spot_img
Home Blog Page 852

ତାଳଚେର ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୃତଦେହ ମିଳିବାର ଦୁଇ ଦିନ ପରେ ବି ପୋଲିସର ହାତ ଖାଲି

ତାଳଚେର : ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଛାତି ଫଟାଇ କାନ୍ଦି କାନ୍ଦି ଗଡିଯାଉଛି ମାଆ । ସମସ୍ତଙ୍କ ଆଖିରେ ଧାର ଧାର ଅଶ୍ରୁ । ସମସ୍ତଙ୍କ ଆଖିରେ ନାଚିଯାଉଛି ଅତି ପ୍ରିୟ ଝିଅର ଚେହେରା । ଅପହରଣ, ଦୁଷ୍କର୍ମ ଓ ହତ୍ଯାର ଶିକାର ଝିଅର ମୃତଦେହ ତାଳଚେରରେ ପହଞ୍ଚିବା ପରେ ଏ ହେଉଛି ପରିବାର ଲୋକଙ୍କ ଅବସ୍ଥା । ଏହି ଦୁଃଖ ସମୟରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପୀଡିତାଙ୍କ ଗାଁରେ ପହଞ୍ଚି ସମବେଦନା ଜଣାଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପରେ ଗାଁ ମଶାଣିରେ ପୀଡିତାଙ୍କ ଶେଷକୃତ୍ଯ ସଂପନ୍ନ ହୋଇଛି । ସରଳ ନିରୀହ ଝିଅ ସିନା ମଶାଣିରେ ଜଳି ପାଉଁଶ ହୋଇଗଲା ପ୍ରଶ୍ନ ଉଠୁଛି ତାଙ୍କୁ କେବେ ମିଳିବ ନ୍ଯାୟ ? କେବେ ଧରାହେବେ ଅପରାଧୀ ? କେବେ ମିଳିବ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ? ଅପରାଧୀଙ୍କୁ ଧରିବାରେ ଅସମର୍ଥ ପୋଲିସ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏ ସରକାରରେ ନ୍ୟାୟ ପାଇବେ ତ ପୀଡିତା ?

ମୃତଦେହ ମିଳିବା ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ବି ପୋଲିସର ହାତ ଖାଲି । ନିର୍ଦ୍ବନ୍ଦ୍ବରେ ବୁଲୁଛି ଅପରାଧୀ । ଘଟଣାକୁ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ ତୀବ୍ର ନିନ୍ଦା କରିବା ସହ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି । ଏପଟେ ପାଲଲହଡା ବିଧାୟକ ପୋଲିସକୁ ତା କାମ କରିବାକୁ ଦିଆଯାଉ କହି ଘଣ୍ଟ ଘୋଡାଇ ଦେଉଛନ୍ତି । ଯାହା ତାଳଚେରବାସୀଙ୍କୁ ବ୍ଯଥିତ କରିଛି ।  ଏଠି ପ୍ରଶ୍ନ ଉଠୁଛି, ରାଜ୍ଯରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିଥିବା ବେଳେ ସରକାର ଚୁପ କଣ ପାଇଁ ? ଆଉ କେତେ ଝିଅର ମୁଣ୍ଡ ଗଡିଲେ ସରକାରଙ୍କ ଚେତା ପଶିବ ?

