spot_img
Home Blog Page 822

ଭାରତୀୟ ନୂଆ ଟେଷ୍ଟ ଦଳର କ୍ୟାପଟେନ୍ ହେଲେ ଶୁବମନ ଗିଲ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟରେ ନୂଆ ଯୁଗର ଆରମ୍ଭ। ଭାରତୀୟ ନୂଆ ଟେଷ୍ଟ ଦଳର କ୍ୟାପଟେନ୍ ହେଲେ ଶୁବମନ ଗିଲ୍ । ରିଷଭ ପନ୍ତ ହେଲେ ଉପଅଧିନାୟକ। ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଚୟନ ହେଲା ଟିମ୍ । ଟିମକୁ ଫେରିଲେ କରୁଣା ନାୟାର । ଟିମରେ ସାଇ ସୁଦର୍ଶନ ନୂଆ ମୁହଁ । ଆହତ କାରଣରୁ ସାମି ବାଦ୍ ପଡିଛନ୍ତି ।

ଟିମରେ ଅଛନ୍ତି ଯଶଶ୍ବୀ ଜୟସ୍ବାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବର, କରୁଣ ନାୟାର, ନିତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ,
ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଲ ଠାକୁର, ଜଶପ୍ରୀତ୍ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ।

କୋଇଲା ଖଣି ତଦନ୍ତ ଆଳରେ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯୋଜନା

ସୁନ୍ଦରଗଡ଼: କୋଇଲା ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଓ କଂଗ୍ରେସ ନେତା ନିର୍ମଳ ନାୟକ। କହିଛନ୍ତି, କେବଳ ତଦନ୍ତ ପରେ ତଦନ୍ତ ଚାଲିଛି। କେବଳ ତଦନ୍ତରେ ସୀମିତ ରଖି ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। କୋଇଲା ଦୁର୍ନୀତିର ତଦନ୍ତ ଭିଜିଲାନ୍ସ କରିବା ସହ ଏସଆଇଟି ଗଠନ ନେଇ ସରକାରଙ୍କ ସୂଚନା ପରେ ଏ ପ୍ରତିକ୍ରିୟା ପାଇଛି।

ଗଣମାଧ୍ୟମ ଦ୍ବାରା କୋଇଲା ଖଣି ଲୁଟ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ତଦନ୍ତ କରିଛି। ଖୋଦ ଖଣି ଏବଂ ଜଙ୍ଗଲ ମନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହେଲେ ମନ୍ତ୍ରୀ ଆସିବାର ମାସକ ପରେ ଏବେ ପୁଣି ଭିଜିଲାନ୍ସ ଏସଆଇଟି ତଦନ୍ତ କରିବ। କେବଳ ତଦନ୍ତରେ ସୀମିତ ରଖିବାକୁ ଯୋଜନା ବୋଲି ଅଭିଯୋଗ କରିଛନ୍ତି। ନଚେତ ସିବିଆଇ ତଦନ୍ତ କଲେ ପ୍ରକୃତ ଚୋର ଧରପଡିବ ବୋଲି କହିଛନ୍ତି ଉଭୟ ନେତା।

ସିଏମ୍ ଓଡ଼ିଶାର ହକ୍ ପାଇଁ ଯୁକ୍ତି ବାଢ଼ନ୍ତୁ : ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ଓଡ଼ିଶା ନିଜ ହକ୍ ପାଇନାହିଁ । ଯେମିତି ପାଇବା କଥା ତାହା ପାଇନାହିଁ। କେନ୍ଦ୍ରରେ ଯିଏ ବି ସରକାରରେ ରହିଲା, ଓଡ଼ିଶାକୁ ତାହାର ହକ ରୁ ବଞ୍ଚିତ କରାଯାଇଛି। ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ୱାର କେନ୍ଦ୍ର ପାଖରେ ଓଡିଶାର ହକ ପାଇଁ ଦାବି କରିଛନ୍ତି । ଆଜି ବି ଓଡ଼ିଶାକୁ ଫୋକସ ଷ୍ଟେଟର ମାନ୍ୟତା ମିଳୁନି କି ସ୍ଵତନ୍ତ୍ର ଅନୁଦାନ ଦେଉନି କେନ୍ଦ୍ର । ଓଡ଼ିଶାର ଅନେକ ଗାଁ ରେ ମୋବାଇଲ ନେଟୱାର୍କ ଅପହଞ୍ଚ । ବହୁ ଗ୍ରାମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ ପାଇଁ ଉପଯୁକ୍ତ ଯୁକ୍ତି ବାଢନ୍ତୁ ବୋଲି କହିଛନ୍ତି, ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି।

ଅଭିନେତା ମୁକୁଲ ଦେବଙ୍କ ବିୟୋଗ

ମୁମ୍ୱାଇ: ଅଭିନେତା ମୁକୁଲ ଦେବଙ୍କ ବିୟୋଗ। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ବେଶ୍ କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି।

ମୁକୁଲ ଦେବ ହେଉଛନ୍ତି ବିଶିଷ୍ଟ ଅଭିନେତା ଓ ମଡେଲ ରାହୁଲ ଦେବଙ୍କ ଭାଇ। ମୁକୁଲ ଅନେକ ହିନ୍ଦି ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିଲେ। ଦସ୍ତକ, ସନ୍ ଅଫ୍ ସରଦାର, ଜୟ ହୋ, ଆର୍ ରାଜକୁମାର ଭଳି ଫିଲ୍ମରେ ସେ ଭଳ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁ ପାରିଥିଲେ। ଅନେକ ଟିଭି ସିରିଏଲରେ ବି ସେ ଅଭିନୟ କରିଛନ୍ତି, ଆଙ୍କରିଂ କରିଛନ୍ତି। ଫିୟର ଫ୍ୟାକର୍‌ ଇଣ୍ଡିଆ ସିଜିନ ୱାନରେ ସେ ହୋଷ୍ଟ କରିଥିଲେ। ଦୂରଦର୍ଶନର ଏକ୍ ସେ ବଡ଼କର ଏକ୍‌, ମୁମକିନ୍ ଭଳି ସିରିୟଲରେ ବି ଅଭିନୟ କହିଥିଲେ। ସେ ପାଇଲଟ୍ କୋର୍ସ କରିଥିଲେ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ।

ତେବେ ବାପା ମାଆଙ୍କ ମୃତ୍ୟୁ ପରେ ସେ ପ୍ରାୟତଃ ଘରୁ ବାହାରୁନଥିଲେ କି କାହା ସହିତ ବିଶେଷ ମିଳାମିଶା କରୁନଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

ବର୍ଡରରେ ପାକିସ୍ତାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀର ଗସ୍ତରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ ପୁଞ୍ଚ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି ରାହୁଲ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଓ ଫାୟାରିଂରେ ଏହି ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗୁଳିି ଗୋଳା ମାଡ଼ରେ କେତେକ ବ୍ୟକ୍ତିଙ୍କ ଘର ବି ଭାଙ୍ଗିରୁଜି ଯାଇଛି।

ସେଠାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହ ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ରାହୁଲ ଗାନ୍ଧି। ସେମାନଙ୍କୁ ଆଶ୍ଵାସନା ଦେଇଛନ୍ତି, ବ୍ୟସ୍ତ ହେବାର କିଛି ନାହିଁ। ଅଳ୍ପ ଦିନ ଭିତରେ ସବୁ ସ୍ଵାଭାବିକ ହୋଇଯିବ। ଏହି ଅଞ୍ଚଳର ସ୍କୁଲ ବି କ୍ଷତିଗ୍ରସ୍ତ ହୋଇଛି। ସେପରି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ରାହୁଲ ଗାନ୍ଧି।

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପ୍ରବେଶ କଲା । ସପ୍ତାହେ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଜିଲ୍ଲା ସମେତ କଟକର କିଛି ଅଂଶରେ ଝଡ ବର୍ଷା ସମେତ ବଜ୍ରପାତ ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସମେତ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଏହି ୫ ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।

ଦୁଇ ଦିନିଆ ଓଡିଶା ଗସ୍ତରେ ASI ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ASI ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ। କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ସହିତ ପୁରୀ ସର୍କଲ ଅଧିକାରୀ ସମେତ ୧୫ ଜଣିଆ ବିଶେଷଜ୍ଞ ଟିମ ସାମିଲ ହୋଇଛନ୍ତି ।

ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ସୂଚନା ଦେଇଛନ୍ତି ASI DG। କିନ୍ତୁ ବାଲି କାଢ଼ିବା ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ିରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ୪ରୁ ୫ଫୁଟର ଏକ ଗର୍ତ୍ତ ଖୋଳାଯିବ। ଯେଉଁ ବାଟରେ ଗର୍ଭ ଗୃହରୁ ବାଲି ସୁରକ୍ଷିତ ଭାବେ କଢ଼ାଯିବ। ଏଥିପାଇଁ ୩ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିବା ASI ଡିଜି ଯଦୁବୀର ସିଂ ରାୱତ କହିଛନ୍ତି।

ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ରେ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ ନବ କିଶୋର ମାଝୀ । ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ବହୁ ଖୋଜାଖୋଜି ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୪୦ ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ନବ କିଶୋରଙ୍କୁ ଆଜୀବନ କାରଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ଜେନା।

ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ, ନକ୍ସଲ ନିପାତ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ନକ୍ସଲ ଏନକାଉଣ୍ଟର। ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ପପୁ ଲୋହରା ନାମକ ମାଓବାଦୀକୁ ନିପାତ କରିଛି ପୋଲିସ। ଜେଜେଏମପି ମୁଖ୍ୟ ପପୁ ଲୋହରାର ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଝାଡ଼ଖଣ୍ଡ ସରକାର। ଏସପି କୁମାର ଗୌରବଙ୍କ ନେତୃତ୍ୱରେ CRPF ଏବଂ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଏହି ରେଡ୍ କରିଥିଲା।

ଲାତେହାର ଜିଲ୍ଲାର ଇଚାୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଅନ୍ୟ ଜଣେ ନକ୍ସଲ ପପୁ ଗଂଜୁକୁ ମଧ୍ୟ ଏନକାଉଣ୍ଟର କରିଛି ପୋଲିସ। ପପୁ ଗଂଜୁ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମ୍ବିଂ ଅପରେସନ ଚାଲିଥିବାବେଳେ ଗୁଳିବିନିମୟ ଘଟି ଉଭୟ ନିହତ ହୋଇଛନ୍ତି।

ଜେଜେଏମପି ସୁପ୍ରିମୋ ପପୁ ଲୋହାରା ତାଙ୍କ ସଂଗଠନ ସଦସ୍ୟମାନଙ୍କ ସହିତ ଇଚ୍ଛାୱାର ଜଙ୍ଗଲରେ ଏକ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀକୁ ଦେଖିବା ପରେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ଏନକାଉଣ୍ଟରରେ ପପୁ ଲୋହାରା ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ପୁଣି କଡ଼ା ଭର୍ତ୍ସନା

ନନ୍ଦିଘୋଷ ବ୍ୟୁରୋ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ପୁଣି କଡ଼ା ଭର୍ତ୍ସନା। UNSC ବୈଠକରେ ପାକିସ୍ତାନକୁ ଧୋଇଲା ଭାରତ। ଧାର୍ମିକ ସ୍ଥଳକୁ ଟାର୍ଗେଟ କରିବା ସହ ନିରୀହ ନାଗରିକଙ୍କୁ ହତ୍ୟା କରିବା ବନ୍ଦ କରୁ କହିଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରୀଶ। ଆତଙ୍କବାଦ ପ୍ରସଙ୍ଗ ନେଇ ଭାରତ ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ପଡ଼ୋଶୀ ପାକିସ୍ତାନ ଆତଙ୍କବାଦର ଏକ ଆଶ୍ରୟସ୍ଥଳ ପାଲଟିଛି କହିଛି ଭାରତ। ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ଧାର୍ମିକ ସ୍ଥଳଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ଏହି ଆଭିମୁଖ୍ୟକୁ ଘୋର କପଟତା ଆଚରଣ ବୋଲି କହିବା ସହ ନିନ୍ଦା କରିଛି ଭାରତ। ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ ତାହାର ସାଧାରଣ ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ। ପାକିସ୍ତାନୀ ସେନା ଜାଣିଶୁଣି ଭାରତୀୟ ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳିମାଡ଼ କରିଥିଲା। ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା ଏବଂ ଧାର୍ମିକ ସ୍ଥଳଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରିଥିଲା।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନୀ ପ୍ରତିନିଧିଙ୍କ ଦ୍ୱାରା ଅନେକ ପ୍ରସଙ୍ଗରେ କରାଯାଇଥିବା ଭିତ୍ତିହୀନ ଅଭିଯୋଗର ଜବାବ ଦେବାକୁ ବାଧ୍ୟ ବୋଲି କହିଥିଲେ ହରୀଶ। ଭାରତ ପୂର୍ବରୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। କାଶ୍ମୀର ପ୍ରସଙ୍ଗରେ ଦଶନ୍ଧୀ ଧରି ପାକ ପ୍ରୟୋଜିତ ଆତଙ୍କବାଦୀ ଆକ୍ରମଣର ସାମନା କରି ଆସୁଛି କହିଥିଲା ଭାରତ। ପାକିସ୍ତାନୀ ଆତଙ୍କବାଦର ଶିକାର ମୁଖ୍ୟତଃ ସାଧାରଣ ନାଗରିକ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ବାରମ୍ବାର ସାଧାରଣ ଲୋକଙ୍କୁ ଢାଲ ଭାବେ ବ୍ୟବହାର କରିଛି। ଯେଉଁ ଦେଶ ଆତଙ୍କବାଦୀ ଏବଂ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ କରେ ନାହିଁ ତାହାର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ ବୋଲି କହିଛି ଭାରତ।ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହେବା ଉଚିତ ବୋଲି କହିଛି ଭାରତ ।