spot_img
Home Blog Page 855

ବିଜୁଙ୍କୁ ସମ୍ମାନିତ କରିବ ଋଷ, ବିଜୟ ଉତ୍ସବରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦେବ ଋଷ । ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ । ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ୭ ତାରିଖର ସକାଳେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ ମସିହାରେ ବିଜୁ ବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢିଥିବା ହୀରୋମାନଙ୍କୁ ଋଷ ସମ୍ମାନ ପ୍ରଦର୍ଶନ କରିବ । ଏହି ହୀରୋମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକ । ନାଜି ଜର୍ମାନୀ ତଥା ହିଟଲରଙ୍କ ଏକଛତ୍ରବାଦ ବିରୋଧରେ ଥିଲା ଏହି ଯୁଦ୍ଧ । ବିଶ୍ବଯୁଦ୍ଧ ସମୟରେ ବିଜୁ ବାବୁ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଋଷର ରେଡ ଆର୍ମିକୁ ସହଯୋଗ ପାଇଁ ବିଜୁ ବାବୁଙ୍କୁ ମିଳିଥିଲା ଗୁରୁ ଦାୟିତ୍ବ । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ଋଷର ରେଡ ଆର୍ମିକୁ ସହାଯ୍ୟ କରିଥିଲେ । ଆସନ୍ତା ୭ ତାରିଖ ସକାଳେ ଯୁଦ୍ଧରେ ସହାୟତା କରିଥିବା ହୀରୋଙ୍କର ଏକ ନାମଫଳକ ଅନାବରଣ କରିବେ ଋଷ ରାଷ୍ଟ୍ରଦୂତ । ଏହି ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି ।

ବାହାରି ଶକ୍ତି ଭାରତ-ଋଷ ସମ୍ପର୍କରେ ବିଗାଡ଼ି ପାରିବେନି: ପୁଟିନ୍, ମୋଦିଙ୍କ ଭାରତ ଆସିବା ନିମନ୍ତ୍ରଣ ରଖିଲେ

ନନ୍ଦିଘୋଷ ବ୍ୟୁରୋ: ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି ପୁଟିନ । ଏହାସହ ଭାରତ ସହ ଋଷର ସମ୍ପର୍କକୁ କୌଣସି ବାହାର ଶକ୍ତି ବିଗାଡ଼ି ପାରିବନି ବୋଲି କହିଛନ୍ତି । ରିପୋର୍ଟ ଅନୁସାରେ, ପୁଟିନ୍ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଅବସରରେ ସେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଉପରେ ଚର୍ଚ୍ଚା କରିଛନ୍ତି । ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଋଷ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୁଟିନ୍ କହିଛନ୍ତି । ଆଲୋଚନା ବେଳେ ଉଭୟ ରାଷ୍ଟ୍ରନେତା ବାହାରି ଶକ୍ତି ଯେମିତି ଆମ ସମ୍ପର୍କକୁ ଖରାପ କରି ନପାରିବେ ତାହା ଉପରେ ଗୁରୁତ୍ବ ଦେଇଥିଲେ ।

ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟଶଓ୍ବାଲ କହିଛନ୍ତି, ‘ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ପହଲଗାଓଁ ଆକ୍ରମଣକୁ ନିନ୍ଦା କରିଛନ୍ତି । ମୃତ ବ୍ୟକ୍ତିଙ୍କୁ ପ୍ରତି ସମବେଦନା ଜଣାଇବା ସହ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି । ନରସଂହାରରେ ସମ୍ପୃକ୍ତ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ନ୍ୟାୟିକ ବ୍ୟବସ୍ଥାରେ ଦଣ୍ଡ ମିଳିବ । ଉଭୟ ନେତା ସ୍ବତନ୍ତ୍ର ଓ ସ୍ବତନ୍ତ୍ର ଅଧିକାର ପ୍ରାପ୍ତ ଭାଗିଦାରୀକୁ ଅଧିକ ଦୃଢ଼ କରିବାକୁ ସହମତି ଜଣାଇଛନ୍ତି ।’

