ଫୁଲବାଣୀ ଯାଉଥିବା ବସ୍ ନୟାଗଡ଼ରେ ଦୁର୍ଘଟଣାଗ୍ରସ୍ତ, ୩୦ ଆହତ

ନୟାଗଡ଼ : ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ନୟାଗଡ଼ ନୂଆଗାଁ ପଞ୍ଚୁପାଣ୍ଡବ ଜଙ୍ଗଲ ନିକଟରେ ଫ୍ରେଣ୍ଡସ୍ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ହୋଇଥିବା  ସୂଚନା ମିଳିଛି । 

ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

Leave a Reply