ଆରବ ସାଗରରେ ଉଡୁଥିବା ଭାରତର P-8I ବିମାନ ଉପରେ ବିଶ୍ବର ନଜର

ନନ୍ଦିଘୋଷ ବ୍ୟୁରୋ : ଭାରତର P-8I ସାମୁଦ୍ରିକ ନିରୀକ୍ଷଣ ବିମାନ ଆରବ ସାଗରରେ ଉଡ଼ୁଥିବାର ଦେଖାଯାଇଥିଲା। ଏହାର ସ୍ଥାନ ଏବଂ ମାର୍ଗ ବିଷୟରେ ବହୁତ ଆଲୋଚନା ହେଉଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟରେ ମିଳିଥିବା ତଥ୍ୟ ଅନୁଯାୟୀ, ବିମାନଟି ପାକିସ୍ତାନ ନୌସେନା ଡ୍ରିଲର ବହୁତ ନିକଟରେ ଉଡୁଥିଲା। ସୂତ୍ର ଅନୁସାରେ, ଭାରତୀୟ ନୌସେନା ଏହି ବିମାନ ଯେଉଁ ଅଞ୍ଚଳରେ ଉଡ଼ୁଥିଲା, ସେହି ଅଞ୍ଚଳରୁ ବଡ଼ ଧରଣର ସାମୁଦ୍ରିକ ନଜର ରଖିପାରିବ। ଏଥିରୁ ଅନୁମାନ କରାଯାଉଛି ଯେ ଭାରତର ନିରୀକ୍ଷଣ କ୍ଷମତା କେତେ ଦୃଢ଼। ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମୁଦ୍ରିକ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଭାରତୀୟ ନୌସେନା ଦ୍ୱାରା ନିରନ୍ତର ଅପରେସନ୍ ଏବଂ ଡ୍ରୋନ୍ ନିରୀକ୍ଷଣ କରାଯାଉଛି । ଯାହା ସ୍ପଷ୍ଟ କରେ ଯେ ଭାରତ ଯେକୌଣସି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି।

ଭାରତର P-8I ବିମାନ କେବଳ ଏକ ନିରୀକ୍ଷଣ ବିମାନ ନୁହେଁ, ବରଂ ଏକ ଉଡ଼ନ୍ତା ଆଖି ଯାହା ସମୁଦ୍ରରେ ଶତ୍ରୁମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖେ । ଯାହା ବର୍ତ୍ତମାନ ଆରବ ସାଗରରେ ବହୁତ ସକ୍ରିୟ ଦେଖାଯାଉଛି। ଅନ୍ୟପକ୍ଷରେ, ଭାରତ ଆଧୁନିକ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ବିରୁଦ୍ଧରେ ନୌସେନାର କ୍ଷମତା ବୃଦ୍ଧି କରିବା ପାଇଁ ଏକ ନୌସେନା ସୁଡ଼ଙ୍ଗ ପରୀକ୍ଷଣ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ପରୀକ୍ଷଣ କରାଯାଇଛି।

ପୁରୀରେ ବିମାନ ବନ୍ଦରର ସବୁ ଶ୍ରେୟ ନବୀନ ପଟ୍ଟନାୟକଙ୍କର : ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର : ନବୀନ ପଟ୍ଟନାୟକଙ୍କ ପ୍ରୟାସ ଆଜି ସଫଳ ହୋଇଛି । ଶ୍ରୀକ୍ଷେତ୍ରର ବିକାଶଧାରାକୁ ନବୀନ ଆଗକୁ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ସହ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ। ୨୦୨୧ ମସିହାରେ ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ୨୫୧ ଏକର ଜାଗା ଅଧିଗ୍ରହଣ କରାଯାଇଥିଲା। ପୁରୀର ଉନ୍ନତି ପାଇଁ ନବୀନ ବାବୁ ଆନ୍ତର୍ଜାତୀୟ ବିମାନ ବନ୍ଦରର କରିବାକୁ ଚେଷ୍ଟା କରିଥିଲେ।  କାରଣ ବିମାନ ବନ୍ଦର ହେଲେ ଅନେକ ଲୋକ ପୁରୀକୁ ଆସିବେ। ଏହାଛଡା  ବଡ଼ ଦାଣ୍ଡ ଛଡା ଶ୍ରୀଦାଣ୍ଡ ନିର୍ମାଣ କରିଥିଲେ। ପୁରୀକୁ ବିଶ୍ବରେ ୧ନଂ କରିବା ପାଇଁ ନବୀନଙ୍କ ପ୍ରୟାସ ଥିଲା । ତାହା ଆଜି ସଫଳ ହୋଇଛି । ଶ୍ରୀକ୍ଷେତ୍ରର ବିକାଶକୁ ନବୀନ ପଟ୍ଟନାୟକ ଆଗକୁ ନେଇଛନ୍ତି। ପୁରୀରେ ବିମାନବନ୍ଦର ପାଇଁ ଆମେ ସାଂସଦରେ ବାରମ୍ବାର ଦାବି କରି ଆସିଥିଲୁ। ତେଣୁ ବିମାନ ବନ୍ଦର ହେବାର ସବୁ ଶ୍ରେୟ  ନବୀନ ପଟ୍ଟନାୟକଙ୍କର।