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ବିଜୟ ଦିବସ ପାଇଁ ଶୁଭକାମନା ଜଣାଇଥିଲେ । ଏହାସହ ଚଳିତବର୍ଷ ଶେଷ ଆଡ଼କୁ ଭାରତରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ । ଯାହାକୁ ପୁଟିନ ସ୍ବୀକାର କରିଛନ୍ତି ।

ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସାଙ୍ଗଠନିକ ପୁନର୍ବିନ୍ୟାସ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଛାମୁଆ ସଙ୍ଗଠନ ଆବାହକ ନିଯୁକ୍ତ ପରେ ପାଙ୍ଗଠନିକ ପୁନର୍ବିନ୍ୟାସ କରି ବରିଷ୍ଠ ଉକସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ବ ଦେଇଛନ୍ତି । ୭ ଜଣ ନେତାଙ୍କୁ ବରିଷ୍ଠ ଉପସଭାପତି କରାଯାଇଥିବା ବେଳେ ୮ ଜଣ ନେତାଙ୍କୁ ଉପସଭାପତି କରାଯାଇଛି । ୨୦ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ କରାଯାଇଥିବା ବେଳେ ୩୫ ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି ନବୀନ । ଏହାସହ ନବୀନଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି । ସେହିପରି ବିଜେଡିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଗଠିତ ହୋଇଛି ।

୧୫ ବରିଷ୍ଠ ନେତା ଉପସଭାପତି

ବରିଷ୍ଠ ଉପସଭାପତି ଭାବେ ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଏବଂ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ । ସେହିପରି ଉପସଭାପତି ଭାବେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର ଏବଂ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ

୨୦ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ ପଟ୍ଟନାୟକ । ମାନସ ମଙ୍ଗରାଜ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସହ କଳିକେଶ ସିଂହଦେଓ, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର, ସୁଶାନ୍ତ ସିଂ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଳିକ, ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଅନନ୍ତ ନାରାୟଣ ଜେନା, ପ୍ରୀତିରଞ୍ଜନ ଘଡ଼େଇ, ରମେଶ ମାଝୀ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଧ୍ରୁବ ଚରଣ ସାହୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହାସହ ସୁବାସ ସିଂଙ୍କୁ ବିଜେଡିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

୩୫ ଜଣ ସାଧାରଣ ସମ୍ପାଦକ

୩୫ ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତୁଷାରକାନ୍ତି ବେହେରା, ସୌଭିକ ବିଶ୍ବାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତି ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣି କହଁର, ପ୍ରଦିପ୍ତ ଦୀସାରୀ, ସୁଶାନ୍ତ ରାଉତ, ବିଭୁତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମୁକେଶ ପାଲ, ସ୍ବରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଷି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଇ ନାଏକ, ମାଧବ ସର୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନୀ ଏବଂ ଗିରିଷ ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ରାଜନୈତିକ ବ୍ୟାପାର କମିଟି ଗଠିତ

ସେହିପରି ବିଜେଡିର ରାଜନୈତିକ ବ୍ୟାପାର କମିଟି ମଧ୍ୟ ଗଠିତ ହୋଇଛି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ ହୋଇଛି । ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଏବଂ ଡକ୍ଟର ସଂତୃପ୍ତ ମିଶ୍ର ଏଥିରେ ସଦସ୍ୟ ଅଛନ୍ତି ।

ସଂଖ୍ୟାଲଘୁ ସେଲ୍ ଗଠିତ

ଏହାସହ ବିଜେଡିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଗଠିତ ହୋଇଛି । ଦିଲୀପ ତିର୍କୀ କମିଟିର ଆବାହକ ଅଛନ୍ତି । ରିଜୱାନା ବେଗମଙ୍କୁ ସହ ଆବାହକ କରାଯାଇଛି । ଏହାସହ ମୁଜିବୁଲ୍ଲା ଖାନଙ୍କୁ ଦକ୍ଷିଣାଞ୍ଚଳ ସହ-ଆବାହକ, ଆୟୁବ ଖାନଙ୍କୁ ପଶ୍ଚିମାଞ୍ଚଳ ସହ-ଆବାହକ ଏବଂ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଞ୍ଚଳ ସହ-ଆବାହକ କରାଯାଇଛି ।

