ସୁପ୍ରମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ରର ମାମଲା: ଆଜି ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା । ଆଜି ଦିନ ୧୧ଟା ୩୦ରେ ସୁପ୍ରିମକୋର୍ଟରେ ହେବ ମହାରାଷ୍ଟ୍ର ମହାବିବାଦର ଶୁଣାଣି । ଶିବସେନା, ଏନସିପି, କଂଗ୍ରେସର ରିଟ୍‌ ପିଟିସନ ଉପରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ । ଶନିବାରର ମହାଡ୍ରାମା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ନିଷ୍ପତ୍ତିକୁ ବାତିଲ କରିବାକୁ ଆବେଦନ କରିଛନ୍ତି ୩ ଦଳ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଶପଥକୁ ବାତିଲ ସହ ବିଧାୟକଙ୍କ ଶକ୍ତି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ଅନୁରୋଧ କରିଛନ୍ତି ତିନି ଦଳ । କଂଗ୍ରେସ,ଏନସିପି ଓ ଶିବସେନା ନିଜ ସପକ୍ଷରେ ୧୪୪ରୁ ଅଧିକ ବିଧାୟକଙ୍କ  ସମର୍ଥନ ଥିବା ଦାବି କରିଛନ୍ତି । ଯଦି ସମ୍ଭବ ଆଜି ହିଁ ବିଧାନସଭାର ସ୍ୱତନ୍ତ୍ର ବୈଠକ ଡକାଇ ବିଜେପି ମେଣ୍ଟକୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ କାମଚଳା ବାଚସ୍ପତି ନିଯୁକ୍ତି ସହ ତୁରନ୍ତ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କୁହାଯାଉ । ଆଉ ଏ ସବୁର ଭିଡିଓଗ୍ରାଫି କରିବାକୁ ତିନି ଦଳ ନିଜ ଆବେଦନରେ କହିଛନ୍ତି । ଜଷ୍ଟିସ ଏନ.ଭି ରମଣ, ଜଷ୍ଟିଷ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜୀବ ଚୋପ୍ରାଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ।

Leave a Reply