ଆରଟିଓରେ କାର୍ଯ୍ୟରତ ଲେଡି କନେଷ୍ଟବଳଙ୍କ ଦବଙ୍ଗଗିରିକୁ ବିରୋଧ, ଓଡ଼ିଶା ଡ୍ରାଇଭର ସଙ୍ଘର ବିକ୍ଷୋଭ

କଳାହାଣ୍ଡି : କଳାହାଣ୍ଡି ଆରଟିଓରେ କାର୍ଯ୍ୟରତ ଲେଡି କନେଷ୍ଟବଳ,   ଡ୍ରାଇଭରକୁ ମାଡ଼ ମାରିବା ଘଟଣାକୁ ବିରୋଧ କରି କଳାହାଣ୍ଡି ଡ୍ରାଇଭର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଘଟଣାରେ ମହିଳା ଆରଟିଓ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।  କିଛି ଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓର ଗାଡି ଚେକିଙ୍ଗ ସମୟରେ ଜଣେ ଟ୍ରକ ଡ୍ରାଇଭର ଇନ୍ଦ୍ରଦେବ ୟାଦବଙ୍କୁ ଅଟକାଇ କାଗଜ ପତ୍ର ଜାଞ୍ଚ କରିଥିଲେ ।  ସମସ୍ତ କାଗଜ ପତ୍ର ଠିକ ଥିଲେ ମଧ୍ୟ ଲେଡି କାନଷ୍ଟେବଳ ଡ୍ରାଇଭରକୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ  ୫୦ହଜାର ଫାଇନ ଦେବେ ବୋଲି କହିଥିଲେ । ଡ୍ରାଇଭର ଏହାକୁ ବିରୋଧ କରିବାରୁ ଆରଟିଓ କନଷ୍ଟେବଳ ଡ୍ରାଇଭରକୁ ଗାଳି କରିବା ସହିତ ଚାପୁଡ଼ା ମାରିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି ।  ମାଡ଼ ମାରୁଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରଲ ହେବା ପରେ  ବିହାର ଡ୍ରାଇଭର ସଂଘ ଓ ଓଡିଶା ଡ୍ରାଇଭର ମହାସଂଘକୁ ଜଣାଇବା ପରେ ଆଜି କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଲେଡି କାନଷ୍ଟେବଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛି ଡ୍ରାଇଭର ସଂଘ ।

ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା  ଚନ୍ଦାହାଣ୍ଡି ବ୍ଲକ ନାହିଁ ନାହିଁରେ ଚାଲିଛି। ଏହି ବ୍ଲକରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦଶ ମାସ ମଧ୍ୟରେ ତିନି ଜଣ ବିଡିଓଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏବେ ମଧ୍ୟ ଖାଲି ପଡ଼ିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ । ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସରପଞ୍ଚ ସଂଘ ଜିଲ୍ଲା ସଭାପତି କହିଛନ୍ତି। ଏହି ବ୍ଲକରେ ପ୍ରାୟ ଦୁଇ ବର୍ଷ ହେବ ଆଡିସନାଲ ପ୍ରୋଗ୍ରାମ ଅଫିସର(ଏପିଓ), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆକାଉଣ୍ଟସ୍ ଅଫିସର, ଏକ୍ସଟେନସନ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ି ରହିଛି । ସେହିଭଳି ୧୪ଟି ଗ୍ରାମ ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ସାତ ଜଣ ପିଇଓ। ତହସିଲ କାର୍ଯ୍ୟାଳୟରେ ନାହାନ୍ତି ଅତିରିକ୍ତ ତହସିଲଦାର। ଓଏଲଏମରେ ନାହାନ୍ତି ବିପିସି କିମ୍ବା ବିଏଲସି। ସ୍ୱଚ୍ଛ ଭାରତ ମିଶନରେ ନାହାନ୍ତି ବିଆରସି। ଦୀର୍ଘ ଦିନ ହେବ ଲାମ୍ପସରେ ନାହାନ୍ତି ଏମଡି। ଏହି ବ୍ଲକରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ବ୍ଲକ ସମିତିସଭ୍ୟ ଓ ସରପଞ୍ଚମାନେ କହିଛନ୍ତି। ଏଣେ ୧୪ଟି ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଗର୍ଜିଲା ବିଜେଡି

ଉଦଳା : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଗର୍ଜିଲା ବିଜେଡି । ଉଦଳା ମେଡିକାଲ ଉପଖଣ୍ଡ ମେଡିକାଲରେ ଫାଙ୍କା ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ବିଜେଡି ପ୍ରତିବାଦ କରିଛି । ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନଙ୍କ ସହିତ ଶତାଧିକ ବିଜେଡି କର୍ମୀ ଶୋଭାଯାତ୍ରାରେ ବାହାରି ଉଦଳା ବଜାର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ମେଡିକାଲରେ ସୁଧାର ଆଣିବାକୁ ଦାବି କରିଛି ବିଜେଡି । ଏହା ସହିତ ଉଦଳା ମେଡିକାଲରେ ଏଏସଡିଏମଓ ପଦବୀ ପୂରଣ ସହିତ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର, ସଫେଇ କର୍ମଚାରୀ ସହିତ ଫାଙ୍କା ଥିବା ସମସ୍ତ ପଦବୀ ପୂରଣ ପାଇଁ ଦାବି କରିଛି ବିଜେଡି । ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଫାଙ୍କା ଥିବାରୁ ରୋଗୀମାନେ ଉଚିତ ଚିକିତ୍ସା ସେବା ପାଇପାରୁନାହାନ୍ତି । ତେଣୁ ଏ ଦିଗରେ ନଜର ଦେଇ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ, ମେ ୨୨ ବେଳକୁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୧୩ ତାରିଖ ବେଳକୁ ଛୁଇଁବ ମୌସୁମୀ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ୧୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀର ପ୍ରଭାବ। ୮ ତାରିଖ ପର୍ଯ୍ୟନ୍ତ ବର୍ଷିବ, ଭିଜିବ ଓଡ଼ିଶା । କିଛି ଦିନ କାଳବୈଶାଖୀର ପ୍ରଭାବ ଫଳରେ ତାତିରୁ ନିସ୍ତାର ମିଳୁଥିବା ବେଳେ ପୁଣି ରାଜ୍ୟ କୁ ଫେରିବ ତାତି । ୮ ତାରିଖ ପରେ ତାତି ଫେରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିଛି ଦିନ ହେବ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଲୁଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଏଭଳି କାଳବୈଶାଖି ହେବାର ସମ୍ଭାବନା ରହିଛି। କିନ୍ତୁ ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କତା ଜାରି କରାଯାଇଛି । ଭଦ୍ରକ, ବାଲେଶ୍ବର, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର,ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡଘଡି ହେବା ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ବି ଜାରି କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଉପକୂଳ ଓଡ଼ିଶା ସହିତ ନୂଆପଡ଼ା, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

କାଲି ୧୨ ଜିଲ୍ଲାରେ ବାଜିବ ସାଇରନ୍

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଘଟଣାକୁ ନେଇ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା । ଆସନ୍ତାକାଲି ମକ ଡ୍ରିଲ ନେଇ ରାଜ୍ଯ ଗୃହ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ଗୃହ ବିଭାଗ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଅଗ୍ନିଶମ ଡିଜିଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କାଲି ମକ ଡ୍ରିଲ ହେବାକୁ ଥିବା ଜିଲ୍ଲାକୁ ନେଇ ଏଥିରେ ଆଲୋଚନା ହୋଇଛି । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ମକ ଡ୍ରିଲ ହେବ । ଓଡିଶାର ଏହି ୧୨ ଟି ସ୍ଥାନରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ | ତାଳଚେର କ୍ଯାଟେଗୋରି-ୱାନ ଭାବେ ଚିହ୍ନଟ ହୋଇଥିବାବେଳେ, କ୍ଯାଟେଗୋରି-ଟୁରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ ଏବଂ ରାଉରକେଲା ଅଛନ୍ତି । ସେହିପରି କ୍ଯାଟେଗୋରି ଥ୍ରୀରେ ଅଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା ।

ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏନଏସଜି ଟିମ ପହଂଚିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି।ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପିଙ୍କ ସହ ଟିମ ଅଧିକ ଆଲୋଚନା କରିବା ନେଇ ରହିଛି କାର୍ଯ୍ୟକ୍ରମ।ପହଲଗାଓଁ ଆକ୍ରମଣ ପରେ ଏନଏସଜି ଟିମ ପୁରୀରେ ପହଞ୍ଚିଥିବା ବେଳେ ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ପୁରୀ ସହରରେ ଏନଏସଜି କମାଣ୍ଡୋ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ପ୍ଲେଅଫରେ ପହଞ୍ଚିବେ କେଉଁ ଟିମ୍ ? ଜାଣନ୍ତୁ କାହାକୁ ଦରକାର କେତେ ପଏଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ବେଶ ରୋମାଞ୍ଚକର ହେବାରେ ଲାଗିଛି । କେଉଁ ଦଳ ପ୍ଲେଅଫରେ ସ୍ଥାନ ପାଇବ ଏହାକୁ ନେଇ ଏଯାବତ କୌଣସି ସ୍ପଷ୍ଠ ହୋଇନାହିଁ । ଯଦିଓ ଆରସିବି ୧୬ ପଏଣ୍ଟ ପାଇଛି ତଥାପି କ୍ବାଲିଫାଇ ହୋଇନାହିଁ । ପ୍ରତିମ୍ୟାଚ ରୋମାଞ୍ଚକ ହେଉଥିବାବେଳେ କ୍ଲିଲିଫାଇ ପାଇଁ କଟଅଫ୍ ୧୭ ପଏଣ୍ଟ ଧରାଯିବ । ଯାହାକୁ ଆରସିବି ପାଇଁ ମାତ୍ର ଗୋଟିଏ ବିଜୟ ଆବଶ୍ୟକ । ସେପଟେ ପଞ୍ଜାବ ଏବେ ୧୫ ପଏଣ୍ଟ ପାଇଥିବାବେଳେ ମାତ୍ର ଗୋଟିଏ ବିଜୟ ଆବଶ୍ୟକ । ଅନ୍ୟପଟେ ମୁମ୍ବାଇ ଏବଂ ଗୁଜୁରାଟ ୧୪ ପଏଣ୍ଟରେ ରହିଥିବାବେଳେ ୨ଟି ଲେଖାଏଁ ବିଜୟୀ ହେବାକୁ ପଡ଼ିବ । ଅନ୍ୟପଟେ କୋଲକାତାକୁ ପ୍ଲେଅଫରେ ପହଞ୍ଚିବା ପାଇଁ ବାକିଥିବା ତିନୋଟି ଯାକ ମ୍ୟାଚକୁ ଜିତିବା ପାଇଁ ପଡ଼ିବ । ଯାହାଦ୍ବାରା ଦଳ ପ୍ଲେଅଫ ଆଶା ଉଜ୍ଜିବିତ ହୋଇପାରେ । ସେପଟେ ଦିଲ୍ଲୀର ୧୩ ପଏଣ୍ଟ ରହିଥିବାବେଳେ ୩ଟି ମ୍ୟାଚରୁ ୨ଟି ବିଜୟୀ ହେବାକୁ ପଡ଼ିବ ।