୬ ସାଙ୍ଗଠନିକ ଜିଲ୍ଲାର ସଭାପତି ନିଯୁକ୍ତ

ଆଜି ୬ ବିଜେଡି ସାଙ୍ଗଠନିକ ଜିଲ୍ଲାର ସଭାପତି ନିଯୁକ୍ତ ହୋଇଛନ୍ତି । ଅଶୋକ ପଣ୍ଡାଙ୍କୁ ଭୁବନେଶ୍ବରର ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ କେନ୍ଦୁଝରର ଜିଲ୍ଲା ସଭାପତି ହେଲେ ଆଶିଷ ଚକ୍ରବର୍ତ୍ତୀ, ରାଉରକେଲାର ଜିଲ୍ଲା ସଭାପତି ହେଲେ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜର ଜିଲ୍ଲା ସଭାପତି ହେଲେ ଦେବାଶିଷ ମାର୍ଣ୍ଡି, ସମ୍ବଲପୁରର ରୋହିତ ପୂଜାରୀ, ବଲାଙ୍ଗୀରର ସରୋଜ ମେହେର । ପୂର୍ବରୁ ୧୮ ଜିଲ୍ଲାର ସଭାପତି ନିର୍ବାଚନ ସରିଛି । ବର୍ତ୍ତମାନ ବାକି ରହିଲା ୯ ଜିଲ୍ଲାର ସଭାପତି ନିର୍ବାଚନ ।

ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମ

ନନ୍ଦିଘୋଷ ବ୍ୟୁରୋ: ବିବାଦ ବଢ଼ିବା ପରେ ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମ । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସମେତ ଓଡ଼ିଶା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘାରୁ ହଟାଇ ଦିଆଯାଇଛି ଜଗନ୍ନାଥ ଧାମ ନାମ । ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ।

ଦୀଘା ଜଗନ୍ନାଥ ମନ୍ଦିର ନାମକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଲେ, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଦୀଘାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରାଯାଇଥିଲା । ଏ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ନିଆଯାଇଥିଲା । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ର ବା ନୀଳାଚଳ ଧାମ କୁହାଯାଇପାରିବ ନାହିଁ ।

ବିଜେଡି ଛାମୁଆ ସଂଗଠନ ଆବାହକଙ୍କୁ ନିଯୁକ୍ତି ଦେଲେ ନବୀନ

ନନ୍ଦଘୋଷ ବ୍ୟୁରୋ: ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ଆବାହକ ନିଯୁକ୍ତ ହୋଇଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଚନ୍ତି । ବିଜୁ କୃଷକ ଜନତା ଦଳ ଆବାହକ ହୋଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଞ୍ଚଳିକ ବିକାଶ ସେଲ ଆବାହକ ହେଲେ ଅନଙ୍ଗ ଉଦୟ ସିଂହଦେଓ ।

ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ ଆବାହକ ଭାବେ ନିଯୁକ୍ତି ମିଳିଛି । ଶିକ୍ଷା ଓ ଶିକ୍ଷକ ସେଲ ଆବାହକ ଭାବେ ବଦ୍ରି ନାରାୟଣ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ ଆବାହକ ଭାବେ ନିଯୁକ୍ତି ମିଳିଛି । ଆଦିବାସୀ ସେଲ ଆବାହକ ଭାବେ ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ ଆବାହକ ଭାବେ ଦେବାଶିଷ ସାମନ୍ତରାୟ, ଓବିସି ସେଲ ଆବାହକ ଭାବେ ଅରୁଣ ସାହୁ, ଏସସି ସେଲ ଆବାହକ ଭାବେ ମହେଶ ସାହୁ ଏବଂ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ ଆବାହକ ଭାବେ ଅମର ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।

ଲାଲକିଲ୍ଲା ଉପରେ ଦାବି କରୁଥିବା ସୁଲତାନ ବେଗମଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ତାଜମହଲ କାହିଁକି ଚାହୁଁନ ?

