକା ବିଶିଷ୍ଟ ଜାହାଜମାନଙ୍କୁ ଭାରତୀୟ ବନ୍ଦରରେ ପ୍ରବେଶ ଉପରେ କଟକଣା ଲଗାଇଛି।

ଏହି ପରିପ୍ରେକ୍ଷୀରେ ମାରୱାଟଙ୍କ ବୟାନକୁ ଅନେକେ ପାକିସ୍ତାନୀ ନେତୃତ୍ୱର ନୈତିକ ଦୃଢ଼ତା ଓ ଆତ୍ମବିଶ୍ୱାସର ଅଭାବ ବୋଲି ଦେଖୁଛନ୍ତି। ସୋସିଆଲ ମିଡିଆରେ ଏହା ଉପରେ ବ୍ୟାପକ ଆଲୋଚନା ହେଉଛି, ଯେଉଁଥିରେ କେତେକ ଏହାକୁ ମଜାଳିଆ ଭାବେ ଗ୍ରହଣ କରୁଛନ୍ତି ଏବଂ ଅନ୍ୟମାନେ ଏହାକୁ ଗମ୍ଭୀର ରାଜନୈତିକ ମନୋବଳର ଅଭାବ ବୋଲି ସମାଲୋଚନା କରୁଛନ୍ତି ।

ନବୀନଙ୍କ ସଫଳତାକୁ ମାନିଛନ୍ତି ମୋହନ : ବିଜେଡି

ଭୁବନେଶ୍ବର : ନବୀନ ସରକାରଙ୍କ ସମୟରେ କ୍ରୀଡାର ବିକାଶ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତାକୁ ରାଜ୍ୟ ବାହାରେ ମାନିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରୀଡା ବିକାଶ ଶିଖରରେ ପହଞ୍ଚିଥିଲା । ୨୦୧୯ ରୁ ୨୦୨୪ ଭିତରେ ହାଇପରଫର୍ମାନ୍ସ ସେଣ୍ଟର ହୋଇଥିଲା । ସେଥିରେ ଖୋ ଖୋ ପାଇଁ ଆର୍ସେଲର ମିତ୍ତଲ ସହ ଚୁକ୍ତି ହୋଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବାରମ୍ବାର କହୁଛନ୍ତି ଯେ କ୍ରୀଡା ବିକାଶ ହୋଇନି । ହେଲେ ଏବେ ମୁମ୍ବାଇ ଜିଓ ସେଣ୍ଟର ଯାଇ ଏହାର ପ୍ରଶଂସା କରିଥିବାରୁ ତାଙ୍କୁ ଧନ୍ୟବାଦ । ୨୦୨୩ରେ ଏନେଇ ତତ୍କାଳୀନ କେନ୍ଦ୍ର କ୍ରୀଡାମନ୍ତ୍ରୀ ବି ସହାୟତା ଦେଇଥିଲେ । କ୍ରୀଡା କନଫରେନ୍ସରେ ବି ଓଡ଼ିଶାକୁ ଅନୁସରଣ କରିବାକୁ ସେ ସମୟର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ।

ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ଦର୍ଶନ କଲେ ହଜାର ହଜାର ଭକ୍ତ

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରର କପାଟ ଛଅ ମାସ ବନ୍ଦ ରହିବା ପରେ ରବିବାର ସକାଳେ ଭକ୍ତମାନଙ୍କ ପାଇଁ ପୁଣି ଥରେ ଖୋଲାଯାଇଥିଲା। ପୂର୍ବ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁଯାୟୀ, ଦେଶ ଓ ବିଦେଶରୁ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ କପାଟ ସକାଳ ୬ଟାରେ ଖୋଲାଯାଇଥିଲା। କପାଟ ଖୋଲିବା ସମୟରେ, ସେଠାରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଦ୍ୱାରା ଢୋଲ ଓ ବିଭିନ୍ନ ବାଜାର ଧ୍ୱନିରେ ସମଗ୍ର ପରିବେଶ କମ୍ପିଥିଲା । ଏହି ଅବସରରେ, ମନ୍ଦିରକୁ ପ୍ରାୟ ୧୫ ଟନ୍ ରଙ୍ଗୀନ ଓ ସୁଗନ୍ଧିତ ଫୁଲରେ ମହାନ ଭାବରେ ସଜାଯାଇଥିଲା । ଯାହା ମନ୍ଦିରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥିଲା। ବଦ୍ରିନାଥ ଧାମର ଦ୍ୱାର ଖୋଲିବା ସହିତ, ଏହି ବର୍ଷର ଚାରିଧାମ ଯାତ୍ରା ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି।