ଜୟପୁରରେ ହତ୍ୟାକାଣ୍ଡ: ହାଣିବା ପରେ ଗୁରୁତର ଅବସ୍ଥାରେ କେନାଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଜୟପୁରରେ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣିବା ପରେ ଗୁରୁତର ଅବସ୍ଥାରେ କେନାଲରେ ଭିଙ୍ଗିଦେଲେ ଦୁର୍ବୃତ୍ତ । ମୃତକ ଜଣଙ୍କ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଡଙ୍ଗାର ଗାଁର ଗୁପ୍ତ ଗୁଣ୍ଠା । ରାତିରେ ଗୁପ୍ତ ଏକ ଭୋଜିରୁ ଘରକୁ ଫେରୁଥିବା ବେଳେ ଦଣ୍ଡସେନାଗୁଡା କେନାଲ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ପେଟରେ ଶକ୍ତ ଆଘାତ ଦେଇ ଆକ୍ରମଣକାରୀ କେନାଲରେ ଭିଙ୍ଗିଦେବା ପରେ ଗୁପ୍ତ ସେଠାରୁ ନିକଟସ୍ଥ ଏକ ଦୋକାନକୁ ଆସି ପାଣି ମାଗି ପିଇଥିଲେ ।

କିନ୍ତୁ ଦୁର୍ଭାଗ୍ୟର କଥା ଯେ କିଛି କହିବା ଆଗରୁ ପ୍ରାଣ ହରାଇଥିଲେ ଗୁପ୍ତ । ଖବର ପାଇ ପରିବାର ଲୋକ ରାବନଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁପ୍ତ ନୀଳଗିରି କାଠ ବ୍ୟବସାୟ କରୁଥୁବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ତେବେ ଗୁପ୍ତଙ୍କ ବାଇକ, ଟଙ୍କା ଓ ହେଲମେଟ ଉଦ୍ଧାର ହୋଇ ନଥିବା ସୂଚନା ଦେବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛନ୍ତି ପରିବାର ଲୋକ ।

Leave a Reply