ନନ୍ଦିଘୋଷ ବ୍ୟୁରୋ : ନିଜକୁ ମୋଗଲମାନଙ୍କର ବଂଶଧର ବୋଲି ଦାବି କରୁଥିବା ଜଣେ ମହିଳା ଦିଲ୍ଲୀର ଲାଲକିଲ୍ଲାର ଅଧିକାର ଦାବି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଆବେଦନକାରୀ ସୁଲତାନା ବେଗମଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଆବେଦନଟି ସମ୍ପୂର୍ଣ୍ଣ ଭୁଲ ଧାରଣା। ସେପଟେ ସୁଲତାନା ବେଗମ ଦାବି କରନ୍ତି ଯେ ସେ ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କ ଅଣନାତିଙ୍କ ବିଧବା ପତ୍ନୀ। ହେଲେ ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଚ କରି କହିଛନ୍ତି ଯେ, ‘ତୁମେ କେବଳ ଲାଲକିଲ୍ଲା କାହିଁକି ମାଗିଲ?’ ଫତେପୁର ସିକ୍ରି ଏବଂ ତାଜମହଲ କାହିଁକି ନୁହେଁ? ସେଗୁଡ଼ିକ ମଧ୍ୟ ମୋଗଲମାନଙ୍କ ଦ୍ୱାରା ନିର୍ମିତ। ରିଟ୍ ପିଟିସନ୍ ସମ୍ପୂର୍ଣ୍ଣ ଭୁଲ ଧାରଣାଯୁକ୍ତ ଏବଂ ତେଣୁ ଏହାକୁ ଖାରଜ କରାଯାଉଛି।

ହାଇକୋର୍ଟ କାହିଁକି କରିଥିଲେ ଆବେଦନ ଖାରଜ ?

ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ସୁଲତାନା ବେଗମଙ୍କ ଆବେଦନକୁ ବିଳମ୍ବ କାରଣରୁ ଖାରଜ କରିଦେଇଥିଲେ, ଯାହା ଉପରେ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ହାଇକୋର୍ଟରେ ଆବେଦନକୁ ଯୋଗ୍ୟତା ଆଧାରରେ ନୁହେଁ ବରଂ ବିଳମ୍ବ କାରଣରୁ ଖାରଜ କରାଯାଇଛି, ତେଣୁ ସୁପ୍ରିମକୋର୍ଟ ମଧ୍ୟ ସମାନ ରିହାତି ଦେବା ଉଚିତ ଏବଂ କେବଳ ବିଳମ୍ବ କାରଣରୁ ଏହାକୁ ଖାରଜ କରିବା ଉଚିତ। ତଥାପି, ସୁପ୍ରିମକୋର୍ଟ ତାଙ୍କ ଦାବିକୁ ଗ୍ରହଣ କରିବାକୁ ମନା କରିଦେଲେ।

ସୁଲତାନା ବେଗମ ୨୦୨୧ ମସିହାରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯାହାକୁ ଏକକ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ୯୦୦ ଦିନ ପରେ, ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ବିଚାରପତି ବିଭୁ ବାକାରୁ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଅଢ଼େଇ ବର୍ଷ ବିଳମ୍ବକୁ ଆଧାର କରି ଆବେଦନକୁ ଖାରଜ କରିଦେଇଥିଲେ।

 ଅନ୍ୟପଟେ ଆବେଦନକାରୀ କହିଛନ୍ତି ଯେ ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଯୁଦ୍ଧ ସମୟରେ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଆଇନ ଭାବରେ ସୁଲତାନା ବେଗମଙ୍କ ପରିବାରକୁ ସମ୍ପତ୍ତିରୁ ବଞ୍ଚିତ କରିଥିଲା। ଏହା ପରେ, ବାହାଦୁର ଶାହ ଜାଫର ଦ୍ୱିତୀୟଙ୍କୁ ଦେଶରୁ ନିର୍ବାସିତ କରାଯାଇଥିଲା ଏବଂ ମୋଗଲମାନଙ୍କଠାରୁ ଲାଲକିଲ୍ଲା ଛଡ଼ାଇ ନିଆଯାଇଥିଲା। ସେ କହିଛନ୍ତି ଯେ ଏବେ ଭାରତ ସରକାରଙ୍କ ଏହା ଉପରେ ଦଖଲ ବେଆଇନ। ତେଣୁ ସୁଲତାନା ବେଗମ ଲାଲକିଲ୍ଲା ଦଖଲ ଏବଂ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି।

 ହାଇକୋର୍ଟ କ’ଣ କହିଥିଲେ?

୨୦୨୧ ମସିହାର ରାୟରେ, ଏକକ ବିଚାରପତିଙ୍କ ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତି ଉପରେ କହିଥିଲେ, ‘ଯଦି ଏହା ଧରିନିଆଯାଏ ଯେ ବାହାଦୂର ଶାହ ଜାଫର ଦ୍ୱିତୀୟଙ୍କୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ବେଆଇନ ଭାବରେ ଲାଲକିଲ୍ଲାର ଅଧିକାରରୁ ବଞ୍ଚିତ କରାଯାଇଥିଲା, ତେବେ ୧୬୪ ବର୍ଷରୁ ଅଧିକ ସମୟ ବିତିବା ପରେ ଏହି ଆବେଦନ କିପରି ବଜାୟ ରହିବ, ଯେତେବେଳେ ଆବେଦନକାରୀଙ୍କ ପୂର୍ବପୁରୁଷମାନେ ସର୍ବଦା ଏହି ବିଷୟରେ ଅବଗତ ଥିଲେ ?’

ଏକକ ଖଣ୍ଡପୀଠର ଏହି ନିଷ୍ପତ୍ତି ପରେ, ସୁଲତାନା ବେଗମ ମାମଲାଟିକୁ ହାଇକୋର୍ଟର ଡିଭିଜନ ବେଞ୍ଚ ସମ୍ମୁଖରେ ରଖିଥିଲେ, କିନ୍ତୁ ସେ ଏଥିପାଇଁ ଅଢ଼େଇ ବର୍ଷରୁ ଅଧିକ ସମୟ ନେଇଥିଲେ। ଏହି କାରଣରୁ କୋର୍ଟ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ଏବଂ ତା’ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରେଷ୍ଟୁରାଣ୍ଟରେ ମିଳିଲାନି ସିଟ୍, ରାତାରାତି କରାଇଲେ ରେଡ୍ ମନ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ : ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ତାତିଲେ ମନ୍ତ୍ରୀ, ରାତାରାତି କରାଇଲେ ରେଡ୍ । ମଧ୍ୟପ୍ରଦେଶର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ଗ୍ୱାଲିୟରର କ୍ୱାଲିଟି ରେଷ୍ଟୁରାଣ୍ଟରେ ସିଟ୍ ନପାଇବାରୁ କରିଛନ୍ତି ହଙ୍ଗାମା । ରବିବାର ରାତିରେ ସିଟି ସେଣ୍ଟର ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟରେ ଘଟିଥିବା ଘଟଣାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହୋଇଛି । ଯେଉଁଥିବେ ମନ୍ତ୍ରୀଙ୍କ ପିଏସଓ ହୋଟେଲ୍ କର୍ମଚାରୀଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି । ସିଟ୍ ନପାଇବାରୁ ମନ୍ତ୍ରୀ ରାଗରେ ଖାଦ୍ୟ ସୁରକ୍ଷା ଟିମକୁ ରାତିରେ ନମୁନା ସଂଗ୍ରହ କରିବାକୁ ଡକାଇଥିଲେ , ଏହା ପରେ ପୋଲିସ ରେଷ୍ଟୁରାଣ୍ଟ ମାଲିକଙ୍କୁ ହେପାଜତକୁ ନେଇଥିଲା । ପରେ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛଡାଯାଇଥିଲା  ।

ସୂଚନା ଅନୁଯାୟୀ, ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମରଙ୍କ ସାନପୁଅଙ୍କ ସ୍ୱାଗତ ଉତ୍ସବରେ ଯୋଗଦେବା ପାଇଁ ଗ୍ୱାଲିୟର ଆସିଥିଲେ  । ରାତିରେ ସେ ତାଙ୍କ ପରିବାର ସହିତ କ୍ୱାଲିଟି ରେଷ୍ଟୁରାଣ୍ଟକୁ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ  । ରବିବାର ଭିଡ଼ ଯେଗୁଁ ରେଷ୍ଟୁରାଣ୍ଟର ସମସ୍ତ ଟେବୁଲ୍ ବୁକ୍ ହୋଇଯାଇଥିଲା  ।  ଯାହା ଫଳରେ ମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା ।  ଅନ୍ୟପଟେ ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଛନ୍ତି ଯେ, ଦୁଇଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ୫ଜଣ ଏବଂ ୧୦ ଜଣଙ୍କ ପାଇଁ ପୃଥକ ଟେବୁଲ ବୁକ୍ କରିଥିଲେ  । କର୍ମଚାରୀମାନେ କାହା ନାମରେ ବୁକିଂ କରାଯାଇଛି ବୋଲି ପଚାରିବାରୁ ମନ୍ତ୍ରୀ ରାଗିଯାଇଥିଲେ  । ଏବେ ପରେ ମନ୍ତ୍ରୀ ଏବଂ ତାଙ୍କ ପିଏସଓ ରେଷ୍ଟୁରାଣ୍ଟର ରୋଷେଇ ଘରକୁ ପ୍ରବେଶ କରିଥିଲେ ଏବଂ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ  । ଏହାପରେ  ମନ୍ତ୍ରୀ ତୁରନ୍ତ ଖାଦ୍ୟ ସୁରକ୍ଷା ଦଳକୁ ଡାକି ନମୁନା ସଂଗ୍ରହ କରାଇଥିଲେ, ଯାହା ରାତି ୧୧ଟା ୧୫ ଯାଏଁ ଚାଲିଥିଲା  ।  ଗୋଟିଏ ତେଲ ନମୁନା ତୁରନ୍ତ ପରୀକ୍ଷାରେ ବିଫଳ ହୋଇଥିଲା । ଏହି ସମୟରେ, ପୋଲିସ ରେଷ୍ଟୁରାଣ୍ଟ ମାଲିକ କମଲ ଆରୋରାଙ୍କୁ ଅଟକ ରଖିଥିଲେ, କିନ୍ତୁ ଚାମ୍ୱର ଅଫ୍ କମର୍ସ ଏବଂ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛାଡି ଦିଆଯାଇଥିଲା  ।

ରାଉରକେଲା ସହରରେ ପୁଣି ଲଜ୍ଜା : ୯ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସହରରେ ପୁଣି ଲଜ୍ଜା ଜନକ ଘଟଣା । ଜଣେ ୯ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଛି । ପଡ଼େଶୀ ୨୬ ବର୍ଷୀୟ ଯୁବକ ଗତ ରାତିରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଅଭିଯୁକ୍ତ ଯୁବକ ଛାତରୁ ଡେଇଁ ପଳାଉଥିବା ସମୟରେ ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା । ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ‘ଲାପଟପ’ ଗିରଫ

ନନ୍ଦିଘୋଷ ବ୍ୟୁରୋ :  ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ପ୍ରଶାନ୍ତ ଜାଲିନ୍ଦର କାମ୍ଵଲେ ଓରଫ ‘ଲାପଟପ’ ଗିରଫ । କାମ୍ଵଲେକୁ ଗିରଫ କରିଛି ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ । କାମ୍ଵଲେ ୨୦୧୧ରୁ ଫେରାର ଥିଲା । ଏଟିଏସର ଥାନେ ୟୁନିଟ୍ ୨୦୧୧ ମସିହାରେ କାମ୍ବଲେଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନେଇ ମାମଲା ରୁଜୁ କରିଥିଲା । ପୁଣେ ଏଟିଏସ ପ୍ରଶାନ୍ତକୁ ଗିରଫ କରିବା ପରେ ଥାନେ ୟୁନିଟକୁ ହସ୍ତାନ୍ତର କରିଛି । ରବିବାର ଦିନ କାମ୍ବଲେକୁ ଥାନେ କୋର୍ଟରେ ହାଜର ପରେ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା ।

