ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରୁଷରେ ନିର୍ମିତ ଶକ୍ତିଶାଳୀ ଯୁଦ୍ଧଜାହାଜ ପାଇବ ଭାରତ। ମଲ୍ଟିରୋଲ ଷ୍ଟିଲଥ ଫ୍ରିଗେଟ ଲାଭ କରିବ ଭାରତ। ଏଥିରେ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ସେନସର ଖଞ୍ଜାଯାଇଥିବା ସୂଚନା ମିଳିଛି। ଆରବ ସାଗରରେ ଭାରତ ନିଜର ଆଧିପତ୍ୟ ବିସ୍ତାର କରୁଥିବାବେଳେ ଏଙି ଯୁଦ୍ଧ ଜାହାଜ ଭାରତକୁ ଅଧିକ ଶକ୍ତିଶାଳୀ କରିବ। ଏହା ଜରିଆରେ ଶତ୍ରୁ ପକ୍ଷର ବୁଡାଜାହାଜ ଓ ଅନ୍ୟାନ୍ୟ ଷ୍ଟିଲଥ ଯୁଦ୍ଧଜାହାଜର ମୁକାବିଲା କରାଯାଇପାରିବ। ଏହା ସହ ସମୁଦ୍ରର ଗଭୀର ଜଳ ଭିତରେ ଭାରତୀୟ ନୌସେନାର ଲଢେଇ କରିବାର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ। ଆଇଏନଏସ ତମାଲ ନାମକ ଏହି ଜାହାଜ ହେଉଛି ୩, ୯୦୦ ଟନ ଫ୍ରିଗେଟ। କାଲିନଗ୍ରାଦରେ ଭାରତୀୟ ନୌସେନା ହାତରେ ଏହି ଯୁଦ୍ଧ ଜାହାଜକୁ ରୁଷ ହସ୍ତାନ୍ତର କରିବ।
ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଆମରେଲି ଜିଲ୍ଲାରେ ଅଘଟଣ। ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ। ଆମରେଲି ଜିଲ୍ଲାର ମିଠାପୁର ଡୁଙ୍ଗରି ଗାଁ ନିକଟରେ ଥିବା ଶେତ୍ରୁଞ୍ଜି ନଦୀରେ ଚାରି ଜଣ ଯୁବକଙ୍କ ବୁଡ଼ି ମୃତ୍ୟୁ ହୋଇଛି। ଯୁବକମାନେ ମିଠାପୁର ଡୁଙ୍ଗରି ଗାଁର ବାସିନ୍ଦା ଥିଲେ ବୋଲି ଜଣାପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ନଦିରୁ ମୃତ ୪ ଯୁବକଙ୍କ ମୃତଦେହ ବାହାର କରିଥିଲେ। ମୃତଦେହଗୁଡ଼ିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ଲାଗି ସିଭିଲ ହସ୍ପିଟାଲକୁ ପଠାଇଛି ସ୍ଥାନୀୟ ପ୍ରଶାସନ। ଘଟଣାସ୍ଥଳରେ ସମସ୍ତ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଗ୍ନିଶମଏବଂଜରୁରୀକାଳୀନ ସେବାର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ। ଅଧିକ ଆଇନଗତପ୍ରକ୍ରିୟା ପାଇଁ ମୃତଦେହଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି।
ପୋଲିସ ଇନଫର୍ମର ସନ୍ଦେହରେ ନାଏବ ସରପଞ୍ଚଙ୍କୁ ମାରିଦେଲେ ମାଓବାଦୀ
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ତାର୍ଲବେଡ଼ା ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ନାଁ ମୁଚାକି ରାମା । ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଭାଇରାଲ ହେବାରେ ଲାଗିଛି ବାବୁସାନଙ୍କ ଅଭିନୀତ ‘ବୋଉ ବୁଟୁ ଭୁତ’ର କ୍ଲିପ୍
ନନ୍ଦିଘୋଷ ବ୍ୟୁରୋ: ରଜରେ ରିଲିଜ ହେବାକୁ ଯାଉଛି ଓଲିଉଡ ଷ୍ଟାର ବାବୁସାନଙ୍କ ବହୁ ଚର୍ଚ୍ଚିତ ସିନେମା ‘ବୋଉ ବୁଟୁ ଭୁତ’। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏକ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରା ଲାଗିଛି । ଗୋଟିଏ ପଟେ ପାଇରେସିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାରେ ଆମେ ସମର୍ଥ ହୋଇନଥିବା ବେଳେ ଅପର ପକ୍ଷେ କ୍ଲିପ ଲିକ ହେବା ଘଟଣା ନିର୍ମାତା ନିର୍ଦ୍ଦେଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ କେଉଁ ସୋର୍ସରୁ ଏହା ଲିକ ହୋଇଛି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ‘ବୋଉ ବୁଟୁ ଭୁତ’ର ବ୍ୟାବସାୟିକ ସଫଳତା ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ନିର୍ଦ୍ଦେଶକ ଜଗଦିଶ ମିଶ୍ର ଏବଂ ଅଭିନେତା ବାବୁସାନ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