କାମ୍ବଲେ କମ୍ପ୍ୟୁଟର ଏବଂ ଲାପଟପ୍ ମରାମତିରେ ଦକ୍ଷତା ଥିବାରୁ ତାର ଡାକ ନାମ ଲାପଟପ ହୋଇଥିଲା । ମାଓବାଦୀ ସଂଗଠନରେ ଯୋଗଦେବା ପରେ ତାର ସହରାଞ୍ଚଳରୁ ଶିକ୍ଷିତ ଯୁବବର୍ଗଙ୍କୁ ମାଓବାଦୀ ଗୋଷ୍ଠୀରେ ସାମିଲ କରାଇବା ଥିଲା ତାର ପ୍ରାଥମିକ ଭୂମିକା । ଏବଂ ସଂଗଠନର ସହରାଞ୍ଚଳ ନେଟୱାର୍କକୁ ସୁଦୃଢ଼ କରିବା । ପୋଲିସ ସୂଚନା ଅନୁଯାୟୀ କାମ୍ବଲେ ମାଓବାଦୀ କେନ୍ଦ୍ରୀୟ କମିଟିର ଜଣେ ବରିଷ୍ଠ ସଦସ୍ୟ ତଥା ୨୦୧୧ରେ ଗଡ଼ଚିରୋଲିରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ମିଲିନ୍ଦ ଓରଫ ଦୀପକ ତେଲତୁମ୍ବଡେର ଘନିଷ୍ଠ ସହଯୋଗୀ ଥିଲା ।

ପାକିସ୍ତାନର ଭୟଙ୍କର ଅବସ୍ଥା : ୟୁକ୍ରେନକୁ ବିକ୍ରି କରିଦେଲା ଅସ୍ତ୍ରଶସ୍ତ୍ର, ଏବେ ନିଜ ଗୋଦାମ ଖାଲି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ଭାରତ ପକ୍ଷରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ  କୁହାଯାଉଛି କି ଭାରତ ସହିତ ଯୁଦ୍ଧ ହେଲେ, ପାକିସ୍ତାନ କେବଳ ୪ ଦିନ ହିଁ ତିଷ୍ଠି ପାରିବ ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତାର ଅସ୍ତ୍ର ଭଣ୍ଡାରରୁ ବହୁ ପରିମାଣର ଗୋଳାବାରୁଦ ତଥା ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ବିକ୍ରି କରିଦେଇଛି । ଯାହା ଫଳରେ ପାକିସ୍ତାନ ପାଖରେ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । କେବଳ ୪ ଦିନ ଯୁଦ୍ଧ ପାଇଁ ପାକିସ୍ତାନ ପାଖରେ ଅସ୍ତ୍ରଶସ୍ତ୍ର ଅଛି । ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ଯେ, ୟୁକ୍ରେନକୁ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଏବଂ ପାକିସ୍ତାନ ଆର୍ଡନାନ୍ସ ଫ୍ୟାକ୍ଟ୍ରି ବା POAFର ଦୁର୍ବଳ ଉତ୍ପାଦନ କ୍ଷମତା ଯୋଗୁଁ ପାକିସ୍ତାନର ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।  କାରଣ ପାକିସ୍ତାନର ସାମରିକ ଅସ୍ତ୍ରଶସ୍ତ୍ର କହିଲେ ତୋପ ଓ ସଶସ୍ତ୍ର ଯାନ ଉପରେ ନିର୍ଭର କରେ । ଏନେଇ ମେ ୨ରେ ଅନୁଷ୍ଠିତ ସ୍ୱତନ୍ତ୍ର କମାଣ୍ଡର ସମ୍ମିଳନୀରେ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଯାଇଥିଲା ।

ତେବେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନାରାଲ କମର ଜାଭେଦ ବାଜଓ୍ୱା ସେନା ସାମ୍ନାରେ ଥିବା ଚ୍ୟାଲେଞ୍ଜ ଗୁଡିକୁ ସ୍ୱୀକାର କରିବା ସହିତ ପାକିସ୍ତାନ ପାଖ‌ରେ ଦୀର୍ଘକାଳୀନ ଯୁଦ୍ଧ ପରିସ୍ଥିତି ପାଇଁ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି ବୋଲି କହିଛନ୍ତି । ତେଣୁ ପାକିସ୍ତାନ ପାଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି । ପରିସ୍ଥିତି ଏପରି ହୋଇଛି ଯେ, ଇନ୍ଧନ ଅଭାବ ଯୋଗୁଁ ପାକିସ୍ତାନୀ ସେନାକୁ ରାସନ ହ୍ରାସ କରିବାକୁ ପଡୁଛି , ଏପରିକି ସାମରିକ ଅଭ୍ୟାସ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି ।